World Warmest Month March 2024: ମାର୍ଚ୍ଚ ମାସରେ ରେକର୍ଡ ଭାଙ୍ଗିଲା ଗରମ; ଏଲ୍ ନିନୋ-ଜଳବାୟୁ ପରିବର୍ତ୍ତନ ବିଷୟରେ ଆସିଲା ଭୟାନକ ରିପୋର୍ଟ
Advertisement
Article Detail0/zeeodisha/odisha2199973

World Warmest Month March 2024: ମାର୍ଚ୍ଚ ମାସରେ ରେକର୍ଡ ଭାଙ୍ଗିଲା ଗରମ; ଏଲ୍ ନିନୋ-ଜଳବାୟୁ ପରିବର୍ତ୍ତନ ବିଷୟରେ ଆସିଲା ଭୟାନକ ରିପୋର୍ଟ

World Hottest Month March 2024: ୨୦୨୪ ମାର୍ଚ୍ଚ ମାସରେ ଗରମ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଚଳିତ ବର୍ଷର ମାର୍ଚ୍ଚ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଉତ୍ତପ୍ତ ମାସ ହୋଇଛି।  

World Warmest Month March 2024: ମାର୍ଚ୍ଚ ମାସରେ ରେକର୍ଡ ଭାଙ୍ଗିଲା ଗରମ; ଏଲ୍ ନିନୋ-ଜଳବାୟୁ ପରିବର୍ତ୍ତନ ବିଷୟରେ ଆସିଲା ଭୟାନକ ରିପୋର୍ଟ

Heat Records were broken in March 2024: ଚଳିତ ବର୍ଷ ମାର୍ଚ୍ଚ ମାସରେ ସମସ୍ତ ରେକର୍ଡ ଭାଙ୍ଗିଛି ଗରମ। ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଉତ୍ତପ୍ତ ମାସ ଭାବେ ମାର୍ଚ୍ଚ ଉଭା ହୋଇଛି। "ଏଲ୍ ନିନୋ" ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ବିଗତ ବର୍ଷେ ମଧ୍ୟରେ ପୃଥିବୀ ପୃଷ୍ଠର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଜୁନ୍ ଠାରୁ ଏହା ହେଉଛି କ୍ରମାଗତ ଦଶମ ମାସ, ଯେତେବେଳେ ତାପମାତ୍ରା ଏକ ନୂତନ ରେକର୍ଡ କରିଛି।

ତାପମାତ୍ରା ବୃଦ୍ଧି ସମ୍ପର୍କରେ ଗତ ମଙ୍ଗଳବାର ୟୁରୋପୀୟ ସଂଘ ଜଳବାୟୁ ଏଜେନ୍ସି ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି। କୋପରନିକସ୍ କ୍ଲାଇମେଟ ଚେଞ୍ଚ ସର୍ଭିସ ପକ୍ଷରୁ କୁହାଯାଛି ଯେ ମାର୍ଚ୍ଚ ମାସରେ ହାରାହାରି ତାପମାତ୍ରା ୧୪.୧୪ ଡିଗ୍ରୀ ସେଲସିୟସ୍ ରହିଥିଲା। ଯାହା ନିର୍ଦ୍ଦିଷ୍ଟ ପୂର୍ବ ଶିଳ୍ପ ଅବଧି ସମୟରେ ଅର୍ଥାତ ୧୮୫୦-୧୯୦୦ ମସିହା ମାର୍ଚ୍ଚ ମାସର ହାରାହାରି ତାପମାତ୍ରା ଠାରୁ ୧.୬୮ ଡିଗ୍ରୀ ସେଲସିୟସ୍ ଅଧିକ ରହିଥିଲା। ୧୯୯୧-୨୦୨୦ ମାର୍ଚ୍ଚ ମାସର ହାରାହାରି ତାପମାତ୍ରା ଠାରୁ ୦.୭୩ ଡିଗ୍ରୀ ସେଲସିୟସ୍ ଏବଂ ଗତ ୨୦୧୬ ମାର୍ଚ୍ଚ ମାସର ପୂର୍ବ ତାପମାତ୍ରା ତୁଳନାରେ ୦.୧୦ ଡିଗ୍ରୀ ସେଲସିୟସ୍ ଅଧିକ ରହିଥିଲା।

ଜଳବାୟୁ ଏଜେନ୍ସି ଆହୁରି କହିଛି ଯେ ଗତ ୧୨ ମାସରେ (୨୦୨୩ ଅପ୍ରେଲ-୨୦୨୪ ମାର୍ଚ୍ଚ) ବିଶ୍ୱର ହାରାହାରି ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଛି। ଯାହା ୧୯୯୧-୨୦୨୦ ମସିହାର ହାରାହାରି ତାପମାତ୍ରା ଠାରୁ ୦.୭୦ ଡିଗ୍ରୀ ସେଲସିୟସ୍ ଏବଂ ୧୮୫୦-୧୯୦୦ ମସିହାର ହାରାହାରି ତାପମାତ୍ରା ଠାରୁ ୦.୭୦ ଡିଗ୍ରୀ ସେଲସିୟସ୍ ଅଧିକ ରହିଛି। ବିଶ୍ୱର ହାରାହାରି ତାପମାତ୍ରା ଜାନୁଆରୀ ମାସରେ ପ୍ରଥମ ଥର ପାଇଁ ସମଗ୍ର ବର୍ଷ ପାଇଁ ଅଧିକ ୧.୫ ଡିଗ୍ରୀ ସେଲସିୟସ୍ ସୀମା ଅତିକ୍ରମ କରିଛି।

ପ୍ୟାରିସ୍ ଚୁକ୍ତିରେ ନିର୍ଦ୍ଦିଷ୍ଟ ୧.୫ ଡିଗ୍ରୀ ସେଲସିୟସ୍ ସୀମାର ସ୍ଥାୟୀ ଉଲ୍ଲଂଘନ ବହୁ ବର୍ଷ ଧରି ଦୀର୍ଘକାଳୀନ ଉଷ୍ମତାକୁ ଦର୍ଶାଉଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଖରାପ ପ୍ରଭାବକୁ ଦୂରେଇବା ପାଇଁ ବିଭିନ୍ନ ଦେଶଙ୍କୁ ପୂର୍ବ ଶିଳ୍ପ ବିପ୍ଲବ ସମୟର ତାପମାତ୍ରା ତୁଳନାରେ ୧.୫ ସେଲସିୟସ ତାପମାତ୍ରା ମଧ୍ୟରେ ସୀମିତ ରଖିବା ଆବଶ୍ୟକ। ୧୮୫୦-୧୯୦୦ ମସିହାର ହାରାହାରି ତାପମାତ୍ରା ତୁଳନାରେ ବର୍ତ୍ତମାନର ବୈଶ୍ୱିକ ତାପମାତ୍ରା ପ୍ରାୟ ୧.୧୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଯାହା କେବେ ୧ ଲକ୍ଷ ୨୫ ହଜାର ବର୍ଷ ପୂର୍ବରୁ ଦେଖାଯାଇ ନଥିଲା।

ଏହି ତାପମାତ୍ରା ବୃଦ୍ଧି ସାରା ବିଶ୍ୱରେ ରେକର୍ଡ ଭାଙ୍ଗୁଥିବା ମରୁଡ଼ି, ଜଙ୍ଗଲରେ ନିଆଁ ଲାଗିବା ଏବଂ ବନ୍ୟା ଭଳି ପରିସ୍ଥିତି ହେବାର କାରଣ ବୋଲି ବିଶ୍ୱାସ କରାଯାଏ। ବୈଶ୍ୱିକ ହାରାହାରି ତାପମାତ୍ରା ବୃଦ୍ଧି ବାୟୁମଣ୍ଡଳରେ ସବୁଜ କୋଠରୀ ଗ୍ୟାସ୍ ର ଦ୍ରୁତ ଗତିରେ ବୃଦ୍ଧି ହେତୁ ହୋଇଥାଏ। ଯାହା ମୁଖ୍ୟତଃ କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ ବୃଦ୍ଧି କାରଣରୁ ହୋଇଥାଏ। ୟୁରୋପୀୟ ସଂଘ ଜଳବାୟୁ ଏଜେନ୍ସି  ନିର୍ଦ୍ଦେଶକ ସାମନ୍ୟ ବର୍ଗେସ୍ କହିଛନ୍ତି ଯେ, ବିଗତ ୧୨ ମାସ ମଧ୍ୟରେ ବୈଶ୍ୱିକ ହାରାହାରି ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଛ। ଯାହା ପୂର୍ବରୁ ହୋଇଥିବା ଶିଳ୍ପ ସ୍ତରରୁ ୧.୫୮ ଡିଗ୍ରୀ ସେଲସିୟସ୍ ଅଧିକ ରହିଛି।

ତାପମାତ୍ର ବୃଦ୍ଧିକୁ ରୋକିବା ପାଇଁ ସବୁଜ କୋଠରୀ ଗ୍ୟାସ୍ ନିର୍ଗମନକୁ ଯଥାଶୀଘ୍ର ହ୍ରାସ କରିବା ଆବଶ୍ୟକ। ବୈଶ୍ୱିକ ସ୍ତରରେ ବର୍ଷ ୨୦୨୩, ବିଗତ ୧୭୪ ବର୍ଷର ପର୍ଯ୍ୟବେକ୍ଷଣ ରେକର୍ଡ ମଧ୍ୟର ସବୁଠାରୁ ଉତ୍ତପ୍ତ ବର୍ଷ ରହିଥିଲା। ଯାହା ପୂର୍ବରୁ ୧୮୫୦-୧୯୦୦ ମସିହାର ହାରାହାରି ତାପମାତ୍ରା ଅପେକ୍ଷା ୧.୪୫ ଡିଗ୍ରୀ ସେଲସିୟସ୍ ଠାରୁ ଅଧିକ ରହିଥିଲା। ଅପ୍ରେଲ-ଜୁନ୍ ଅବଧି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଅତ୍ୟଧିକ ଗରମ ଅନୁଭହ ହେବା ନେଇ ପୂର୍ବାନୁମାନ କରିଛି। ଲା ନିନା ଅବସ୍ଥା ବର୍ଷର ଶେଷ ଭାଗରେ ବିକଶିତ ହେବାର ସମ୍ଭାବନା ରହିଛି। ଭାରତରେ ହେବାକୁ ଯାଉଥିବା ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଥିବା ବୈଜ୍ଞାନିକ କହିଛନ୍ତି ଯେ ଜୁନ୍-ଅଗଷ୍ଟ ପର୍ଯ୍ୟନ୍ତ ଲା ନିନା ଅବସ୍ଥା ସୃଷ୍ଟି ହେବାର ଅର୍ଥ ହେଉଛି ଯେ ଗତ ତୁଳନାରେ ଚଳିତ ବର୍ଷ ମୌସୁମୀ ସମୟରେ ଭଲ ବର୍ଷା ହୋଇପାରେ।