Watch Video: ରାସ୍ତାରେ ଯାଉଥିଲା କିଙ୍ଗ୍ କୋବ୍ରା, ଛୋଟ ପିଲାଟି ଲାଞ୍ଜ ଟାଣିଦେଲା, ଆଉ ତାପରେ
Advertisement
Article Detail0/zeeodisha/odisha1764367

Watch Video: ରାସ୍ତାରେ ଯାଉଥିଲା କିଙ୍ଗ୍ କୋବ୍ରା, ଛୋଟ ପିଲାଟି ଲାଞ୍ଜ ଟାଣିଦେଲା, ଆଉ ତାପରେ

King Cobra: ଏକ ଛୋଟ ପିଲା କିପରି କିଙ୍ଗ୍ କୋବ୍ରା ସହିତ ଦୁଷ୍ଟାମୀ କରୁଛି ଦେଖନ୍ତୁ ଭିଡିଓ..

Watch Video: ରାସ୍ତାରେ ଯାଉଥିଲା କିଙ୍ଗ୍ କୋବ୍ରା, ଛୋଟ ପିଲାଟି ଲାଞ୍ଜ ଟାଣିଦେଲା, ଆଉ ତାପରେ

King Cobra: ବିଷଧର ସାପକୁ ପୃଥିବୀର ସବୁଠାରୁ ଅଧିକ ବିପଦପୂର୍ଣ୍ଣ ପ୍ରାଣୀମାନଙ୍କ ମଧ୍ୟରେ ଗଣନା କରାଯାଏ । ସାପ ପାଟିରେ ରହିଛି ହଳାହଳ ବିଷ (poison) । ସେଥିପାଇଁ ପ୍ରାୟତଃ ଅଧିକାଂଶ ଲୋକମାନେ ସାପକୁ ଦେଖିଲେ ଭୟ (Fear) କରିଥାନ୍ତି । କିନ୍ତୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସାପ ତଥା ଅନ୍ୟାନ୍ୟ ସରୀସୃପଙ୍କୁ ଆଦୌ ଭୟ କରନ୍ତି ନାହିଁ । ବରଂ ସେମାନଙ୍କୁ ବ୍ୟବହାର କରି ଅନେକ ଆଶ୍ଚର୍ଯ୍ୟଜନକ ଘଟଣାମାନ (Amazing things) ଘଟାଇଥାନ୍ତି । ଏବେ ଯେଉଁ ଭିଡିଓଟି ସାମ୍ନାକୁ ଆସିଛି ସେଥିରେ ମଧ୍ୟ ରହିଛି ସେମିତି କିଛି ଘଟଣା ।

ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଖୁବ୍ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ନିଜର ଆକାର ତଥା ରୂପରେ ଅନ୍ୟକୁ ସହଜରେ ଭୟଭୀତ କରୁଥିବା ସାପ ହେଉଛି କିଙ୍ଗ୍ କୋବ୍ରା (King Cobra) । ଦୁନିଆରେ ଯେତିକି ପ୍ରଜାତିର ନାଗ ସାପ ଅଛନ୍ତି ତନ୍ମଧ୍ୟରେ ଏହାକୁ ରାଜା ବୋଲି କୁହାଯାଏ । ଏହା ଦେଖିବାକୁ ଯେତିକି ଭୟଙ୍କର ତାର ଦଶଂନ ମଧ୍ୟ ସେତିକି କ୍ଷତିକାରକ । କିଙ୍ଗ୍ କୋବ୍ରା ଦଂଶନ କଲେ ଅଧିକାଂଶ ବ୍ୟକ୍ତି ଖୁବ୍ କମ ସମୟ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି । କିନ୍ତୁ ଦୁନିଆରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏପରି ଭୟଙ୍କର ସାପ ସହ ଖେଳିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଯଦିଓ ସାପ ବିଷ କ୍ଷତିକାରକ ତାହା ଜାଣି ମଧ୍ୟ ସେମାନେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟାଇଥାନ୍ତି । ଆପଣ ଭାବୁଥିବେ ସେମାନେ ଉପଯୁକ୍ତ ପ୍ରଶିକ୍ଷଣ ନେଇ ଏପରି ଆଶ୍ଚର୍ଯ୍ୟଜନକ ଘଟଣା କରିପାରୁଛନ୍ତି । ତେବେ ଏହି ଦୃଶ୍ୟରେ ଏକ ଛୋଟ ପିଲା କିପରି ଅଭୁତ କାର୍ଯ୍ୟ କରୁଛି ଦେଖନ୍ତୁ

ଭିଡିଓ- https://zeenews.india.com/hindi/zeeodisha/video/girl-child-fearlessly-pl...

ଏକ ଜଙ୍ଗଲିଆ ରାସ୍ତାରେ କିଙ୍ଗ୍ କୋବ୍ରା ଅତିକ୍ରମ କରୁଥିଲା । ସେହି ସମୟରେ ଉକ୍ତ ରାସ୍ତାରେ କିଛି ଲୋକ ଯାତାୟତ କରୁଥିବାର ଦେଖିପାରୁଛନ୍ତି । କିଛି ଲୋକ କିଙ୍ଗ୍ କୋବ୍ରାକୁ ଦେଖିବା ପରେ ଭୟରେ ଦୂରରେ ଛିଡା ହୋଇଛନ୍ତି । କାରଣ ସେମାନେ ଜାଣିଛନ୍ତି ତାହା କେତେ କ୍ଷତିକାରକ । କିନ୍ତୁ ସେହି ସମୟରେ ଏକ ଛୋଟ ପିଲା କିଙ୍ଗ୍ କୋବ୍ରା ପାଖକୁ ଯାଇ ନିର୍ଭୟରେ ତାର ଲାଞ୍ଜକୁ ଧରିବାକୁ ଲାଗିଲା । କିଙ୍ଗ୍ କୋବ୍ରା ତାହା ଜାଣିପାରି ରାସ୍ତାରେ ଅଟକି ଗଲା । ସାମ୍ନାରୁ ଏହି ଦୃଶ୍ୟକୁ ଜଣେ ବ୍ୟକ୍ତି ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ ରେକର୍ଡ କରୁଥିଲେ । ବେଶ୍ କିଛି ସମୟ ନିର୍ଭୟରେ ପିଲାଟି ସାପ ସହ ଖେଳିବାକୁ ଲାଗିଥିଲା । ଏହା ଦେଖି କୌଣସି ବ୍ୟକ୍ତି ପିଲାଟିକୁ ରୋକିବାକୁ ମଧ୍ୟ ଚେଷ୍ଟା କରିନଥିଲେ ବୋଲି ଭିଡିଓରେ ଦେଖିବାକୁ ମିଳିଛି । ପରେ ତାହାକୁ କିଛି ହ୍ୟାଚଟ୍ୟାଗ ସହିତ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ଏହି ଭିଡିଓ କ୍ଲିପଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଟ୍ୱିଟର ବ୍ୟବହାରକାରୀଙ୍କ ଭିଡିଓଟି ଦେଖିବା ପରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । କିଛି ଟ୍ୱିଟର ବ୍ୟବହାରକାରୀ ଭିଡିଓଟି ଦେଖିୱ ଖୁବ୍ ଚିନ୍ତା ପ୍ରକଟ କରିଛନ୍ତି । ଜଣେ ସୋସିଆଲ ମିଡିଆନ ବ୍ୟବହାରକାରୀ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ବିପଜ୍ଜନକ କାରଣ ଏହା ଦୃତ୍ତ ସାପଟିଏ । କିଛି ସେକେଣ୍ଡ୍ ମଧ୍ୟରେ ସାପଟି ଦଂଶନ କରିପାରେ । ସାପଠାରୁ ବଞ୍ଚାଇବାକୁ କେହି ସେଠାରେ ଅଛି ତ ? ସେହିପରି ଅନ୍ୟଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ଯେ, ପିଲାଟିର ଉଚ୍ଚତାଠାରୁ ସାପର ଉଚ୍ଚତା ଖୁବ୍ ଅଧିକ । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଯିଏ ପିଲାଟିକୁ ଏପରି କରିବାକୁ ଅନୁମତି- ପ୍ରଦାନ କରିଛନ୍ତି ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ସେହିପରି ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ବୋଧେ ପିଲାଟି ସାପ ଧରିବାର କୌଶଳ ଶିଖିନେଇଛି ।

Also read- ପତ୍ନୀଙ୍କୁ ଗର୍ଭବତୀ କରିବାରୁ ସସପେଣ୍ଡ୍ ହେଲେ ପୋଲିସ କର୍ମଚାରୀ