Sukhoi-57 FGFA: ଧରିପାରିବ ନାହିଁ ରାଡ଼ାର; ନିର୍ମିତ ହେଉଛି ଅଦୃଶ୍ୟ ଯୁଦ୍ଧ ବିମାନ
Advertisement
Article Detail0/zeeodisha/odisha1981262

Sukhoi-57 FGFA: ଧରିପାରିବ ନାହିଁ ରାଡ଼ାର; ନିର୍ମିତ ହେଉଛି ଅଦୃଶ୍ୟ ଯୁଦ୍ଧ ବିମାନ

IAF Stealth Fighter Jet: ଖୁବଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ଅଦୃଶ୍ୟ ଯୁଦ୍ଧ ବିମାନ। ଯାହାକୁ ରାଡ଼ାର ଧରିପାରିବ ନାହିଁ।

Sukhoi-57 FGFA: ଧରିପାରିବ ନାହିଁ ରାଡ଼ାର; ନିର୍ମିତ ହେଉଛି ଅଦୃଶ୍ୟ ଯୁଦ୍ଧ ବିମାନ

Fifth Generation Fighter Aircraft Sukhoi 57: ସାମରିକ ସାମର୍ଥ୍ୟ କ୍ଷେତ୍ରରେ ଆଉ ଏକ ସଫଳତା ପାଇବାକୁ ଯାଉଛି ଭାରତ। ଖୁବ ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛି ଅଦୃଶ୍ୟ ଯୁଦ୍ଧ ବିମାନ। ଯାହାକୁ ରାଡା଼ର ମଧ୍ୟ ଧରିପାରିବ ନାହିଁ। ବ୍ରହ୍ମୋସ୍ ପରେ ଭାରତ-ଋଷିଆ ମିଳିତ ପ୍ରୟାସରେ ନିର୍ମିତ ହେବାକୁ ଯାଉଛି ପଞ୍ଚମ ପିଢିର ଯୁଦ୍ଧ ବିମାନ। 

ଭାରତ-ଋଷିଆ ମିଳିତ ଭାବେ ନିର୍ମାଣ କରିବେ 'ଅଦୃଶ୍ୟ' ଯୁଦ୍ଧ ବିମାନ
ଭାରତ ବର୍ଷରେ ପଞ୍ଚମ ପିଢିର ଯୁଦ୍ଧ ବିମାନର ଉତ୍ପାଦନ ଖୁବ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ଅଛି। ଏ ସମ୍ପର୍କରେ ଋଷିଆ ଅଧିକାରୀ କହିଛନ୍ତି ଯେ ଋଷିଆର ଆଧୁନିକ ସୁଖୋଇ-୫୭ ଯୁଦ୍ଧ ବିମାନର ମିଳିତ ଉତ୍ପାଦନ ଉପରେ ଆଲୋଚନା ଚାଲିଛି। ଦୁଇ ଦଶନ୍ଧି ଧରି ପଞ୍ଚମ ପିଢିର ଯୁଦ୍ଧ ବିମାନ ମିଳିତ ଉତ୍ପାଦନ ଉପରେ ଭାରତ-ଋଷିଆ ମଧ୍ୟରେ ଆଲୋଚନା ଚାଲିଛି। ଏହି ଆଲୋଚନା ଗତ ୨୦୧୮ ବର୍ଷରେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ଏହି ଆଲୋଚନା ପୁନର୍ବାର ଆରମ୍ଭ ହେବା ସହିତ ଭାରତରେ ପଞ୍ଚମ ପିଢିର ଯୁଦ୍ଧ ବିମାନ ଆରମ୍ଭ ହେବାର ସମ୍ଭାବନା ରହିଛି।

କେତେ ବିପଜ୍ଜନକ ପଞ୍ଚମ ପିଢିର ଯୁଦ୍ଧ ବିମାନ?
ପଞ୍ଚମ ପିଢିର ଯୁଦ୍ଧ ବିମାନ ହେଉଛି ଏକ ଯୁଦ୍ଧ ବିମାନ ଯାହାକୁ ରାଡାର ଧରିପାରବ ନାହିଁ। ଯାହା ବହୁତ ସମୟ ଧରି ସୁପରସୋନିକ୍ ବେଗରେ ଉଡ଼ାଣ ଭରିପାରିବ। ଅର୍ଥାତ ପଞ୍ଚମ ପିଢିର ଯୁଦ୍ଧ ବିମାନ ଶବ୍ଦ ଠାରୁ ଅଧିକ ବେଗରେ ଉଡ଼ିପାରିବ। ଏହାର ଅସ୍ତ୍ର ହେଉଛି ଏପରି ଯେ ଯାହା ଜଳ, ସ୍ଥଳ, ଆକାଶରେ ଆକ୍ରମଣ କରିପାରିବ। ଏପରିକି ବିପଦକୁ ଚିହ୍ନଟ କରି ନିଷ୍ପତ୍ତି ପାରିବ। ପଞ୍ଚମ ପିଢିର ଯୁଦ୍ଧ ବିମାନ ବର୍ତ୍ତମାନର ସୁଖୋଇ-୩୦ ଏବଂ ରାଫାଲେ ଭଳି ଯୁଦ୍ଧ ବିମାନ ଅପେକ୍ଷା ଅଧିକ ମାରାତ୍ମକ ହେବ ଏବଂ ଭବିଷ୍ୟତର ଆହ୍ୱାନକୁ ପୂରଣ କରିବାରେ ସକ୍ଷମ ହେବ।

ଭାରତୀୟ ବାୟୁସେନାର ପ୍ରଥମ ଅଦୃଶ୍ୟ ବିମାନ
ପଞ୍ଚମ ପିଢିର ଯୁଦ୍ଧ ବିମାନ କେବଳ ହାଲୁକା ହେବ ନାହିଁ। ବରଂ ଏହାକୁ ରାଡାର ଠାରୁ ଅଦୃଶ୍ୟ ହୋଇ ଉଡ଼ାଣସ ଭରିବାର କ୍ଷମତା ରଖିବ। ପଞ୍ଚମ ପିଢିର ଯୁଦ୍ଧ ବିମାନ ନିର୍ମାଣ ନେଇ ଯଦି ଭାରତ-ଋଷିଆ ଚାଲିଥିବା କଥାବାର୍ତ୍ତା ଚୂଡାନ୍ତ ହୋଇଯାଏ, ତାହାଲେ ଏହା ଭାରତୀୟ ବାୟୁସେନାର ପ୍ରଥମ ଅଦୃଶ୍ୟ ବିମାନ ହେବ। ଯାହାକୁ ରାଡ଼ାର ଧରିପାରିବ ନାହିଁ। ବିଗତ କିଛି ବର୍ଷ ମଧ୍ୟରେ ପଞ୍ଚମ ପିଢିର ଯୁଦ୍ଧ ବିମାନ ବିମାନ ଯୁଦ୍ଧର ଅର୍ଥ ବଦଳାଇ ଦେଇଛି। ବିଶ୍ୱର ପ୍ରତ୍ୟେକ ଦେଶ ର୍ତ୍ତମାନ ପଞ୍ଚମ ପିଢିର ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଚାହୁଁଛନ୍ତି।

ୟୁକ୍ରେନ ଯୁଦ୍ଧରେ ପ୍ରଦର୍ଶନ କରିସାରିଛି ଶକ୍ତି
ବର୍ତ୍ତମାନ ଆମେରିକୀୟ ଏଫ-୩୫ ଏବଂ ଏଫ-୨୨, ଚୀନ ଚେଙ୍ଗଡୁ-୨୦ ଏବଂ ଋଷିଆ ସୁଖୋଇ-୫୭ ହେଉଛି ବିଶ୍ୱର ସର୍ବୋତ୍ତମ ପଞ୍ଚମ ପିଢିର ଯୁଦ୍ଧ ବିମାନ। ଅନ୍ୟ ଅନେକ ଦେଶ ମଧ୍ୟ ପଞ୍ଚମ ପିଢିର ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଚେଷ୍ଟା କରୁଛନ୍ତି। ଗତ ୨୦୨୦ ବର୍ଷରେ ଋଷିଆ ଏହାର ବାୟୁସେନାରେ ସୁଖୋଇ-୫୭ ଯୁଦ୍ଧ ବିମାନ ଅନ୍ତର୍ଭୂକ୍ତ କରିସାରିଛି। ଯେଉଁ ବିମାନ ସିରିଆ ବ୍ୟତୀତ ୟୁକ୍ରେନ ଯୁଦ୍ଧରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଛି।

କେଉଁ ଧାତୁରେ ନିର୍ମିତ ହୋଇଛି ସୁଖୋଇ-୫୭ ଯୁଦ୍ଧ ବିମାନ
ସୁଖୋଇ-୫୭ ଯୁଦ୍ଧ ବିମାନ କାର୍ବନ ଫାଇବର ପରି ମିଶ୍ରିତ ପଦାର୍ଥରୁ ନିର୍ମିତ ହୋଇଛି। ଏହି ବିମାନ ଶତ୍ରୁ ପକ୍ଷର ରାଡାର୍ ରେ ଏକ ଛୋଟ ଟେନିସ୍ ବଲ୍ ଆକାରର ଦେଖାଯିବ। ଶତ୍ରୁ ପକ୍ଷର ରାଡାର୍ ସୁଖୋଇ-୫୭ ଯୁଦ୍ଧ ବିମାନକୁ ଧରି ପାରୁନଥିବାରୁ ଏହାର ଏପରି ବୈଶିଷ୍ଟ୍ୟକୁ ଅଦୃଶ୍ୟ ଜ୍ଞାନକୌଶଳ କୁହାଯାଏ। ଏହି କାରଣରୁ ଶତ୍ରୁ ପକ୍ଷ ସହଜରେ ସୁଖୋଇ-୫୭ ଯୁଦ୍ଧ ବିମାନକୁ ଟାର୍ଗେଟ୍ କରିବାକୁ ସମର୍ଥ ହେବେ ନାହିଁ। ସୁଖୋଇ-୫୭ ଏକ ସମୟରେ ୧୦ ଟନ ଠାରୁ ଅଧିକ ଓଜନ ବିଶିଷ୍ଟ ଅସ୍ତ୍ରଶସ୍ତ୍ର ପରିବହନ କରିବାକୁ ସକ୍ଷମ। ପ୍ରାୟ ୬୬,୦୦୦ ଫୁଟ ଉଚ୍ଚତାକୁ ମଧ୍ୟ ଯାଇପାରିବ ସୁଖୋଇ-୫୭ ଯୁଦ୍ଧ ବିମାନ। ଶବ୍ଦ ଠାର ଅଧିକ ଦୁଇ ଗୁଣ ବେଗରେ ଉଡ଼ାଣ ଭରିପାରେ ସୁଖୋଇ-୫୭  ବିମାନ। ଅତିରିକ୍ତ ଇନ୍ଧନ ବିନା ୩୫୦୦ କିଲୋମିଟର ପର୍ଯ୍ୟନ୍ତ ଉଡ଼ାଣ ଭରିପାରେ।

ଏହି ବିମାନ ଏକ ସମୟରେ ୧୨ ଅସ୍ତ୍ର ସହିତ ସଜାଯାଇ ପାରିବ। ଯାହା ସାହାଯ୍ୟରେ ସ୍ଥଳ, ଆକାଶ କିମ୍ବା ସମୁଦ୍ରର ଯେକୌଣସି ଲକ୍ଷ୍ୟକୁ ନଷ୍ଟ କରିହେବ। ଭାରତ-ଋଷିଆ ମିଳିତ ଭାବରେ ଗତ ୨୦୦୭ ବର୍ଷରେ ପଞ୍ଚମ ପିଢିର ଯୁଦ୍ଧ ବିମାନ ମିଳିତ ଉତ୍ପାଦନ ଉପରେ ଆଲୋଚନା ଆରମ୍ଭ କରିଥିଲେ। ହେଲେ ଗତ ୨୦୧୮ ପର୍ଯ୍ୟନ୍ତ ଏ ବାବଦରେ କୌଣସି ନିଷ୍ପତ୍ତି ନିଆଯାଇ ପାରିଲା ନାହିଁ। ଭାରତ ପ୍ରଥମେ ପଞ୍ଚମ ପିଢିର ଯୁଦ୍ଧ ବିମାନର କ୍ଷମତା ଦେଖିବାକୁ ଚାହିଁଥିଲା। ଗତ ୨୦୨୦ ବର୍ଷରେ ସୁଖୋଇ-୫୭ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିଥିଲା ଋଷିଆ। ଏବେ ପୁଣିଥରେ ପଞ୍ଚମ ପିଢିର ଯୁଦ୍ଧ ବିମାନ ନିର୍ମାଣକୁ ନେଇ ବାର୍ତ୍ତାଳାପ ଆରମ୍ଭ ହୋଇଥିବାର ଖବର ଆସିଛି। ଭାରତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ନାସିକ ସ୍ଥିତ ପ୍ଲାଣ୍ଟ ଠାରେ ୨୫୦ କିମ୍ବା ଏହା ଠାରୁ ଅଧିକ ସୁଖୋଇ-୩୦ ବିମାନ ଉତ୍ପାଦନ କରିଛି। ଭାରତ ଲାଗି ସୁଖୋଇ-୫୭ ଯୁଦ୍ଧ ବିମାନ ଉତ୍ପାଦନ ଆରମ୍ଭ କରିବା ସହଜ।

ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ସୁଖୋଇ-୩୦ ବ୍ୟତୀତ ଫ୍ରାନ୍ସ ପାଖରୁ ଆମଦାନୀ ହୋଇଥିବା ରାଫେଲ୍ ଯୁଦ୍ଧ ବିମାନ ରହିଛି। ଯାହା ଚତୁର୍ଥ ପିଢିର ଯୁଦ୍ଧ ବିମାନ ବୋଲି ବିବେଚନା କରାଯାଏ। ଚୀନ୍ ବର୍ତ୍ତମାନ ଏହାର ବାୟୁସେନାରେ ରାଡା଼ର କବଳରୁ ଅଦୃଶ୍ୟ ହୋଇଯାଉଥିବା ଯୁଦ୍ଧ ବିମାନକୁ ଅନ୍ତର୍ଭୁକ୍ତ କରୁଛି। ଆମେରିକୀୟ ବାୟୁସେନା ମଧ୍ୟ ପଞ୍ଚମ ପିଢିର ବିମାନ ସାହାଯ୍ୟରେ ବିଶ୍ୱରେ ଏକ ନମ୍ବର ସୁପର ପାୱାର ହୋଇରହିଛି। ସମୟ ବଦଳିବା ସହ ଭାରତ ଲାଗି ରାଡ଼ାର କବଳରୁ ଅଦୃଶ୍ୟ ହୋଇଯାଉଥିବା ଯୁଦ୍ଧ ବିମାନ ନିର୍ମାଣ କରିବା ଆବଶ୍ୟକୀୟ ହୋଇଯାଇଛି।