Police AC Helmet: ଖରା ତାତିରୁ ମିଳିବ ମୁକ୍ତି; ଏହି ରାଜ୍ୟର ପୋଲିସ ପିନ୍ଧିବ 'ଏସି ହେଲମେଟ'
Advertisement
Article Detail0/zeeodisha/odisha1823480

Police AC Helmet: ଖରା ତାତିରୁ ମିଳିବ ମୁକ୍ତି; ଏହି ରାଜ୍ୟର ପୋଲିସ ପିନ୍ଧିବ 'ଏସି ହେଲମେଟ'

AC Helmet for Police: ଏଣିକି ଡ୍ୟୁଟି ବେଳେ ମୁଣ୍ଡ ଫଟା ଖରା ଦାଉରୁ ରକ୍ଷା ପାଇବେ ଟ୍ରାଫିକ ପୋଲିସ କର୍ମଚାରୀ। ଏନେଇ ଟ୍ରାଫିକ କର୍ମଚାରୀଙ୍କୁ ଏସି ହେଲମେଟ ପ୍ରଦାନ କରିବାକୁ ବ୍ୟବସ୍ଥା ହେଉଛି।

Police AC Helmet: ଖରା ତାତିରୁ ମିଳିବ ମୁକ୍ତି; ଏହି ରାଜ୍ୟର ପୋଲିସ ପିନ୍ଧିବ 'ଏସି ହେଲମେଟ'

AC Helmet for Ahmedabad Police: ଗ୍ରୀଷ୍ମ ଋତୁରେ ମୁଣ୍ଡଫଟା ଖରା କିମ୍ବା ଗରମରେ ଟ୍ରାଫିକ ସିଗନାଲ ଠାରେ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ କାମ ସମୟରେ ମିଳିବ ଆଶ୍ୱସ୍ତି। ଏନେଇ ପୋଲିସ ପକ୍ଷରୁ ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପୋଲିସ ବିଭାଗ ପକ୍ଷରୁ ଏସି ହେଲମେଟ ନାମରେ ଏକ ନୂତନ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ଏସି ହେଲମେଟ କୁ ଶକ୍ତି ଯୋଗାଇବା ପାଇଁ ବ୍ୟାଟେରୀ ବ୍ୟବହାର କରାଯାଇଛି। ଯାହା ପୋଲିସ୍ କର୍ମଚାରୀଙ୍କୁ ଗରମ ସହିତ ତାତି, ଧୂଳି, ଖରା ଏବଂ ପ୍ରଦୂଷଣରୁ ରକ୍ଷା କରିବ।

ନିକଟରେ ଏସି ହେଲମେଟ ଉପରେ ପରୀକ୍ଷଣ ଅହମ୍ମଦାବାଦ (Experiment on AC Helmet in Ahmedabad) ଠାରେ ଅନୁଷ୍ଠିତ ହୋଇଥିଲା। ଏହି ହେଲମଟ ଉପରେ ପରୀକ୍ଷଣ ଚାଲିଥିବା ବେଳେ ଡ୍ୟୁଟି ସମୟରେ କିଛି ପୋଲିସ କର୍ମଚାରୀ (AC Helmet for Ahmedabad Police) ଏହାକୁ ପିନ୍ଧିଥିବାର ନଜର ଆସିଥିଲେ।

ଶୀତ ଏବଂ ବର୍ଷା ପାଇଁ ହୋଇଛି ବ୍ୟବସ୍ଥା, ହେଲେ ଖରା କିମ୍ବା ଗରମ ପାଇଁ କିଛି ନାହିଁ
ଟ୍ରାଫିକ ପୋଲିସ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ (Traffic Police Personnel) ବର୍ଷା ଲାଗି ରେନ୍ କୋର୍ଟ (Rain Coat for Traffic Police) ଏବଂ ଶୀତ ଲାଗି ଜ୍ୟାକେଟ (Jacket for Traffic Police) ଯୋଗାଇ ଦିଆଯାଇଥାଏ। ହେଲେ ଗ୍ରୀଷ୍ମ ଋତୁରେ ଖରା କିମ୍ବା ଗରମରୁ ପୋଲିସ କର୍ମଚାରୀ ରକ୍ଷା ପାଇବା ପାଇଁ ସେପରି କୌଣସି ବ୍ୟବସ୍ଥା ନାହିଁ। ସେମାନଙ୍କୁ ମୁଣ୍ଡ ଫଟା ଖରାରେ ରାସ୍ତା ଉପରେ ନିଜର ଡ୍ୟୁଟି କରିବାକୁ ପଡ଼ିଥାଏ। ଯଦିଓ ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ହେଲେ ଯେତେବେଳେ ବର୍ଷା ନହୁଏ ସେତେବେଳେ ମଧ୍ୟାନ୍ନ କିମ୍ବା ଅପରାହ୍ନ ସମୟରେ ସହରରେ ବହୁତ ଗରମ ଅନୁଭୂତ ହୋଇଥାଏ। ଏହି ଉପାୟରେ ଏହି ନୂତନ ପରୀକ୍ଷଣ ସହିତ, ପୋଲିସ୍ କର୍ମଚାରୀ ଅତ୍ୟଧିକ ଖରା କିମ୍ବା ଗରମରେ ମଧ୍ୟ ନିଜ କର୍ତ୍ତବ୍ୟକୁ ଆହୁରି ଅଧିକ ଭଲ ଭାବରେ କରି ପାରୁଛନ୍ତି।

ଥରେ ପୁରା ଚାର୍ଜ ହୋଇଗଲେ ଅନେକ ଘଣ୍ଟା ଧରି କାମ କରିଥାଏ ଏସି ହେଲମେଟ 
ଏସି ହେଲମେଟ (Air Conditioned Helmet) ସାଧାରଣ ଭାବରେ ବ୍ୟବହୃତ ହେଉଥିବା ହେଲମେଟ ସହିତ ସମାନ। ହେଲେ ଏହି ଫ୍ୟାନ ଭିତରେ ଏକ ଫ୍ୟାନ୍ ରହିଛି। ଯାହା ଏସି ଭଳି ଥଣ୍ଡା ପବନ ଦେଇଥାଏ। ଥରେ ଏହି ଏସି ହେଲମେଟ ଚାର୍ଜ ହୋଇଯିବା ପରେ ଏହାକୁ ଅନେକ ଘଣ୍ଟା ପାଇଁ ବ୍ୟବହାର କରାଯାଇ ପାରିବ। ବ୍ୟାଟେରୀ ଏବଂ ହେଲମେଟ ଏକ ତାର ମାଧ୍ୟମରେ ସଂଯୁକ୍ତ। ଯାହାକୁ ଏହି ହେଲମେଟ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଅଣ୍ଟାରେ ବାନ୍ଧିବାକୁ ହେବ। ତଥାପି ଏସି ହେଲମଟ ଉପରେ ହେଉଥିବା ପରୀକ୍ଷଣ ଏ ପର୍ଯ୍ୟନ୍ତ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଏହି ହେଲେମେଟ ପୋଲିସ କର୍ମଚାରୀଙ୍କ ପାଇଁ କେତେ ଉପଯୋଗୀ ହେବ, ତାହା ପରୀକ୍ଷା ପରେ ଜଣାପଡ଼ିବ।