Brahmapur News: ନୂଆ ଜୀବନ ଦେଲେ MKCG ଡାକ୍ତର, ଯୁବକଙ୍କ ମଳଦ୍ୱାରରେ ଦୁବୃର୍ତ୍ତ ପୁରାଇ ଦେଇଥିଲେ ପାଇପ୍
Advertisement
Article Detail0/zeeodisha/odisha1696760

Brahmapur News: ନୂଆ ଜୀବନ ଦେଲେ MKCG ଡାକ୍ତର, ଯୁବକଙ୍କ ମଳଦ୍ୱାରରେ ଦୁବୃର୍ତ୍ତ ପୁରାଇ ଦେଇଥିଲେ ପାଇପ୍

Brahmapur News News In Odia: ବ୍ରହ୍ମପୁର ଏମକେସିଜିରେ (MKCG Medical College) ବିରଳ ଅସ୍ତ୍ରୋପ୍ରଚାର । ଯୁବକଙ୍କ ମଳଦ୍ବାରରୁ ବାହାରିଲା ପାଇପ୍ । କିଛି ଦୁବୃର୍ତ୍ତ ଯୁବକଙ୍କୁ ଆକ୍ରମଣ କରି ମଳଦ୍ବାରରେ ପାଇପ୍ ପୁରାଇ ଦେଇ ଥିଲେ। ସେହି ପାଇପ୍ ଯୋଗେ ପମ୍ପ ଦେଇ ପବନ ଭର୍ତ୍ତି କରିଦେଇଥିଲେ । ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏବଂ ତାଙ୍କୁ ଏମକେସିଜିରେ ଭର୍ତ୍ତି କରିଥିଲେ। ଜୀବନ ସହ ସଂଘର୍ସ କରୁଥିଲେ ମୃତ୍ୟୁଞ୍ଜୟ । ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Brahmapur News News In Odia: ବ୍ରହ୍ମପୁର ଏମକେସିଜିରେ (MKCG Medical College) ବିରଳ ଅସ୍ତ୍ରୋପ୍ରଚାର ।  ଏ-ହି ଅସ୍ତ୍ରୋପ୍ରଚାର କରି ଜଣେ ଯୁବକଙ୍କୁ ନୂଆ ଜୀବନ ଦେଇଛନ୍ତି ଡାକ୍ତର। ଯେଉଁଠି ବଞ୍ଚିବାର ଆଶା କମ୍ ଥିଲା ସେଠି ତାଙ୍କୁ ବଞ୍ଚିବାର ରାହା ଦେଖାଇଲେ ଡାକ୍ତର ।  ଯୁବକ ଜଣକ ହେଲେ, କନ୍ଧମାଳର ଜିଲ୍ଲା ଫୁଲବାଣୀର (Kandhamal District, Phulbani) ମୃତ୍ୟୁଞ୍ଜୟ ପାତ୍ର । ମୃତ୍ୟୁଞ୍ଜୟଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ,ଗତ ୯ ତାରିଖ ଦିନ ମୃତ୍ୟୁଞ୍ଜୟଙ୍କୁ କିଛି ଦୁବୃର୍ତ୍ତ ଆକ୍ରମଣ କରିବା ସହ  ତାଙ୍କ ମଳଦ୍ବାରରେ ଏକ ପାଇପ୍ ଭର୍ତ୍ତି କରି ଦେଇଥିଲେ।  ପରେ ସେହି ପାଇପ୍ ଯୋଗେ ପମ୍ପ ଦେଇ ପବନ ଭର୍ତ୍ତି କରିଦେଇଥିଲେ । ଫଳରେ ମୃତ୍ୟୁଞ୍ଜୟଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏବଂ ତାଙ୍କୁ ଏମକେସିଜିରେ ଭର୍ତ୍ତି କରିଥିଲେ।  ଜୀବନ ସହ ସଂଘର୍ସ କରୁଥିଲେ ମୃତ୍ୟୁଞ୍ଜୟ ।

ବ୍ରହ୍ମପୁର ଏମକେସିଜିରେ ମୃତ୍ୟୁଞ୍ଜୟଙ୍କର ଏକ୍ସରେ ଓ ସିଟି ସ୍କାନ କରାଯିବା ପରେ ଜଣାପଡିଥିଲା ପବନ ପଶିବାରୁ ତାଙ୍କର ଅନ୍ତନଳୀ ଫାଟି ଯାଇଛି । ମଳଦ୍ୱାର ଠାରୁ ପ୍ରାୟ ୨୦ ସେଣ୍ଟିମିଟର ଉପରେ ରହିଥିବା ବୃହତ ଅନ୍ତନଳୀର ତଳ ଭାଗରେ ଥିବା ୩ ସେଣ୍ଟିମିଟର ଅନ୍ତନଳୀ ଫାଟି ଯାଇଛି । ଏହାସହିତ ଅନ୍ୟ କିଛି ଅନ୍ତନଳୀ ମଧ୍ୟ ମାଡ ହୋଇଛି । ଏହାପରେ ଗତ ୧୦ ତାରିଖରେ ମୃତ୍ୟୁଞ୍ଜୟଙ୍କର ଅପରେସନ୍ କରାଯାଇଥିଲା । ଏମକେସିଜିର ୭ ଜଣିଆ ଟିମ୍ ୩ ଘଣ୍ଟା ଧରି ଅପରେସନ୍ କରିଥିଲେ । ପବନ ବାହାର କରାଯିବା ସହ ଅନ୍ତନଳୀଗୁଡିକର ଚିକିତ୍ସା କରାଯାଇ ମଳଦ୍ୱାର ପଟେ ମଳତ୍ୟାଗ ନକରି ଶରୀରର ଅନ୍ୟ ଏକ ସ୍ଥାନରେ ମଳ ବାହାର କରାଯାଉଛି ।ଅପରେସନ୍ ପରେ ତାଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ସେ ଏବେ ଆଇସିୟୁରେ ଅଛନ୍ତି ।  

Also Read : Road Accident: ଦିଅଁ ଦର୍ଶନ କରି ଘରକୁ ଫେରୁଥିଲେ ପରିବାର, ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳର ୬ ମୃତ

Also Read : CBSE Class 10th Results: ଦଶମ ଶ୍ରେଣୀ ଟପ୍ପର ହେଲେ ଏସିଡ଼ ପୀଡ଼ିତା, ପଢନ୍ତୁ ଏହି ପ୍ରେରଣାଦାୟୀ ରିପୋର୍ଟ

ସେହିପରି ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ସୁବର୍ଣ୍ଣଗିରି ଅଞ୍ଚଳରେ । ଏକ ସ୍କୁଲ ମରାମତି ବେଳେ ଜଣେ ଯୁବକଙ୍କ ମଳଦ୍ୱାରରେ ଶାବଳ ପଶିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଥିଲା। ଗୁରୁତର ଯୁବକ ଜଣକ ହେଲେ ସୁବର୍ଣ୍ଣଗିରି ଗ୍ରାମର ଶକ୍ତି ପାଟଗୁରୁ। ତାଙ୍କୁ ପ୍ରଥମେ କୋଟଗଡ଼ ଏବଂ ପରେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଶକ୍ତି ଦିନ ମଜୁରିଆ ଭାବେ କାମ କରନ୍ତି। ତେବେ ସେ ତଲବସୁବର୍ଣ୍ଣଗିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ମରାମତି କରୁଥିବା ବେଳେ ଏକ ଆଜବେଷ୍ଟ ତାଙ୍କ ଉପରେ ପଡ଼ିଥିଲା। ଫଳରେ ସେ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତଳେ ଥିବା ଶାବଳଟି ତାଙ୍କ ମଳଦ୍ୱାରରେ ପଶିଯାଇଥିଲା।

Also Read : Parineeti-Raghav Love Story: କୈଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ରାଘବ-ପରିଣିତିଙ୍କ ଲଭଷ୍ଟୋରୀ, ପଢନ୍ତୁ ଏହି ରିପୋର୍ଟ...

Also Read : Raghav Parineeti Engagement: ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଅଟନ୍ତି ରାଘବ ଚଢ଼ା, ଲଣ୍ଡନରୁ କରିଛନ୍ତି ଅଧ୍ୟୟନ, ଜାଣନ୍ତୁ ତାଙ୍କ ପୂରା ଯୋଗ୍ୟତା

Also Read : Diabetes: ପରିସ୍ରାରୁ ଜଣା ପଡିବ ଆପଣଙ୍କୁ ମଧୁମେହ ହୋଇଛି ନା ନାହିଁ? ପଢନ୍ତୁ ଏହି ରିପୋର୍ଟ

Also Read : Surya Gochar 2023: ଏହି ୫ଟି ରାଶିରେ ସୁନା କଳସ ଢାଳିବେ ମାଆ ଲକ୍ଷ୍ମୀ, ପଦୋନ୍ନତି ସାଙ୍ଗକୁ ହେବ ଟଙ୍କାର ବର୍ଷା!