Advertisement
Article Detail0/zeeodisha/odisha2377855

FD କରିବାକୁ ଚାହୁଁଛନ୍ତି! ଜାଣନ୍ତୁ କେଉଁ ସରକାରୀ ବ୍ୟାଙ୍କ ଦେଉଛି ସର୍ବାଧିକ ସୁଧ

FD Interest Rates: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ତେଣୁ ବ୍ୟାଙ୍କଗୁଡ଼ିକ ଏଫଡି ଉପରେ ଅଧିକ ସୁଧ ଦେଉଛନ୍ତି। FD ରେ ଆକର୍ଷଣୀୟ ରିଟର୍ଣ୍ଣ ପାଇବା ପାଇଁ ଜାଣନ୍ତୁ କେଉଁ ବ୍ୟାଙ୍କ ସବୁଠାରୁ ଉପଯୁକ୍ତ।

 

FD rates in August 2024
FD rates in August 2024

FD rates in August 2024: ଗତ ଦୁଇ ମାସ ମଧ୍ୟରେ ଅନେକ ସରକାରୀ ବ୍ୟାଙ୍କ (PSU) ସେମାନଙ୍କର ସ୍ଥିର ଜମା (FD) ସୁଧ ହାରରେ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ ମାସରେ ସ୍ଥିର ଜମାଗୁଡିକର ସୁଧ ହାରରେ ପରିବର୍ତ୍ତନ କରିଥିବା ବ୍ୟାଙ୍କଗୁଡ଼ିକରେ ୟୁନିଅନ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ସାମିଲ। ସୁଧ ହାରରେ ପରିବର୍ତ୍ତନ ପରେ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍ବାଧିକ ୩୩୩ ଦିନର FD ଉପରେ ବାର୍ଷିକ ୭.୪୦% ପର୍ଯ୍ୟନ୍ତ ସୁଧ ହାର ପ୍ରଦାନ କରୁଛି। ଯେଉଁଠାରେ ବରିଷ୍ଠ ନାଗରିକମାନଙ୍କୁ (୬୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ) ୦.୫୦% ଅଧିକ ସୁଧ ଦିଆଯାଉଛି ଓ ସୁପର ସିନିୟର ନାଗରିକ ଯଥା ୮୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ FD ଉପରେ ୦.୭୫% ଅଧିକ ସୁଧ ଦିଆଯାଉଛି।

SBI ସ୍ପେଶାଲ୍ FD
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏକ ନୂତନ ସୀମିତ ଅବଧି FD ଯୋଜନା ଆରମ୍ଭ କରିଛି ଯାହାର ନାମ “ଅମୃତ ବୃଷ୍ଟି”। ଅମୃତ ବୃଷ୍ଟି ସ୍କିମ୍ ୪୪୪ ଦିନର FD ରେ ବାର୍ଷିକ ୭.୨୫% ଆକର୍ଷଣୀୟ ସୁଧ ହାର ପ୍ରଦାନ କରେ। ଏହି ସ୍ୱତନ୍ତ୍ର FD ରେ ନିବେଶ ବ୍ୟାଙ୍କର ଶାଖା, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଓ ୟୋନୋ ଆପ୍ ମାଧ୍ୟମରେ କରାଯାଇପାରେ।

fallback

Add Zee News as a Preferred Source

ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ପେଶାଲ୍ FD
ସ୍ୱତନ୍ତ୍ର ଜମା ଅଧୀନରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ସାଧାରଣ ନାଗରିକଙ୍କୁ ୭.୩୦% ସୁଧ, ବରିଷ୍ଠ ନାଗରିକଙ୍କ ପାଇଁ ୭.୮୦% ସୁଧ ଓ ସୁପର ସିନିୟର ନାଗରିକଙ୍କ ପାଇଁ ୭.୯୫% ସୁଧ ଦେଉଛି। ୬୬୬ ଦିନ ପାଇଁ ୨ କୋଟି ଟଙ୍କା ଜମା କରିବା ଉପରେ ବରିଷ୍ଠ ନାଗରିକମାନେ ୭.୮୦ ପ୍ରତିଶତ ହାରରେ ସୁଧ ପାଇବେ।

ବ୍ୟାଙ୍କ ଅଫ୍ ବରୋଦା ସ୍ପେଶାଲ୍ FD
ବ୍ୟାଙ୍କ ଅଫ୍ ବରୋଦା ମୌସୁମୀ ଧାମକା ଜମା ଯୋଜନା ଆଣିଛି। ଏହି ସ୍ୱତନ୍ତ୍ର FD ଯୋଜନାରେ ୩୯୯ ଦିନ ପାଇଁ ବାର୍ଷିକ ୭.୨୫% ଓ ୩୩୩ ଦିନ ପାଇଁ ୭.୧୫% ହାରରେ ସୁଧ ଦିଆଯାଉଛି।

About the Author