International Girl Child Day 2023: ଆଜି ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’, ଜାଣନ୍ତୁ ସାକ୍ଷରତା ହାରରେ ପୁରୁଷଙ୍କଠାରୁ କେତେ ପଛରେ ମହିଳା
Advertisement
Article Detail0/zeeodisha/odisha1909611

International Girl Child Day 2023: ଆଜି ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’, ଜାଣନ୍ତୁ ସାକ୍ଷରତା ହାରରେ ପୁରୁଷଙ୍କଠାରୁ କେତେ ପଛରେ ମହିଳା

International Girl Child Day 2023: ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ । ମହିଳା ସଶକ୍ତୀକରଣ ସହ କନ୍ୟାରତ୍ନଙ୍କ ଅଧିକାର ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ଅଟେ।

ସୌ(ସୋସିଆଲ ମିଡିଆ)

International Girl Child Day 2023: ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ । ମହିଳା ସଶକ୍ତୀକରଣ ସହ କନ୍ୟାରତ୍ନଙ୍କ ଅଧିକାର ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ ଅଟେ।

ପ୍ରାଚୀନ କାଳରେ ମହିଳାମାନଙ୍କର ଖୁବ୍‍ ଆଦର ସମ୍ମାନ କରାଯାଉଥିଲା। ମାତ୍ର ପରେ ସମୟ ବିତିବା ସହ ଏହିସବୁ ପରିସ୍ଥିତିରେ ପରିବର୍ତ୍ତନ ଆସିଥିଲା । ବାଲ୍ୟ ବିବାହ, ସତୀଦାହ ପ୍ରଥା, ଯୌତୁକ ଓ କନ୍ୟା ଭୃଣ ହତ୍ୟା ଭଳି ନିନ୍ଦନୀୟ ପ୍ରଥା ପ୍ରଚଳିତ ହେବା ଆରମ୍ଭ ହେଲା। ଏହି କାରଣରୁ କନ୍ୟାମାନଙ୍କୁ ଶିକ୍ଷା, ପୋଷଣ, ନ୍ୟାୟିକ ଅଧିକାର ଓ ଚିକିତ୍ସା ଆଦି ଅଧିକାରରୁ ବଞ୍ଚିତ କରାଗଲା। କିନ୍ତୁ ବର୍ତ୍ତମାନର ଏହି ଆଧୁନିକ ଯୁଗରେ ମହିଳାମାନଙ୍କୁ ସେମାନଙ୍କ ଅଧିକାର, ସୁରକ୍ଷା ଓ ଉନ୍ନତି ପ୍ରତି ଜନ ସଚେତନତା ସୃଷ୍ଟି କରାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଉଛି । ତେବେ ମହିଳା ସଶକ୍ତୀକରଣ ସହ କନ୍ୟାରତ୍ନଙ୍କ ଅଧିକାରକୁ ନେଇ ସମାଜରେ ସତେଚନତା ସୃଷ୍ଟି କରିବା ନେଇ ପ୍ରଥମେ ୨୦୧୧ ମସିହାରେ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳନ କରିବା ନେଇ ଅନ୍ତର୍ଜାତୀୟ ସ୍ତରରେ ପ୍ରସ୍ତାବ ପାରିତ ହୋଇଥିବା । ଏହାପରେ ପ୍ରତି ବର୍ଷ ଅକ୍ଟୋବର ୧୧ ତାରିଖକୁ ‘ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ’ ପାଳନ ନେଇ ସ୍ଥିର କରାଗଲା ସେବେଠାରୁ ଏହି ଦିବସ ପାଳନ କରାଯାଉଛି ।

ମହିଳାମାନଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ, ପୂର୍ବ ଅପେକ୍ଷା ଏଥିରେ ଅନେକ ପରିବର୍ତ୍ତନ ଆସିଛି । ବର୍ତ୍ତମାନର ଯୁଗରେ ପାଠ ପଢିବା ସହ ଝିଆମାନେ ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କ ସମକକ୍ଷ ହୋଇପାରିଛନ୍ତି ।  ନିକଟରେ ବିଶ୍ବ ବ୍ୟାଙ୍କର ରିପୋର୍ଟକୁ ଆଧାର କରି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ସ୍ବାଧୀନତା ସମୟରେ ଦେଶର ସାକ୍ଷରତା ହାର ପ୍ରାୟ ୯ ପ୍ରତିଶତ ଥିଲା। ସେତେବେଳେ ୧୧ ଜଣ ଝିଅଙ୍କ ମଧ୍ୟରୁ କେବଳ ଜଣେ ଶିକ୍ଷିତ ରହୁଥିଲେ। ବର୍ତ୍ତମାନ ମହିଳାଙ୍କ ସାକ୍ଷରତା ହାର ୭୭%କୁ ବୃଦ୍ଧି ପାଇଛି। କିନ୍ତୁ ଏହି ସଂଖ୍ୟା ପୁରୁଷମାନଙ୍କଠାରୁ ପଛରେ ରହିଛି । ଦେଶରେ ପୁରୁଷ ସାକ୍ଷରତା ହାର ୮୪.୭% ଅଟେ।

ପ୍ରକାଶ ଥାଉ କି, କେନ୍ଦ୍ର ସରକାର କନ୍ୟାମାନଙ୍କ ସଂରକ୍ଷଣ ଓ ସଶକ୍ତିକରଣ ନେଇ ୨୦୧୫ ମସିହାରେ ବେଟି ବଚାଓ ବେଟି ପଢାଓ ନାମକ ଏକ ଯୋଜନା ଆରମ୍ଭ କରିଥିଲେ। ସେହିପରି ପ୍ରତ୍ୟେକ ବର୍ଷ ଜାନୁୟାରି ୨୪ତାରିଖକୁ ଦେଶରେ ‘ରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ’ ଭାବେ ପାଳନ କରାଯାଏ।

Also Read-ହମାସକୁ ଆଇଏସ୍‍ଆଇଏସ୍‍ ସହ ତୁଳନା କଲେ ବାଇଡେନ୍‍, ଆମେରିକାକୁ ଦାୟୀ କଲା ଋଷ