Indian Coast Guard Recruitment 2024: କୋଷ୍ଟଗାର୍ଡରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା ଓ ଦରମା
Advertisement
Article Detail0/zeeodisha/odisha2105490

Indian Coast Guard Recruitment 2024: କୋଷ୍ଟଗାର୍ଡରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା ଓ ଦରମା

Indian Coast Guard Recruitment 2024: ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି କରିବା ପାଇଁ ଯେଉଁମାନେ ଇଚ୍ଛା ରଖିଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଖବରଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । 

Indian Coast Guard Recruitment 2024: କୋଷ୍ଟଗାର୍ଡରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଯୋଗ୍ୟତା ଓ ଦରମା

Indian Coast Guard Recruitment 2024: ଭାରତୀୟ ତଟରକ୍ଷୀ ବାହିନୀରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଫେବୃଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି । 

ତେବେ ବିଜ୍ଞପ୍ତି ମୁତାବକ ଆବେଦନ କରିବାର ଶେଷ ତାରିଖ ହେଉଛି ୨୭ ଫେବୃଆରୀ । ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ତଟରକ୍ଷୀ ବାହିନୀର ଅଫିସିଆଲ୍ ୱେବସାଇଟ୍ join.indiancoastguard.cdac.in ଲଗଇନ୍ କରି ଅନଲାଇନରେ ଆବେଦନ କରିପାରିବେ । ସମୁଦାୟ ୨୬୦ଟି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି ।

ବୟସ ସୀମା
ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୨ ବର୍ଷ ହୋଇଥିବା ଆବଶ୍ୟକ । ଅର୍ଥାତ ପ୍ରାର୍ଥୀମାନେ ୧ ସେପ୍ଟେମ୍ବର ୨୦୦୨ ରୁ ୩୧ ଅଗଷ୍ଟ ୨୦୦୬ ମଧ୍ୟରେ ଜନ୍ମ ହୋଇଥିବା ଆବଶ୍ୟକ ।

ଯୋଗ୍ୟତା
ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଗଣିତ ଏବଂ ପଦାର୍ଥ ବିଜ୍ଞାନ ବିଷୟ ସହିତ ଦ୍ୱାଦଶ ଶ୍ରେଣୀ ଉତ୍ତିର୍ଣ୍ଣ ହୋଇଥିବା ଆବଶ୍ୟକ ।

ଖାଲିଥିବା ପଦବୀ
 
REGION/ZONE                UR(GEN)        EWS       OBC     ST     SC  
NORTH                                 31             08        17     08     14       79
WEST                                    26             07        14     07     12       66
NORTH EAST                       27             07        15     07     12       68
EAST                                    13             03        07     04     06        33
NORTH WEST                      05             01        03     01     02       12
ANDAMAN & NICOBAR       00             00        01     01     01       03
Total                                     102            26        57       28     47      260

ଆବେଦନ ଶୁଳ୍କ
ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୩ଶହ ଟଙ୍କା ଦେବାକୁ ପଡିବ । ଏସସି / ଏସଟି ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ । ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଅନଲାଇନ୍ ମୋଡ୍ ରେ ଆପଣ ଶୁଳ୍କ ଦେଇପାରିବେ ।

Also Read- ପରଲୋକରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତା

Also Read- V.Sugnana Kumari Deo: ପଞ୍ଚଭୂତରେ ଲୀନ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ