Advertisement
Article Detail0/zeeodisha/odisha2274637
Zee OdishaOdisha TrendingGautam Adani: ଧନୀ ତାଲିକାରେ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ, ପଢନ୍ତୁ ଏହି ରିପୋର୍ଟ

Gautam Adani: ଧନୀ ତାଲିକାରେ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ, ପଢନ୍ତୁ ଏହି ରିପୋର୍ଟ

Gautam Adani:(ନୂଆଦିଲ୍ଲୀ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଟପି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଭାରତର ସବୁଠୁ ବଡ଼ ଧନୀ ବ୍ୟକ୍ତିର ପରିଚୟ ହାସଲ କରିପାରିଛନ୍ତି। ଗୌତମ ଆଦାନୀଙ୍କ ଗ୍ରୁପ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ଆସିଥିବା ବୃଦ୍ଧି ଫଳରେ ସେ ଉପରକୁ ଉଠିଛନ୍ତି। ଦେଖିବାକୁ ଗଲେ ବିଶ୍ଵର ଧନୀ ତାଲିକାରେ ସେ ୧୧ଶହ ସ୍ଥାନରେ ଥିବା ବେଳେ ମୁକେଶ ଅମ୍ବାନୀ ୧୨ଶହ ସ୍ଥାନରେ ରହିଛନ୍ତି ବୋଲି ବ୍ଲୁମବର୍ଗ ବିଲିଓନେୟାର ଇଣ୍ଡେକ୍ସରେ ଦର୍ଶାଇଛନ୍ତି। 

Gautam Adani: ଧନୀ ତାଲିକାରେ ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ, ପଢନ୍ତୁ ଏହି ରିପୋର୍ଟ

Gautam Adani:(ନୂଆଦିଲ୍ଲୀ) ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଟପି ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ଭାରତର ସବୁଠୁ ବଡ଼ ଧନୀ ବ୍ୟକ୍ତିର ପରିଚୟ ହାସଲ କରିପାରିଛନ୍ତି। ଗୌତମ ଆଦାନୀଙ୍କ ଗ୍ରୁପ କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ଆସିଥିବା ବୃଦ୍ଧି ଫଳରେ ସେ ଉପରକୁ ଉଠିଛନ୍ତି। ଦେଖିବାକୁ ଗଲେ ବିଶ୍ଵର ଧନୀ ତାଲିକାରେ ସେ ୧୧ତମ ସ୍ଥାନରେ ଥିବା ବେଳେ ମୁକେଶ ଅମ୍ବାନୀ ୧୨ତମ ସ୍ଥାନରେ ରହିଛନ୍ତି ବୋଲି ବ୍ଲୁମବର୍ଗ ବିଲିଓନେୟାର ଇଣ୍ଡେକ୍ସରେ ଦର୍ଶାଇଛନ୍ତି। 

ମୁକେଶ ଅମ୍ବାନୀଙ୍କ ନିଟ୍ ସମ୍ପତି ଚଳିତବର୍ଷ ୧୨.୭ ବିଲିଅନ ଡଲାର ବୃଦ୍ଧି ଘଟି ୧୦୯ ବିଲିଅନ ଡଲାରରେ ପହଞ୍ଚିଛି। ସେହିପରି ଗୌତମ ଆଦାନୀଙ୍କ ନିଟ୍ ସମ୍ପତ୍ତି ଚଳିତ ବର୍ଷ ୨୬.୮ ବିଲିଅନ୍ ଡଲାର ବୃଦ୍ଧି ଘଟି ୧୧୧ବିଲିଅନ ଡଲାରରେ ପହଞ୍ଚିଛି। ସେହିପରି ବିଶ୍ଵର ସବୁଠୁ ବଡ଼ ଧନୀ ଭାବେ " ଏଲଭିଏମଏଚ୍ ' ର ସିଇଓ ବର୍ନାଡ ଅରନାଲ୍ଡ ୧୭.୨୭ ଲକ୍ଷ କୋଟି ଟଙ୍କାର ନିଟ୍ ସମ୍ପତ୍ତି ସହିତ ବିଶ୍ୱର ସବୁଠୁ ବଡ଼ ଧନୀ ଭାବେ ବିବେଚିତ ହୋଇଛନ୍ତି। ସେହିପରି ତାଙ୍କ ପଛକୁ ' ଟେସଲା ' ର ସିଇଓ ଏଲନ୍ ମସ୍କ ୧୬.୯୩ ଲକ୍ଷ କୋଟି ଟଙ୍କାର ନିଟ୍ ସମ୍ପତ୍ତି ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି'  ଅମାଜନ ' ର ଜେଫ ବେଜୋସ୍ ୧୬.୬୦ ଲକ୍ଷ କୋଟି ଟଙ୍କାର ନିଟ୍ ସମ୍ପତ୍ତି ରଖି ତୃତୀୟ ସ୍ଥାନରେ ରହିଛନ୍ତି। ' ମେଟା ' ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ୧୩.୮୫ ଲକ୍ଷ କୋଟି ଟଙ୍କା ନିଟ୍ ସମ୍ପତ୍ତି ରଖି ୪ର୍ଥ ସ୍ଥାନରେ ଓ ଗୁଗଲର ପ୍ରତିଷ୍ଠାତା ଲ୍ୟାରୀ ପେଜ୍ ୧୨.୭୬ ନିଟ୍ ସମ୍ପତ୍ତି ରଖି ପଞ୍ଚମ ସ୍ଥାନରେ ରହିଛନ୍ତି।

Written by Debabrata

Add Zee News as a Preferred Source
About the Author