Gujarat Religion Conversion Circular: 'ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ନେବାକୁ ହେବାକୁ ଅନୁମତି'
Advertisement
Article Detail0/zeeodisha/odisha2200103

Gujarat Religion Conversion Circular: 'ଧର୍ମ ପରିବର୍ତ୍ତନ କରିବା ପୂର୍ବରୁ ନେବାକୁ ହେବାକୁ ଅନୁମତି'

Gujarat Home Department: ରାଜ୍ୟରେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଗୁଜୁରାଟ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଗତ ୮ ତାରିଖରେ ଜାରି ହୋଇଥିଲା। 

 

ପ୍ରତୀକାତ୍ମକ ଫଟୋ

Gujarat Freedom of Religion Act 2003: ରାଜ୍ୟରେ ହେଉଥିବା ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ସରକାର। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରୁଛନ୍ତି ପ୍ରଥମେ ତାଙ୍କୁ ପ୍ରଶାସନ ପାଖରୁ ଅନୁମତି ନେବାକୁ ହେବ। ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଗୁଜୁରାଟ ଗୃହ ବିଭାଗ ପକ୍ଷରୁ ୨୦୦୩ ଗୁଜୁରାଟ ଧାର୍ମିକ ସ୍ୱାଧିନତା ଆଇନ ନାମରେ ଏକ ନିର୍ଦ୍ଦେଶନାମା  ଜାରି ହୋଇଛି।

ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଗୁଜୁରାଟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଯଦି କେହି ହିନ୍ଦୁ ଧର୍ମରୁ ବୌଦ୍ଧ ଧର୍ମକୁ ପରିବର୍ତ୍ତନ କରନ୍ତି, ତାହେଲେ ତାଙ୍କୁ ପ୍ରଥମେ ଅନୁମତି ନେବାକୁ ହେବ। ଗୁଜୁରାଟ ସରକାର ଏ ସମ୍ପର୍କିତ  ନିର୍ଦ୍ଦେଶନାମା ଜାରି କରି ସ୍ପଷ୍ଟ କରିଛନ୍ତି ଯେ ବୌଦ୍ଧ ଧର୍ମ ହେଉଛି ଏକ ପୃଥକ ଧର୍ମ। ଯଦି କୌଣସି ହିନ୍ଦୁ ନିଜ ଧର୍ମ ପରିବର୍ତ୍ତନ କରି ବୌଦ୍ଧ, ଶିଖ କିମ୍ବା ଜୈନ ଧର୍ମ ଗ୍ରହଣ କରନ୍ତି, ତାହେଲେ ତାଙ୍କୁ ୨୦୦୩ ଗୁଜୁରାଟ ଧାର୍ମିକ ସ୍ୱାଧିନତା ଆଇନ ଅନୁଯାୟୀ ତାଙ୍କୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ହେବ।

ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମ "ଇଣ୍ଡିଆନ ଏକ୍ସପ୍ରେସ" ପକ୍ଷରୁ ପ୍ରକାଶିତ ଖବର ଅନୁସାରେ ରାଜ୍ୟରେ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ଗୁଜୁରାଟ ଗୃହ ବିଭାଗ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଗତ ୮ ତାରିଖରେ ଜାରି ହୋଇଥିଲା। ଯେଉଁଥିରେ କୁହାଯାଇଛି ଯେ ଧର୍ମ ପରିବର୍ତ୍ତନ ପାଇଁ ରହିଥିବା ନିୟମ ଅନୁଯାୟୀ ବୌଦ୍ଧ ଧର୍ମ ଗ୍ରହଣ କରିବା ପାଇଁ ଆବେଦନ କରାଯାଉ ନାହିଁ ବୋଲି ସରକାରଙ୍କ ନଜରକୁ ଆସିଛି। ଗୁଜୁରାଟ ଠାରେ ପ୍ରତିବର୍ଷ ଦଶହରା ତଥା ଅନ୍ୟାନ୍ୟ ପର୍ବପର୍ବାଣୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକେ ସାମୂହିକ ଭାବରେ ବୌଦ୍ଧ ଧର୍ମ ଗ୍ରହଣ କରୁଥିଲେ। ହେଲେ ଧର୍ମ ପରିବର୍ତ୍ତନ ପାଇଁ ରହୁଥିବା ନିୟମ ପାଳନ କରାଯାଉ ନଥିଲା। 

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ୨୦୦୩ ଗୁଜୁରାଟ ଧାର୍ମିକ ସ୍ୱାଧିନତା ଆଇନକୁ ମନଇଚ୍ଛା ବ୍ୟାଖ୍ୟା କରାଯାଉଛି। ହିନ୍ଦୁ ଧର୍ମରୁ ବୌଦ୍ଧ ଧର୍ମକୁ ପରିବର୍ତ୍ତନ ପାଇଁ ଅନୁମତି ମାଗୁଥିବା ଆବେଦନରେ ନିୟମ ଅନୁଯାୟୀ ରହିଥିବା ପ୍ରକ୍ରିୟା ଅନୁସରଣ କରାଯାଇ ନାହିଁ। ଏହ ସହିତ ଧର୍ମ ପରିବର୍ତ୍ତନ କରୁଥିବା ଆବେଦନକାରୀ ବେଳେବେଳେ ଦର୍ଶାଯାଇଥଲେ ଯେ ହିନ୍ଦୁ ଧର୍ମରୁ ବୌଦ୍ଧ ଧର୍ମକୁ ପରିବର୍ତ୍ତିତ ହେବା ପାଇଁ ପୂର୍ବରୁ ଅନୁମତି ନେବାର ଆବଶ୍ୟକତା ନାହିଁ। ଆହୁରି ମଧ୍ୟ କୁହାଯାଇଛି ଯେ ଧର୍ମ ପରିବର୍ତ୍ତନ ପୂର୍ବରୁ ଅନୁମତି ନେବା ଆବଶ୍ୟକ। ଏନେଇ ଆବେଦନ କରିବାକୁ ହୋଇଥାଏ। ଏହି ମାମଲା ସହ ସମ୍ପୃକ୍ତ କାର୍ଯ୍ୟାଳୟ ଏପରି ଆବେଦନ ଉପରେ ନିଷ୍ପତ୍ତି ନେବା ବେଳେ କହୁଥିଲେ ଯେ ସମ୍ବିଧାନର ଧାରା ୨୫ (୨) ଅନୁଯାୟୀ ଶିଖ ଧର୍ମ, ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମ ହିନ୍ଦୁ ଧର୍ମ ଅଧିନରେ ଆସୁଛି। ଯଦି ଆବେଦନକାରୀ ଶିଖ ଧର୍ମ, ଜୈନ ଧର୍ମ ଏବଂ ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ ପୂର୍ବରୁ ଅନୁମତି ନେବାର ଆବଶ୍ୟକତା ନାହିଁ। 

ଗୁଜୁରାଟ ଧାର୍ମିକ ସ୍ୱାଧିନତା ଆଇନ ୨୦୦୩ ଅନୁଯାୟୀ ବୌଦ୍ଧ ଧର୍ମକୁ ଏକ ପୃଥକ ଧର୍ମ ଭାବରେ ବିବେଚନା କରାଯିବ। ଏକଥା ରାଜ୍ୟର ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ କୁହାଯାଇଛି। ଏହି ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ  ହିନ୍ଦୁ ଧର୍ମରୁ ବୌଦ୍ଧ ଧର୍ମ, ଶିଖ ଧର୍ମ କିମ୍ବା ଜୈନ ଧର୍ମରେ ପରିବର୍ତ୍ତିତ କରୁଛନ୍ତି, ତାହେଲେ ତାଙ୍କୁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ହେବ। ଏହା ବ୍ୟତୀତ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ହେବ।