Worlds Smallest Hospital: ବିଶ୍ୱର ସବୁଠାରୁ ଛୋଟ ଜରୁରୀକାଳୀନ ହସ୍ପିଟାଲ ନିର୍ମାଣ କଲା ଭାରତ; ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha1994545

Worlds Smallest Hospital: ବିଶ୍ୱର ସବୁଠାରୁ ଛୋଟ ଜରୁରୀକାଳୀନ ହସ୍ପିଟାଲ ନିର୍ମାଣ କଲା ଭାରତ; ଜାଣନ୍ତୁ ଏହାର ବିଶେଷତ୍ୱ

World Smallest Portable Hospital: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏଚ୍.ଏଲ୍.ଏଲ୍ ଲାଇଫ୍ କେୟାର ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ହସ୍ପିଟାଲ୍ ପ୍ରସ୍ତୁତ କରିଛି। ଯାହାକୁ ମାତ୍ର ୮ ମିନିଟ ଠାରୁ ନେଇ ୧୦ ମିନିଟ ମଧ୍ୟରେ ପ୍ରସ୍ତୁତ କରାଯାଇ ପାରିବ।  

Worlds Smallest Hospital: ବିଶ୍ୱର ସବୁଠାରୁ ଛୋଟ ଜରୁରୀକାଳୀନ ହସ୍ପିଟାଲ ନିର୍ମାଣ କଲା ଭାରତ; ଜାଣନ୍ତୁ ଏହାର ବିଶେଷତ୍ୱ

India Made Worlds Smallest Emergency Hospital: ପ୍ରଥମ ଥର ପାଇଁ ଭାରତ ଏକ ଜରୁରୀକାଳୀନ ହସ୍ପିଟାଲ ନିର୍ମାଣ କରିଛି। ଯାାହାକୁ କେବଳ ୮ ମିନିଟ ମଧ୍ୟରେ ଯେକୌଣସି ସ୍ଥାନରେ ପ୍ରସ୍ତୁତ କରାଯାଇ ପାରିବ। ଯଦି କୌଣସି ସ୍ଥାନରେ ବିପର୍ଯ୍ୟୟ ହୋଇଛି ତାହାଲେ ଏହାକୁ ଏୟାରଲିଫ୍ଟ କରି ଘଟଣାସ୍ଥଳରେ ପହଞ୍ଚା ଯାଇପାରିବ। ଏହି ଡାକ୍ତରଖାନାକୁ ଜଳ କିମ୍ବା ସ୍ଥଳ ଅଥବା ଆକାଶ ମାର୍ଗରେ ଯେକୌଣସି ସ୍ଥାନକୁ ପଠାଯାଇ ପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ବର୍ଷ ପୂର୍ବେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏପରି ହସ୍ପିଟାଲ ନିର୍ମାଣ କରିବାର ଦାୟିତ୍ୱ ଦେଇଥିଲେ। ଏହା ହେଉଛି ଏପରି ଏକ ଡାକ୍ତରଖାନା ଯାହା ଦ୍ୱାରା ବିଶ୍ୱ ଉପକୃତ ହୋଇପାରିବ। "ପ୍ରୋଜେକ୍ଟ ଭୀଷ୍ମ" ରୂପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହୋଇଛି। ଏହା ମଧ୍ୟ ଏହି ଡାକ୍ତରଖାନାର ସରକାରୀ ନାମ। ଆରୋଗ୍ୟ ମୈତ୍ରୀ ଅଭିଯାନର ଏକ ଅଂଶ ଭାବରେ ଭାରତ ଏହାର ନିକଟତମ ପଡ଼ୋଶୀ ଶ୍ରୀଲଙ୍କା ଏବଂ ମିଆଁମାର ପାଖକୁ ଏହି ଡାକ୍ତରଖାନା ଉପହାରରେ ପଠାଇଛି। ଠିକ୍ ଯେପରି ଭାରତ "ଭ୍ୟାକସିନ୍ ମୈତ୍ରୀ" ନାମରେ ସମଗ୍ର ବିଶ୍ୱକୁ କୋରୋନା ଟିକା ଯୋଗାଇଥିଲା।

୨ ଶହରୁ ଅଧିକ ଲୋକଙ୍କ କରାଯାଇ ପାରିବ ଚିକିତ୍ସା
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିପର୍ଯ୍ୟୟ ସମୟରେ ୨ ଶହରୁ ଅଧିକ ଲୋକ ଏହି ଡାକ୍ତରଖାନାରେ ଚିକିତ୍ସିତ କରାଯାଇ ପାରିବ। କେବଳ ସେତିକି ନୁହେଁ ୨୫ ଜଣଙ୍କୁ ଏକ ସମୟରେ ପରୀକ୍ଷା କରାଯାଇପାରିବ। ଯେଉଁଠି ଏମରଜେନ୍ସି ଠାରୁ ନେଇ ସର୍ଜରୀ, ନିଆଁ ଲାଗିବା, ଯୁଦ୍ଧ, ବନ୍ୟା, ଭୂକମ୍ପ ପୀଡିତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ମିଳିପାରିବ। ଏହି ଡାକ୍ତରଖାନା ୮ ମିନିଟ ମଧ୍ୟରେ ପ୍ରସ୍ତୁତ ହେବା ଚିକିତ୍ସା ଆରମ୍ଭ କରାଯାଇ ପାରିବ ବୋଲି ଦାବି କରାଯାଇଛି।

ଏହି ହସ୍ପିଟାଲ ନିର୍ମାଣ ପାଇଁ ତିନୋଟି କ୍ୟୁବିକଲ ବ୍ୟବହାର କରାଯାଏ। ଯାହାର ସମୁଦାୟ ୩୬ ବାକ୍ସ ଅଛି। ଯାହାକୁ ତିନି ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ହେଉଛି ଚିକିତ୍ସା ସାମଗ୍ରୀ। ଯେଉଁଥିରେ ଔଷଧ ଏବଂ ପରୀକ୍ଷଣ ଠାରୁ ଆରମ୍ଭ କରି ଥିଏଟର ଚିକିତ୍ସା ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୂକ୍ତ ରହିଛି। ଦ୍ୱିତୀୟ ହେଉଛି ବଞ୍ଚିବା ସାମଗ୍ରୀ। ଯେଉଁଥିରେ ଏହି ଡାକ୍ତରଖାନା ପାଇଁ କାମ କରୁଥିବା ଡାକ୍ତର ରୋଷେଇ ଘର, କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ।  ତୃତୀୟତ କ୍ୟୁବିକଲ ମଧ୍ୟରେ ଜେନେରେଟର ଏବଂ ସୌର ପ୍ୟାନେଲ ପରି ଅଣ-ଚିକିତ୍ସା ସାମଗ୍ରୀ ରହିଥାଏ।

Also Read: Aarogya Maitri Cube Hospital: ମାତ୍ର ୮ ମିନିଟ ମଧ୍ୟରେ ପ୍ରସ୍ତୁତ ହୋଇଗଲା ଜରୁରୀକାଳୀନ ଡାକ୍ତରଖାନା, ଜାଣନ୍ତୁ ଏହାର ବିଶେଷତ୍ୱ

ଅଜ୍ଞାତ ଡାକ୍ତର ମଧ୍ୟ କରିପାରିବେ ବ୍ୟବହାର 
ଏହି ଡାକ୍ତରଖାନାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଜଣେ ଅଜ୍ଞାତ ଡାକ୍ତର କିମ୍ବା ଜଣେ ନୂତନ ଚିକିତ୍ସା ବିଶେଷଜ୍ଞ ମଧ୍ୟ ଏହାକୁ ପ୍ରସ୍ତୁତ କରିପାରିବେ। "ଭୀଷ୍ମ ଆପ୍" ମାଧ୍ୟମରେ ଡାକ୍ତରଖାନା ସମ୍ପର୍କରେ ସୂଚନା ଉପଲବ୍ଦ ରହିଛି। ଏନେଇ ଦୁଇଟି ମୋବାଇଲ୍ ଫୋନ୍ ଯୋଗାଇ ଦିଆଯାଉଛି। ଏହି ଫୋନ୍ ଅଫଲାଇନ୍ ସିଷ୍ଟମ ମାଧ୍ୟମରେ ମଧ୍ୟ କାମ କରିପାରିବ। ଅର୍ଥାତ ଏହାକୁ ଇଣ୍ଟରନେଟ୍ ଆବଶ୍ୟକ ହେବ ନାହିଁ। ସୁରକ୍ଷା ଏବଂ ଦୁର୍ଘଟଣାର ସ୍ଥାନ ଅନୁଯାୟୀ ଏହି ବୈଶିଷ୍ଟ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ ସମର୍କିତ ସୂଚନା ୬୦ ଭାଷାରେ ଉପଲବ୍ଦ ରହିଛି। ଏହା ବ୍ୟତୀତ RFID ଟ୍ୟାଗ୍ ମଧ୍ୟ ରହିଛି। ଯାହା ମଧ୍ୟ ଇଣ୍ଟରନେଟ୍ ବିନା କାମ କରିପାରିବ। କେଉଁ ବାକ୍ସ ମଧ୍ୟରେ କ'ଣ ରହିଛି ତାହା ଉପରେ ପୂର୍ବରୁ ଲେଖାଯାଇଛି। ହେଲେ ଯଦି ସୂଚନା ପଢି ହେବ ନାହିଁ, RFID ସହିତ ସ୍କାନ କରି ତାଲା ପଡିଥିବା ବାକ୍ସ ଭିତରେ କ'ଣ ରହିଛି ତାହା ଏକ ମିନିଟ ମଧ୍ୟରେ ଜଣାପଡିବ। 

କ୍ୟୁବ ଆକାରରେ ନିର୍ମିତ ହୋଇଥାଏ ହସ୍ପିଟାଲ
ଏହି ହସ୍ପିଟାଲ କ୍ୟୁବ ଆକାରରେ ନିର୍ମିତ ହୋଇଥାଏ ହସ୍ପିଟାଲ। ଯେଉଁଥିରେ ୧୦୦ ଜଣ ରୋଗୀଙ୍କୁ ୪୮ ଘଣ୍ଟା ରଖିବା ପାଇଁ ବ୍ୟବସ୍ଥା ରହିଛି।। ଯଦି ଆପଣ କେବେ ରୁବିକ୍ କ୍ୟୁବ୍ ଖେଳିଛନ୍ତି, ତାହେଲେ କଳ୍ପନା କରନ୍ତୁ ଯେ ରୁବିକ୍ କ୍ୟୁବ୍ ପରି ଏକ ଡାକ୍ତରଖାନା କେତେ ଛୋଟ ହୋଇପାରେ। ରୁବିକ୍ କ୍ୟୁବ୍ ବର୍ଗାକାର ବାକ୍ସରେ ଭାରତ ବିଶ୍ୱରେ ସବୁଠାରୁ କ୍ଷୁଦ୍ର ଜରୁରୀକାଳୀନ ଡାକ୍ତରଖାନା ପ୍ରସ୍ତୁତ କରିଛି। ଏହା ହେଉଛି ଏପରି ଏକ ହସ୍ପିଟାଲ୍ ଯାହା ୩୬ ବର୍ଗାକାର ବାକ୍ସ ମଧ୍ୟରେ ଆବଦ୍ଧ ହୋଇଛି। ଏହା ଏତେ ଛୋଟ ଯାହାକୁ ଏୟାରଲିଫ୍ଟ ଦ୍ୱାରା ଯେକୌଣସି ସ୍ଥାନକୁ ନିଆଯାଇପାରେ। ଏହାକୁ ଆକାଶରୁ ଭୂମି କିମ୍ବା ପାଣିରେ ଫିଙ୍ଗି ଦେଲେ ମଧ୍ୟ ଏହା କ୍ଷତିଗ୍ରସ୍ତ ହେବ ନାହିଁ। ଲୁହାର ତିନୋଟି ଫ୍ରେମ୍, ୧୨ ଭିନ୍ନ ବାକ୍ସ ଏବଂ ସେଥିରେ ୩୬ ବାକ୍ସ ରହିଛି। ଯାହାର ମୋଟ ଓଜନ ହେଉଛି ୭୨୦ କିଲୋଗ୍ରାମ। ପ୍ରତ୍ୟେକ ବାକ୍ସରେ ଏକ QR Code ରହିଛି। ଯାହା କେଉଁ ବାକ୍ସରେ ଔଷଧ ରହିଛି ଏବଂ ସେଗୁଡିକର ମିଆଦ ପୂର୍ଣ୍ଣତା ଜାଣିବା ପାଇଁ ସ୍କାନ୍ କରାଯାଇ ପାରିବ। କେଉଁ ବାକ୍ସରେ ଭଙ୍ଗା ଚିକିତ୍ସା ପାଇଁ ଉପକରଣ ଅଛି ଏବଂ ଯେଉଁଠି ଏକ୍ସ-ରେ ସୁବିଧା ରହିଛି। 

ମାତ୍ର  ୮ ମିନିଟ ଠାରୁ ନେଇ ୧୦ ମିନିଟ ମଧ୍ୟରେ ପ୍ରସ୍ତୁତ ହେବ ହସ୍ପିଟାଲ
ଏହି ହସ୍ପିଟାଲ ଯୁଦ୍ଧକ୍ଷେତ୍ର କିମ୍ବା ବିପର୍ଯ୍ୟୟ ସ୍ଥାନକୁ ନେଇ ଏହାକୁ ମାତ୍ର ମାତ୍ର  ୮ ମିନିଟ ଠାରୁ ନେଇ ୧୦ ମିନିଟ ମଧ୍ୟରେ ପ୍ରସ୍ତୁତ କରାଯାଇ ପାରିବ। ଯେଉଁଥିରେ ଅପରେସନ୍ ଥିଏଟର ଅନ୍ତର୍ଭୂକ୍ତ ରହିଛି। ୧ ଘଣ୍ଟା ମଧ୍ୟରେ ପୁରା ହସ୍ପିଟାଲ୍ ପ୍ରସ୍ତୁତ ହୋଇପାରିବ। ଏହାରର ତିନୋଟି ଫ୍ରେମ୍ ଏବଂ ଛାତ ଉପରେ ଅପରେସନ୍ ଥିଏଟର ମଧ୍ୟରେ ଜେନେରେଟର ଲଗାଯାଇଛି। ଏହି ଡାକ୍ତରଖାନାରେ ଆଇସିୟୁ, ଅପରେସନ୍ ଥିଏଟର, ବେଡ୍, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ରହିଛି। ଏହି ଡାକ୍ତରଖାନା ୨୦୦ ଲୋକଙ୍କୁ ଚିକିତ୍ସା କରିପାରିବ ଏବଂ ୧୦୦ ଜଣ ରୋଗୀଙ୍କୁ ୪୮ ଘଣ୍ଟା ପାଇଁ ଶଯ୍ୟାରେ ରଖିପାରିବ। ଏହି ଡାକ୍ତରଖାନା ସୌର ଶକ୍ତି ଏବଂ ବ୍ୟାଟେରୀ ସାହାଯ୍ୟରେ ସମ୍ପୂର୍ଣ୍ଣ ଭାବରେ ଚାଲିପାରିବ। ପରୀକ୍ଷାଗାର, ଭେଣ୍ଟିଲେଟର, ଏକ୍ସ-ରେ, ଅଲଟ୍ରାସାଉଣ୍ଡ ମେସିନ୍ ଭଳି ଯନ୍ତ୍ରପାତି ସହିତ ସଜ୍ଜିତ ଏହି ହସ୍ପିଟାଲ ଠାରେ ସବୁକିଛି ଅଧିକାଂଶର ରୋଗର ଚିକିତ୍ସା ସୁବିଧା ଉପଲବ୍ଧ ରହିଛି। 

ଏହାର ମୂଲ୍ୟ ୨.୫ କୋଟି ଟଙ୍କା
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଏଚ୍.ଏଲ୍.ଏଲ୍ ଲାଇଫ୍ କେୟାର ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ହସ୍ପିଟାଲ୍ ପ୍ରସ୍ତୁତ କରାଯାଇଛି। ଯାହାର ମୂଲ୍ୟ ହେଉଛି ୨.୫ କୋଟି ଟଙ୍କା। ମିଆଁମାର ଏବଂ ଶ୍ରୀଲଙ୍କା ଭଳି ପଡୋଶୀ ଦେଶକୁ ଏହି ଡାକ୍ତରଖାନା ଦାନ କରାଯାଇଛି। ପ୍ରୋଜେକ୍ଟ ଭୀଷ୍ମ ଅଧିନରେ ଏହି ଡାକ୍ତରଖାନାକୁ ପ୍ରସ୍ତୁତ କରାଯାଇଛି। ଯାହାର ନାମ ହେଉଛି ଆରୋଗ୍ୟ ମୈତ୍ରୀ କ୍ୟୁବ୍।