Kuljit Pal Passed Away: ଫିଲ୍ମ ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ, ଚମକାଇଥିଲେ ଏହି ଅଭିନେତ୍ରୀଙ୍କ ଭାଗ୍ୟ
Advertisement
Article Detail0/zeeodisha/odisha1752795

Kuljit Pal Passed Away: ଫିଲ୍ମ ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ, ଚମକାଇଥିଲେ ଏହି ଅଭିନେତ୍ରୀଙ୍କ ଭାଗ୍ୟ

ବରିଷ୍ଠ ଫିଲ୍ମ ନିର୍ମାତା କୁଳଜିତ ପାଲଙ୍କ ଦେହାନ୍ତ ହୋଇଛି । ଘତକାଲି ପାଖାପାଖି ମଧ୍ୟ ରାତ୍ରୀରେ ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ବଲିଉଡ (bollywood) ଜଗତରେ ଏବେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ମୃତ୍ୟୁର କାରଣ ହୃଦଘାତ (heart attac

Kuljit Pal Passed Away: ଫିଲ୍ମ ନିର୍ମାତା କୁଲଜିତ ପାଲଙ୍କ ଦେହାନ୍ତ, ଚମକାଇଥିଲେ ଏହି ଅଭିନେତ୍ରୀଙ୍କ ଭାଗ୍ୟ

Kuljit Pal Passed Away: ବରିଷ୍ଠ ଫିଲ୍ମ ନିର୍ମାତା କୁଳଜିତ ପାଲଙ୍କ ଦେହାନ୍ତ ହୋଇଛି । ଘତକାଲି ପାଖାପାଖି ମଧ୍ୟ ରାତ୍ରୀରେ ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ବଲିଉଡ (bollywood) ଜଗତରେ ଏବେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ମୁତାବକ ଆଜି ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ମୃତ୍ୟୁର କାରଣ ହୃଦଘାତ (heart attack) ବୋଲି ସୂଚନା ମିଳିଛି । ଦୀର୍ଘଦିନ ହେବ କୁଳଜିତ ପାଲ ଅସୁସ୍ଥ ଥିବା ସହ ଡାକ୍ତର (doctor)ଙ୍କ ପରାମର୍ଶ ନେଉଥିଲେ । କୁଳଜିତ ପାଲଙ୍କ ମ୍ୟାନେଜର (manager) ସଞ୍ଜୟ ବାଜପେୟୀ କହିଛନ୍ତି ଯେ, "କୁଳଜିତଙ୍କୁ ହୃଦଘାତ ହୋଇଥିଲା । ସେ କିଛି ଦିନ ହେବୟ ଅସୁସ୍ଥ ମଧ୍ୟ ଥିଲେ। ଆଜି ମଧ୍ୟାହ୍ନ ୧୨ଟା ସମୟରେ ସାନ୍ତାକ୍ରୁଜ୍ ଶବଦାହ ସ୍ଥାନରେ ଶେଷ ରୀତିନୀତି କରାଯିବ ।  ସୂଚନା ଅନୁଯାୟୀ, ଜୁନ୍ ୨୯ ତାରିଖ ଅପରାହ୍ନ ୫ ଟାରୁ ୬ ଟା ମଧ୍ୟରେ ଏକ ଶୋକସଭା ଆୟୋଜନ କରାଯିବ।

ଆପଣଙ୍କୁ ସୂଚନା ଦୋବାକୁ ଚାହୁଁ ଯେ, କୁଳଜିତ ପାଲ ହେଉଛନ୍ତି ପ୍ରଥମ ନିର୍ମାତା ଯିଏ ଅଭିନେତ୍ରୀ ରେଖାଙ୍କୁ ଫିଲ୍ମରେ ବ୍ରେକ୍ ଦେଇଥିଲେ। ଏଥିସହ ଅତୀତର ଅନେକ ସିନେମାରେ ସ୍ୱତନ୍ତ୍ର ଚାପ ଛାଡିଛନ୍ତି ସ୍ୱର୍ଗତ କୁଲଜିତ୍ । ଦୋ ଶିକାରୀ, ଅର୍ଥ, ଆଜ୍, ଭାସନାଷ ପରମାତ୍ମା, ଆଶିଆନା ପରି ଅନେକ ଏଭରଗ୍ରିନ୍ ସିନେମା ଦର୍ଶକଙ୍କୁ ଭେଟିଦେଇଛନ୍ତି କୁଲଜିତ । ସେ ଆଜି ନାହାନ୍ତି ସତ କିନ୍ତୁ ଅନେକ କଳାକାରଙ୍କୁ ସେ ତିଆରି କରିଛନ୍ତି । ଯେଉଁଥିପାଇଁ ତାଙ୍କ ମୃତ୍ୟୁରେ ଆଜି ବଲିଉଡରେ ଶୋକର କଳାବାଦଲ ଖେଳିଯାଇଛି ।

Also read- ଆଶ୍ଟର୍ଯ୍ୟ ଲାଗିଲେ ବି ସତ.. ପୁଣି ଫେରିବେ ପିଣ୍ଟୁ ନନ୍ଦ !