INDvsSA: ଶହେ ଶହେରେ ଭାରତ ଜିତିନେଲା ସିରିଜ
Advertisement
Article Detail0/zeeodisha/odisha1390594

INDvsSA: ଶହେ ଶହେରେ ଭାରତ ଜିତିନେଲା ସିରିଜ

ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକାର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲେ ଭାରତ। ଦୁଇ ଓ୍ୱିକେଟ ହରାଇ ମାତ୍ର ୨୦ ଓଭରରେ ମ୍ୟାଚକୁ ଜିତି ନେଇଥିଲା ଭାରତ। ଶୁବମନ ଗିଲ ଓ ଶ୍ରେୟାସ ଆୟାରଙ୍କ ଯୋଡ଼ି ଭାରତକୁ ଏହି ସହଜ ବିଜୟ ଦେଇଥିଲେ। 

INDvsSA: ଶହେ ଶହେରେ ଭାରତ ଜିତିନେଲା ସିରିଜ

ନୂଆଦିଲ୍ଲୀ: କୂଲଦୀପ ଯାଦବଙ୍କ ଘାତକ ବୋଲିଂ ଫଳରେ ତୃତୀୟ ଦିନିକିଆ ସହିତ ସିରିଜ ହାତେଇଛି ଭାରତ। ଆଜି ନୂଆଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆକୁ ଭାରତ ୭ ଓ୍ୱିକେଟରେ ଜିତିନେଇଛି। ବର୍ଷା ଯୋଗୁଁ ଆଜି ସାମାନ୍ୟ ବିଳମ୍ବରେ ମ୍ୟାଚ ଆରମ୍ଭ ହୋଇଥିଲା। ଟସ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କରିଥିଲା। ଦମଦାର ଫର୍ମକୁ ଫେରିଥିବା ଭାରତୀୟ ଦଳ ଘାତକ ବୋଲିଂକୁ ସାମ୍ନା କରି ନ ପାରି ମାତ୍ର ୯୯ ରନରେ ମାଟି କାମୁଡ଼ିଥିଲା ଦକ୍ଷିଣ ଆଫ୍ରିକା। ଜବାବରେ ଭାରତ ୩ ଓ୍ୱିକେଟ ହରାଇ ଧାର୍ଯ୍ୟ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। 

ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକାର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲେ ଭାରତ। ଦୁଇ ଓ୍ୱିକେଟ ହରାଇ ମାତ୍ର ୨୦ ଓଭରରେ ମ୍ୟାଚକୁ ଜିତି ନେଇଥିଲା ଭାରତ। ଶୁବମନ ଗିଲ ଓ ଶ୍ରେୟାସ ଆୟାରଙ୍କ ଯୋଡ଼ି ଭାରତକୁ ଏହି ସହଜ ବିଜୟ ଦେଇଥିଲେ। ଶିଖର ଧଓ୍ୱନ ଓ ଶୁବମନ ଗିଲ ପାଳି ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୪୭ ବେଳେ ମାତ୍ର  ୮ ରନ କରି ପାଭିଲିୟନ ଫେରିଥିଲେ। ଇଶାନ କିଶାନ ମଧ୍ୟ ମାତ୍ର ୧୦ ରନ କରି ପାଭିଲିୟନ ଫେରିଥିଲେ। ସେହିପରି ବିଜୟୀ ଇନିଂସ ଖେଳିଥିବା ଶୁବମନ ଗିଲ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ଅର୍ଦ୍ଧଶତକ ଠାରୁ ମାତ୍ର ଗୋଟିଏ ରନ ଦୂରରେ ରହିଯାଇଥିଲେ ଶୁବମନ। ସେ ୪୯ ରନ କରି ନିଗିଡ଼ିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପାଭିଲିୟନ ଫେରିଥିଲେ। ପରେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ମଇଦାନକୁ ଓହ୍ଲାଇଥିଲେ। ୭ ଓ୍ୱିକେଟରେ ଭାରତ ଏହି ମ୍ୟାଚ ଜିତିବା ସହିତ ସିରିଜ ହାତେଇ ନେଇଥିଲା। 

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ ୯୯ ରନ କରିଥିଲା। ଘରୋଇ ଦଳର ଘାତକ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକାର ସମ୍ପୂର୍ଣ୍ଣ ଭାବେ ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ଦଳ ପକ୍ଷରୁ ମାର୍କୋ ଜାନସେନ, ଜାନେମନ ମଲାନ ଓ ହେନରିଚ କ୍ଲାସେନ ଦୁଇ ଅଙ୍କ ବିଶିଷ୍ଟ ରନସ୍କୋର କରିପାରିଥିଲେ। ଜାନେମନ ମଲାନ ଓ କ୍ୱିଣ୍ଟନ ଡିକକ ପାଳି ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୭ ରନ ହୋଇଥିବା ବେଳେ ପ୍ରଥମ ଓ୍ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା। କ୍ୱିଣ୍ଟନ ଡିକକ ୧୫ ରନ କରି ଭାରତର ପ୍ରଥମ ଶିକାର ହୋଇଥିଲେ। ମହମ୍ମଦ ସିରାଜଙ୍କ ଦ୍ୱାରା କ୍ୱିଣ୍ଟନ ଡିକକ ଆଉଟ ହୋଇଥିଲେ। 

ପରେ ପରେ କ୍ରମାଗତ ବ୍ୟବଧାନରେ ଭ୍ରମଣକାରୀ ଦଳ ଓ୍ୱିକେଟ ହରାଇଥିଲା। ମାତ୍ର ୨୭.୧ ଓଭରରେ ୯୯ ରନରେ ସମସ୍ତ ଓ୍ୱିକେଟ ହରାଇଥିଲା। କ୍ୱିଣ୍ଟନ ଡିକକ ୧୫ ରନ କରିଥିବା ବେଳେ ହେନରିଚ କ୍ଲାସେନ ୩୪ ରନ କରିଥିବା ବେଳେ ମାର୍କୋ ଜାନସେନ ୧୪ ରନ କରିଥିଲେ। ଭାରତ ପକ୍ଷରୁ କୁଳଦୀପ ଯାଦବ ୪ଟି ଓ୍ୱିକେଟ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର, ମହମ୍ମଦ ସିରାଜ ଓ ଶାହବାଜ ଅହମ୍ମଦ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିଲେ।