Diwali 2022: ମୋହାଲିରେ ପ୍ରଜ୍ୱଳିତ ହେଲା ବିଶ୍ୱର ସବୁଠାରୁ ବଡ଼଼ ଦ୍ୱୀପ
Advertisement
Article Detail0/zeeodisha/odisha1408534

Diwali 2022: ମୋହାଲିରେ ପ୍ରଜ୍ୱଳିତ ହେଲା ବିଶ୍ୱର ସବୁଠାରୁ ବଡ଼଼ ଦ୍ୱୀପ

Worlds Largest Lamp: ବିଶ୍ୱ ରେକର୍ଡ ସହ ସମାପ୍ତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ୧୦ ହଜାରରୁ ଅଧିକ ନାଗରିକ ତୈଳ ଦାନ କରିଥିଲେ। ପ୍ରାୟ ୧୦୦୦ କିଲୋଗ୍ରାମ ଇସ୍ପାତରୁ ନିର୍ମିତ ଏହି ଦୀପ ଅକ୍ଟୋବର ୨୩ ତାରିଖ ଶନିବାର ସନ୍ଧ୍ୟାରେ ପ୍ରଜ୍ୱଳିତ ହୋଇଥିଲା। 

Diwali 2022: ମୋହାଲିରେ ପ୍ରଜ୍ୱଳିତ ହେଲା ବିଶ୍ୱର ସବୁଠାରୁ ବଡ଼଼ ଦ୍ୱୀପ

Largest Lamp of World: ଚଳିତ ବର୍ଷ ଦିପାବଳୀ ଅବସରରେ ପଞ୍ଜାବ ମୋହାଲି ଠାରେ କରାଯାଇଛି ନୂଆ ରେକର୍ଡ। ଆଲୋକର ପର୍ବ ଦିପାବଳୀ ଅବସରରରେ ବିଶ୍ୱର ସର୍ବବୃହତ ତୈଳ ଦୀପ ଏଠାରେ ପ୍ରଜ୍ୱଳିତ ହୋଇଛି। ଏହି କାର୍ଯ୍ୟକ୍ରମର ଆୟୋଜକ ଦାବି କରିଛନ୍ତି ଯେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେବା ପାଇଁ ଏହି ପ୍ରଦୀପ ପ୍ରଜ୍ୱଳିତ କରାଯାଇଛି। ବିଶ୍ୱ ରେକର୍ଡ ସହ ସମାପ୍ତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ୧୦ ହଜାରରୁ ଅଧିକ ନାଗରିକ ତୈଳ ଦାନ କରିଥିଲେ। ପ୍ରାୟ ୧୦୦୦ କିଲୋଗ୍ରାମ ଇସ୍ପାତରୁ ନିର୍ମିତ ଏହି ଦୀପ ଅକ୍ଟୋବର ୨୩ ତାରିଖ ଶନିବାର ସନ୍ଧ୍ୟାରେ ପ୍ରଜ୍ୱଳିତ ହୋଇଥିଲା। ଯାହାର ବ୍ୟାସ ହେଉଛି ୩.୩୭ ମିଟର। ଏନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଲେଫ୍ଟ ଜେନେରାଲ କେଜେ ସିଂହ (ଅବସରପ୍ରାପ୍ତ) ପୂର୍ବତନ ଜେନେରାଲ ଅଫିସର କମାଣ୍ଡିଂ-ଇନ୍, ୱେଷ୍ଟର୍ଣ୍ଣ କମାଣ୍ଡ ଅଫ୍ ଆର୍ମି ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳିତ କରିଥିଲେ।

ଭାରତୀୟ ସମାଜର ବିବିଧତାକୁ ପ୍ରତିନିଧିତ୍ୱ କରୁଥିବା ହିରୋ ହୋମ୍ସ ୪ ହଜାର ଲୋକଙ୍କ ସମେତ ୧୦ ହଜାରରୁ ଅଧିକ ନାଗରିକ ଶାନ୍ତିର ଏହି ଅନନ୍ୟ ପ୍ରତୀକ ସୃଷ୍ଟି କରିବାକୁ ୩୧୨୯ ଲିଟର ଜୈବିକ ଏବଂ ଦୀପ ପାଇଁ ଆବଶ୍ୟକୀୟ ତେଲ ସଂଗ୍ରହ କରିଥିଲେ। ହିରୋ ହୋମ୍ସ ହେଉଛି ହିରୋ ଏଣ୍ଟରପ୍ରାଇଜର ରିଅଲ୍ ଇଷ୍ଟେଟ୍ ସଂସ୍ଥାର ଏକ ଶାଖା। ଯାହା ହିରୋ ରିଅଲିଟି ପ୍ରାଇଭେଟ ଲିମିଟେଡର ଏକ ଆବାସିକ ୟୁନିଟ୍।

ହିରୋ ରିଅଲିଟି ସିଏମଓ ଆଶିଷ କୌଲ କହିଛନ୍ତି ଯେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଅଧିକାରୀଙ୍କ ଉପସ୍ଥିତିରେ ଏହି ବିଶାଳ ଦୀପକୁ ଜଳାଯାଇଥିଲା। ଏନେଇ ସେ କହିଛନ୍ତି ଯେ ଗିନିଜ ବୁକ୍ ଅଫ୍ ରେକର୍ଡ୍ସ ଅନୁଯାୟୀ ଏହି ଦୀପକୁ ୩୦୦୦ ଲିଟର ରନ୍ଧନ ତେଲ ସହିତ ଆଲୋକିତ କରାଯାଇଛି। ଏହା ହେଉଛି ବିଶ୍ୱର ସର୍ବବୃହତ ତେଲ ପ୍ରଦୀପ।

ବିଶ୍ୱର ସର୍ବବୃହତ ତୈଳ ଦୀପ ନିର୍ମାଣ କରିବା ପଛରେ କେଉଁ ଧାରଣା ରହିଛି ସେ ସମ୍ପର୍କରେ ଜଣାଇଛନ୍ତି ସିଏମଓ ଆଶିଷ କୌଲ। ଏନେଇ ସେ କହିଛନ୍ତି ମୁଁ ହେଉଛି କାଶ୍ମୀରର ମୂଳ ବାସିନ୍ଦା। ବିଗତ ୩୨-୩୩ ବର୍ଷ ଧରି ମୁଁ ଘରକୁ ଫେରି ଶାନ୍ତିପୂର୍ଣ୍ଣ ରାସ୍ତା ଖୋଜୁଛି।
ଆମେ କାଶ୍ମୀରରେ ଅନେକ ରକ୍ତପାତ ଦେଖିଛୁ। ଆମେ ୟୁକ୍ରେନରେ ଯୁଦ୍ଧର ସାକ୍ଷୀ ରହିଛୁ। ତେଣୁ ମୁଁ ଭାବିଲି ଦିପାବଳୀର ପ୍ରକୃତ ବାର୍ତ୍ତା ହେଉଛି ଶାନ୍ତି। ଆମର ମଧ୍ୟ ଶାନ୍ତିର ପ୍ରତୀକକୁ ଆଗକୁ ବଢାଇବା। ଏହି ବିନମ୍ର ଦୀପ ବିଶ୍ୱ ଶାନ୍ତି ପାଇଁ ପ୍ରେରଣାର ସବୁଠାରୁ ବଡ ଉତ୍ସ।