Dussehra 2023: ଏଠାରେ ମୁସଲିମ୍ ବ୍ୟକ୍ତି ତିଆରି କରନ୍ତି ବିରାଟ 'ରାବଣ', ଅଗ୍ନି ସଂଯୋଗ କରନ୍ତି ହିନ୍ଦୁ
Advertisement
Article Detail0/zeeodisha/odisha1927984

Dussehra 2023: ଏଠାରେ ମୁସଲିମ୍ ବ୍ୟକ୍ତି ତିଆରି କରନ୍ତି ବିରାଟ 'ରାବଣ', ଅଗ୍ନି ସଂଯୋଗ କରନ୍ତି ହିନ୍ଦୁ

Dussehra 2023: ଦଶହରାରେ ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ବାରାଣାସୀର ଏକ ସ୍ଥାନରେ ରାବଣ ସହିତ କୁମ୍ଭକର୍ଣ୍ଣ ଏବଂ ମେଘନାଦ ପୁତ୍ତଳିକା ମଧ୍ୟ ପୋଡାଯାଇଥାଏ ।

Dussehra 2023: ଏଠାରେ ମୁସଲିମ୍ ବ୍ୟକ୍ତି ତିଆରି କରନ୍ତି ବିରାଟ 'ରାବଣ', ଅଗ୍ନି ସଂଯୋଗ କରନ୍ତି ହିନ୍ଦୁ

Dussehra 2023: ସମଗ୍ର ଦେଶରେ ଦୁଶହରା ଅବସରରେ ରାବଣ ଦହନଙ୍କ ପାଇଁ ଅନେକ ପ୍ରକାରର ପ୍ରସ୍ତୁତି ଚାଲିଛି। ବହୁ ବର୍ଷ ହେବ ବାରାଣାସୀ ନିକଟ ଏକ ସ୍ଥାନରେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କର ବିରାଟ ପୁତ୍ତଳିକା ନିର୍ମାଣ କରାଯାଇଥାଏ । ଏହି ଦୃଶ୍ୟ ଦେଖିବାକୁ ହଜାର ହଜାର ଲୋକ ଏତତ୍ରିତ ହୋଇଥାନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ବାରାଣାସୀର ଦଶହରାରେ ଜଳାଯାଉଥିବା ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ପୁତ୍ତଳିକା ଗୁଡିକୁ ଶ୍ୟାମସାଦ ଖାନ୍ ଏବଂ ତାଙ୍କ ପରିବାର ଦ୍ୱାରା ପ୍ରସ୍ତୁତ ହୋଇଛି । ଗତ ତିନି ପିଢୀ ଧରି ଏମାନେ ଏହି ପୁତ୍ତଳିକା ତିଆରି କରୁଛନ୍ତି ।

୭୫ ଫୁଟର ରାବଣ
ଶ୍ୟାମସାଦ ଖାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମର ପରିବାର ଲୋକେ ତିନି ପିଢୀ ଧରି ଦଶହରାରେ ରାବଣ ପଡି କାର୍ଯ୍ୟକ୍ରମ ପାଇଁ ରାବଣ ତିଆରି କରୁଛୁ । ଆମର ବାପା, ମାଆଙ୍କ ଟାରୁ ଆମେ ପ୍ରଥମେ ଏହି ତିଆରି କରିବାର କୌଶଳ ଶିଖିଥିଲୁ । ବିଜୟୈଦଶମୀ ଅବସରରେ ଅନେକ ଅନେକ ଅନୁଷ୍ଠାନମାନେ ରାବଣ ପୋଡ଼ି କାର୍ଯ୍ୟକ୍ରମ ପାଇଁ ଆମକୁ ଯୋଗାଯୋଗ କରିଥାନ୍ତି । ଚଳିତଥର ଯେଉଁ ରାବଣ ପ୍ରସ୍ତୁତ ହୋଇଛି ତାହାର ଉଚ୍ଚତା ୭୫ ଫୁଟ । କୁମ୍ଭକର୍ଣ୍ଣର ଉଚ୍ଚତା ୭୦ ଫୁଟ ଏବଂ ମେଘନାଦଙ୍କ ଉଚ୍ଚତା ୬୫ ଫୁଟ । ଦଶହରା ଦିନ ରାବଣ ପୋଡି ଉତ୍ସବ ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ଲୋକଙ୍କ ଭିଡ ଏଠାରେ ଦେଖିବାକୁ ମିଳିଥାଏ ।

ଭଗବାନ ରାମଙ୍କ ବ୍ୟକ୍ତିତ୍ୱ ଦ୍ୱାରା ଶ୍ୟାମଶାଦ ପ୍ରଭାବିତ
ରାବଣ ଏବଂ ଅନ୍ୟାନ୍ୟ ଚରିତ୍ର ଗୁଡିକର ପୁତ୍ତଳିକା ତିଆରି କରୁଥିବା ଶ୍ୟାମଶାଦ କହିଛନ୍ତି ଯେ, ବିଜୟାଦଶମୀ ହେଉଛି ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ । ଆମେ ସମସ୍ତେ ବିଶ୍ୱାସ କରୁ ଯେ ସମାଜରୁ ପାପ ମହିସାସୁର ରୂପକ ରାକ୍ଷସକୁ ହଟାଇବା ପାଇଁ ମାଆ ଆବିର୍ଭାବ ହୁଅନ୍ତି । ତେଣୁ ଆମେ ସମସ୍ତେ ପ୍ରଭୁ ଶ୍ରୀରାମଙ୍କ ପଥକୁ ଅନୁସରଣ କରିବା ଉଚିତ ।

Also Read- Love Story: ପ୍ରେମ ପାଇଁ ଜୀବନ ହାରିଲେ ସମୁଦୀ-ସମୁଦୁଣୀ

Also Read- Vastu Tips: ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ମା’ଲକ୍ଷ୍ମୀ ହେବେ ପ୍ରସନ୍ନ