ପୁଲଓ୍ବାମାରେ ଏନକାଉଣ୍ଟର ଆରମ୍ଭ
Advertisement
Article Detail0/zeeodisha/odisha2276209

ପୁଲଓ୍ବାମାରେ ଏନକାଉଣ୍ଟର ଆରମ୍ଭ

ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଅପରେସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ରଖାଯାଇଛି । ଅପରେସନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ୍‌ କରି ସୂଚନା ଦେଇଛି ।

ପୁଲଓ୍ବାମାରେ ଏନକାଉଣ୍ଟର ଆରମ୍ଭ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ମଧ୍ୟରେ କାଶ୍ମୀରରେ ପୁଣି ଏନକାଉଣ୍ଟର ହୋଇଛି। ଦକ୍ଷିଣ କାଶ୍ମୀରର ପୁଲଓ୍ବାମା ଜିଲ୍ଲାର ନିହାମା ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଆତଙ୍କୀ ଗତିବିଧି ନେଇ ଇନପୁଟ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମିଳିତ ଅପରେସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ରଖାଯାଇଛି । ଅପରେସନ ଜାରି ରହିଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ୍‌ କରି ସୂଚନା ଦେଇଛି । ପ୍ରାୟ ଦୁଇ ଜଣ ଆତଙ୍କୀ ସ୍ଥାନୀୟ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ପୁରା ଏରିଆ ଏବେ କର୍ଡନ କରାଯାଇଛି ।

ଏହା ପୂର୍ବରୁ ମଧ୍ୟ ନିକଟରେ ଆତଙ୍କୀ ହମଲା ହେବା ପରେ ଏନକାଉଣ୍ଟରେ ହେବାର ନଜିର ରହିଛି । ନିକଟ ଅତୀତ ମେ ୪ ତାରିଖରେ ପୁଞ୍ଚ ଜିଲ୍ଲାର ସୁରନକୋଟ ଅଞ୍ଚଳରେ ବାୟୁସେନା ଗାଡି ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ହଠାତ୍ ଆତଙ୍କବାଦୀମାନେ ସେନା ଗାଡି ଉପରେ ଗୁଳିମାଡ଼ କରିଥିଲେ । ଏଥିରେ 5 ଜଣ ଯବାନଙ୍କୁ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଆହତମାନଙ୍କୁ ଉଦ୍ଧମପୁରକୁ ଏୟାରଲିଫ୍ଟ କରାଯାଇଥିଲା । ସେଠି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ଆଖି ବୁଜିଥିଲେ । ୪ ଆହତ ଯବାନଙ୍କ ଚିକିତ୍ସା ଜାରି ରହିଛି । ଚଳିତ ବର୍ଷ ବାୟୁସେନା କନଭୟ ଉପରେ ଏହା ବଡ଼ଧରଣର ଆକ୍ରମଣ ବୋଲି କୁହାଯାଉଛି । ଏହି ଆକ୍ରମଣ ପରେ ଭାରତୀୟ ସେନା ଓ ପୋଲିସଙ୍କୁ ଆଲର୍ଟ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ସହ ଏନକାଉଣ୍ଟର ମଧ୍ୟ ହୋଇଥିଲା ।

ଏହାପୂର୍ବରୁ ଏପ୍ରିଲ ୨୩ ତାରିଖରେ ରଜୌରୀ ଜିଲ୍ଲାର କୁଣ୍ଡା ଟପ ଅଞ୍ଚଳର ଏକ ମସଜିଦ ସାମ୍ନାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ଜଣେ ସେନା ଅଧିକାରୀଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଏପ୍ରିଲ ୪ ତାରିଖରେ ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା ରଖି ଅନୁପ୍ରବେଶ କରୁଥିବା ଏକାଧିକ ପାକିସ୍ତାନୀ ଆତଙ୍କୀଙ୍କୁ ଗିରଫ କରିଥିଲା ଉତ୍ତର ପ୍ରଦେଶ ପୋଲିସ ସ୍ପେଶାଲ ଟାକ୍ସଫୋର୍ସ । ପାକିସ୍ତାନୀ ସମର୍ଥିତ ଦୁଇ ଆତଙ୍କବାଦୀଙ୍କ ସମେତ ମୋଟ 3 ଜଣଙ୍କୁ ନେପାଳ-ଭାରତ ଅନ୍ତର୍ଜାତୀୟ ସୀମାରୁ ଗିରଫ କରାଯାଇଥିଲା । ଏହାର କିଛି ଦିନ ପରେ ଜଣେ ସ୍ଥାନୀୟ ରାଜନେତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିବା ସହ ରାଜସ୍ଥାନର ଏକ ପର୍ଯ୍ୟଟକ ଦମ୍ପତିଙ୍କୁ ମଧ୍ୟ ଗୁଳି ମାଡ କରିଥିଲେ । ସ୍ଥାନୀୟ ରାଜନେତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦମ୍ପତି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Also Read- Grah Gochar June 2024: ଶୁକ୍ରଙ୍କ ସମେତ ୩ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ୩ ରାଶି ଭାଗ୍ୟରେ ଲଟେରୀ