Gold Silver Price: ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ । ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି ସୁନା ଦର ବୃଦ୍ଧି। ଦର ବୃଦ୍ଧି ଗ୍ରାହକଙ୍କ ହୋସ୍ ଉଡାଇଛି। ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ମୂଲ୍ କମ୍ ଥିବା ବେଳେ ଆଜି ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି।
Trending Photos
Gold Silver Price: ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ଗ୍ରାହକ । ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି ସୁନା ଦର ବୃଦ୍ଧି। ଦର ବୃଦ୍ଧି ଗ୍ରାହକଙ୍କ ହୋସ୍ ଉଡାଇଛି। ଜଣେ ମଧ୍ୟବିତ ପରିବାରର ଲୋକେ ଏବେ ସୁନା ଗହଣା କିଣିବା ପାଇଁ ସାହାସ ବି କରିପାରୁ ନାହାଁନ୍ତି । ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ମୂଲ୍ କମ୍ ଥିବା ବେଳେ ଆଜି ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି। ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର?
ALSO READ: Petrol Diesel Price Today: ଭୁବନେଶ୍ବରରେ ଶସ୍ତା ହେଲା ପେଟ୍ରୋଲ -ଡିଜେଲ, ଲିଟର ପିଛା ଦର ରହିଛି ଏତିକି ଟଙ୍କା
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩, ୨୫୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ କ୍ୟାରେଟ୍ ରେ ୪୦୦ ଓ ୨୪ କ୍ୟାରେଟରେ ୪୩୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୪୦୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୪୦୦ ଓ ୨୪ କ୍ୟାରେଟରେ ୪୩୦ ଟଙ୍କା ବୃଦ୍ଧି ହୋଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୨୫୦ ଟଙ୍କା ରହିଛି । ୨୨ କ୍ୟାରେଟରେ ୪୦୦ ଓ ୨୪ କ୍ୟାରେଟରେ ୪୩୦ ଟଙ୍କା ଦର ବଢିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୩,୩୬୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୩୫୦ ଓ ୨୪ କ୍ୟାରେଟରେ ୩୮୦ ଟଙ୍କା ବୃଦ୍ଧି ପାଇଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୩,୨୫୦ ଟଙ୍କା ରହିଛି । ତେବେ, ୨୨ କ୍ୟାରେଟ୍ ରେ ୪୦୦ ଓ ୨୪ କ୍ୟାରେଟରେ ୪୩୦ ଟଙ୍କା ଦର ବଢିଛି। ଏବଂ ରୂପା କେଜି ପିଛା ୩୦୦ ଟଙ୍କା ବୃଦ୍ଧି ପାଇ ଦର ୯୧,୦୦୦ ଟଙ୍କାରେ ପହଞ୍ଚିଛି।