C295 Transport Aircraft: ଭାରତୀୟ ବାୟୁସେନାରେ ସାମିଲ ହେଲା ସି-୨୯୫ ବିମାନ, ପୂଜା ପାଠ କରି ସାମିଲ କରାଇଲେ ପ୍ରତିରକ୍ଷା ମନ୍ତ୍ରୀ
Advertisement
Article Detail0/zeeodisha/odisha1887192

C295 Transport Aircraft: ଭାରତୀୟ ବାୟୁସେନାରେ ସାମିଲ ହେଲା ସି-୨୯୫ ବିମାନ, ପୂଜା ପାଠ କରି ସାମିଲ କରାଇଲେ ପ୍ରତିରକ୍ଷା ମନ୍ତ୍ରୀ

Indian Air Force C295: ସୋମବାର ହିଣ୍ଡନ୍ ବାୟୁସେନା ଘାଟିରେ ପୂଜା ପାଠ କରି ଭାରତୀୟ ବାୟୁସେନାରେ ସି-୨୯୫ ବିମାନକୁ ସାମିଲ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। 

 

ଫଟୋ ସୌଜନ୍ୟ:@rajnathsingh

C-295 Aircraft inducted into IAF: ସେପ୍ଟମ୍ବର ୨୫ ତାରିଖ ସୋମବାର ଭାରତୀୟ ବାୟୁସେନାରେ ସାମିଲ ହୋଇଛି ପ୍ରଥମ ସି-୨୯୫ ପରିବହନ ବିମାନ। ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅବସ୍ଥିତ ହିଣ୍ଡନ୍ ବାୟୁସେନା ଘାଟିରେ ପୂଜାପାଠ କରାଇ ସି-୨୯୫ ବିମାନକୁ ବାୟୁ ସେନାରେ ସାମିଲ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଭି.ଆର୍ ଚୌଧରୀ  ଅଂଶଗ୍ରହଣ କରିଥିଲେ। 

ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆନୁଷ୍ଠାନିକ ଭାବରେ ପ୍ରଥମ ସି-୨୯୫ ପରିବହନ ବିମାନକୁ ଭାରତୀୟ ବିମାନ ସେବାରେ ଅନ୍ତର୍ଭୂକ୍ତ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଏହାର ଭିଡିଓ ଜାରି କରିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ପ୍ରତିରକ୍ଷା ମନ୍ତ୍ରୀ ସି୨୯୫ ବିମାନରେ ବୈଦିକ ରୀତିନୀତି ଅନୁଯାୟୀ ପୁରୋହିତଙ୍କ ମନ୍ତ୍ର ସହିତ ସ୍ୱସ୍ତିକ ପ୍ରତୀକ ତିଆରି କରିବା ସହ ରକ୍ଷାସୂତ୍ର ବାନ୍ଧିଛନ୍ତି।

ଭାରତୀୟ ବାୟୁସେନାର ପ୍ରଥମ ସି-୨୯୫ ପରିବହନ ବିମାନ ସେପ୍ଚମ୍ବର ୧୩ ତାରିଖ ବୁଧବାର ସ୍ୱଦେଶ ପହଞ୍ଚିଥିଲା। ଏହି ବିମାନ ଗୁଜୁରାଟ ଭଦୋଦରା ସ୍ଥିତ ବାୟୁସେନା ଷ୍ଟେସନ ଠାରେ ଅବତରଣ କରିଥିଲା। ୟୁରୋପୀୟ କମ୍ପାନୀ ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ ଠାରୁ ଭାରତୀୟ ବାୟୁସେନା ପାଇଁ ସି-୨୯୫ ପରିବହନ ବିମାନ କ୍ରୟ କରାଯାଇଛି। ଏହି ବିମାନ ସ୍ପେନ ଠାରେ ଭାରତୀୟ ବାୟୁସେନାକୁ ପ୍ରଦାନ କରାଯାଇଥିଲା। ଏଥିପାଇଁ ଭାରତୀୟ ବାୟୁସେନା ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧରୀ ସ୍ପେନ ଗସ୍ତ କରିଥିଲେ। ଏୟାର ମାର୍ଶଲ ସ୍ପେନ ସ୍ଥିତ ସେଭିଲ ସହରରେ ଏହି ସାମରିକ ପରିବହନ ବିମାନକୁ ଭାରତୀୟ ବାୟୁସେନା ପକ୍ଷରୁ ଗ୍ରହଣ କରିଥିଲେ।  

ଭାରତୀୟ ବାୟୁସେନା ଲାଗି କାହିଁକି ଗୁରୁତ୍ୱପୂର୍ଣ୍ଣ ସି-୨୯୫ ବିମାନ?
ଭାରତୀୟ ବାୟୁସେନା ପାଇଁ ପରିବହନ ବିମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହାଦ୍ୱାରା ସୈନିକ, ଅସ୍ତ୍ରଶସ୍ତ୍ର, ଇନ୍ଧନ ଏବଂ ସାମରିକ ଉପକରଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଇ ପାରିବ। ଏହି କାର୍ଯ୍ୟରେ ସି-୨୯୫ ବିମାନ କମ୍ ଓଜନ ପରିବହନ କରିବାରେ ସାହାଯ୍ୟ କରିବ। ସି-୨୯୫ ବିମାନ ବାୟୁସେନାର ପୁରୁଣା ଏଚଏସ୭୪୮ ଆଭୋରସ ବିମାନ (HS748 Avros Aircraft) ସ୍ଥାନ ନେବ। ଏହା ବ୍ୟତୀତ ୟୁକ୍ରେନ ଠାରୁ ଆସିଥିବା ଆଣ୍ଟୋନୋଭ ଏଏନ-୩୨ (Antonov An-32 Aircraft) ସ୍ଥାନ ନେବ। 

Also Read: Aircraft C-295: ଭାରତୀୟ ବାୟୁସେନାକୁ ମିଳିଲା C-295, ଜାଣନ୍ତୁ ଏହି ବିମାନର ବିଶେଷତ୍ୱ

ଭାରତ-ସ୍ପେନ, କେଉଁ ଦେଶରେ ନିର୍ମିତ ହେବ କେତେ ବିମାନ 
ପ୍ରାୟ ୫୬ ସି-୨୯୫ ବିମାନ ନିର୍ମାଣ କରିବାକୁ ଭାରତ-ସ୍ପେନ ମଧ୍ୟରେ ଚୁକ୍ତିନାମା ହୋଇଛି। ପ୍ରଥମ ୧୬ ବିମାନ ସ୍ପେନ ଠାରେ ନିର୍ମିତ ହେବ। ବାକି ୧୬ ବିମାନ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍ (TASL) ଦ୍ୱାରା ନିର୍ମିତ ହେବ। ଏନେଇ ଟାଟା ଗୁଜୁରାଟ ଭଦୋଦାର ଜିଲ୍ଲାରେ ଏକ କାରଖାନା ନିର୍ମାଣ କରୁଛି। ଆସନ୍ତା ୨୦୨୬ ପର୍ଯ୍ୟନ୍ତ ଏହି ବିମାନ କାରଖାନା ନିର୍ମାଣ ଶେଷ ହେବ। ଟାଟା ଗତ ବର୍ଷ ନଭେମ୍ବରରୁ ୪୦ ସି-୨୯୫ ବିମାନ ପାଇଁ ଧାତୁ କାଟିବା କାମ ଆରମ୍ଭ କରିଛି। ଏହି ବିମାନ ନିର୍ମାଣ ଲାଗି ପ୍ରଥମେ ହାଇଦ୍ରାବାଦ ଠାରେ ବିଭିନ୍ନ ଉପକରଣ ପ୍ରସ୍ତୁତ କରାଯିବ। ପରେ ଏହାକୁ ଭଦୋଦରା ପଠାଯିବ। ସମସ୍ତ ସି-୨୯୫ ବିମାନ ଭଦୋଦରା ଠାରେ ପ୍ରସ୍ତୁତ ହେବ। ଯେଉଁଥିରେ ଇଞ୍ଜିନ ସଂସ୍ଥାପିତ ହେବ। ଇଲେକ୍ଟ୍ରୋନିକ୍ସ ସେଟ୍ ଅପ୍ ହେବ। ପରେ ଏହାକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯିବ। କୁହାଯାଉଛି ଯେ ୩୨ ତମ ବିମାନ ସ୍ୱଦେଶୀ ହେବ।