ସେପ୍ଟେମ୍ବରରେ ବିଜେପିକୁ ମିଳିବ ଶୁଭ ସଙ୍କେତ: ରାଜ୍ୟସଭାରେ ସଂଖ୍ୟାଗରିଷ୍ଠ ହେବ ଏନ୍‍ଡିଏ
Advertisement
Article Detail0/zeeodisha/odisha2380967

ସେପ୍ଟେମ୍ବରରେ ବିଜେପିକୁ ମିଳିବ ଶୁଭ ସଙ୍କେତ: ରାଜ୍ୟସଭାରେ ସଂଖ୍ୟାଗରିଷ୍ଠ ହେବ ଏନ୍‍ଡିଏ

ନିର୍ବାଚନ ହେବାକୁ ଥିବା ୧୨ ଆସନରୁ ୧୧ଟିରେ ବିଜେପି ଓ ଏହାର ସହାୟକ ଦଳ ବିଜୟୀ ହେବା ଆଶା କରାଯାଇଛି। ଏହାଦ୍ୱାରା  ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଏନ୍‍ଡିଏ ସଦସ୍ୟ ସଂଖ୍ୟା ୧୨୨ରେ ପହଞ୍ଚିବ। ଫଳରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବିଧେୟକକୁ ପାରିତ କରିବାରେ ସରକାରୀ ଦଳଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ବ ନାହିଁ। 

ସେପ୍ଟେମ୍ବରରେ ବିଜେପିକୁ ମିଳିବ ଶୁଭ ସଙ୍କେତ: ରାଜ୍ୟସଭାରେ ସଂଖ୍ୟାଗରିଷ୍ଠ ହେବ ଏନ୍‍ଡିଏ

ନୂଆଦିଲ୍ଲୀ:  ବିଜେପି ପାଇଁ ପୁଣି ସହଜ ହେବ ରାଜ୍ୟସଭା ଅଙ୍କ। ଏଭଳି ସମୀକରଣ ଆଶା କରିଛନ୍ତି ଦେଶର ପ୍ରମୁଖ ରଣନୀତିକାର। ଏପରିକି ନିକଟରେ ହେବାକୁ ଥିବା ନିର୍ବାଚନ ବିଜେପି ପାଇଁ ଶୁଭ ଖବର ଆଣିବ ବୋଲି ସେବାମନେ ଆଶା କରିଛନ୍ତି। ନିର୍ବାଚନ ହେବାକୁ ଥିବା ୧୨ ଆସନରୁ ୧୧ଟିରେ ବିଜେପି ଓ ଏହାର ସହାୟକ ଦଳ ବିଜୟୀ ହେବା ଆଶା କରାଯାଇଛି। ଏହାଦ୍ୱାରା  ୨୪୫ ଆସନ ବିଶିଷ୍ଟ ରାଜ୍ୟସଭାରେ ଏନ୍‍ଡିଏ ସଦସ୍ୟ ସଂଖ୍ୟା ୧୨୨ରେ ପହଞ୍ଚିବ। ଫଳରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବିଧେୟକକୁ ପାରିତ କରିବାରେ ସରକାରୀ ଦଳଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ବ ନାହିଁ। 

ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ଓ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ବିଧାନସଭା ନିର୍ବାଚନ ହୋଇନଥିବାରୁ ସେଠାରେ ୪ଟି ଆସନ ଖାଲି ପଡ଼ିଛି। ଏହାକୁ ମିଶାଇ ରାଜ୍ୟସଭାର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୪୧ରେ ପହଞ୍ଚିଛି। ଜାମ୍ମୁ କାଶ୍ମୀରରେ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଏହି ଆସନଗୁଡ଼ିକ ଖାଲି ରହିବ। ବର୍ତ୍ତମାନ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ୧୨୧ ରହିଛି। ତେଣୁ ଉପନିର୍ବାଚନ ପରେ ଏନଡିଏ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିପାରେ ବୋଲି ଆଶା କରାଯାଉଛି। 

ରାଜ୍ୟସଭାରୁ ମନୋନୀତ ୪ ଜଣ ସଦସ୍ୟ ଜୁଲାଇ ୧୩ରେ ଅବସର ଗ୍ରହଣ କରିଥିଲେ। ଏହି ସବୁ ଆସନରେ ସଭ୍ୟ ଚୟନ ପରେ ଏହି ସଂଖ୍ୟା ୧୨୬ ହେବ। ଅଗଷ୍ଟ ୭ ତାରିଖରେ ନିର୍ବାଚନ ଆୟୋଗ ୧୨ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଥିଲେ। ଆସାମ, ବିହାର, ମହାରାଷ୍ଟ୍ରରେ ୨ଟି ଲେଖାଏଁ ଆସନ ଏବଂ ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ତେଲେଙ୍ଗାନା ଓ ଓଡ଼ିଶାରେ ଗୋଟିଏ ଲେଖାଏଁ ଆସନ ଖାଲି ପଡ଼ିଛି। 

ନିର୍ବାଚନ ଦିନ ଅର୍ଥାତ୍ ସେପ୍ଟେମ୍ବର ୩ ତାରିଖ ଅପରାହ୍ନ ୫ଟାରେ ଫଳାଫଳ ପ୍ରକାଶ ପାଇବ। ଏହି ୧୨ଟି ଆସନରୁ ବିଜେପି ଓ ସହଯୋଗୀ ଦଳ ୭ଟି ରାଜ୍ୟରୁ ଆସନ ପାଇବେ ବୋଲି ଆଶା କରାଯାଉଛି। ଏନଡିଏକୁ ବିହାର, ମହାରାଷ୍ଟ୍ର ଓ ଆସାମରୁ ୨ଟି ଲେଖାଏଁ ଏବଂ ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତ୍ରିପୁରାରୁ ଗୋଟିଏ ଲେଖାଏଁ ରାଜ୍ୟସଭା ଆସନ ମିଳିପାରେ। ଏହାବ୍ୟତୀତ ରାଜ୍ୟସଭାକୁ ମନୋନୀତ ହୋଇଥିବା ୬ ଜଣ ମଧ୍ୟ ସରକାରଙ୍କୁ ସମର୍ଥନ କରିବେ ବୋଲି ଅନୁମାନ କରାଯାଉଛି। 

ସାଧାରଣତଃ ରାଜ୍ୟସଭାରେ ମନୋନୀତ ସଦସ୍ୟମାନେ ସ୍ୱାଧୀନ ଅଟନ୍ତି, କିନ୍ତୁ ପାରମ୍ପରିକ ଭାବରେ ସେମାନେ ସେହି ଦଳକୁ ସମର୍ଥନ କରନ୍ତି ଯାହାର ସରକାର ସେମାନଙ୍କୁ ମନୋନୀତ କରିଛନ୍ତି। ଖାଲି ପଡ଼ିଥିବା ୨୦ଟି ରାଜ୍ୟସଭା ଆସନ ମଧ୍ୟରୁ ୪ଟି ଜମ୍ମୁ-କଶ୍ମୀରର ଏବଂ ୪ଟି ମନୋନୀତ ସଦସ୍ୟଙ୍କ ଆସନ ରହିଛି। ରାଜ୍ୟସଭା ସାଂସଦମାନେ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହେବା କାରଣରୁ ୧୦ଟି ଆସନ ଖାଲି ପଡ଼ିଥିଲା। ଏହାବ୍ୟତୀତ ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ୍) ନେତା କେ.କେଶବ ରାଓଙ୍କ କଂଗ୍ରେସରେ ଯୋଗଦେବା କାରଣରୁ ଗୋଟିଏ ଆସନ ଖାଲି ପଡ଼ିଛି। ଓଡ଼ିଶାରୁ ବିଜେଡି ସାଂସଦ ମମତା ମହାନ୍ତିଙ୍କ ଇସ୍ତଫା ପରେ ଦ୍ୱିତୀୟ ଆସନ ଖାଲି ପଡ଼ିଥିଲା। ଜୁଲାଇ ୩୧ତାରିଖରେ ସେ ଦଳ ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟସଭାରେ ବିଜେପି ୧୦ ବର୍ଷରେ ୫୫ରୁ ୧୦୧ ଆସନକୁ ବୃଦ୍ଧି ପାଇଛି। ୨୦୧୪ରେ ବିଜେପିର ୫୫ ଓ ୨୦୧୯ରେ ୭୮ ସାଂସଦ ଥିଲେ। ଜୁନ୍ ୨୦୨୦ରେ ଏହି ସଂଖ୍ୟା ୯୦କୁ ବୃଦ୍ଧି ପାଇଥିଲା। ଏହାପରେ ଦଳ ୧୧ଟି ଆସନରେ ବିଜୟୀ ହୋଇଥିଲା। ଏହାକୁ ମିଶାଇ ସଦସ୍ୟ ସଂଖ୍ୟା ୧୦୧ରେ ପହଞ୍ଚିଛି। ୧୯୯୦ ପରେ ପ୍ରଥମ ଥର ପାଇଁ କୌଣସି ଦଳ ୧୦୦ ସଂଖ୍ୟା ଅତିକ୍ରମ କରିଛି। ୧୯୮୯ ପର୍ଯ୍ୟନ୍ତ ରାଜ୍ୟସଭାରେ କଂଗ୍ରେସ ଦଳର ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ଥିଲା। ଏହି ସମୟରେ ଅଧିକାଂଶ ରାଜ୍ୟରେ କଂଗ୍ରେସ ଶାସନ କରୁଥିଲା। ୧୯୮୯ ମସିହାରୁ କେନ୍ଦ୍ର ସରକାରଙ୍କୁ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରାଇବା ପାଇଁ ଛୋଟ ଛୋଟ ଦଳ ସହ ଯୋଗାଯୋଗ କରିବାକୁ ପଡ଼ିଛି କିମ୍ବା ବିରୋଧୀ ଦଳମାନଙ୍କ ସହ ସହମତି ସୃଷ୍ଟି କରିବାକୁ ପଡ଼ିଛି।

Also Read- Top 10 News Headlines: ISIର ପୂର୍ବତନ ମୁଖ୍ୟ ଗିରଫ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Also Read- ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଶିକାରୀ ଗିରଫ