Advertisement
Article Detail0/zeeodisha/odisha2065952
Zee OdishaOdisha TrendingWeather Update Today: ଆହୁରି କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ? ପୂର୍ବାନୁମାନ କରି ଜଣାଇଦେଲା ଆଇଏମଡି

Weather Update Today: ଆହୁରି କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ? ପୂର୍ବାନୁମାନ କରି ଜଣାଇଦେଲା ଆଇଏମଡି

IMD Weather Alert: ଶୀତ ରହରୀ ଏବଂ ଘନ କୁହୁଡ଼ିରୁ କେବେ ମିଳିବ ମୁକ୍ତି ସେ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  

 

Weather Update Today: ଆହୁରି କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ? ପୂର୍ବାନୁମାନ କରି ଜଣାଇଦେଲା ଆଇଏମଡି

IMD Forecast on Cold Wave: ଦେଶର ଅଧାରୁ ଅଧିକ ଭାଗରେ ଏବେ ଜାରି ରହିଛି ଶୀତ ଲହରୀ। ଯାହାର ଫଳ ସ୍ୱରୂପ ଥଣ୍ଡା ବଢିବା ସହ କୁହୁଡ଼ି ଜାରି ରହିଛି। ଗୁରୁବାର ମଧ୍ୟ ଘନ କୁହୁଡ଼ି ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ଶୀତ ଲହରୀରୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଏବଂ ପଶ୍ଚିମ ଉତ୍ତର ପ୍ରଦେଶର କିଛି ସ୍ଥାନରେ କୁହୁଡ଼ି ହେବ। ଜାନୁଆରୀ ୧୮ ତାରିଖରେ ବିହାର ଝାଡ଼ଖଣ୍ଡ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ସିକ୍କିମ ଏବଂ ଉତ୍ତର ପୂର୍ବ ଭାରତର କେତେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୧୮ ଏବଂ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରହିଥିବାର ରେକର୍ଡ଼ କରାଯାଇଛି। ଆସନ୍ତା ୨୧ ତାରିଖରୁ ୨୩ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ରାଜଧାନୀ ସହ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ସର୍ବାଧିକ ତାପମାତ୍ରା ୨୦-୨୨ ଏବଂ ସର୍ବନିମ୍ନ ତାପମାତ୍ରା ୫-୬ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ। କୁହୁଡ଼ି କାରଣରୁ ଗୁରୁବାର ମଧ୍ୟ ଟ୍ରାଫିକ ସେବା ପ୍ରଭାବିତ ହୋଇଛି।

୨୨ ପର୍ଯ୍ୟନ୍ତ ଶୀତ ଲହରୀ ଏବଂ ୨୨ ପର୍ଯ୍ୟନ୍ତ ଜାରି ରହିବ କୁହୁଡ଼ି
ଜାମୁ କାଶ୍ମୀରରୁ ଦିଲ୍ଲୀ ପର୍ଯ୍ୟନ୍ତ ଶୀତଳ ଲଗରୀ ଜାରି ରହିଛି। ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ତାପମାତ୍ରା ୨ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଏବଂ ରାଜସ୍ଥାନ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୬-୯ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିବାର ରେକର୍ଡ କରାଯାଇଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଯଦିଓ ବିଗତ ୩ ଦିନ ଧରି ଖରା ପଡୁଛି ହେଲେ ବର୍ତମାନ ଶୀତ ଲହରୀରୁ କୌଣସି ଆଶ୍ୱସ୍ତି ମିଳିବ ନାହିଁ।

ଆଗାମୀ ୫ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଏବଂ କୁହୁଡି ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏନେଇ ହୋଇଥିବା ପୂର୍ବାନୁମାନ ଅନୁସାରେ ୧୮ ତାରିଖରୁ ୨୨ ପର୍ଯ୍ୟନ୍ତ ଉତ୍ତର ଭାରତରେ ଘନ କୁହୁଡ଼ି ଛାଇ ରହିବ। ଏହା ସହିତ ୧୮ ତାରିଖରୁ ୨୧ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି। ପ୍ରାୟ ୨୦ ଦିନ ହେବ ଦେଶରେ ଜାରି ରହିଥିବା ଶୀତ ଲହରୀରୁ ଏବଂ କୁହୁଡ଼ି ପ୍ରଭାବରୁ ଏବେ କୌଣସି ଆଶ୍ୱସ୍ତି ମିଳିବା ଭଳି ସମ୍ଭାବନା ନାହିଁ। ଆଗାମୀ ୫ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଆଗାମୀ ଦିନରେ ହାଡ଼ ଭଙ୍ଗା ଶୀତର ସାମ୍ନା କରିବେ ଲୋକେ। ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ଘନ କୁହୁଡ଼ି ରହିବ। ଏହା ସହିତ ପ୍ରବଳ ଥଣ୍ଡା ମଧ୍ୟ ଜାରି ରହିବ। ଉତ୍ତର-ପଶ୍ଚିମ ଭାରତରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ। ଉତ୍ତର ଏବଂ ଉତ୍ତର-ପଶ୍ଚିମ ଭାରତରେ ଘନ କୁହୁଡ଼ି ହେତୁ କେତେକ ସ୍ଥାନରେ ଦୃଶ୍ୟମାନତା ୫୦ ମିଟର ଠାରୁ କମ୍ ହୋଇଯାଇଥିଲା। ଆହୁରି ୪-୫ ଦିନ ପାଇଁ ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡା ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ 
  

Add Zee News as a Preferred Source