Aircraft C-295: ଭାରତୀୟ ବାୟୁସେନାକୁ ମିଳିଲା C-295, ଜାଣନ୍ତୁ ଏହି ବିମାନର ବିଶେଷତ୍ୱ
Advertisement
Article Detail0/zeeodisha/odisha1870053

Aircraft C-295: ଭାରତୀୟ ବାୟୁସେନାକୁ ମିଳିଲା C-295, ଜାଣନ୍ତୁ ଏହି ବିମାନର ବିଶେଷତ୍ୱ

IAF gets new Transport Plane: ଭାରତୀୟ ବାୟୁସେନା ବୁଧବାର ଏହାର ପ୍ରଥମ C-295 ରଣକୌଶଳ ସାମରିକ ପରିବହନ ବିମାନ ଗ୍ରହଣ କରିଛି। ଟାଟା କମ୍ପାନୀ ଏହାକୁ ଭାରତରେ ନିର୍ମାଣ କରିବ। ଏୟାରବସ୍ ଏହାକୁ ସ୍ପେନ ଠାରେ ତିଆରି କରୁଛି। ଏହି ବିମାନର ବିଶେଷତ୍ୱ ସମ୍ପର୍କରେ ଜାଣନ୍ତୁ।

 

Aircraft C-295: ଭାରତୀୟ ବାୟୁସେନାକୁ ମିଳିଲା C-295, ଜାଣନ୍ତୁ ଏହି ବିମାନର ବିଶେଷତ୍ୱ

IAF gets Aircraft C-295: ସେପ୍ଟମ୍ବର ୧୩ ତାରିଖ ବୁଧବାର ଭାରତୀୟ ବାୟୁସେନାର ହସ୍ତଗତ ହୋଇଛି ସି-୨୯୫ ବିମାନ। ଏୟାର ମାର୍ଶଲ ଭି.ଆର ଚୌଧରୀ ସ୍ପେନ ସ୍ଥିତ ସେଭିଲ ସହରରେ ଏହି ସାମରିକ ପରିବହନ ବିମାନକୁ ଭାରତୀୟ ବାୟୁସେନା ପକ୍ଷରୁ ଗ୍ରହଣ କରିଛନ୍ତି। ବର୍ତ୍ତମାନ ବାୟୁସେନାର ପ୍ରଥମ ବ୍ୟାଚ୍ ପାଇଲଟ ଏହି ବିମାନ ଉଡ଼ାଣ ପାଇଁ ତାଲିମ ନେଇସାରିଛନ୍ତି। ଦ୍ୱିତୀୟ ବ୍ୟାଚ୍  ତାଲିମ ପାଇଁ ପ୍ରସ୍ତୁତି ଚାଲିଛି। ଭାରତୀୟ ବାୟୁସେନାକୁ ମିଳିଥିବା ସି-୨୯୫ ସାମରିକ ପରିବହନ ବିମାନର ଶକ୍ତି ଏବଂ ବିଶେଷତ୍ୱ ବିଷୟରେ ଜାଣନ୍ତୁ।

ସି-୨୯୫ ବିମାନର ବିଶେଷତ୍ୱ (Specifications of C-295 Transport Plane)

  • ଚାଳକ ଦଳ ସଦସ୍ୟ: ସି-୨୯୫ ବିମାନକୁ ୨ ଜଣ ପାଇଲଟ ଉଡ଼ାଇବେ।
  • ବିମାନର ସାମର୍ଥ୍ୟ: ୭୩ ଜଣ ସୈନିକ କିମ୍ବା ୪୮ Paratroopers କିମ୍ବା ୧୨ Stretcher Intensive Care Medevac କିମ୍ବା ୨୭ Stretcher Medevac ସହ ୪ ଜଣ ମେଡିକାଲ କର୍ମଚାରୀଙ୍କୁ ନେଇପାରିବ। ସି-୨୯୫ ବିମାନ ସର୍ବାଧିକ ୯୨୫୦ କିଲୋଗ୍ରାମ ଓଜନ ଉଠାଇପାରିବ।
  • ଉଡ଼ାଣ ପରିସର: ସି-୨୯୫ ବିମାନ ୧୨୭୭ କିମି ଠାରୁ ନେଇ ୪୫୮୭ କିମି ପର୍ଯ୍ୟନ୍ତ ଉଡ଼ାଣ ଭରିପାରିବ। ବିମାନର ଉଡ଼ାଣ ଏହାର ଓଜନ ପରିବହନ କ୍ଷମତା ଉପରେ ନିର୍ଭର କରେ।
  • ବିମାନର ଗତି: ଘଣ୍ଟା ପ୍ରତି ସର୍ବାଧିକ ୪୮୨ କିଲୋମିଟର ବେଗରେ ଉଡ଼ାଣ ଭରିପାରିବ ସି-୨୯୫ ବିମାନ।
  • ସର୍ବାଧିକ ଉଚ୍ଚତା: ସି-୨୯୫ ବିମାନ ସର୍ବାଧିକ ୧୩,୫୩୩ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଯାଇପାରିବ।
  • ବିମାନ ଡେଣାର ଲମ୍ବା: ୮୪.୮ ଫୁଟ।
  • ବିମାର ଦୈର୍ଘ୍ୟ: ୮୦.୩ ଫୁଟ
  • ଉଚ୍ଚତା: ୨୮.୫ ଫୁଟ।
  • ଇନ୍ଧନ କ୍ଷମତା: ୭୬୫୦ ଲିଟର
  • ସର୍ଟ ରନୱେ ଠାରେ ଟେକ୍ ଅଫ୍ କିମ୍ବା ଲ୍ୟାଣ୍ଡିଂ: ସି-୨୯୫ ବିମାନ ଉଡ଼ାଣ ଭରିବା ପାଇଁ ୮୪୪ ମିଟର ଠାରୁ ନେଇ ୯୩୪ ମିଟର ଲମ୍ବ ରନୱେ ଆବଶ୍ୟକ କରିଥାଏ। ଏହି ବିମାନ ଅବତରଣ କରିବାକୁ କେବଳ ୪୨୦ ମିଟର ରନ ୱେ ଆବଶ୍ୟକ କରିଥାଏ।
  • ଅସ୍ତ୍ରଶସ୍ତ୍ର କ୍ଷମତା: ସି-୨୯୫ ବିମାନରେ Hardpoints ରହିଛି। ତାହା ହେଉଛି, ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ପ୍ରଣାଳୀ ସ୍ଥାପନ କରିବାର ସ୍ଥାନ। ବିମାନର ଉଭୟ ଡେଣା ତଳେ ତିନୋଟି ଲେଖାଁଏ Hardpoints ରହିଛି। ଏହି ବିମାନରେ Inboard Pylons ଥାଇପାରେ। ଯେଉଁଥିରେ ୮୦୦ କିଲୋଗ୍ରାମ ଅସ୍ତ୍ରଶସ୍ତ୍ର ଲଗା ଯାଇପାରିବ।

 

Also Read: India: ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ମିଳିଲା ବଡ଼ ସଫଳତା, ୧୨ ଦେଶର ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲା ଭାରତ

ଭାରତ-ସ୍ପେନ, କେଉଁ ଦେଶରେ ନିର୍ମିତ ହେବ କେତେ ବିମାନ 
ପ୍ରାୟ ୫୬ ସି-୨୯୫ ବିମାନ ନିର୍ମାଣ କରିବାକୁ ଭାରତ-ସ୍ପେନ ମଧ୍ୟରେ ଚୁକ୍ତିନାମା ହୋଇଛି। ପ୍ରଥମ ୧୬ ବିମାନ ସ୍ପେନ ଠାରେ ନିର୍ମିତ ହେବ। ବାକି ୧୬ ବିମାନ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ୍ (TASL) ଦ୍ୱାରା ନିର୍ମିତ ହେବ। ଏନେଇ ଟାଟା ଗୁଜୁରାଟ ଭଦୋଦାର ଜିଲ୍ଲାରେ ଏକ କାରଖାନା ନିର୍ମାଣ କରୁଛି। ଆସନ୍ତା ୨୦୨୬ ପର୍ଯ୍ୟନ୍ତ ଏହି ବିମାନ କାରଖାନା ନିର୍ମାଣ ଶେଷ ହେବ। ଟାଟା ଗତ ବର୍ଷ ନଭେମ୍ବରରୁ ୪୦ ସି-୨୯୫ ବିମାନ ପାଇଁ ଧାତୁ କାଟିବା କାମ ଆରମ୍ଭ କରିଛି। ଏହି ବିମାନ ନିର୍ମାଣ ଲାଗି ପ୍ରଥମେ ହାଇଦ୍ରାବାଦ ଠାରେ ବିଭିନ୍ନ ଉପକରଣ ପ୍ରସ୍ତୁତ କରାଯିବ। ପରେ ଏହାକୁ ଭଦୋଦରା ପଠାଯିବ। ସମସ୍ତ ସି-୨୯୫ ବିମାନ ଭଦୋଦରା ଠାରେ ପ୍ରସ୍ତୁତ ହେବ। ଯେଉଁଥିରେ ଇଞ୍ଜିନ ସଂସ୍ଥାପିତ ହେବ। ଇଲେକ୍ଟ୍ରୋନିକ୍ସ ସେଟ୍ ଅପ୍ ହେବ। ପରେ ଏହାକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରାଯିବ। କୁହାଯାଉଛି ଯେ ୩୨ ତମ ବିମାନ ସ୍ୱଦେଶୀ ହେବ।

Also Read: India: ସ୍ୱାବଲମ୍ବୀ ହେବ ଭାରତୀୟ ବାୟୁସେନା, ମୋଦି ସରକାର ନେଲେ ଏହି ବଡ଼ ନିଷ୍ପତ୍ତି

ଭାରତୀୟ ବାୟୁସେନା ଲାଗି କାହିଁକି ଗୁରୁତ୍ୱପୂର୍ଣ୍ଣ ସି-୨୯୫ ବିମାନ?
ଭାରତୀୟ ବାୟୁସେନା ପାଇଁ ପରିବହନ ବିମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହାଦ୍ୱାରା ସୈନିକ, ଅସ୍ତ୍ରଶସ୍ତ୍ର, ଇନ୍ଧନ ଏବଂ ସାମରିକ ଉପକରଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଇ ପାରିବ। ଏହି କାର୍ଯ୍ୟରେ ସି-୨୯୫ ବିମାନ କମ୍ ଓଜନ ପରିବହନ କରିବାରେ ସାହାଯ୍ୟ କରିବ। ସି-୨୯୫ ବିମାନ ବାୟୁସେନାର ପୁରୁଣା ଏଚଏସ୭୪୮ ଆଭୋରସ ବିମାନ (HS748 Avros Aircraft) ସ୍ଥାନ ନେବ। ଏହା ବ୍ୟତୀତ ୟୁକ୍ରେନ ଠାରୁ ଆସିଥିବା ଆଣ୍ଟୋନୋଭ ଏଏନ-୩୨ (Antonov An-32 Aircraft) ସ୍ଥାନ ନେବ।