Odisha News: ବହୁ ବିବାଦ ପରେ ବଦଳିଲେ କୋଇଡ଼ା ବିଡି଼ଓ ପଲ୍ଲବୀରାଣୀ ରାଜ
Advertisement

Odisha News: ବହୁ ବିବାଦ ପରେ ବଦଳିଲେ କୋଇଡ଼ା ବିଡି଼ଓ ପଲ୍ଲବୀରାଣୀ ରାଜ

Koida BDO Pallabi Rani Raj transferred: କୋଇଟା ବ୍ଲକରେ ବିଡ଼ିଓ ଥିବା ସମୟରେ ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଦେବା, ବିଧାୟକ ଫଣ୍ତକୁ ବ୍ଲକରେ କାର୍ଯ୍ୟକାରୀ ନକରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ଦୁର୍ବବ୍ୟହାର କରିବା ସହ ପଞ୍ଚାୟତରେ ଟଙ୍କା ପଡ଼ି ରହିବା ଭଳି ସଙ୍ଗୀନ ଅଭିଯୋଗ ପଲ୍ଲବୀରାଣୀଙ୍କ ବିରୋଧରେ ଆସିଥିଲା । 

ସୌ(ସୋସିଆଲ ମିଡିଆ)

Koida BDO Pallabi Rani Raj transferred: ବିଭିନ୍ନ କାରଣରୁ ବିବାଦୀୟ ହୋଇପଡ଼ିଥିବା କୋଇଡ଼ା ବିଡି଼ଓ ପଲ୍ଲବୀରାଣୀ ରାଜଙ୍କୁ (Koida BDO Pallabi Rani Raj) ଶେଷରେ ବଳଦି କରାଯାଇଛି। ପଲ୍ଲବୀରାଣୀ ସାଧାରଣ ପ୍ରଶାସନ ବିଭାଗକୁ ନିଆଯାଇଛି। ପରବର୍ତ୍ତୀ ସମୟରେ ତାଙ୍କୁ ସମ୍ବଲପୁର ଆରଡ଼ିସିଙ୍କ (sambalpur Revenue Divisional Commissioner Office) କାର୍ଯ୍ୟାଳୟରେ ଯୋଗ ଦେବା ଲାଗି ଆଦେଶ ଜାରି କରାଯାଇଛି । ଏନେଇ ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଲ୍ଲବୀରାଣୀଙ୍କୁ (Pallabi Rani Raj) କୋଇଡ଼ାରୁ ସମ୍ବଲପୁରକୁ ବଦଳି ପରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଭାବେ ନିୟୋଜିତ କରାଯାଇଛି । ସୂଚନା ଅନୁଯାୟୀ, ଗତ ୩ ବର୍ଷରୁ ଅଧିକ ସମୟ ଧରି ପଲ୍ଲବୀରାଣୀ ରାଜ କୋଇଟା ବ୍ଲକରେ ବିଡ଼ିଓ (Koida BDO) ଭାବେ କାମ କରୁଥିଲେ। ଏହି ସମୟରେ ଏକାଧିକ ଘଟଣାକୁ ନେଇ ସେ ବିଦାଦ ଘେରକୁ ଆସିଥିଲେ ।

କୋଇଟା ବ୍ଲକରେ ବିଡ଼ିଓ ଥିବା ସମୟରେ ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଦେବା, ବିଧାୟକ ଫଣ୍ତକୁ ବ୍ଲକରେ କାର୍ଯ୍ୟକାରୀ ନକରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ଦୁର୍ବବ୍ୟହାର କରିବା ସହ ପଞ୍ଚାୟତରେ ଟଙ୍କା ପଡ଼ି ରହିବା ଭଳି ସଙ୍ଗୀନ ଅଭିଯୋଗ ପଲ୍ଲବୀରାଣୀଙ୍କ (Pallabi Rani Raj) ବିରୋଧରେ ଆସିଥିଲା । ତେବେ ଏ ନେଇ ପ୍ରତିବାଦ ଦେଖାଦେଇଥିଲା । ସିପିଆଇଏମର (Communist Party of India (Marxist) କର୍ମୀମାନେ ବିଡ଼ିଓଙ୍କ ବଦଳି ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲେ । ଏତିକି ବ୍ଲକରେ ସମସ୍ତ କର୍ମଚାରୀ ବିଡ଼ିଓଙ୍କ ଟ୍ରାନ୍ସଫର (Pallabi Rani Raj transfer) ଦାବିରେ କମଲ ଛାଡ଼ ଆନ୍ଦୋଳନ ମଧ୍ଯ କରିଥିଲେ । ଏହାଛଡ଼ା ଠିକା କାମକୁ ନେଇ ତାଙ୍କ ବାପା ଓ ଭାଇ ତାଙ୍କୁ ସରକାରୀ ବାସ ଭବନରେ ମାଡ଼ ମାରିଥିବା ନେଇ ସେ ଅଭିଯୋଗ କରିଥିଲେ । ତେବେ ଏନେଇ ତାଙ୍କୁ ଟ୍ରାନ୍ସଫର କରାଯାଇଛି ।

ସେପଟେ ପଲ୍ଲବୀରାଣୀଙ୍କ ବଦଳି ଲାଗି ବିଧାନସଭାରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ତାଙ୍କ (Banai MLA  Laxman Munda) ସମେତ ବିରୋଧୀ ଦଳ ବିଧାୟକ ମାନେ ଦାବି ଉପସ୍ଥାପନା କରିଥିଲେ । ପ୍ରକାଶ ଥାଉ କି, ପଲ୍ଲବୀରାଣୀଙ୍କ ବଦଳି ସମେତ ପ୍ରଶାସନିକ ସ୍ତରରେ ମଧ୍ଯ ବହୁ ଅଦଳବଦଳ କରାଯାଇଛି । ଭୁବନେଶ୍ବର ତହସିଲଦାର (Bhubaneswar Tahasildar) ପ୍ରଦୀପ କୁମାର ସାହୁଙ୍କର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ବଦଳି ହୋଇଛି । ସେପଟେ ଭୁବନେଶ୍ବର ତହସିଲଦାର (Bhubaneswar Tahasildar) ଭାବେ ମାନସ ରଞ୍ଜନ ସ୍ବାଇଁଙ୍କୁ ନିଯୁକ୍ତି ମିଳିଛି । ଖପ୍ରାଖୋଲ ବିଡିଓ ଭାବରେ ଅଭିଳାଷ ପୁରୋହିତଙ୍କ ବଦଳି ହୋଇଥିବା ବେଳେ ଅନିଲ କୁମାର କୁଲ୍ଲୁ ତରଭା ବିଡ଼ିଓ, କ୍ଷୀରୋଦ ଦାସ ଯାଜପୁର ଡ଼େପୁଟି କଲେକ୍ଟର, ସମୀର ବେହେରା ପଟ୍ଟାମୁଣ୍ତାଇ ତହସିଲଦାର (Tahasildar), ମୁକୁଟମଣୀ ଜେସ ଓ ଜୋବିତା ତିର୍କି ଜଳ ସମ୍ପଦ ବିଭାଗ (water resources department), ଦିଲ୍ଲୀପ କୁମାର ପ୍ରଧାନ ବାମରା ତହସିଲଦାର, ଉତ୍ତମ କୁମାର ଜେନା ଖଇରା ଓ ପର୍ଶୁରାମ ପଣ୍ତାଙ୍କର ସୁବର୍ଣ୍ଣରେଖା ଇରିଗେସନ ପ୍ରକଳ୍ପକୁ ବଦଳି ହୋଇଛି ।

ଏହା ବି ପଢନ୍ତୁ-Weather update: ତତଲା କଡ଼େଇରେ ଭାଜି ହେଉଛି ସାରା ଓଡି଼ଶା, ୬ ଜିଲ୍ଲାକୁ ହିଟ୍ ୱେବ ୱାର୍ଣ୍ଣିଂ ଜାରି

ଏହା ବି ପଢନ୍ତୁ-Summer vacation: ଆସନ୍ତାକାଲିଠୁ ଖରା ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଏହା ବି ପଢନ୍ତୁ-Kendrapara News: ଦେଶରେ ପ୍ରଥମ ଥର ପାଇଁ ଭିତରକନିକାରେ କରାଗଲା ମ୍ୟାନଗ୍ରୁଭ ପିଟା ପକ୍ଷୀ ଗଣନା