ଅବକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଲା ଚଢଉ, ଖାଇଲେ ନିସ୍ତୁକ ମାଡ
Advertisement
Article Detail0/zeeodisha/odisha2171325

ଅବକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଲା ଚଢଉ, ଖାଇଲେ ନିସ୍ତୁକ ମାଡ

ଦେଶୀ ମଦ କାରବାର ନେଇ ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ ଖବର ପାଇଥିଲେ । ପରେ ସେ ଏକ ଟିମ୍ ଗଠନ କରି ଦେଶୀ ମଦ ବେଆଇନ କିଣାବିକା ହେଉଥିବା ସ୍ଥାନକୁ ଚଢଉ ପାଇଁ ଯାଇଥିଲେ । ସେଠାରେ ଜଣେ ମଦ ମାଫିଆକୁ ଗିରଫ କରିବା ପରେ ନିଶା ମାଫିଆଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟ ଏକତ୍ର ହୋଇ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ଅବକାରୀ କର୍ମଚାରୀଙ୍କୁ ମହଙ୍ଗା ପଡିଲା ଚଢଉ, ଖାଇଲେ ନିସ୍ତୁକ ମାଡ

କଟକ: ଚୋରା ଦେଶୀ ମଦ କାରବାର ସମ୍ପର୍କରେ ଖବର ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନା ଡାଳୁଆ ଗାଁରେ ଚଢାଉ କରାଯାଇଥିଲା । କିନ୍ତୁ ଚଢାଉ ସମୟରେ ନିଶା ମାଫିଆମାନେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏପରିକି ନିସ୍ତୁକ ମାଡ ମଧ୍ୟ ଖାଇଥିଲେ ଅବକାରୀ କର୍ମଚାରୀମାନେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଅବକାରୀ କର୍ମଚାରୀଙ୍କୁ ଉଦ୍ଧାର କରିଛି ।

ସୂଚନା ମୁତାବକ, ଦେଶୀ ମଦ କାରବାର ନେଇ ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ ଖବର ପାଇଥିଲେ । ପରେ ସେ ଏକ ଟିମ୍ ଗଠନ କରି ଦେଶୀ ମଦ ବେଆଇନ କିଣାବିକା ହେଉଥିବା ସ୍ଥାନକୁ ଚଢଉ ପାଇଁ ଯାଇଥିଲେ । ସେଠାରେ ଜଣେ ମଦ ମାଫିଆକୁ ଗିରଫ କରିବା ପରେ ନିଶା ମାଫିଆଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟ ଏକତ୍ର ହୋଇ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । କେବଳ ସେତିକି ନୁହେଁ, ଯେଉଁ ଗାଡିରେ ଅବକାରୀ କର୍ମଚାରୀ ଯାଇଥିଲେ ତାହାକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଲୋକେ । ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କୁ ଲୋକମାନେ ସେଠାରେ ଅଟକ ରଖିଥିଲେ । ଏ ସମ୍ପର୍କରେ ଖୁଣ୍ଟୁଣୀ ଥାନାରେ ଖବର ପହଞ୍ଚିବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶା ମାଫିଆଙ୍କ କବଜାରୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।

ଘଟଣାସ୍ଥଳରୁ ଉଦ୍ଧାର ହେବା ପରେ ବନ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏତଲା ଆଧାରରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

Also Read- Crime News: ରାଜଧାନୀରୁ ବ୍ରାଉନ୍‌ସୁଗର ଜବତ, ୨ ଯୁବତୀ ଗିରଫ

Also Read- ଯାଯାବର ୨.୦ ସିନେମା ଦେଖି ଶ୍ରୀରାମ ପଣ୍ଡାଙ୍କୁ ମନେ ପକାଇଲେ ଦର୍ଶକ