Indian Railways: ରେଳବାଇ ଆଣିଲା ଏକ ନୂଆ ଯୋଜନା; ଦୀପାବଳିରେ ବିନା ଅର୍ଥରେ ଟ୍ରେନରେ ବସି ଘରକୁ କରିପାରିବେ ଯାତ୍ରା
Advertisement
Article Detail0/zeeodisha/odisha1401006

Indian Railways: ରେଳବାଇ ଆଣିଲା ଏକ ନୂଆ ଯୋଜନା; ଦୀପାବଳିରେ ବିନା ଅର୍ଥରେ ଟ୍ରେନରେ ବସି ଘରକୁ କରିପାରିବେ ଯାତ୍ରା

Travel Now Pay Later Scheme: ଆପଣ ଦୀପାବଳି ଛୁଟିରେ ନିଜ ଘରକୁ ଯିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ୍ କମ୍ ଅଛି କି? ତେବେ ବର୍ତ୍ତମାନ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ପାଇଁ ଆମେ ଆଜି ଏପରି ଏକ ଖବର ଆଣିଛୁ ଯାହା ଆପଣଙ୍କ ଇଛାକୁ ପୂରଣ କରିପାରିବ ।

ସୌ: ସୋସିଆଲ ମିଡିଆ

Indian Railways: ଆପଣ ମଧ୍ୟ ଯଦି ନିଜ ପରିବାର ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରୁଛନ୍ତି କିମ୍ବା ଦୀପାବଳି (Diwali) ଛୁଟିରେ ନିଜ ଘରକୁ ଯିବାକୁ ଚାହୁଁଛନ୍ତି କିନ୍ତୁ ବଜେଟ୍ କମ୍ ଅଛି, ତେବେ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ବର୍ତ୍ତମାନ ବିନା କୌଣସି ଟେନସନରେ ଟ୍ରେନରେ ଯାତ୍ରା କରିପାରିବେ ଓ ପରେ ପେମେଣ୍ଟ କରିପାରିବେ । ଯାତ୍ରୀମାନଙ୍କ ସୁବିଧା ପାଇଁ CASHe କମ୍ପାନୀ IRCTC ସହିତ ଏକ ପାର୍ଟନରସିପ କରିଛି । ଯେଉଁଥିରେ 'ଟ୍ରାଭେଲ୍ ନାଓ ପେ ଲେଟର' (Travel Now Pay Later Scheme) ଯୋଜନାର ସୁବିଧା ଯୋଗାଇ ଦିଆଯାଉଛି । 'ଟ୍ରାଭେଲ୍ ନାଓ ପେ ଲେଟର' ଅର୍ଥ ହେଉଛି ବର୍ତ୍ତମାନ ଯାତ୍ରା କରନ୍ତୁ ଓ ପରେ ପେମେଣ୍ଟ କରନ୍ତୁ ।

ଆପଣଙ୍କୁ କହିରଖୁଛୁ ଯେ ଭାରତରେ ପାର୍ବଣ ସିଜିନ୍ ଯୋଗୁଁ ଲୋକମାନେ ବହୁ ସଂଖ୍ୟାରେ ନିଜ ଘରକୁ ଯାଉଛନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ମଧ୍ୟ ପାର୍ବଣ ପାଇଁ କିଛି ସ୍ପେଶାଲ ଟ୍ରେନ୍ ଚଳାଇବା ଆରମ୍ଭ କରିଛି, ଯାହାଦ୍ୱାରା ଯାତ୍ରୀମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

ଆପଣ CASHe ର EMI ବିକଳ୍ପ ଚୟନ କରି ଆପଣ ସହଜରେ ଟିକେଟ୍ ବୁକ୍ କରିପାରିବେ । ଆପଣ ଏହି ଟିକେଟ୍ ମୂଲ୍ୟକୁ ୩ ରୁ ୬ ମାସର EMI ବିକଳ୍ପ ମାଧ୍ୟମରେ ଦେଇପାରିବେ । ବର୍ତ୍ତମାନ ଦୀପାବଳି-ଛଟ ପୂଜା ପାଇଁ କୌଣସି ସ୍ଥାନକୁ ଯିବାକୁ ନେଇ ଲୋକମାନଙ୍କୁ ଆଉ ଅସୁବିଧା ହେବ ନାହିଁ ।

ବିଶେଷ କଥା ହେଉଛି ଆପଣ ଉଭୟ ତତ୍କାଳ ଓ ସାଧାରଣ ଟିକେଟ୍ ବୁକିଂ ପାଇଁ 'ଟ୍ରାଭେଲ୍ ନାଓ ପେ ଲେଟର' ସୁବିଧା ବ୍ୟବହାର କରିପାରିବେ । ଏହି ସୁବିଧା ବ୍ୟବହାର କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାରର ଡକ୍ୟୁମେଣ୍ଟେସନ୍ ଦରକାର ନାହିଁ । ପ୍ରତିଦିନ ଏହି ଆପ୍ ମାଧ୍ୟମରେ ୧୫ ଲକ୍ଷ ଲୋକ ଟିକେଟ୍ ବୁକ୍ କରନ୍ତି ।

CASHe ଚେୟାରମ୍ୟାନ୍ ଭି. ରମଣ କୁମାର କହିଛନ୍ତି ଯେ ଆଇଆରସିଟିସି ମାଧ୍ୟମରେ ସାରା ଦେଶରେ 'ଟ୍ରାଭେଲ୍ ନାଓ ପେ ଲେଟର' ସୁବିଧା ଆରମ୍ଭ ହୋଇଛି । ଏହା ସହିତ ଏହାର ପ୍ଲାଟଫର୍ମକୁ ଭାରତର ସର୍ବବୃହତ ଡିଜିଟାଲ କ୍ରେଡିଟ୍ ପ୍ଲାଟଫର୍ମ କରିବାକୁ ଚେଷ୍ଟା କରୁଛି । TNHL ସେବା ମାଧ୍ୟମରେ CASHe ଏହାର ଆର୍ଥିକ ସେବାକୁ ଯଥାସମ୍ଭବ ଲୋକଙ୍କ ନିକଟରେ ବିସ୍ତାର କରିବାକୁ ଯୋଜନା କରୁଛି ।

IRCTC ଏହାର ଆପ୍ ଓ ୱେବସାଇଟ୍ ରେ ଟିକେଟ୍ ବୁକିଂ ପ୍ରକ୍ରିୟାରେ ଅନେକ ପରିବର୍ତ୍ତନ କରିଛି । ବର୍ତ୍ତମାନ ଯେତେବେଳେ ଆପଣ ମୋବାଇଲ୍ ଆପ୍ କିମ୍ବା ୱେବସାଇଟ୍ ରେ ଟିକେଟ୍ ବୁକ୍ କରିବେ, ଆପଣଙ୍କୁ ଆପଣଙ୍କର IRCTC ଆକାଉଣ୍ଟକୁ ପ୍ରଥମେ ଭେରିଫାଏ କରିବାକୁ ପଡିଥାଏ ।

ଆଇଆରସିଟିସି ଅନୁଯାୟୀ, ବର୍ତ୍ତମାନ ରେଳ ଟିକେଟ ବୁକିଂ କରୁଥିବା ଉପଭୋକ୍ତାଙ୍କୁ ଅନଲାଇନ୍ ଟିକେଟ ବୁକିଂ କରିବା ପୂର୍ବରୁ ସେମାନଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ଭେରିଫାଏ କରିବାକୁ ପଡିବ । ଇ-ମେଲ୍ ଆଇଡି ଓ ମୋବାଇଲ୍ ନମ୍ବରର ଭେରିଫାଏ ବିନା ଅନଲାଇନ୍ ଟିକେଟ୍ ବୁକ୍ ହୋଇପାରିବ ନାହିଁ ।

ଏହା ବି ପଢ଼ନ୍ତୁ: Diwali Gift To Farmers: ଚାଷୀଙ୍କୁ ଦିୱାଲୀ ଗିଫ୍ଟ ଦେଲେ ମୋଦି ସରକାର, ଗହମ ସମେତ ୬ଟି ରବି ଫସଲର ବୃଦ୍ଧି ହେଲା MSP