Health Care Budget 2024: କ୍ୟାସନର ରୋଗୀଙ୍କୁ ଆଶ୍ୱସ୍ତି, କମିବ ଔଷଧ ମୂଲ୍ୟ
Advertisement
Article Detail0/zeeodisha/odisha2349230

Health Care Budget 2024: କ୍ୟାସନର ରୋଗୀଙ୍କୁ ଆଶ୍ୱସ୍ତି, କମିବ ଔଷଧ ମୂଲ୍ୟ

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ ୨୦୨୪-୨୫ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାନସର ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କର୍କଟ ଚିକିତ୍ସାରେ ବ୍ୟବହୃତ ଆଉ ତିନୋଟି ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ପଦକ୍ଷେପ କ୍ୟାନସର ରୋଗୀଙ୍କ ପାଇଁ ଏକ

Health Care Budget 2024: କ୍ୟାସନର ରୋଗୀଙ୍କୁ ଆଶ୍ୱସ୍ତି, କମିବ ଔଷଧ ମୂଲ୍ୟ

Health Care Budget 2024: ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ ୨୦୨୪-୨୫ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାନସର ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କର୍କଟ ଚିକିତ୍ସାରେ ବ୍ୟବହୃତ ଆଉ ତିନୋଟି ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ପଦକ୍ଷେପ କ୍ୟାନସର ରୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। କାରଣ ଏହା କ୍ୟାନସର ଔଷଧର ମୂଲ୍ୟ ହ୍ରାସ କରିବ। ଏହାଦ୍ୱାରା ଦେଶରେ ଲକ୍ଷ ଲକ୍ଷ କର୍କଟ ରୋଗୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର କର୍କଟ ଭଳି ଗମ୍ଭୀର ରୋଗର ମୁକାବିଲା ପାଇଁ ପ୍ରତିବଦ୍ଧ ଏବଂ ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଏହି ତିନୋଟି ଔଷଧ ଉପରେ କଷ୍ଟମ୍ସ ଡ୍ୟୁଟିରେ ରିହାତି ଦେବା ଦ୍ୱାରା କର୍କଟ ଚିକିତ୍ସା ଉପରେ ଆର୍ଥିକ ବୋଝ ହ୍ରାସ ପାଇବ। ବର୍ତ୍ତମାନ ଏହି ତାଲିକାରେ ଆଉ ତିନୋଟି ଔଷଧ ଅନ୍ତର୍ଭୁକ୍ତ କରାଯାଇଛି।

ଦେଶରେ ସୁଲଭ ମୂଲ୍ୟରେ ଔଷଧ ଉପଲବ୍ଧ ହେବା ଏବଂ ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ ସେଥିପାଇଁ ଏହା ସରକାରଙ୍କ ଉଦ୍ୟମ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହି ପଦକ୍ଷେପ କ୍ୟାନସର ରୋଗୀଙ୍କୁ ଅନେକ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ପୂର୍ବ ବଜେଟରେ ମଧ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦେଇଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ଏହି ବଜେଟରେ ନିଆଯାଇଥିବା ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।