Road Accident: ଦିଅଁ ଦର୍ଶନ କରି ଘରକୁ ଫେରୁଥିଲେ ପରିବାର, ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳର ୬ ମୃତ
Advertisement
Article Detail0/zeeodisha/odisha1696647

Road Accident: ଦିଅଁ ଦର୍ଶନ କରି ଘରକୁ ଫେରୁଥିଲେ ପରିବାର, ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳର ୬ ମୃତ

Road Accident News In Odia: ଅଧା ରହିଲା ଘର ବାହୁଡା । ଦିଅଁ ଦର୍ଶନ କରି କାରରେ ଘରକୁ ଫେରୁଥିଲେ ଗୋଟିଏ ପରିବାରର ୧୨ ସଦସ୍ୟ । ଏହି ସମୟରେ କାରକୁ ପିଟିଲା ଲୁହା ବୋଝେଇ ଟ୍ରକ୍ (Road Accident)। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଟ୍ରକ୍ ଡ୍ରାଇଭରକୁ ଧରିବା ପାଇଁ ପୋଲିସ୍ ଛାନଭିନ୍ ଚଳାଇଛି।

Road Accident: ଦିଅଁ ଦର୍ଶନ କରି ଘରକୁ ଫେରୁଥିଲେ ପରିବାର, ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳର ୬ ମୃତ

Road Accident News In Odia: ଅଶୁଭ ସୋମାବାର! ମନ୍ଦିର ଯାଇଥିଲେ ପୁଣ୍ୟ ଅର୍ଜନ କରିବା ପାଇଁ , କିନ୍ତୁ ଜାଣି ନଥିଲେ  ଫେରିବା ବାଟରେ ଛକି ବସିଛି ଜମ । ଟ୍ରକ୍ ଧକ୍କା (Road Accident) ଦେବାରୁ ଗୋଟିଏ ପରିବାରର ୬ ଜଣଙ୍କର (Six people died road accident in Kadapa district) ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଟ୍ରକ୍ ଡ୍ରାଇଭରକୁ ଧରିବା ପାଇଁ ପୋଲିସ୍ ଛାନଭିନ୍ ଚଳାଇଛି। ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲାରେ(Kadapa district) ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି

ସୂଚନା ଅନୁସାରେ, ଆନ୍ଧ୍ର ପ୍ରଦେଶର ତଡିପତ୍ରରି (Tadipatri)ସହରର ଏକ ପରିବାର ଆଜି ଭୋର ସମୟରେ (Sri Venkateshwara Swami Temple in Tirupati) ଶ୍ରୀ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରକୁ ଦର୍ଶନ କରିବା ପାଇଁ ବାହାରିଥିଲେ।  ମନ୍ଦିରରେ ଭଗବାନଙ୍କ କୃପା ଲାଭ କରିବା ସହ ଦର୍ଶନ କରି  ପରିବାରର ୧୨ ଜଣ ସଦସ୍ୟ ଏକ କାର୍ ଯୋଗେ ନିଜ ଘର ଅଭିମୁଖେ ଯାତ୍ରା କରୁଥିଲେ । ପେଞ୍ଚିଆଅନନ୍ତପୁରମ୍ ଗାଁ ଠାରେ ପହଞ୍ଚିଥିଲେ। ଏହି ସମୟରେ ହଠାତ୍ ଦ୍ରୃତଗତିରେ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍  କାରକୁ ସାମ୍ନା ପଟୁ ଧକ୍କା ଦେଇଥିଲା।  ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଦେଇଥିଲା। ପରେ ଘଟଣାସ୍ଥଳରୁ ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ଓ ଆହତଙ୍କ ପରିଚୟ ମିଳି ନ ଥିବା ବେଳେ ଦୁର୍ଘଟଣାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। କିଭଳି ସ୍ଥିତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି ପୋଲିସ୍ । 

Also Read: Road Accident : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକ ଭ୍ୟାନକୁ ପିଟିଲା ଟ୍ରକ, ୬ ଲୋକଙ୍କ ଜୀବନହାନୀ; ରହିଛନ୍ତି ଜଣେ ଶିଶୁ

Also Read: Mla Mukesh Pal Wedding: ହାତକୁ ଦି ହାତ ହେଲେ ବିଧାୟକ ମୁକେଶ ପାଲ ,ଆଜି ରିସେପସନ୍ ପାର୍ଟି, ଜାଣନ୍ତୁ କିଏ ଅଛନ୍ତି ସ୍ପେଶାଲ୍ ଗେଷ୍ଟ?

ସେହିପରି ଆଜି ମଧ୍ୟ ଛତିଶଗଡର ବାଲୋଡା ବଜାର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ମହିଳା ଅଛନ୍ତି ।  ପୋଲିସର ସୂଚନାନୁସାରେ, ବାଲୋଡା ବଜାର ଜିଲ୍ଲାର ଗୋଡା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁଇ ଡଜନରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଏକ ଟ୍ରକକୁ ଧକ୍କା ଦେଇଥିଲା। ଏହି ଘଟଣା ପାଲାରି ପୋଲିସ ଷ୍ଟେସନ ଅଞ୍ଚଳର ଅଟେ। ବାଲୋଡା ବଜାର ଏସଏସପି ଦୀପକ ଝା କହିଛନ୍ତି ଯେ, ଏହି ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଜଣେ ମହିଳା ମଧ୍ୟ ଅଛନ୍ତି। ଦୁର୍ଘଟଣା ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଗତକାଲି ରାତିରେ ବାଲୋଡା ବଜାରର ପାଲାରି ପୋଲିସ ଷ୍ଟେସନର ଗୋଉଡା ପୁଲିଆ ନିକଟରେ ଟ୍ରକ୍ ଓ ପିକଅପ୍ ମଧ୍ୟରେ ଧକ୍କା ହେବା ଫଳରେ ୬ ଜଣଙ୍କ ମୃତ୍ୟୁ ଖବର ପାଇ ଭୁପେଶ ବଘେଲ ଟ୍ୱିଟ୍ କରିଛନ୍ତି। ଭଗବାନ ମୃତକଙ୍କ ପରିବାରକୁ ସାହସ ଦିଅନ୍ତୁ। ଆମେ ସମସ୍ତେ ଦୁଃଖରେ ଏକାଠି ଅଛୁ। ସେ କହିଛନ୍ତି ଯେ ମୃତକଙ୍କ ନିର୍ଭରଶୀଳ ତଥା ଆହତଙ୍କ ସମ୍ପର୍କୀୟଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।