Gold and silver price: ଖସିଲା ସୁନା ଦର ? ୩୫ ହଜାରରୁ କମ ଦରରେ କିଣନ୍ତୁ ୧୦ ଗ୍ରାମ ସୁନା !
Advertisement
Article Detail0/zeeodisha/odisha1740080

Gold and silver price: ଖସିଲା ସୁନା ଦର ? ୩୫ ହଜାରରୁ କମ ଦରରେ କିଣନ୍ତୁ ୧୦ ଗ୍ରାମ ସୁନା !

ବର୍ତ୍ତମାନ ବିବାହ (marriage) ଋତୁ ଚାଲିଛି । ଉଭୟ ବର ଓ କନ୍ୟା ପରିବାର ପାଇଁ ବିବାହ ଉତ୍ସବରେ ସୁନା (Gold)ର ଆବଶ୍ୟକତା ଅଧିକ ଥାଏ । ତେବେ ବର୍ତ୍ତମାନ ଯଦି ଆପଣ ସୁନା, ରୂପା କିମ୍ବା ଏହାର ଅଳଙ୍କାର (gold and silver jewellery) କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଖୁସି ଖବର (Good news)

Gold and silver price: ଖସିଲା ସୁନା ଦର ? ୩୫ ହଜାରରୁ କମ ଦରରେ କିଣନ୍ତୁ ୧୦ ଗ୍ରାମ ସୁନା !

Gold and silver price: ବର୍ତ୍ତମାନ ବିବାହ (marriage) ଋତୁ ଚାଲିଛି । ଉଭୟ ବର ଓ କନ୍ୟା ପରିବାର ପାଇଁ ବିବାହ ଉତ୍ସବରେ ସୁନା (Gold)ର ଆବଶ୍ୟକତା ଅଧିକ ଥାଏ । ତେବେ ବର୍ତ୍ତମାନ ଯଦି ଆପଣ ସୁନା, ରୂପା କିମ୍ବା ଏହାର ଅଳଙ୍କାର (gold and silver jewellery) କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଖୁସି ଖବର (Good news) ଅଛି । କାରଣ ଗତ କିଛି ଦିନ ହେବ ସୁନା ଓ ରୂପା ଦରରେ କ୍ରମାଗତ ହ୍ରାସ ଘଟିଛି । ଏହି କାରଣରୁ, ସୁନା ଓ ରୂପା ଗ୍ରାହକ (customer)ମାନେ ବହୁତ ଖୁସି ହୋଇଥିବା ଖବର ମିଳିଛି । ଗୁରୁବାର ଆସିଥିବା ଅପଡେଟ୍ (update) ଅନୁସାରେ ସପ୍ତାହର ଚତୁର୍ଥ ଦିନରେ ସୁନା ୧୦ ଗ୍ରାମ ପିଛା ୩୩୦ ଟଙ୍କା ଶସ୍ତା ହୋଇଛି । ପୂର୍ବରୁ ସୁନା ୧୦ ଗ୍ରାମ ପିଛା ପିଛା ୫୮୯୩୪ ଟଙ୍କା ଦର ରହିଥିଲା । ବୁଧବାର ଦିନ ସୁନା ଦର ୧୦ ଗ୍ରାମ ପିଛା ୫୯୧ ଟଙ୍କା ଶସ୍ତା ହୋଇ ୫୯୨୬୪  ଟଙ୍କା ସ୍ତରରେ ବନ୍ଦ ହୋଇଯାଇଥିଲା ।

ଗୁରୁବାର ଦିନ ସୁନା ସହିତ ରୂପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଗୁରୁବାର ଦିନ ରୂପା ୧୧୪୩ ଟଙ୍କା ଶସ୍ତା ହୋଇ ଦର ପହଞ୍ଚିଛି ୭୧୦୬୨ ଟଙ୍କାରେ । ଏହା ପୂର୍ବରୁ ଅର୍ଥାତ ବୁଧବାର ଦିନ ରୂପା ୧୦୬୪ ଟଙ୍କା ବଢି ୭୩୧୬୯ ଟଙ୍କା  ହୋଇଥିଲା । ସର୍ବଶେଷ ୧୪ ରୁ ୨୪ କ୍ୟାରେଟ୍ (24 carats) ସୁନା ଦର । ଏହା ପରେ, ଗୁରୁବାର ଦିନ ୨୪ କ୍ୟାରେଟ୍ ସୁନା ୫୮,୯୩୪ ଟଙ୍କା, ୨୩ କ୍ୟାରେଟ୍ ୫୮,୬୯୮ ଟଙ୍କା, ୨୨ କ୍ୟାରେଟ୍ ୫୩,୯୮୪ ଟଙ୍କା । ୧୮ କ୍ୟାରେଟ୍ ସୁନାର ଦାମ ୪୪,୨୦୧ ଏବଂ ୧୪ କ୍ୟାରେଟ୍ ୩୪,୪୭୬  ଟଙ୍କା ଶସ୍ତା ହୋଇଛି । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ,  MCX ଏବଂ ଆନ୍ତର୍ଜାତୀୟ ବଜାର (international market)ର ସୁନା ଏବଂ ରୂପା ହାର ଟିକସମୁକ୍ତ, ତେଣୁ ଦେଶର ବଜାର ହାର ମଧ୍ୟରେ ପାର୍ଥକ୍ୟ ଅଛି ।

ସୁନା ୨୭ଶହ ଟଙ୍କା ଏବଂ ରୂପା ୮୯୦୦ ଶସ୍ତା
ସର୍ବକାଳୀନ ରେକର୍ଡ ହିସାବରେ ୧୦ ଗ୍ରାମକୁ ସୁନା ୨୭୧୨ ଟଙ୍କା ଶସ୍ତାରେ ବିକ୍ରି ହୋଇଛି । ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୦୨୩ ମସିହା ମଇ ୪ ତାରିଖରେ ଏହାର ମୂଲ୍ୟ ସର୍ବକାଳୀନ ବୃଦ୍ଧି (Increase) ଘଟିଥିଲା । ଉକ୍ତ ଦିନ ସୁନା ୧୦ ଗ୍ରାମ ପିଛା ୬୧୬୪୬ ଟଙ୍କା ସ୍ତରକୁ ଯାଇଥିଲା । ଏଥି ସହ ରୂପା ସର୍ବୋଚ୍ଚ ସ୍ତରଠାରୁ କିଲୋ (kg) ପିଛା ୮୯୧୮ ଟଙ୍କା ଶସ୍ତା ହୋଇଥିଲା । ରୂପାର ସର୍ବକାଳୀନ ରେକର୍ଡ ସ୍ତର କିଲୋ ପ୍ରତି ୭୯୯୮୦ ଟଙ୍କା ।

Also read- ବାସ୍ତୁର ଏହି ୧୦ ଟି ଟିପ୍ସ ପ୍ରତ୍ୟେକ ଘର ପାଇଁ ଶୁଭ ଓ ଲାଭଦାୟକ

ଆପଣଙ୍କୁ ଏହା ସୂଚନା ଦେବା ଗୁରୁତ୍ୱପୂର୍ଣ୍ଣ ଯେ, ସୁନା ଅଳଙ୍କାରର ଖୁଚୁରା ଦର (Retail price) ଜାଣିବା ପାଇଁ  ୮୯୫୫୬୬୪୪୩୩ ନମ୍ୱରକୁ ଆପଣ ମିସଡ କଲ୍ (miss call) କରିପାରିବେ । ଖୁବ୍ କମ ସମୟ ମଧ୍ୟରେ ଆପଣଙ୍କ ମୋବାଇଲ (mobile(କୁ ଏକ ମେସେଜ୍ ଆସିବ । ଯେଉଁଥିରେ ଆପଣ ସୂନା ଦର ସମ୍ପର୍କୀତ ସମସ୍ତ ସୂଚନା (information) ପାଇପାରିବେ । ଏଥିସହ ଅନ୍ୟ ଦର ବିଷୟରେ ଜାଣିବା ପାଇଁ  ଆପଣ www.ibja.co କିମ୍ବା ibjarates.com ୱେବସାଇଟ (website)କୁ ଭିଜିଟ୍ କରିପାରିବେ ।

Also read- ଇମ୍ଫାଲରେ କେନ୍ଦ୍ରମନ୍ତ୍ରୀ ରାଜକୁମାର ରଂଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ମାଓବାଦୀ