Kedarnath Dham yatra 2023: କେଦାରନାଥ ଯାତ୍ରା ମାର୍ଗରେ ପ୍ଲାଷ୍ଟିକ ପ୍ଲେଟ-ଗ୍ଲାସ ଉପରେ ଲାଗିଲା ବ୍ୟାନ, କିପରି ପରିବେଷଣ କରାଯିବ ଖାଦ୍ୟ?
Advertisement

Kedarnath Dham yatra 2023: କେଦାରନାଥ ଯାତ୍ରା ମାର୍ଗରେ ପ୍ଲାଷ୍ଟିକ ପ୍ଲେଟ-ଗ୍ଲାସ ଉପରେ ଲାଗିଲା ବ୍ୟାନ, କିପରି ପରିବେଷଣ କରାଯିବ ଖାଦ୍ୟ?

Kedarnath Dham Yatra: ପ୍ଲାଷ୍ଟିକ କାରଣରୁ ହେଉଥିବା ପ୍ରଦୂଷମ ରୋକିବା ପାଇଁ  ପ୍ରଶାସନ ଏକ ନୂତନ ପଦକ୍ଷେପ ନିଆଯାଇଛି।  ପ୍ଲାଷ୍ଟିକ୍ ନିର୍ମିତ ପ୍ଲେଟ ଏବଂ ଗ୍ଲାସ ବ୍ୟବହାର ଉପରେ କଟକଣା ଲଗାଯାଇଛି। 

Kedarnath Dham yatra 2023: କେଦାରନାଥ ଯାତ୍ରା ମାର୍ଗରେ ପ୍ଲାଷ୍ଟିକ ପ୍ଲେଟ-ଗ୍ଲାସ ଉପରେ ଲାଗିଲା ବ୍ୟାନ, କିପରି ପରିବେଷଣ କରାଯିବ ଖାଦ୍ୟ?

Kedarnath Dham Yatra Route: ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ କେଦାରନାଥ ଧାମ ଠାରେ ​ପହଞ୍ଚିଥାନ୍ତି। କେଦାରନାଥ ଧାମକୁ ତୀର୍ଥଯାତ୍ରାରେ ଆସୁଥିବା ଅନେକ ତୀର୍ଥଯାତ୍ରୀ ନିଜର ସହିତ ଆଣୁଥିବା ପ୍ଲାଷ୍ଟିକ୍ ନିର୍ମିତ ଉପକରଣକୁ ବ୍ୟବହାର କରିସାରିବା ପରେ ଏହାକୁ ବର୍ଜ୍ୟବସ୍ତୁ ଭାବରେ ଏଣେ ତେଣେ ଫିଙ୍ଗି ଦେଇଥାନ୍ତି। ଏହା ସହିତ ଦୋକାନୀ ଯେଉଁମାନେ ଯାତ୍ରା ମାର୍ଗରେ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି, ସେମାନେ ପ୍ଲାଷ୍ଟିକ୍ ନିର୍ମିତ ପ୍ଲେଟ ବ୍ୟବହାର ଖାଦ୍ୟ ପରିବେଷଣ କରିଥାନ୍ତି। ତୀର୍ଥଯାତ୍ରୀଙ୍କ ଦ୍ୱାରା ବ୍ୟବହୃତ ସାରିବା ପରେ ଦୋକାନୀ ସେହି ପ୍ଲାଷ୍ଟିକ୍ ପ୍ଲେଟ୍ ଏବଂ ଗ୍ଲାସ୍ ଏଣେ ତେଣେ ପକାଇ ଦେଇଥାନ୍ତି। ଯେଉଁ କାରଣରୁ ହିମାଳୟ ପାର୍ବତ୍ୟାଞ୍ଚଳରେ ଅବସ୍ଥିତ  ସ୍ଥାନରେ ପ୍ରଦୂଷଣ ମାତ୍ରା ବଢିଯାଇଥାଏ। ଯାହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦୃଶ୍ୟମାନ ହୋଇଥାଏ। ପ୍ଲାଷ୍ଟିକ କାରଣରୁ ହେଉଥିବା ପରିବେଶ ପ୍ରଦୂଷଣକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଏକ ନୂତନ ପଦକ୍ଷେପ ନିଆଯାଇଛି।

କେଦାରନାଥ ଯାତ୍ରା ମାର୍ଗରେ ପ୍ଲାଷ୍ଟିକ୍ ପ୍ଲେଟ୍ ଏବଂ ଗ୍ଲାସ୍ ଉପରେ ଜାରି ହେଲା ନିଷେଧାଦେଶ 
ଏଥର କେଦାରନାଥ ଧାମ ଯାତ୍ରା ମାର୍ଗରେ (Kedarnath Dham Yatra Route) ପ୍ଲାଷ୍ଟିକ ନିର୍ମିତ ପ୍ଲେଟ ଏବଂ ଗ୍ଲାସ (Plastic Made Plate and Glass) ବ୍ୟବହାର କରାଯିବ ନାହିଁ। ବରଂ ସ୍ଥାନୀୟ ଅଞ୍ଚଳରେ ବହୁଳ ପରିମାଣରେ ଉପଲବ୍ଧ ହେଉଥିବା ମାଲୁ ପତ୍ରରେ (Mallu Leaf) ତୀର୍ଥଯାତ୍ରୀଙ୍କୁ (Kedarnath Dham Pilgrimage) ଖାଦ୍ୟ ପରିବେଷଣ କରାଯିବ। ମାଲୁ ପତ୍ରରୁ ଖଲି ତିଆରି କରିବା କାର୍ଯ୍ୟରେ ସେଠାକାର ମହିଳା ନିୟୋଜିତ ହୋଇଛନ୍ତି। ପତ୍ରରୁ ତିଆରି ହେଉଥିବା ଖଲି ବ୍ୟବସାୟ ଦ୍ୱାରା ସ୍ଥାନୀୟ ଅର୍ଥନୀତି ମଧ୍ୟ ମଜବୁତ ହେବ।

ଚଳିତ ଥର କେଦାରନାଥ ଯାତ୍ରା (Kedarnath Dham Yatra) ବେଳେ ପ୍ଲାଷ୍ଟିକ୍ ବଦଳରେ ମାଲୁ ପତ୍ରରେ ତୀର୍ଥଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରାଯିବ। ଯାହା ଦ୍ୱାରା ପ୍ଲାଷ୍ଟିକ କାରଣରୁ ହେଉଥିବା ପରିବେଶ ପ୍ରଦୂଷଣ ହେବ ନାହିଁ। ସୋନପ୍ରାୟାଗ ଠାରୁ କେଦାରନାଥ (Sonprayag to Kedarnath) ପର୍ଯ୍ୟନ୍ତ ଦୋକାନୀଙ୍କୁ ମାଲୁ ପତ୍ର ଯୋଗାଇ ଦିଆଯିବ। ଯାହା ଦ୍ୱାରା ସେମାନେ ଏହି ପତ୍ରରେ ତୀର୍ଥଯାତ୍ରୀଙ୍କୁ ଖାଦ୍ୟ ପରିବେଷଣ କରିବା ସହିତ ପରିବେଶ ପ୍ରତି ବିଶେଷ ଯତ୍ନ ନେବେ।

ନଜର ରଖିବେ ରୁଦ୍ରପ୍ରୟାଗ ଜିଲ୍ଲାପାଳ 
ଏହି ଦିଗରେ ଉତ୍ତରାଖଣ୍ଡ (Uttarakhand) ରୁଦ୍ରପ୍ରୟାଗ ଜିଲ୍ଲାର (Rudraprayag District) ଜିଲ୍ଲାପାଳ ମୟୂର ଦୀକ୍ଷିତ ନିରନ୍ତର କାର୍ଯ୍ୟ କରୁଛନ୍ତି। ମୁଖ୍ୟ ବିକାଶ ଅଧିକାରୀ ନରେଶ କୁମାର କହିଛନ୍ତି ଯେ ବିକାଶ ବ୍ଲକ ଉଖିମଠ ସ୍ଥିତ ଜାଲମଲ୍ଲା ଗ୍ରାମର ମହିଳାଙ୍କୁ ଜାଗ୍ରତ କରିବା ପାଇଁ ନାରୀ ଶକ୍ତି ଗ୍ରାମ ସଙ୍ଗଠନ ଗଠନ କରାଯାଇଛି। ସେଠାକାର ମହିଳାଙ୍କ ଦ୍ୱାରା ପତ୍ର ନିର୍ମିତ ପ୍ଲେଟ ତିଆରି କରିବା କାର୍ଯ୍ୟ କରାଯାଉଛି। ଜାତୀୟ ଜୀବିକା ମିଶନ ଅଧୀନରେ ନାରୀ ଶକ୍ତି ଗ୍ରାମ ସଙ୍ଗଠନ ଗଠନ କରାଯାଇଛି।

ସ୍ଥାନୀୟ ମହିଳାଙ୍କ ଆର୍ଥିକ ସ୍ଥିତ ହେବ ମଜବୁତ 
ପତ୍ର ନିର୍ମିତ ପ୍ଲେଟ ତିଆରି କରିବା ପାଇଁ  ଜାଲମଲ୍ଲା ଗ୍ରାମର ନାରୀ ଶକ୍ତି ଗ୍ରାମ ସଙ୍ଗଠନକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ସଂସ୍ଥା ଆବଣ୍ଟିତ ପାଣ୍ଠିରୁ ମେସିନ୍ କିଣିଛି। ଏହା ସହିତ ଗ୍ରାମ ସଙ୍ଗଠନ ମଧ୍ୟ ଗୋଷ୍ଠୀ ନିବେଶ ପାଣ୍ଠିରୁ ୨ ଲକ୍ଷ ଟଙ୍କା ପ୍ରଦାନ କରିଛି। ମୁଖ୍ୟ ବିକାଶ ଅଧିକାରୀ ଏହି ପ୍ରୟାସ ମହିଳାଙ୍କ ଆର୍ଥିକ ସ୍ଥିତକୁ ମଜବୁତ କରିବ ଏବଂ ଏହା ଦ୍ୱାରା ପରିବେଶ ପ୍ରଦୂଷିତ ହେବ ନାହିଁ।