Odisha Daily News Live: ଆରମ୍ଭ ହେଲା ସଂସଦ ଅଧିବେଶନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2305519

Odisha Daily News Live: ଆରମ୍ଭ ହେଲା ସଂସଦ ଅଧିବେଶନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଆରମ୍ଭ ହେଲା ସଂସଦ ଅଧିବେଶନ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

24 June 2024
20:10 PM

Foot over bridge: ରାଜ୍ୟ ପାଇଁ ୪ ନୂଆ ଫୁଟ ଓଭର ନିର୍ମାଣ କରିବାକୁ ଆଦେଶ ଜାରି କରିଛନ୍ତି ଜାତୀୟ ରାଜପଥ ପ୍ରାଧୀକରଣ। ଏହି ଚାରିଟୁ ଭୁବନେଶ୍ୱରରେ ଦୁଇଟି ଫୁଟ ଓଭର ବ୍ରିଜ୍‍ ନିର୍ମାଣ ହେବାକୁ ଥିବା ବେଳେ ଆଉ ଦୁଇଛି ମଙ୍ଗୁଳି ଠାରେ ନିର୍ମାଣ ହେବ। ଏହାଦ୍ୱାରା ୧୬ ନମ୍ବର ଜାତୀୟ ରାଜପଥକୁ ପଦାଚାରୀ ପାର କରିବା ସହଜ ହେବ। ତା’ ସହ  ପରିବହନ ମଧ୍ୟ ସୁରୁଖୁର ହୋଇପାରିବ ତଥା ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଇଛି। 

 

19:58 PM

IND vs AUS Live Score, Today T20 World Cup 2024 Match Updates: ଆଜି ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ସୁପର-୮ ମ୍ୟାଚ୍ ଖେଳାଯାଉଛି। ସେଣ୍ଟ ଲୁସିଆର ଡାରେନ୍ ସାମି ନେସନାଲ କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଟସ୍ ଜିତି ହାଇ ଭୋଲଟେଜ୍ ମ୍ୟାଚ୍ ରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଛି। 

 

17:22 PM

BJP's JP Nadda Named Leader Of House In Rajya Sabha: ରାଜ୍ୟସଭାରେ ଜେପି ନଡ୍ଡା ଗୃହର ନେତା ଭାବରେ ଦାୟିତ୍ୱ ତୁଲାଇବେ। ତାଙ୍କୁ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ସ୍ୱାସ୍ଥ୍ୟମନ୍ତ୍ରୀ କରାଯାଇଛି। ତାଙ୍କ ପୂର୍ବରୁ ପୀୟୁଷ ଗୋୟଲ ରାଜ୍ୟସଭାର ନେତା ଥିଲେ, ଯିଏକି ମୁମ୍ବାଇର ଏକ ଆସନରୁ ଜିତି ଏଥର ଲୋକସଭାରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟସଭାର ବରିଷ୍ଠ ନେତା ଜେପି ନଡ୍ଡା ଥିଲେ, ଯାହାଙ୍କୁ ଦଳ ଏକ ବଡ ଦାୟିତ୍ୱ ଦେଇଛି। 

 

14:30 PM

Odisha News Live Updates: ରାଇକଳାରେ ମୁଖ୍ୟମନ୍ତ୍ରୀ
ନିଜ ଗାଁ ମାଟି ରାଇକଳାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଗାଁ ମାଟିରେ ପହଞ୍ଚିବା ପରେ ଗ୍ରାମବାସୀମାନେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରି ସ୍ୱାଗତ କରିଥିଲେ। 

14:25 PM

Odisha News Live Updates: ରଥଖଳାରେ କାଠ ନିଅଣ୍ଟ
ରଥ ଖଳାରେ ପହଞ୍ଚି ପାରୁନି ଆବଶ୍ୟକୀୟ ପରିମାଣର କାଠ । ଯାହାକୁ ନେଇ ମହାରଣା ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ରଥଯାତ୍ରାକୁ ଆଉ ୧୩ ଦିନ ବାକି ଥିବା ବେଳେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ହେଲେ କାଠ ଠିକ୍ ଭାବେ ପହଞ୍ଚି ପାରୁନଥିବାରୁ ନନ୍ଦିଘୋଷ ରଥର ପୋଟଳ କାମ ଆଗେଇ ପାରୁନି । ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର କହିଛନ୍ତି ପଟ୍ଟାନଥିବାରୁ ଆରମ୍ଭ ହୋଇପାରୁନି ପୋଟଳ କାମ । ସ’ ମିଲରେ କାଠ ରଖାଯାଇଥିଲେ ମଧ୍ୟ ଟ୍ରକ କାଠ ଆଣୁନି । କ’ଣ ପାଇଁ ଆସୁନି ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ।

14:24 PM

Odisha News Live Updates: ଭର୍ତ୍ତୃହରି ମହତାବଙ୍କୁ ଶୁଭେଚ୍ଛା
ଆଜି କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଏହି ଅବସରରେ ତାଙ୍କୁ ବିଜେପି ଓଡ଼ିଶା ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। 

 

14:08 PM

Odisha News Live Updates: କଂଗ୍ରେସ ଭବନରେ ତାଲା
ଗତ ଜୁନ ୨୧ରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ ପରେ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଆଜି ଭିନ୍ନ ଚିତ୍ର। ଆଜି କଂଗ୍ରେସ ଭବନ ଗେଟରେ ତାଲା ପଡିଥିବା ଦେଖିବାକୁ ମିଳିଛି। ଭିତରକୁ କାହାରିକୁ ବି ଛାଡିଦିଆଯାଉନି। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଭିତରକୁ ଛଡାଯାଉନି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ ଘଟଣାକୁ ନେଇ ଗତକାଲି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତାଙ୍କୁ ବହିଷ୍କାର କରିଛି ଦଳ। ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି ପିସିସି ସଭାପତି। ସେପଟେ ବହିଷ୍କାର ପରେ ଧାରଣାରେ ବସିଥିଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା। ଦଳ ବିରୋଧୀ କାର୍ଯ୍ୟରେ ତାଙ୍କର କୌଣସି ସଂପୃକ୍ତି ନଥାଇ ବିନା କାରଣରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ ଅଭିଯୋଗ କରି ଧାରଣରେ ବସିଥିଲେ। ଆଉ ଆଜି ସକାଳୁ କଂଗ୍ରେସ ଭବନରେ ତାଲା ପଡିଥିବା ଦେଖିବାକୁ ମିଳିଛି।

14:07 PM

Odisha News Live Updates: ଜୁନ୍ ୨୫କୁ କଳାଦିବସ ଭାବେ ପାଳିବ ବିଜେପି 
ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରିବ ବିଜେପି । ଏହି ଦିନ ସାରା ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ଏହା ସହ ଦଳ ଅଭିଯୋଗ କରିଛି ଗଣତନ୍ତ୍ର ଏବଂ ଭାରତର ସମ୍ଭିଧାନ କଂଗ୍ରେସ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଛି । ଜୁନ ୨୫ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ର ର ହତ୍ୟା କରିଥିଲା କଂଗ୍ରେସ । ବିରୋଧୀ ଦଳଙ୍କୁ ଜେଲ ରେ ପୁରେଇ ଥିଲେ, ୧୯ ମାସ ଧରି ତାନାଶାହି ଶାସନ ଚଳାଇ ଥିଲେ । କ୍ଷମତା ଖସିବା ଭୟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ । ନିଜର ସ୍ୱାର୍ଥ ଓ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ । ତେବେ ବିଜେପି ଏକ ଦାୟିତ୍ୱ ସମ୍ପନ ଦଳ ହିସାବରେ ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରିବ ବୋଲି କୁହାଯାଇଛି ।

13:19 PM

Odisha News Live Updates: ରାକ୍ଷୀ ବାନ୍ଧି ଲୁଟିନେଲେ ୪୦ ଲକ୍ଷ
ବ୍ୟବସାୟରୁ ବନ୍ଧୁତା ତା ପରେ ରାକ୍ଷୀବନ୍ଧା । ଜଣଙ୍କ ପତ୍ନୀ ଅନ୍ୟ ଜଣଙ୍କ ହାତରେ ରାକ୍ଷୀ ବାନ୍ଧୁଛି  ଏବଂ ଲୁଟି ନେଉଛି  । ପୁରା ଫିଲ୍ମ ଷ୍ଟାଇଲରେ ଲୁଟ୍ ।  ରାକ୍ଷୀ ବନ୍ଧା ନୁହେଁ ତ ଛଳନା, ଠକେଇ । ଯେଉଁଥିିପାଇଁ ଜଣଙ୍କୁ ୪୦ ଲକ୍ଷ ଟଙ୍କାର ଠକେଇର ଶିକାର ହେବାକୁ ପଡିଛି । କେନ୍ଦ୍ରପଡା ମାର୍ଶାଘାଇ ବ୍ଲକରୁ ଆସିଛି ଏଭଳି ଏକ ଠକେଇର ଖବର । ବଛରାଇ ଗାଁର ମଣିଭୂଷଣ ପରିଡା । ପେଶାର ଜଣେ ଔଷଧ ବ୍ୟବସାୟୀ । ଏହି ବ୍ୟବସାୟରେ ସହଯୋଗ କରୁଥିଲେ ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଅଞ୍ଚଳର ବିଭୂ କଲ୍ୟାଣ ମିଶ୍ର । 

12:46 PM

Odisha News Live Updates: ସୁପ୍ରିମ କୋର୍ଟରୁ କେଜରିୱାଲଙ୍କୁ ପୁଣି ଝଟକା
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଜାମିନ ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା, କିନ୍ତୁ କୌଣସି ଆଶ୍ୱସ୍ତି ମିଳିନାହିଁ। ସୁପ୍ରିମକୋର୍ଟ ଏହି ଶୁଣାଣିକୁ ଜୁନ୍ 26 କୁ ସ୍ଥଗିତ ରଖିଛନ୍ତି। ଜଷ୍ଟିସ ମନୋଜ ମିଶ୍ରଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା କେଜ୍ରିୱାଲଙ୍କ ଆବେଦନ ଶୁଣାଣି ହୋଇଥିଲା। ଯେତେବେଳେ ନମ୍ବର 44 ରେ ଶୁଣାଣି ହୋଇଥିଲା, ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ହାଇକୋର୍ଟଙ୍କ ନିଷ୍ପତ୍ତି 2 ଦିନ ମଧ୍ୟରେ ଆସିବ, ତେଣୁ ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତୁ। ଏହା ପରେ ଶୁଣାଣି ସ୍ଥଗିତ ରଖାଯାଇଥିଲା। ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ କହିଛନ୍ତି।

12:45 PM

Odisha News Live Updates: ଆଜିଠୁ ଅଧିବେଶନ, ପ୍ରଥମ ଦିନରେ ହେବ ଶପଥ ପାଠ
ଆଜିଠାରୁ ସଂସଦୀୟ ଅଧିବେଶନ ଆରମ୍ଭ ହୋଇଛି। ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ପାଠ କରିଛନ୍ତି। ଅନ୍ୟ ୧୯ ଓଡ଼ିଆ ସାଂସଦ ଆସନ୍ତା କାଲି ଶପଥ ପାଠ କରିବେ ବୋଲି ସୂଚନା ମିଳିଛି। 

 

11:50 AM

Odisha News Live Updates: ଆଜିଠୁ ଅଧିବେଶନ, ପ୍ରଥମ ଦିନରେ ହେବ ଶପଥ ପାଠ
ତେଲଙ୍ଗାନା ସାଂସଦ ଜି କ୍ରିଷ୍ଣା ରେଡ୍ଡୀ ତେଲୁଗୁରେ ଶପଥ ଗ୍ରହଣ କରିଛନ୍ତି।

11:38 AM

Odisha News Live Updates: ଆଜିଠୁ ଅଧିବେଶନ, ପ୍ରଥମ ଦିନରେ ହେବ ଶପଥ ପାଠ
ଆଜିଠାରୁ ସଂସଦୀୟ ଅଧିବେଶନ ଆରମ୍ଭ ହୋଇଛି। ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ପାଠ କରିଛନ୍ତି। ଅନ୍ୟ ୧୯ ଓଡ଼ିଆ ସାଂସଦ ଆସନ୍ତା କାଲି ଶପଥ ପାଠ କରିବେ ବୋଲି ସୂଚନା ମିଳିଛି। 

11:36 AM

Odisha News Live Updates: ଆଜିଠୁ ଅଧିବେଶନ, ପ୍ରଥମ ଦିନରେ ହେବ ଶପଥ ପାଠ
କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ଓଡ଼ିଆ ଭାଷାରେ ଶପଥ ନେଇଛନ୍ତି। ଏହା ସହିତ ସେ ସଂସଦ ବହିରେ ଓଡ଼ିଆରେ ଦସ୍ତଖତ କରିଛନ୍ତି।

11:35 AM

Odisha News Live Updates: ଆଜିଠୁ ଅଧିବେଶନ, ପ୍ରଥମ ଦିନରେ ହେବ ଶପଥ ପାଠ
ସଂସଦର ଅଧିବେଶନରେ ପ୍ରଥମ ଦିନରେ ସାଂସଦମାନେ ଶପଥ ପାଠ କରୁଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ନେଇଥିଲେ। ପରେ ଅନ୍ୟ ସାଂସଦମାନେ ଶପଥ ନେଇଛନ୍ତି। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ଭାଷାରେ ଶପଥ ପାଠ କରିଥିଲେ। 

10:54 AM

Odisha News Live Updates: ଆଜିଠୁ ଅଧିବେଶନ, ପ୍ରଥମ ଦିନରେ ହେବ ଶପଥ ପାଠ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମ୍ପରା ଅନୁସାରେ ପ୍ରଥମେ ସଦସ୍ୟ ଭାବେ ଶପଥପାଠ କରିବା ପରେ ଅନ୍ୟ ସୌଦସ୍ୟମାନେ ଶପଥ ଗ୍ରହଣ କରିବେ। ପ୍ରଥମ ଦିନରେ ରାହୁଲ ଗାନ୍ଧୁଙ୍କୁ ମିଶାଇ ୨୬୪ ସଦସ୍ୟ ଶପଥ ପାଠ କରିବା ବ୍ୟବସ୍ଥା କରାଯାଇଛି। ବାକି ସଦସ୍ୟଙ୍କୁ ଆସନ୍ତାକାଲି ଶପଥ ପାଠ କରାଯିବ। 

10:42 AM

Odisha News Live Updates: ଆଜିଠୁ ଅଧିବେଶନ, ପ୍ରଥମ ଦିନରେ ହେବ ଶପଥ ପାଠ
ରାଷ୍ଟ୍ରପତି ପ୍ରଥମେ କଟକର ସାଂସଦ ଭର୍ତ୍ତୃହରି ମହତାବ ଅସ୍ଥାୟୀ ତଥା କାମଚଳା ବାଚସ୍ପତି ଭାବେ ଶପଥ ପାଠ କରିବେ। ତା’ ପରେ ସେ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କୁ ଶପଥ ଦେବେ। ଶ୍ରୀ ମହତାବ ଗୃହକୁ କ୍ରମାଗତ ଭାବେ ସାତଥର  ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଆଠଥର ସଦସ୍ୟ ହୋଇଥିବା କଂଗ୍ରେସ ସଦସ୍ୟ କୁଡ଼ିକୁନିଲ ସୁରେଶଙ୍କୁ ପ୍ରୋଟେମ୍‍ ସ୍ପିକର ଭାବେ ଚୟନ କରିବାକୁ ଦଳ ଦାବି କରି ଆଜି ବିରୋଧ କରିପାରେ। 

10:40 AM

Odisha News Live Updates: ରଥନିର୍ମାଣ କାମ ଜାରି: ମହାରଣା ଓ ରୂପକାର ସେବକମାନେ ବ୍ୟସ୍ତ
ରଥଯାତ୍ରା ପୂର୍ବରୁ ରଥନିର୍ମାଣ କାମ ଜାରି ରହିଛି। ତିନିରଥରେ ଚଉଦ ନାହାକା ବୁଲିବା ସହ ଚାରି ନାହାକାରେ ମୂଳ ଭୂଇଁ ଓ ମଝି ଭୂଇଁ ପଡ଼ିବା ଶେଷ ହୋଇଛି। ତିନି ରଥରେ ଚଉଦ ନାହାକା ଖମ୍ବିିଗୁଡ଼ିକୁ ପ୍ରତି ରଥର ଚାରି ନାହାକାଠାରୁ ଅଢ଼େଇ ଫୁଟ ବ୍ୟବଧାନରେ ଚାରି ନାହାକା ଚାରି ପାର୍ଶ୍ୱରେ ବୁଲିବା ସହ ପ୍ରଥମ ଭୂଇଁ ଛ କାଠିରେ ପାଖୁଡ଼ା ସଂଯୋଗ ହୋଇ ତିନି ରଥରେ ମଝି ଭୂଇଁ ବା ଦ୍ୱିତୀୟ ଭୂଇଁ ଫ୍ରେମ ସଂଯୋଗ ହୋଇଛି।

10:39 AM

Odisha News Live Updates: ନିଜ ଗାଁ ରାଇକଳା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଗାଁ ରାଇକଳା ଗସ୍ତରେ ଯିବେ। ଏଥିଲାଗି ସାରା ଗାଁ ଉତ୍ସବମୁଖର। ଖାଲି ସେତିକି ନୁହେଁ,  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ତାଙ୍କ ପୈତୃକ ଘରେ ପ୍ରସ୍ତୁତ ହୋଇଛି ପ୍ରିୟ ଓଡ଼ିଆ ଖାଦ୍ୟ। ମୋହନ ଚରଣ ମାଝୀଙ୍କ ପାଇଁ ପଖାଳ, ବାଡ଼ି ଶାଗ ଭଜା, ଝୁଡୁଙ୍ଗ ଆଳୁ ଭଜା, ଆଳୁ କୁନ୍ଦୁରି ଭଜା, ଆଳୁ ଭର୍ତ୍ତା, ବାଇଗଣ ପୋଡ଼ା, ବଡ଼ି ଚୁରା ଓ ଆଚାର ପ୍ରସ୍ତୁତ ହୋଇଛି। ଏହିସବୁ ଖାଦ୍ୟକୁ ତାଙ୍କ ପରିବାରର ମହିଳାମାନେ ପ୍ରସ୍ତୁତ କରିଛନ୍ତି।

10:38 AM

Odisha News Live Updates: ରୁଙ୍ଗଟା କମ୍ପାନୀରେ ଅଘଟଣ, ୨ ମୃତ ସୂଚନା
ଢେଙ୍କାନାଳ ହିନ୍ଦୋଳ ଝାରବନ୍ଧ ନିକଟ ରୁଙ୍ଗଟା କମ୍ପାନୀରେ ଅଘଟଣ। ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏକାଧିକ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ସୂଚନା। ଷ୍ଟ୍ରକଚର ଖସି ପଡ଼ିବାରୁ  ଏହି ଅଘଟଣ ଘଟିଥିବା ସୂଚନା ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। 

09:03 AM

Odisha News Live Updates: କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି
କାମଚଳା ବାଚସ୍ପତି ଭାବେ ଶପଥ ନେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ। 

09:02 AM

Odisha News Live Updates: ଧାଡ଼ିରେ ଠିଆହୋଇ ଟଳିପଡ଼ିଲେ ରୋଗୀ: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା
ଡାକ୍ତରଖାନାରେ ଡାକ୍ତର ଦେଖାଇବାକୁ ଧାଡ଼ିରେ ଠିଆହୋଇଥିବାବେଳେ ରୋଗୀଙ୍କ ଜୀବନ ଚାଲିଗଲା। ମୃତବ୍ୟକ୍ତି ଦଶରଥପୁର ବ୍ଲକ୍ ଚିତାଳୋ ପଞ୍ଚାୟତ ବରପଦା ଗ୍ରାମର ଶିବ ପ୍ରସାଦ ଖୁଣ୍ଟିଆ (୫୩)। ସେ ଯାଜପୁର ପୌରାଞ୍ଚଳ ଅର୍ନ୍ତଗତ ବିରଜାହାଟରେ କ୍ଷୁଦ୍ର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି।  ଗତକାଲି ସକାଳ ୮ଟାରେ ଘରୁ ଜଳଖିଆ ଖାଇ ଦୋକାନକୁ ଆସିଥିଲେ। ପୂର୍ବାହ୍ନ ପ୍ରାୟ ୧୦ ଟାରେ ଦୋକାନରେ ଥିବାବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ବାପାଙ୍କୁ ସାଙ୍ଗରେ ଧରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଜରୁରି ଚିକିତ୍ସା ଆବଶ୍ୟକ ଥିବାରୁ ଝିଅ ଜ୍ୟୋତ୍ସ୍ନାରାଣୀ ବହିର୍ବିଭାଗ ସମ୍ମୁଖରେ ଥିବା ସୁରକ୍ଷାକର୍ମୀଙ୍କୁ ବହୁ ଅନୁରୋଧ କରିଥିଲେ। ସୁରକ୍ଷାକର୍ମୀମାନେ ତାଙ୍କ କଥା ନଶୁଣି ଧାଡ଼ିରେ ଠିଆ କରାଇ ଦେଇଥିଲେ। ଏହି ସମୟରେ ଧାଡ଼ିରେ ଠିଆହୋଇଥିବା ଶିବ ପ୍ରସାଦ ହଠାତ ଟଳି ପଡ଼ିଥିଲେ। ସେହିଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ବାପାଙ୍କୁ ହରାଇ ଜ୍ୟୋତ୍ସ୍ନାରାଣୀ ମଧ୍ୟ ସେଠା​ରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ନିକଟରେ ଥିବା କିଛି ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ତାଙ୍କ ଚେତା ଫେରିଥିଲା। ଡାକ୍ତର ଦେଖାଇ ନ ପାରିବାରୁ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଲା ବୋଲି ଝିଅ ଜ୍ୟୋତ୍ସ୍ନାରାଣୀ କାନ୍ଦିକାନ୍ଦି ସେଠାରେ ଲୋଟିଯାଇଥିଲେ।

 

09:01 AM

Odisha News Live Updates: ମକ୍କାରେ ଉତ୍ତାପ ହେତୁ ଗଲାଣି ୧,୩୦୦ରୁ ଅଧିକ ଜୀବନ
ସାଉଦ ଆରବସ୍ଥିତ ମକ୍କାରେ ହଜ୍‌ ସମୟରେ ଅତି କମରେ ୧୩୦୦ ଜଣଙ୍କ ଜୀବନ ଗଲାଣି। ସାଉଦି ଆରବରେ ଚଳିତବର୍ଷର ହଜ୍ ତୀର୍ଥଯାତ୍ରା ସମୟରେ ୧,୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ମରୁଭୂମି ରାଜ୍ୟରେ ଇସଲାମୀୟ ପବିତ୍ର ସ୍ଥାନରେ ଅଧିକାଂଶ ଶ୍ରଦ୍ଧାଳୁମାନେ ଅତ୍ୟଧିକ ତାପମାତ୍ରାର ସମ୍ମୁଖୀନ ହୋଇଥିଲେ ବୋଲି ସାଉଦି କର୍ତ୍ତୃପକ୍ଷ ରବିବାର ଦିନ ଘୋଷଣା କରିଛନ୍ତି।

09:00 AM

Today Horoscope: ପଢନ୍ତୁ ଆଜିର ରାଶିଫଳ
Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

08:54 AM

Odisha News Live Updates: ଆଜି ରାଜ୍ୟରେ ପ୍ରବଳ ବର୍ଷିବ
ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି। ମୌସୁମୀ ଆଜି ସାରା ଓଡ଼ିଶାକୁ ଛୁଇଁଛି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି। ମୌସୁମୀ ବାୟୁ ସକ୍ରିୟ ଥିବାରୁ ଆସନ୍ତା ୫ ଦିନ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।  ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି । ୫ଟି ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ରହିଥିବା ବେଳେ ୧୭ ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।   ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ଜଗତସିଂହପୁର ଓ ଢେଙ୍କାନାଳରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ଓ ବଲାଙ୍ଗୀରରେ ନିଅଣ୍ଟିଆ ବର୍ଷା ହୋଇଥିବା‌ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ବିବେଦୀ ସୂଚନା ଦେଇଛନ୍ତି।

 

08:52 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।