Delhi Liquor Scam: ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଇଡ଼ି ଟିମ୍
Advertisement

Delhi Liquor Scam: ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଇଡ଼ି ଟିମ୍

Delhi High Court: ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀ ହାଇକୋର୍ଟ ପାଖରୁ କୌଣସି ଆଶ୍ୱସ୍ତି ପାଇନଥିଲେ ମୁଖ୍ୟମନ୍ତ୍ରୀ ଅବରିନ୍ଦ କେଜ୍ରିୱାଲ।

 Delhi Liquor Scam: ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଲା ଇଡ଼ି ଟିମ୍

ED Team reaches at Arvind Kejriwal Residence: ଶେଷରେ ଯାହା ଆଶା କରାଯାଉଥିଲା ତାହା ହୋଇଗଲା। ଗୁରୁବାର ଇଡ଼ି ଟିମ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବରିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛି। ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରୀକୁ ନେଇ ଦିଲ୍ଲୀ ହାଇକୋର୍ଟ ପାଖରୁ କୌଣସି ଆଶ୍ୱସ୍ତି ପାଇନଥିଲେ ସେ। ଗୁରୁବାର ଏହି ମାମଲାର ଶୁଣାଣି କୋର୍ଟ କହି ସାରିଛନ୍ତି ଗିରଫଦାରୀରୁ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିବ ନାହିଁ। କାରଣ ସେ ଇଡ଼ି ପକ୍ଷରୁ ସମନ ଜାରି ହେବା ପରେ ଜେରା ପାଇଁ ହାଜର ହେଉନଥିଲେ। ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ତାଙ୍କୁ ଇଡି ପାଖରେ ହାଜର ହେବାକୁ ପଡ଼ିବ ଏବଂ ତାଙ୍କର ଗିରଫ ଉପରେ କୌଣସି ପ୍ରତିବନ୍ଧକ ନାହିଁ।

ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବରିନ୍ଦ କେଜ୍ରିୱାଲଙ୍କୁ ଡାକିଥିଲା ଇଡି। ଏହି ମାମଲାରେ ଜେରା କରିବା ପାଇଁ ଇଡି ପକ୍ଷରୁ ଅନେକ ଥର ସମନ ଜାରି ହେବା ସତ୍ତ୍ୱେ ଅରବିନ୍ଦ କେଜ୍ରିୱାଲ ଥରେ କେନ୍ଦ୍ରୀୟ ଏଜେନ୍ସି ଆଗରେ ହାଜର ହୋଇନଥିଲେ। ଆଜି ତାଙ୍କୁ ନବମ ଥର ପାଇଁ ସମନ ଜାରି କରାଯାଇଥିଲା। ପୂର୍ବରୁ ଇଡ଼ି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୨ ନଭେମ୍ବର ୨୦୨୩, ୨୧ ନଭେମ୍ବର ୨୦୨୩, ୨ ଜାନୁଆରୀ ୨୦୨୪, ୧୮ ଜାନୁଆରୀ ୨୦୨୪, ୨ ଫେବୃଆରୀ ୨୦୨୪, ୧୯ ଫେବୃଆରୀ ୨୦୨୪, ୨୬ ଫେବୃଆରୀ ୨୦୨୪, ମାର୍ଚ୍ଚ ୪ ଏବଂ ୧୭ ତାରିଖରେ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ସମନ ଜାରି କରିଥିଲ।

ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟ ପାଖରୁ ଜବରଦସ୍ତ ଝଟକା ପାଇଥିଲେ। ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ପାଇଁ କୌଣସି ଆଦେଶ ଦେବାକୁ କୋର୍ଟ ମନା କରି ଦେଇଥିଲେ। ଏନେଇ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆମେ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇପାରିବୁ ନାହିଁ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଦାଏର ହୋଇଥିବା ଆବେଦନ ଉପରେ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଖରୁ ଜବାବ ମାଗିଥିଲେ। କୋର୍ଟ ଆଗକୁ ଜାରି ହେବାକୁ ରହିଥିବା ସମନ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ହୋଇଥିବା ଆବେଦନ ସହ ଏହି ନୂତନ ଆବେଦନ ଉପରେ ଆସନ୍ତା ଅପ୍ରେଲ ୨୨ ତାରିଖରେ ଶୁଣାଣି କରିବେ।

ଗୁରୁବାର ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଜଡିତ ଦସ୍ତାବିଜ ଦିଲ୍ଲୀ ହାଇକୋର୍ଟ ଠାରେ ଉପସ୍ଥାପନ କରିଥିଲା ଇଡି ଟିମ୍।ଏକ ବନ୍ଦ କୋଠରୀରେ ବିଚାରପତି ଇଡ଼ି ପକ୍ଷରୁ ଉପସ୍ଥାପନ କରାଯାଇଥିବା ଫାଇଲ ଦେଖୁଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଓକିଲ ଅଭିଷେକ ମନୁ ସିଂଘଭି କୋର୍ଟ ଠାରେ ନିଜର ଯୁକ୍ତି ଉପସ୍ଥାପନ କରି କରିଛନ୍ତି ଯେ ଯଦି ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଏ ତାହେଲେ ଏହାର କିଛି ଠୋସ୍ କାରଣ ରହିବା ଆବଶ୍ୟକ। ଅନ୍ୟପକ୍ଷରେ ଇଡ଼ି ପକ୍ଷରୁ କୁହାଯାଇଥିଲା ଯେ ଆଇନ ଅନୁଯାୟୀ ଯାହା କରିବାକୁ ହେବ ତାହା କରିବୁ। ସେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ସାଧାରଣ ଲୋକ ସମସ୍ତଙ୍କ ପାଇଁ ଆଇନ ସମାନ। ଯେଉଁମାନେ ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଶୁଣାଣି କରିବାର ଅଧିକାର ନାହିଁ।