Eid ul Fitr 2024: ଭାରତରେ କେବେ ପାଳନ କରାଯିବ ଇଦ ଉଲ ଫିତର?
Advertisement
Article Detail0/zeeodisha/odisha2196749

Eid ul Fitr 2024: ଭାରତରେ କେବେ ପାଳନ କରାଯିବ ଇଦ ଉଲ ଫିତର?

Eid ul Fitr 2024 Date in India:  ସାଉଦି ଆରବ ଠାରେ ଇଦ ପାଳନ ହେବାର ଦିନକ ପରେ ଭାରତରେ ପାଳନ କରାଯିବ।  

ପ୍ରତୀକାତ୍ମକ ଫଟୋ

Eid ul Fitr 2024 in India: ଚଳିତ ବର୍ଷ କେବେ ପାଳନ କରାଯିବ ଇଦ-ଉଲ-ଫିତର ସେ ନେଇ ତାରିଖ ଘୋଷଣା କରାଯାଇ ସାରିଛି। ଏହି ତାରିଖ ଇସଲାମ ଧର୍ମର ମୁଖ୍ୟାଳୟ କୁହାଯାଉଥିବା ସାଉଦି ଆରବ ପକ୍ଷରୁ ଘୋଷଣା କରାଯାଇଛି। ଇଦ୍-ଉଲ୍-ଫିତର ପର୍ବ ଚଳିତ ବର୍ଷ ଅପ୍ରେଲ ୧୦ ତାରିଖ ବୁଧବାର ଦିନ ସାଉଦି ଆରବ ଠାରେ ପାଳନ କରାଯିବ। ଗତ ସୋମବାର (ଅପ୍ରେଲ ୮) ସାଉଦି ଆରବ ଠାରେ ଇଦ୍ ଚନ୍ଦ୍ର ଦେଖାଯିବା ପରେ ଏହି ଘୋଷଣା କରାଯାଇଛି। 

ମଙ୍ଗଳବାର ସନ୍ଧ୍ୟାରେ ସାଉଦି ଆରବ ଠାରେ ଇଦ୍ ଚନ୍ଦ୍ର (Eid Moon in Saudi Arabia 2024) ଦେଖାଯିବାର ଆଶା କରାଯାଉଛି। ଏହାର ପର ଦିନ ଇଦ୍ ପାଳନ (Eid ul Fitr 2024 Date in India) କରାଯିବ। ଯଦି ବୁଧବାର ସାଉଦି ଆରବ ଠାରେ ଇଦ୍ ପାଳନ କରାଯାଏ, ତାହେଲେ ଏହା ମଧ୍ୟ ସ୍ପଷ୍ଟ ହୋଇଯିବ ଯେ ଭାରତରେ କେବେ ଏହି ପର୍ବ ପାଳନ କରାଯିବ। ଇଦ୍-ଉଲ୍-ଫିତର ପର୍ବ (Eid ul Fitr 2024 Date) ଅପ୍ରେଲ ୧୧ ତାରିଖ ଗୁରୁବାର ପାଳନ କରାଯିବ। ସାଉଦି ଆରବରେ ଇଦ୍ ପାଳନ ହେବାର ଗୋଟିଏ ଦିନ ପରେ ଭାରତରେ ଏହି ପର୍ବ ପାଳିତ ହୋଇଥାଏ।

ମୁସଲମାନ ସମ୍ପ୍ରଦାୟର (Muslim Community) ଲୋକେ ଇଦ୍ ପର୍ବ (Eid Festival in Islam) ଯେବେ ପାଳନ ହୁଏ ସେହି ଦିନ ସକାଳେ ନମାଜ (Eid Namaz in Ramadan) ପଢିଥାନ୍ତି। ଏହା ପରେ ସେମାନେ ଶେର ଖୁରମା ସମେତ ବିଭିନ୍ନ ପ୍ରକାରର ଖାଦ୍ୟ ସେବନ କରିଥାନ୍ତି। ଭାଇଚାରାର ପ୍ରତୀକ ଭାବେ ଇଦ୍-ଉଲ୍-ଫିତର ପର୍ବ (Eid ul Fitr Festival) ପାଳନ କରାଯାଏ। ଇଦ୍ ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକ ନମାଜ ପଢିବା ସହ ଶାନ୍ତି, ସୁଖ ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥାନ୍ତି। ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିହା ମୁସଲିମ ଆନନ୍ଦ ଉଲ୍ଲାସର ସହ ଇଦ୍ ପାଳନ କରିଥାନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହିଜ୍ରି କ୍ୟାଲେଣ୍ଡର (Hijri Calendar in Islam) ହେତୁ ଇଦ୍ ତାରିଖ ବର୍ଷକୁ ବର୍ଷ ବଦଳିଥାଏ। ଏହି କ୍ୟାଲେଣ୍ଡର ଚନ୍ଦ୍ର ଉପରେ ଆଧାରିତ ହୋଇଥାଏ। ଯେଉଁଥିରେ ଚନ୍ଦ୍ରର କ୍ଷୟ-ବୃଦ୍ଧି ଅନୁଯାୟୀ ଦିନ ଗଣନା କରାଯାଏ। 

କାହିଁକି ପାଳିତ ହୋଇଥାଏ ଇଦ?
ଇସଲାମ ଧର୍ମର ନବମ ମାସ ରମଜାନ (9th Month of Islamic Calendar Ramadan) ସମାପ୍ତ ହେବା ପରେ ଇଦ୍-ଉଲ୍-ଫିତର ପର୍ବ ଦଶମ ଶବ୍ବାଲ ମାସର (10th Sabbal Month of Islamic Calendar) ପ୍ରଥମ ଦିନରେ ପାଳନ କରାଯାଏ। ଇସଲାମୀୟ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଇସଲାମ ଧର୍ମର ଶେଷ ଭବିଷ୍ୟ‌ଦ୍‌ବକ୍ତା (Last Prophet of Islam) ମହମ୍ମଦ (Prophet Muhammad) ବଦର ଯୁଦ୍ଧରେ (Battle of Badr) ବିଜୟୀ ହୋଇଥିଲେ। ଯେତେବେଳେ ଏହି ଯୁଦ୍ଧ ହୋଇଥିଲା, ସେତବେଳେ ରମଜାନ ମାସ (Ramadan Month in Islamic Calendar) ଚାଲିଥିଲା​। 

ବଦର ଯୁଦ୍ଧରେ ମିଳିଥିବା ବିଜୟ ପରେ ଲୋକଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା। ଯାହା ପରେ ଏହି ଦିନ ମିଠି ଇଦ୍ କିମ୍ବା ଇଦ୍-ଉଲ୍-ଫିତର ଭାବରେ ପାଳନ କରାଯାଏ। ଏହା ବ୍ୟତୀତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଇସଲାମ ଧର୍ମଗ୍ରନ୍ଥ ପବିତ୍ର କୁରାନ (The Holy Quran) ପ୍ରଥମ ଥର ପାଇଁ ରମଜାନ ମାସ (Ramadan Month in Islam) ଶେଷରେ ପୃଥିବୀ ପୃଷ୍ଠକୁ ଆସିଥିଲା।