India Helps Sri Lanka: ଭାରତ ପାଇଁ ପୂରଣ ହେବାକୁ ଯାଉଛି ୪୦ ଲକ୍ଷ ଶ୍ରୀଲଙ୍କା ପିଲାଙ୍କ ସ୍ୱପ୍ନ, ଜାଣନ୍ତୁ କିପରି?
Advertisement
Article Detail0/zeeodisha/odisha1606849

India Helps Sri Lanka: ଭାରତ ପାଇଁ ପୂରଣ ହେବାକୁ ଯାଉଛି ୪୦ ଲକ୍ଷ ଶ୍ରୀଲଙ୍କା ପିଲାଙ୍କ ସ୍ୱପ୍ନ, ଜାଣନ୍ତୁ କିପରି?

India Helps Sri Lanka: ଶ୍ରୀଲଙ୍କାରେ ଭାରତ ଦେଇଥିବା ଲୋନ୍ ସହାୟତା ମଧ୍ୟରୁ ଛାତ୍ରଛାତ୍ରୀଙ୍କ ପୁସ୍ତକ ଛାପିବା ପାଇଁ ଏକ କୋଟି ଟଙ୍କା ବ୍ୟବହାର କରାଯାଇଛି । ଏହି ଟଙ୍କାରେ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକ ଛପାଯାଉଛି । 

ସାଙ୍କେତିକ ଛବି

India Helps Sri Lanka: ଶ୍ରୀଲଙ୍କାରେ ଭାରତ ଦେଇଥିବା ଲୋନ୍ ସହାୟତା ମଧ୍ୟରୁ ଛାତ୍ରଛାତ୍ରୀଙ୍କ ପୁସ୍ତକ ଛାପିବା ପାଇଁ ଏକ କୋଟି ଟଙ୍କା ବ୍ୟବହାର କରାଯାଇଛି । ଏହି ଟଙ୍କାରେ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକ ଛପାଯାଉଛି । ଭାରତ ଗତ ବର୍ଷ ଶ୍ରୀଲଙ୍କାକୁ ୧୦୦ ମିଲିୟନ ଆମେରିକୀୟ ଡଲାର ଲୋନ୍ ସହାୟତା ଦେବାକୁ ଘୋଷଣା କରିଥିଲା । ଶ୍ରୀଲଙ୍କାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ଶନିବାର ଦିନ ଅର୍ଥାତ ୧୧ ମାର୍ଚ୍ଚରେ ଏହି ସୂଚନା ଦେଇଛି ।

ଭାରତୀୟ ଉଚ୍ଚ ଆୟୋଗଙ୍କ ଅନୁଯାୟୀ, ଖାଦ୍ୟ, ଇନ୍ଧନ, ଔଷଧ ଓ ଶିଳ୍ପ କଞ୍ଚାମାଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଭାରତ ମାର୍ଚ୍ଚ ୨୦୨୨ ରେ ଶ୍ରୀଲଙ୍କାକୁ ୧୦୦ ମିଲିୟନ୍ ଆମେରିକୀୟ ଡଲାରର ଲୋନ୍ ପ୍ରଦାନ କରିଥିଲା । ଉଚ୍ଚ ଆୟୋଗ ଏହା କହିଛନ୍ତି ଯେ ଏହି ପରିମାଣରୁ ଶ୍ରୀଲଙ୍କା ସରକାର ଓ ବେସରକାରୀ ଆମଦାନୀକାରୀମାନେ ଭାରତରୁ ବହି ପାଇଁ ମୁଦ୍ରଣ କାଗଜ ସମେତ ସାମଗ୍ରୀ କିଣିଛନ୍ତି, ଯେଉଁଥି ପାଇଁ ଏକ କୋଟି ଆମେରିକୀୟ ଡଲାର ବ୍ୟବହାର କରାଯାଇଛି ।

ହାଇ କମିଶନ ସୂଚନା ଦେଇଛନ୍ତି ଯେ ଭାରତ ଦେଇଥିବା ସାହାଯ୍ୟରେ ୨୦୨୩ ଶିକ୍ଷାବର୍ଷରେ ଶ୍ରୀଲଙ୍କାର ୪ ମିଲିୟନ ପଢୁଥିବା ପିଲାଙ୍କ ୪୫ ପ୍ରତିଶତ ପୁସ୍ତକ ଛାପିବା କାମ ଚାଲିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଭାରତୀୟ ଉଚ୍ଚ ଆୟୋଗ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ଶ୍ରୀଲଙ୍କାକୁ ଅତ୍ୟାବଶ୍ୟକ ସାମଗ୍ରୀ, ପେଟ୍ରୋଲିୟମ, ସାର, ରେଳବାଇର ବିକାଶ, ଭିତ୍ତିଭୂମି ବିକାଶ ଭଳି ଅନେକ କ୍ଷେତ୍ରରେ ଚାରି ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରାଯାଇଛି ।"

ଏ ବିଷୟରେ ଏକ ଟ୍ୱିଟ୍ ମଧ୍ୟ ହାଇ କମିଶନଙ୍କ ଦ୍ୱାରା କରାଯାଇଥିଲା । ଏଥିରେ କୁହାଯାଇଛି ଯେ ଶ୍ରୀଲଙ୍କାର ପିଲାମାନଙ୍କ ଭବିଷ୍ୟତ ପାଇଁ ଭାରତ ସାହାଯ୍ୟ କରୁଛି । ଭାରତୀୟ ଉଚ୍ଚ ଆୟୋଗ ଓ ଶ୍ରୀଲଙ୍କା ଶିକ୍ଷା ମନ୍ତ୍ରୀ ସୁଶୀଲ ପ୍ରେମଜୟନ୍ତା ଆନୁଷ୍ଠାନିକ ଭାବରେ ପାଠ୍ୟ ପୁସ୍ତକ ପଠାଇଛନ୍ତି, ଯାହା ଭାରତ ସହାୟତାରେ ରାଜ୍ୟ ମୁଦ୍ରଣ ନିଗମରେ ଛପା ହୋଇଛି ।

କହିରଖୁଛୁ ଯେ ମେ ୨୦୨୧ ମସିହାରେ ଶ୍ରୀଲଙ୍କା ବିଦେଶୀ ଋଣ ପରିଶୋଧ ନକରି ନିଜର ଡିଫଲ୍ଟ ଘୋଷଣା କରିଥିଲା । ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଅର୍ଥନୌତିକ ସଙ୍କଟର ଏହି ଖରାପ ପର୍ଯ୍ୟାୟ ଦେଖିଥିଲା । ଗତ ବର୍ଷ ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ଶ୍ରୀଲଙ୍କାରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା । ଲୋକମାନେ ରାଷ୍ଟ୍ରିୟ ଭବନରେ ଓ ସରକାରୀ କାର୍ଯ୍ୟାଳୟରେ ଛାଉଣି କରିଥିଲେ । ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡି ପଳାଇବାକୁ ପଡିଥିଲା । ଏଥି ସହିତ ସଙ୍କଟ ସମୟରେ ଭାରତ ସର୍ବଦା ଶ୍ରୀଲଙ୍କା ସହିତ ଛିଡା ହୋଇଥିଲା ଓ ଏହାକୁ ଅନେକ ଉପାୟରେ ସାହାଯ୍ୟ କରିଥିଲା ।

ଏହା ବି ପଢ଼ନ୍ତୁ: Expensive School: ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ବିଦ୍ୟାଳୟ, ଯାହାର ବାର୍ଷିକ ଶୁଳ୍କ ଜାଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ