Income Tax Free State: ଏହି ରାଜ୍ୟରେ ଲାଗୁ ହୋଇ ନଥାଏ ଆୟକର ଆଇନ, କୋଟି କୋଟି ଟଙ୍କାର ଆୟ ଉପରେ ମଧ୍ୟ ଆଦାୟ କରାଯାଏ ନାହିଁ ଟିକସ; ଜାଣନ୍ତୁ ଏହାର କାରଣ
Advertisement
Article Detail0/zeeodisha/odisha1568543

Income Tax Free State: ଏହି ରାଜ୍ୟରେ ଲାଗୁ ହୋଇ ନଥାଏ ଆୟକର ଆଇନ, କୋଟି କୋଟି ଟଙ୍କାର ଆୟ ଉପରେ ମଧ୍ୟ ଆଦାୟ କରାଯାଏ ନାହିଁ ଟିକସ; ଜାଣନ୍ତୁ ଏହାର କାରଣ

Sikkim Income Tax Exemption:  ଆପଣ ଜାଣନ୍ତି କି ଭାରତରେ ଏହିପରି ଏକ ରାଜ୍ୟ ଅଛି, ଯେଉଁଠାରେ ଆୟକର ହିସାବରେ ଜନସାଧାରଣଙ୍କଠାରୁ ଗୋଟିଏ ଟଙ୍କା ମଧ୍ୟ ସଂଗ୍ରହ କରାଯାଇ ନାହିଁ । ଆଜ୍ଞା ହଁ, ଆପଣ ଠିକ୍ ପଢ଼ୁଛନ୍ତି । ଯଦିଓ ସେହି ରାଜ୍ୟର ଲୋକଙ୍କ ଆୟ କୋଟି ଟଙ୍କାରେ ହୋଇଥାଏ, ତଥାପି ଆୟକର ବିଭାଗ ସେମାନଙ୍କଠାରୁ ଗୋଟିଏ ଟଙ୍କା ମଧ୍ୟ ଆଦାୟ କରୁନାହିଁ । 

Income Tax Free State: ଏହି ରାଜ୍ୟରେ ଲାଗୁ ହୋଇ ନଥାଏ ଆୟକର ଆଇନ, କୋଟି କୋଟି ଟଙ୍କାର ଆୟ ଉପରେ ମଧ୍ୟ ଆଦାୟ କରାଯାଏ ନାହିଁ ଟିକସ; ଜାଣନ୍ତୁ ଏହାର କାରଣ

Income Tax Free State In India: ବିଗତ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ (Finance Minister) ନିର୍ମଳା ସୀତାରମଣ (Nirmala Sitharaman) ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ (Budget 2023) ଉପସ୍ଥାପନ କରିଥିଲେ । ସେହି ଭାଷଣରେ କୁହାଯାଇଥିଲା ଯେ, ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ (Income Tax) ଲାଗିବ ନାହିଁ । ଏହି ଘୋଷଣା ପରେ ଅନେକ ଲୋକ ଖୁସି ହୋଇଥିଲେ । କିନ୍ତୁ ଆପଣ ଜାଣନ୍ତି କି ଭାରତରେ ଏହିପରି ଏକ ରାଜ୍ୟ ଅଛି, ଯେଉଁଠାରେ ଆୟକର ହିସାବରେ ଜନସାଧାରଣଙ୍କଠାରୁ ଗୋଟିଏ ଟଙ୍କା ମଧ୍ୟ ସଂଗ୍ରହ କରାଯାଇ ନାହିଁ । ଆଜ୍ଞା ହଁ, ଆପଣ ଠିକ୍ ପଢ଼ୁଛନ୍ତି । ଯଦିଓ ସେହି ରାଜ୍ୟର ଲୋକଙ୍କ ଆୟ କୋଟି ଟଙ୍କାରେ ହୋଇଥାଏ, ତଥାପି ଆୟକର ବିଭାଗ ସେମାନଙ୍କଠାରୁ ଗୋଟିଏ ଟଙ୍କା ମଧ୍ୟ ଆଦାୟ କରୁନାହିଁ । ଆସନ୍ତୁ ଜାଣିବା ସିକ୍କିମ (Sikkim Income Tax Exemption) ରେ ଏହି ନିୟମ କାହିଁକି କରାଯାଇଛି?

ଏଥିପାଇଁ ଆପଣଙ୍କୁ ଭାରତର ଇତିହାସ ବିଷୟରେ ଜାଣିବାକୁ ପଡିବ । କାରଣ ୧୯୫୦ ମସିହାରେ ଭାରତ ସିକ୍କିମ (Sikkim) ସହିତ ଶାନ୍ତି ଚୁକ୍ତି କରିଥିଲା । ତାହା ଅନ୍ତର୍ଗତ ସିକ୍କିମ ଭାରତର ସୁରକ୍ଷା ଅଧୀନରେ ଆସିଥିଲା । ତା’ପରେ ୧୯୭୫ ସମୟରେ ଏହା ସଂପୂର୍ଣ୍ଣ ଭାବରେ ବିଲୟ ହେଲା । ସିକ୍କିମରେ ଚୋଗିଆଲ୍ ଶାସନ ଚାଲିଥିଲା ।​ ସେ ୧୯୪୮ ମସିହାରେ ସିକ୍କିମ ଇନକମ ଟ୍ୟାକ୍ସ ମାନୁଆଲ ଜାରି କରିଥିଲେ । ଯେତେବେଳେ ଏହା ଭାରତ ସହିତ ବିଲୟ ହେଲା, ସେତେବେଳେ ସର୍ତ୍ତ ଥିଲା ଯେ ସିକ୍କିମବାସୀଙ୍କୁ ଆୟକର ଛାଡ କରାଯିବ । ଆପଣଙ୍କୁ କହି ରଖୁଛୁ ଯେ ଆୟକର ଅଧିନିୟମର ଧାରା 10 (26AAA) ଅନୁଯାୟୀ, ସିକ୍କିମର  ମୂଳ ଅଧିବାସୀଙ୍କୁ ଆୟକରରୁ ରିହାତି ଦିଆଯାଉଛି ।

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ ଦଳରୁ ବାହାର ହେଲେ ଏହି ଖେଳାଳି, ହଠାତ୍ ରିପ୍ଲେସମେଣ୍ଟର କରାଗଲା ଘୋଷଣା

ଅଧିକ ପଢ଼ନ୍ତୁ:-ଦୁଇ ପତ୍ନୀ ପୂର୍ବରୁ ଗର୍ଭବତୀ, ଏବେ ଗର୍ଲଫ୍ରେଣ୍ଡ ବି ହେବେ ମା'! ଏହି ପ୍ରସିଦ୍ଧ ୟୁଟ୍ୟୁବରଙ୍କ ଏକାସାଙ୍ଗରେ ହେବ ୪ଟି ସନ୍ତାନ?

ଅଧିକ ପଢ଼ନ୍ତୁ:-୬୨ ବର୍ଷ ଧରି ଶୋଇ ନାହାଁନ୍ତି ଏହି ବ୍ୟକ୍ତି, ଆଖି ବନ୍ଦ କଲେ ବି ଆସୁନି ନିଦ; ଜାଣନ୍ତୁ ଏହା ପଛର ଆଶ୍ଚର୍ଯ୍ୟଜନକ କାରଣ

ଆୟକର ଅଧିନିୟମ ଅନୁଯାୟୀ, ସିକ୍କିମ (Sikkim) ର ମୂଳ ବାସିନ୍ଦାଙ୍କୁ ଏହି ରିହାତି ଦିଆଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ସୁପ୍ରିମକୋର୍ଟ (Supreme Court) ଏହି ପ୍ରସଙ୍ଗରେ ରାୟ ଶୁଣାଇ ଥିଲେ । ସେବେଠାରୁ ସିକ୍କିମର ପ୍ରାୟ ୯୫ ପ୍ରତିଶତ ଲୋକ ଏହି ରିହାତିର ଲାଭ ଉଠାନ୍ତି । ପୂର୍ବରୁ ଏହି ରିହାତି କେବଳ ସିକ୍କିମ୍ ବିଷୟ ପ୍ରମାଣପତ୍ର ଥିବା ଲୋକଙ୍କୁ ଦିଆଯାଉଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଉତ୍ତର-ପୂର୍ବର ସମସ୍ତ ରାଜ୍ୟକୁ ଧାରା 371A ଅନୁଯାୟୀ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଛି । ଏହି କାରଣରୁ ଦେଶର ଅନ୍ୟ ପ୍ରାନ୍ତର ଲୋକମାନେ ଏଠାରେ ସମ୍ପତ୍ତି କିମ୍ବା ଜମି କିଣି ପାରିବେ ନାହିଁ । ସିକ୍କିମର ବାସିନ୍ଦାଙ୍କୁ ଆୟକର ଅଧିନିୟମ, 1961 ର ଧାରା 10 (26AAA) ଅନୁଯାୟୀ ଆୟକରରୁ ମୁକ୍ତ କରାଯାଇଛି ।