Google Chrome: ଗୁଗୁଲ୍ କ୍ରୋମ୍ ହୋଇଯିବ ବନ୍ଦ! ଯଦି ଆପଣ କରୁଛନ୍ତି ବ୍ୟବହାର ତ ଆଜି ହିଁ କରନ୍ତୁ ଏହି କାମ
Advertisement
Article Detail0/zeeodisha/odisha1520538

Google Chrome: ଗୁଗୁଲ୍ କ୍ରୋମ୍ ହୋଇଯିବ ବନ୍ଦ! ଯଦି ଆପଣ କରୁଛନ୍ତି ବ୍ୟବହାର ତ ଆଜି ହିଁ କରନ୍ତୁ ଏହି କାମ

Google Chrome: ପ୍ରକୃତରେ ମାଇକ୍ରୋସଫ୍ଟ ପୁରୁଣା ଭର୍ଜନ ଥିବା ୱିଣ୍ଡୋଜ୍ ଲାପଟପ୍ କିମ୍ବା ଡେସ୍କଟପ୍ ପାଇଁ ଗୁଗୁଲ୍ କ୍ରୋମ୍ ସପୋର୍ଟ ବନ୍ଦ କରିବାକୁ ଯାଉଛି । ଏହାପୂର୍ବରୁ କମ୍ପାନୀ ୱିଣ୍ଡୋଜ୍ ସର୍ଭର ୨୦୧୧ ଓ ୱିଣ୍ଡୋଜ୍ ସର୍ଭର ୨୦୧୨ର ସମସ୍ତ ଭର୍ଜନ ପାଇଁ ସପୋର୍ଟ ଶେଷ କରିବାକୁ ଘୋଷଣା କରିଥିଲା ।​ ଗୁଗୁଲ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଜାନୁଆରୀ ୧୦, ୨୦୨୩ରୁ କମ୍ପାନୀ ୱେବ୍ ଭିଭ୍୨ ଟୁଲ୍ ପାଇଁ ସପୋର୍ଟ ବନ୍ଦ କରିବାକୁ ଯାଉଛି ।

Google Chrome: ଗୁଗୁଲ୍ କ୍ରୋମ୍ ହୋଇଯିବ ବନ୍ଦ! ଯଦି ଆପଣ କରୁଛନ୍ତି ବ୍ୟବହାର ତ ଆଜି ହିଁ କରନ୍ତୁ ଏହି କାମ

Google Chrome: ଯଦି ଆପଣ ଲାପଟପ୍ କିମ୍ବା ଡେସ୍କଟପରେ ଇଣ୍ଟରନେଟ୍ ଚଲାଇବା ପାଇଁ ଗୁଗୁଲ୍ କ୍ରୋମ୍ (Google Chrome) ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ଖବର ନାହିଁ । ପ୍ରକୃତରେ ମାଇକ୍ରୋସଫ୍ଟ (Microsoft) ପୁରୁଣା ଭର୍ଜନ ଥିବା ୱିଣ୍ଡୋଜ୍ ଲାପଟପ୍ (Laptop) କିମ୍ବା ଡେସ୍କଟପ୍ (Desktop) ପାଇଁ ଗୁଗୁଲ୍ କ୍ରୋମ୍ ସପୋର୍ଟ ବନ୍ଦ କରିବାକୁ ଯାଉଛି । ଏହାପୂର୍ବରୁ କମ୍ପାନୀ ୱିଣ୍ଡୋଜ୍ ସର୍ଭର ୨୦୧୧ (Windows Server 2012) ଓ ୱିଣ୍ଡୋଜ୍ ସର୍ଭର ୨୦୧୨ର ସମସ୍ତ ଭର୍ଜନ ପାଇଁ ସପୋର୍ଟ ଶେଷ କରିବାକୁ ଘୋଷଣା କରିଥିଲା ।​ ଗୁଗୁଲ (Google) ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ, ଜାନୁଆରୀ ୧୦, ୨୦୨୩ରୁ କମ୍ପାନୀ ୱେବ୍ ଭିଭ୍୨ (WebView2) ଟୁଲ୍ ପାଇଁ ସପୋର୍ଟ ବନ୍ଦ କରିବାକୁ ଯାଉଛି । ଅର୍ଥାତ କ୍ରୋମ୍ ୧୦୯ ଶେଷ ଭର୍ଜନ ଅପଡେଟ୍ ହେବ ।

ଗୁଗୁଲ୍ (Google) ଘୋଷଣା କରିଛି ଯେ, ସେ ୱିଣ୍ଡୋଜ୍ 7 (Windows 7) ଓ ୱିଣ୍ଡୋଜ୍ 8 / 8.1 ପାଇଁ କ୍ରୋମ୍ (Chrome) ସପୋର୍ଟ ଶେଷ କରିବାକୁ ଯାଉଛି । କ୍ରୋମ୍ ୧୦୯ (Chrome 109) ହେଉଛି ଶେଷ ଭର୍ଜନ ଅପଡେଟ୍ । ଟେକ୍ ଦିଗ୍ଗଜ ଗୁଗୁଲ୍ ଏହାର ପରବର୍ତ୍ତୀ ଅପଡେଟ୍ କ୍ରୋମ୍ ୧୧୦ (Chrome 110) କୁ ୭ ଫେବୃଆରୀ ୨୦୨୩ରେ ଜାରି କରିବାକୁ ଯାଉଛି । ତଥାପି, ଏହି ଅପଡେଟ୍ କେବଳ ୱିଣ୍ଡୋଜ୍ 10 (Windows 10) କିମ୍ବା ଏହା ପରର ୱିଣ୍ଡୋଜରେ ଚାଲୁଥିବା ଉପକରଣଗୁଡ଼ିକ ପାଇଁ ଉପଲବ୍ଧ ହେବ । ଗୁଗୁଲ (Google) କହିଛି ଯେ, "ଭବିଷ୍ୟତର କ୍ରୋମ୍ ରିଲିଜ୍ ପାଇବା ଜାରି ରଖିବାକୁ ଆପଣଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ଆପଣଙ୍କର ଡିଭାଇସ୍ ୱିଣ୍ଡୋଜ୍ 10 କିମ୍ବା ଏହା ପରର ଲେଟେଷ୍ଟ ୱିଣ୍ଡୋଜରେ ଚାଲୁଛି ।"

ଏଠାରେ କହି ରଖୁଛୁ ଯେ, ଗୁଗୁଲର ୧୦୯ କ୍ରୋମ୍ ଶେଷ ଭର୍ଜନ ହେବ, ଯାହା ୱିଣ୍ଡୋଜ୍ 7 ଓ ୱିଣ୍ଡୋଜ୍ 8 / 8.1 କୁ ସପୋର୍ଟ କରିବ । ଅର୍ଥାତ ବର୍ତ୍ତମାନ ନୂତନ କ୍ରୋମ୍ ଭର୍ଜନ ୧୧୦ ୱିଣ୍ଡୋଜ୍ 7 ଓ ୱିଣ୍ଡୋଜ୍ 8 / 8.1 ରେ ବ୍ୟବହାର ହୋଇପାରିବ ନାହିଁ । ଏଠାରେ ଧ୍ୟାନ ଦେବା କଥା ହେଉଛି ଗୁଗୁଲ୍ କ୍ରୋମ୍ ୧୦୯ ୱିଣ୍ଡୋଜ୍ 7 ଓ ୱିଣ୍ଡୋଜ୍ 8 / 8.1 ରେ ମଧ୍ୟ ବ୍ୟବହାର କରାଯାଇପାରିବ, କିନ୍ତୁ କମ୍ପାନୀ ଏହା ପାଇଁ କୌଣସି ଅପଡେଟ୍ ଜାରି କରି ନାହିଁ । ଅର୍ଥାତ ଯଦି ଆପଣ ପୁରୁଣା ୱିଣ୍ଡୋଜ୍ ସିଷ୍ଟମ୍ ବ୍ୟବହାର କରନ୍ତି, ତେବେ ଆପଣ ଗୁଗୁଲ୍ କ୍ରୋମ୍ ୧୦୯ ବ୍ୟବହାର କରିବାକୁ ସମର୍ଥ ହେବେ । ତଥାପି, ସୁରକ୍ଷା ଦୃଷ୍ଟିରୁ ଆପଣ ନିଜ ଲାପଟପରେ ଲେଟେଷ୍ଟ ଭର୍ଜନ ବ୍ୟବହାର କରନ୍ତୁ କିମ୍ବା ଏହାକୁ ନୂତନ ୱିଣ୍ଡୋଜରେ ଅପଡେଟ୍ କରିବା ଭଲ ହେବ ।

ଅଧିକ ପଢ଼ନ୍ତୁ:-ଭୟଙ୍କର ବସ୍ ଦୁର୍ଘଟଣାରେ ୪୦ ମୃତ, ୧୦୦ରୁ ଉର୍ଦ୍ଧ୍ୱ ଗୁରୁତର

ଅଧିକ ପଢ଼ନ୍ତୁ:-ଭୀଷଣ କାର ଦୁର୍ଘଟଣାରେ ଭାରତର ଏହି ଖେଳାଳିଙ୍କ ନିଧନ, କ୍ରୀଡ଼ା ଜଗତରେ ଶୋକର ଲହର

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ମଝିରେ ଅଧିନାୟକ ନିଜ ଖେଳାଳିଙ୍କୁ ହିଁ ଦେଲେ ଧୋକା! ସଚିନ ବି ହୋଇଥିଲେ ଏଭଳି ଘଟଣାର ଶିକାର

 

ଯଦି ଆପଣ ୱିଣ୍ଡୋଜ୍ ୧୦ ବ୍ୟବହାର କରୁଛନ୍ତି ତେବେ ଆପଣ ୱିଣ୍ଡୋଜ୍ ୧୧କୁ ଅପଡେଟ୍ କରିପାରିବେ । ଆସନ୍ତୁ ଜାଣିବା ୱିଣ୍ଡୋଜ୍ ୧୧ (Window 11) ର ଲାଟେଷ୍ଟ ଭର୍ଜନ ଇନଷ୍ଟୋଲ କରିବାର ସହଜ ଉପାୟ ବିଷୟରେ...

୧. ସର୍ବପ୍ରଥମେ ଆପଣଙ୍କୁ ଲାପଟପ୍ କିମ୍ବା ଡେସ୍କଟପରେ ୱିଣ୍ଡୋଜ୍ ଅପଡେଟ୍ ସେଟିଂସ୍ ଓପନ କରିବାକୁ ପଡିବ ।

୨. ଅପଡେଟ୍ ସେଟିଂସ୍ରୁ ବର୍ତ୍ତମାନ ଅପଡେଟ୍ ଓ ସିକ୍ୟୁରିଟି ବିକଳ୍ପକୁ ଯାଆନ୍ତୁ ଓ ଏଠାରୁ ୱିଣ୍ଡୋଜ୍ ଅପଡେଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।

୩. ବର୍ତ୍ତମାନ ଏଠାରୁ ଚେକ୍ ଫର୍ ଅପଡେଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।

୪. ଯଦି ଆପଣଙ୍କର ଡିଭାଇସ୍ ୱିଣ୍ଡୋଜ୍ ୧୧ ପାଇଁ ପ୍ରସ୍ତୁତ, ତେବେ ଏଠାରେ ଆପଣ ଡାଉନଲୋଡ୍ ବିକଳ୍ପ ପାଇବେ ।

୫. ଡାଉନଲୋଡ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାପରେ ୱିଣ୍ଡୋଜ୍ ୧୧ ଇନଷ୍ଟୋଲ୍ କରନ୍ତୁ ।