Odisha Daily News Live: ଆଗେଇ ଚାଲିଛି ରଥକାମ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2265406

Odisha Daily News Live: ଆଗେଇ ଚାଲିଛି ରଥକାମ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଆଗେଇ ଚାଲିଛି ରଥକାମ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଖୁବ କମ ସମୟ ରହିଯାଇଛି।  ଏଠାରେ ଆପ ଆପଣ ଦିନ ତମାମର ଖବର ଅପଡେଟ୍ ଦେବା ସହିତ ରଥଖଳାର ଖବର ମଧ୍ୟ ପ୍ରଦାନ କରିବାକୁ ପ୍ରୟାସ କରିବୁ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବର ସହ ରଥ ଖଳାର ଖବର ମଧ୍ୟ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

27 May 2024
22:58 PM

Odisha Daily News Live:  ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ ଘଟଣାରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଆଜି ଏକ ପ୍ରେସମିଟ୍‌ କରି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ଉପସଭାପତି ପୀତାମ୍ବର ଆଚାର୍ଯ୍ୟ । ସେ କହିଥିଲେ ଯେ, ମିଥ୍ୟା ମୋକଦ୍ଦମାରେ ଫସାଇ ପ୍ରଶାନ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି । ଡିଏସ୍‌ କୁଟ୍ଟେ ଚକ୍ରାନ୍ତ କରିଛନ୍ତି ତେଣୁ କଲ୍‌ ରେକର୍ଡ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି । ରାତି ଅଧରେ ଉଠାଇ ନେଇ ଥାନାରେ ତଳେ ବସାଇ ପୋଲିସ ଅପରାଧୀ ଭଳି ନିର୍ଯାତନା ଦେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।

22:45 PM

Odisha Daily News Live: ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ବିଜେଡି ଉପରେ ବର୍ଷିଛନ୍ତି । ନବୀନ ବାବୁଙ୍କର ଓଡ଼ିଶା ଚାଷୀଙ୍କ ଚିନ୍ତା ନାହିଁ କହିବା ସହ ଖରାପ ବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ନୋବେଲ ମିଳିବା ଉଚିତ ବୋଲି ହେମନ୍ତ କହିଛନ୍ତି । ବିଜେପି ସରକାର ରାଜ୍ୟରେ ଆସିଲେ ଶ୍ରୀମନ୍ଦିରର ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯିବ ଏବଂ ରନ୍ନ ଭଣ୍ଡାର ଖୋଲାଯିବ । ଏଥିସହ ପ୍ରତି ମହିଳାଙ୍କୁ ୫୦ ହଜାର ମିଳିବ ବୋଲି ବକ୍ତବ୍ୟରେ କହିଛନ୍ତି ।

22:22 PM

Odisha Daily News Live: କୋଟଗଡ଼ ଥାନା ଅନ୍ତର୍ଗତ ବାଡ଼ିପଙ୍ଗା ଗାଁରେ ଯୁବକଙ୍କୁ ନକ୍ସଲ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହ କରି ଘରୁ ଡାକିନେଇ ହତ୍ୟା କରିଥିବା ସୂଚନା ମିଳିଛି । ଯୁବକଙ୍କ ମୃତଦେହ ନିକଟରେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନର ମାଓ ପୋଷ୍ଟର ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

22:00 PM

Odisha Daily News Live: କାଲିଠୁ ତାତି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । କିନ୍ତୁ ତାତି ବଢିଲେ ମଧ୍ୟ ୫ ଦିନ ମଧ୍ୟରେ ହିଟୱେଭ୍ ସମ୍ଭାବନା ନାହିଁ । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।

21:40 PM

Odisha Daily News Live: ରାଉରକେଲା ବିଧାୟକ ଶାରଦା ନାୟକଙ୍କ ସଂପତ୍ତି ୮ ଗୁଣ ବଢ଼ିଛି ବୋଲି ଏଡିଆର ରିପୋର୍ଟରେ ପ୍ରକାଶ ପାଇଛି । ୨୦୧୯ ମସିହାରେ ଶାରଦାଙ୍କ ମୋଟ ସମ୍ପତ୍ତି ୧୩.୩ ଲକ୍ଷ ଥିବା ସମୟରେ ବର୍ତ୍ତମାନ ୧ କୋଟି ୭ ଲକ୍ଷରେ ପହଞ୍ଚିଛି ।

21:30 PM

Odisha Daily News Live: ମାତ୍ର ୫ ବର୍ଷ ମଧ୍ୟରେ ୨୩ ଗୁଣା ବଢ଼ିଯାଇଛି କଟକ ଚୌଦ୍ୱାର ବିଜେଡି ବିଧାୟକ ସୌଭିକ୍ ବିଶ୍ବାଳଙ୍କ ସମ୍ପତ୍ତି । ଏଡିଆର ରିପୋର୍ଟରେ ଦେଖିବାକୁ ମିଳିଛି ଏପରି ତଥ୍ୟ । ୨୦୧୯ରେ ୨୦ ଲକ୍ଷ ୬୮ ହଜାର ଟଙ୍କା କିନ୍ତୁ ୨୦୨୪ ମସିହାରେ ସମ୍ପତ୍ତି ବୃଦ୍ଧି ପାଇଁ ୫ କୋଟି ୪ ଲକ୍ଷ ଟଙ୍କା ହୋଇଥିବା ପ୍ରକାଶ ପାଇଛି । ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ବଢିବାରେ ଲାଗିଛି । 

21:00 PM

ମୁମ୍ୱାଇ ପୋଲିସକୁ ଆସିଲା ଧମକପୂର୍ଣ୍ଣ କଲ୍, ତାଜ ହୋଟେଲ ଏବଂ ବିମାନବନ୍ଦରରେ....

ସୋମବାର ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଅଜଣା ନମ୍ୱରରୁ କଲ୍ ଆସିଥିଲା । ​​ଯେଉଁଥିରେ ତାଜ ହୋଟେଲ ଏବଂ ମୁମ୍ବାଇ ବିମାନବନ୍ଦରରେ ବୋମା ଖଞ୍ଜାଯାଇଛି ବୋଲି ଅଜଣା ବ୍ୟକ୍ତି କହି ଫୋନ କାଟିଦେଇଥିଲା । ଅଧିକ ପଢ଼ନ୍ତୁ

20:28 PM

Odisha Daily News Live: ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଭଦ୍ରକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡ଼ା ଅଞ୍ଚଳରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡିଛି । କୌଣସି ରାଜନୈତିକ ଦଳୀୟ କର୍ମୀ ଆକ୍ରମଣ କରିଥିବା କୁହାଯାଉଛି । ପ୍ରଥମେ ଗାଡି ଉପରକୁ ଟେକା ଫିଙ୍ଗିବା ସହ ପରେ ଆକ୍ରମଣ କରାଯାଇଛି ।

20:00 PM

IB Recruitment 2024: ଇଣ୍ଟେଲିଜେନ୍ସ ବ୍ୟୁରୋରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲି ପଡ଼ିଛି ୬୦୦ରୁ ଅଧିକ ପଦବୀ ଅଧିକ ପଢ଼ନ୍ତୁ

19:35 PM

ଅସହ୍ୟ ତାତିରେ ସାଧୁଙ୍କ ଅଗ୍ନି ତପସ୍ୟା, ୪୧ ଦିନ ଚାଲିବ ସାଧନା

Jalore News: ଜାଲୋର ଭିନମାଲ ଅଞ୍ଚଳରେ ଜଣେ ନାଗା ସାଧୁଙ୍କ କାର୍ଯ୍ୟ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ଉକ୍ତ ସ୍ଥାନରେ ୪୨ ଡିଗ୍ରୀରୁ ଅଧିକ ତାପମାତ୍ରା ରହୁଥିବା ସମୟରେ ପ୍ରବଳ ଉତ୍ତାପ ମଧ୍ୟରେ ଅଗ୍ନି ନିକଟରେ ବସି ତପସ୍ୟା କରୁଛନ୍ତି ଜଣେ ନାଗା ସାଧୁ । ଅଧିକ ପଢ଼ନ୍ତୁ

18:59 PM

Odisha Daily News Live: ଅହମ୍ମଦାବାଦ ବିମାନ ବନ୍ଦରରେ ଗିରଫ ହୋଇଥିବା ୪ ଶ୍ରୀଲଙ୍କା ଆଇଏସ୍‍ ଆଇଏସ୍ ସନ୍ଦିଗ୍ଧଙ୍କୁ ଭାରତ ପଚରାଉଚୁରା କରିବ। ଶ୍ରୀଲଙ୍କା କବଳ ନିଜ ଦେଶରେ ତାଙ୍କ ଦ୍ୱାରା ସଂଗଠିତ ଅପରାଧକୁ ଯାଞ୍ଚ କରିବ ବୋଲି ଶ୍ରୀଲଙ୍କା ସରକାରୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମେ’ ୧୯ ତାରିଖ ଦିନ ଏହି ୪ ଜଣଙ୍କୁ ଭାରତରେ ଗିରଫ କରାଯାଇଥିଲା। 

18:19 PM

Odisha News: ଆଉ ଦିନକପରେ ପବିତ୍ର ଭଉଁରୀଯାତ୍ରା। ଭଉଁରୀ ଯାତ୍ରାରେ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ  ଚକ ଅଖ ସଂଯୋଗ କରାଯିବାର ଵିଧି ରହିଛି l ରବିବାର ଦିନ ତିନି ରଥର ଅଖ କାମ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ବିଶ୍ବକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି। ଅଖର ୨ ପାର୍ଶ୍ଵକୁ ଚଉପଟ ପରେ ଗୋଲେଇ କରାଯାଉଛି । ପ୍ରତି ରଥର ନାହାକ ଅଖ କାମ ଚାଲିଛି। ଧଉରା କାଠରେ ତିଆରି ହେଉଛି ଅଖ  । ୨୯ ତାରିଖ ଭଉଁରୀ ଉତ୍ସବରେ ଚକ ଓ ଅଖ ସଂଯୋଗ ହେବ।

17:50 PM

Odisha Daily News Live: ଇଭିଏମରେ ଗ୍ରହଣ କରାଯାଉଥିବା ଭୋଟ ଭିଭିପ୍ୟାଟ୍‍ ସହ ତାଳ ମେଳ ଖାଉ ନାହିଁ ବୋଲି ଅଭିଯୋଗ କରି ଏହାକୁ ମେଳ କରିବା ଲାଗି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଯାଚିକାକୁ କୋର୍ଟ ଖାରଜ କରିଛନ୍ତି। ଏପ୍ରିଲ୍‍ ୨୬ ତାରିଖରେ ଏମିତି ଏକ ଯାଚିକାକୁ ବିରୋଧ କରି ମାମଲା ଖାରଜ କରିଥିଲେ କୋର୍ଟ। 

17:30 PM

Odisha Daily News Live:  ପାକିସ୍ତାନରେ ଶାସନ କରୁଥିବା ପାକିସ୍ତାନ ମୁସଲିମ ଲିଗ୍‍  ନବାଜ ଏବଂ ପାକିସ୍ତାନ ପିପ୍ୟୁଲ୍ସ ପାର୍ଟି  ଇମ୍ରାନ୍‍ ଖାନ୍‍ଙ୍କ ପାକିସ୍ତାନ ତେହରିକ୍‍-ଏ- ଇନ୍‍ସାଫ୍‍ ପାର୍ଟିକୁ ଆଲୋଚନା ପାଇଁ ଡାକିଛନ୍ତି। ଇମ୍ରାନ୍‍ ଖାନ୍‍ ଏବେ ଜେଲରେ ଅଛନ୍ତି। ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମକର୍ତ୍ତା  ବିଭିନ୍ନ ସମୟରେ ରାସ୍ତାର ଆନ୍ଦୋଳନ କରୁଥିବାରୁ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଚାହିଛନ୍ତି ସରକାର।

17:12 PM

Odisha Daily News Live: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ତଳକୁ ଖସିଛି। ସୋମବାରଦିନ ୪ ପଇସା ଖସିବାରୁ ୧ ଆମେରିକୀୟ ଡଲାରର ମୂଲ୍ୟ ପ୍ରାୟ ୮୩ଟଙ୍କା ୧୪ ପଇସା ହୋଇଛି। ଆନ୍ତର୍ଜାତିକ ବଜାରରେ ତୈଳ ଦର ବୃଦ୍ଧି ଏହାର ଏକ ପ୍ରଭୁଖ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

16:40 PM

Odisha Daily News Live: ଭାରତ ଏବଂ ପାକିସ୍ଥାନ ସୀମା ତଥା ଜୈସଲମେର ବର୍ଡରେ ନିୟୋଜିତ ଜଣେ ବିଏସଏଫ ଯବାନ ଶହୀଦ ହୋଇଛନ୍ତି । ଶହୀଦ ହୋଇଥିବା ଯବାନଙ୍କ ନାମ ଅଜୟ କୁମାର ବୋଲି ଜଣାପଡିଛି। କୁହାଯାଉଛି ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ତାଙ୍କୁ ମୃତ୍ୟୁ ହୋଇଛି । ବର୍ତ୍ତମାନ ସାରା ଦେଶରେ ଅତ୍ୟଧିକ ଉତ୍ତାପ ଉନୁଭୂତ ହେଉଥିବା ସମୟରେ ମରୁଭୂମି ସୀମାରେ ତାପମାତ୍ରା ୫୫ ଡିଗ୍ରୀରୁ ଅଧିକ ହୋଇଯାଇଛି । ଏହି କାରଣରୁ ବିଏସ୍ଏଫ୍ ଯବାନମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

16:15 PM

Odisha Daily News Live: ସାଧାରଣ ନିର୍ବାଚନର ୪ଟି ଯାକ ପର୍ଯ୍ୟାୟ ମତଦାନ ପାଇଁ ପ୍ରାର୍ଥୀ ହୋଇଥିବା ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ମାମଲା ଅଦାଲତରେ ରହିଛି। ସେମାନଙ୍କ ଭିତରୁ ୨୯୨ ଜଣଙ୍କ ନାଆଁରେ ଗୁରୁତର ମାମଲା ଥିବା ବେଳେ ୪ ଜଣ ଧର୍ଷଣ  ଭଳି ଅଭିଯୋଗ ରହିଥିବା ସେମାନେ ଦାଖଲ କରିଥିବା  ସତ୍ୟପାଠରେ ଉଲ୍ଲେଖ ରହିଛି। ସେହିପରି ୭୦ ଜଣ ହତ୍ୟା ଉଦ୍ୟମ ମାମଲାରେ ଓ ୧୦ ଜଣ ପ୍ରାର୍ଥୀ ହତ୍ୟା ମାମଲାରେ ଜଡ଼ିତ ଅଛନ୍ତି।

 

16:00 PM

Odisha Daily News Live: ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ଦକ୍ଷିଣ-ପଣ୍ଚିମ ମୌସୁମୀ ବାୟୁ। ଏନେଇ ଭାରତ ପାଣିପାଗ ବିଭାଗ ସୂଚନା ଦେଇଛି।  ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁପାରେ ବୋଲି କୁହାଯାଇଛି।

15:00 PM

Odisha Daily News Live: ବାତ୍ୟା ରେମଲ ପ୍ରଭାବରେ ଗତ କିଛିଦିନ ହେଲା ଶୀତଳ ଥିବା ଓଡ଼ିଶାକୁ ପୁଣିଥରେ ଗରମ ଫେରିବାକୁ ଯାଉଛି।  ଆସନ୍ତାକାଲିଠାରୁ  ଦିନବେଳେ ତାପମାତ୍ରା ୨ରୁ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହିପରି ଗରମ ମାସ ଶେଷ ଯାଏ ଚାଲିବ। ଜୁନ୍‍ ଆରମ୍ଭରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଆରମ୍ଭ ହେବା ସମ୍ଭାବନା ରହିଛି। 

14:30 PM

Odisha Daily News Live: ବାତ୍ୟା ରେମାଲ ପ୍ରଭାବରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ ପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକର କ୍ଷୟକ୍ଷତି ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ  ଲ୍ୟାଣ୍ଡଫଲ ସମୟରେ  ପ୍ରବଳ ବର୍ଷା ଓ ୧୩୫ କିଲୋମିଟର ବେଗରେ ପବନ ପ୍ରବାହିତ ହେବାରୁ ଏପରି କ୍ଷୟକ୍ଷତି ହୋଇଛି। ୨୧ ଘଣ୍ଟା ଧରି କୋଲକତା ବିମାନବନ୍ଦରରୁ ବିମାନ ଉଡ଼ାଣ ବାତିଲ ହେବା ପରେ ଆଜି ସକାଳେ ଉଡ଼ାଣ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟା ୮ଟା ୩୦ ମିନିଟ୍‍ ସମୟରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ୪ ଘଣ୍ଟା ଧରି ଚାଲିଥିଲା। 

12:53 PM

Odisha News Live Updates: କୋର୍ଟରେ କାନ୍ଦି ପକାଇଲେ ସ୍ବାତୀ
ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକସଭା ସାଂସଦ ସ୍ବାତୀ ମାଲିୱାଲ୍‌ଙ୍କୁ ମାରପିଟ୍‌ କରିଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାର ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ତିସ୍‌ ହଜାର୍‌ କୋର୍ଟ‌ରେ ଶୁଣାଣି ହେଉଛି। ବିଭବଙ୍କ ଓକିଲ ନିଜ କ୍ଲାଇଣ୍ଟ୍‌ଙ୍କ ସପକ୍ଷରେ ବିଭିନ୍ନ ତଥ୍ୟ ଓ ପ୍ରମାଣ ଅଦାଲତରେ ଜମା କରୁଛନ୍ତି। ବିଭବଙ୍କ ଓକିଲ କୋର୍ଟରେ କୌରବ ଓ ଦ୍ରୌପଦୀଙ୍କ ପ୍ରସଂଗ ବି ଉଠାଇଥିଲେ। ଯାହାପରେ ସ୍ବାତୀ ମାଲିୱାଲ୍‌ କୋର୍ଟ ଭିତରେ କାନ୍ଦି ପକାଇଥିଲେ।

11:40 AM

Odisha News Live Updates: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରମୁଣ୍ଡାରେ ବୋମାମାଡ଼
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡ଼ି ଉପରକୁ ବୋମାମାଡ଼ କରାଯାଇଛି। ବୋମା ମାଡ଼ରେ ସ୍କର୍ପିଓ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ପତିଆରା ପାଇଁ ବୋମା ପକାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏନେଇ ଗାଡ଼ି ମାଲିକଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ମାମଲା ଦାୟର କରାଯାଇଛି। ପୁଲିସ ବୋମାମାଡ଼ ହୋଇଥିବା ସ୍କର୍ପିଓକୁ ଜବତ କରି ତଦନ୍ତ ଚଳାଇଛି।

11:37 AM

Odisha News Live updates: ସୋରରୁ ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ
ପୁଲିସ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନମାନଙ୍କରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟନ୍ ଜବତ କରିଛି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ପୁଲିସ୍ ଟିମ୍ ବାଗୁଡ଼ିର ଏକ ନିଛାଟିଆ ସ୍ଥାନରୁ ୧୫୦୦ କିଲୋଗ୍ରାମ ଜିଲୋଟିନ୍ ଜବତ କରିବା ସହିତ ମହୁମୁହାଣ ନିକଟସ୍ଥ ପରିତ୍ୟକ୍ତ ପଥର ଖାଦାନରୁ ୬୦୦୦ କିଲୋଗ୍ରାମ ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍ ଜବତ କରାଯାଇଛି। ପୁଲିସ୍ କେଶ ନଂ ୪୭୬/୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

11:36 AM

Odisha News Live Updates: କନେଷ୍ଟବଳଙ୍କୁ ଆକ୍ରମଣ: ଜଣେ ଗିରଫ
କୋରାପୁଟ ଜିଲ୍ଲା ଅନ୍ତର୍ଗତ ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ କନେଷ୍ଟବଳଙ୍କୁ ବନ୍ଧୁକରେ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଆଜି ସକାଳେ ଅଭିଯୁକ୍ତକୁ ଗିରଫ କରାଯାଇଛି। ବିବରଣୀରୁ ପ୍ରକାଶ ଯେ କିଛିଦିନ ପୂର୍ବେ ଖିଳୁଆ ଗ୍ରାମର ମଦନ ଖେମୁଣ୍ଡଙ୍କ ନାବାଳିକା ଝିଅଙ୍କୁ ନନ୍ଦପୁର ଦଳିତ ସାହିର ଜଣେ ବିବାହିତ ଯୁବକ ଦ୍ୱିତୀୟ ସ୍ତ୍ରୀ ଭାବେ ରଖିବାକୁ ଅପହରଣ କରି ନେଇଯାଇଥିଲେ। ଏ ନେଇ ନାବାଳିକାଙ୍କର ପିତା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଅଭିଯୁକ୍ତ ଉମେଶ ଗୁଣ୍ଠାଙ୍କୁ ଥାନାକୁ ଅଣାଯାଇଥିଲା। କିନ୍ତୁ କୌଶଳ କରି ସେ ଥାନାରୁ ଖସିଯାଇ ଚଂପଟ ମାରିଥିଲା।

10:55 AM

Odisha Daily News Live: ଆଜି ସକାଳ ସମୟରେ ସମ୍ବଲପୁରର ଧନକଉଡ଼ା ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକରେ  ନିଆଁ ଲାଗି ଯାଇଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।  ଫଳରେ ଟ୍ରକଟି ହୁତୁହୁତୁ ହୋଇ ଜଳି ଯାଇଛି। ଏଥିରେ କୌଣସି ଜୀବନ ହାନି ହୋଇ ନ ଥିବା ସୂଚନା ମିଳିଛି। 

 

10:34 AM

Odisha News Live Updates: ମାଟ୍ରିକ୍‌ ବୋର୍ଡରେ ଛାତ୍ରୀ ଆଗରେ
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଟ୍ରିକ ପରୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲାର ପାସ୍‌ହାର ୯୭.୨୪ ପ୍ରତିଶତ ରହିଛି। ଏହାସହ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟର ଅନ୍ୟ ଜିଲ୍ଲା ପାସ୍‌ହାର ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ଏଥର ଜିଲ୍ଲାର ୨୪,୬୩୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ ବୋର୍ଡ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ତେବେ କୌଣସି କାରଣରୁ ୩୨୩ ଜଣ ଅନୁପସ୍ଥିତ ରହିବାରୁ ମୋଟ୍‌ ୨୪,୩୧୫ ଜଣ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୨୩,୯୫୯ ଜଣ ପାସ୍‌ କରିଥିବାବେଳେ ୩୫୨ ଜଣ ଫେଲ୍‌ ହୋଇଛନ୍ତି। ସର୍ବାଧିକ ୫୬୩ ମାର୍କ(୯୩.୮୩%) ରଖି ଜଗଦା ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶ୍ରୁତି ପଣ୍ଡା ଜିଲ୍ଲା ଟପ୍ପର ହୋଇଛନ୍ତି।

09:58 AM

Odisha News Live Updates: ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟନ୍ ଜବତ 
ବାଲେଶ୍ବର ଜିଲ୍ଲା ସୋର  ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନରୁ ବ୍ୟାପକ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟନ୍ ଜବତ କରିଛି ପୁଲିସ।  ନିର୍ବାଚନ ଆଉ ୫ ଦିନ ଥିବାରୁ  ଏକ ପୁଲିସ୍ ଟିମ୍ ବାଗୁଡ଼ିର ଏକ ନିଛାଟିଆ ସ୍ଥାନରୁ ୧୫୦୦ କିଲୋଗ୍ରାମ ଜିଲୋଟିନ୍ ଜବତ କରିବା ସହିତ ମହୁମୁହାଣ ନିକଟସ୍ଥ ପରିତ୍ୟକ୍ତ ପଥର ଖାଦାନରୁ ୬୦୦୦ କିଲୋଗ୍ରାମ ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍ ଜବତ କରିଥିବା ସୂଚନା ମିଳିଛି। ପୁଲିସ୍ କେଶ ନଂ ୪୭୬/୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

09:55 AM

Odisha News Live Updates: ଏସପିଙ୍କ ପ୍ରତିକ୍ରିୟା: ବୁଥର ସିସିଟିଭି ଯାଞ୍ଚ ହୋଇନି
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ଖୋର୍ଦ୍ଧା ଏସପି ଅବିନାଶ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୁଥର ସିସିଟିଭି ହୋଇନି ଯାଞ୍ଚ ହୋଇନି। ସିସିଟିଭି ଫୁଟେଜ୍ ଦେବା ଲାଗି ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। କେବଳ ପ୍ରିଜାଇଡିଙ୍ଗ ଅଫିସରଙ୍କ ଏତଲା ଆଧାରରେ  ଗିରଫଦାରୀ ହୋଇଛି। ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହୋଇ କାର୍ଯ୍ୟାନୁଷ୍ଠାନ ହେଇ ଏଥିରେ ସମ୍ପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ମାତ୍ର ପ୍ରଶାନ୍ତ ଜଗଦେବ ଦାବି କରିଥିଲେ ସିସିଟିଭି ଯାଞ୍ଚ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ।

09:54 AM

Odisha News Live Updates: କେନ୍ଦୁପଶି ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ
କେନ୍ଦୁଝର ସଦର ବ୍ଲକ୍‌ କେନ୍ଦୁପଶି ଗ୍ରାମରେ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ପାଣି ପାଇଁ ୪୦ ପରିବାରର ଦୁଇଶହ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସାହିରେ ତିନିଟି ନଳକୂପ ଅଛି। ସେଥିରୁ ଠିକ୍‌ ଭାବେ ପାଣି ବାହାରୁ ନଥିବା ଲୋକେ ଅଭିଯୋଗ ‌କରିଛନ୍ତି। ଅନ୍ୟପକ୍ଷରେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ କୂଅ, ପୋଖରୀ ଶୁଖି ଯାଇଥିବାରୁ ଲୋକେ ସ୍ନାନଶୌଚ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗାଁକୁ ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଟ୍ୟାପ୍‌ରେ ପାଣି ଆସୁନି।

09:53 AM

Odisha News Live Updates: ସୁକିନ୍ଦାରେ ରାଜନୈତିକ ହିଂସା: ବିଜେଡି ସମର୍ଥକଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଯୁବକ ଗୁରୁତର
ସୁକିନ୍ଦା ନିର୍ବାଚନମଣ୍ଡଳୀର ଯଖପୁରା ଗ୍ରାମରେ ରାଜନୈତିକ ହିଂସା ଘଟିଛି। ଏଥିରେ ଗ୍ରାମର ସନ୍ତୋଷ ସାମଲଙ୍କ ପୁଅ ହୃଷୀକେଶ ସାମଲ (୨୯) ଗୁରୁତର ହୋଇଛନ୍ତି। ଗତକାଲି ଯଖପୁରା ପଞ୍ଚାୟତରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିଲା। କେତେକ ବିଜେଡି ସମର୍ଥକ ଧାରୁଆ ଅସ୍ତ୍ରରେ ହୃଷୀକେଶଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

09:34 AM

Odisha News Live Updates: ଜାମିନ ଅବଧିକୁ ଆଉ ସାତ ଦିନ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍ରିୱାଲ୍‌
ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧିକୁ ଆଉ ସାତ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁରୁତ୍ବ ବିଷୟରେ ଉଲ୍ଲେଖ କରି କେଜ୍ରିୱାଲ ୭ କିଲୋଗ୍ରାମ ଓଜନ ହ୍ରାସ ହେବା ଏବଂ କେଟୋନ୍ ସ୍ତର ବୃଦ୍ଧି ପରେ ପିିଇଟି-ସିଟି ସ୍କାନ୍ ସମେତ ଡାକ୍ତରୀ ପରୀକ୍ଷଣର ଆବଶ୍ୟକତା ଉପରେ ଆଲୋକପାତ କରି ଏହି ଆବେଦନ କରିଛନ୍ତି।

09:33 AM

Odisha News Live Updates: ୨୯ରେ ଆସିବେ ଖଡ୍‌ଗେ, ୩୦ରେ ରାହୁଲ ଗାନ୍ଧି
ନିର୍ବାଚନ ପ୍ରଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡ୍‌ଗେ ଓ ସାଂସଦ ରାହୁଲ୍‌ ଗାନ୍ଧି। ଖଡ୍‌ଗେ ଦୁଇଟି ସଭା କରିବେ ଓ ରାହୁଲ ଗୋଟିଏ ଜନସଭାରେ ଉଦ୍‌ବୋଧନ ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ୍‌ଗେ। ସେହି ଦିନ ୧୧ଟାରେ ସେ ବାଲେଶ୍ୱରରେ ପହଞ୍ଚିବେ। ତା’ପରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ବାଲେଶ୍ୱର ସଭା ସରିବା ପରେ ଖଡ୍‌ଗେ ଭଦ୍ରକ ଯିବେ। ଅପରାହ୍ନ ୩ଟାରେ ଚାନ୍ଦବାଲିରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗଦେବେ। ତା’ପରେ ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

09:33 AM

Odisha News Live Updates: ନିମାପଡ଼ାରେ ଉତ୍ତେଜନା, ରାତିରେ ଥାନା ଘେରିଲେ ଶତାଧିକ BJP କର୍ମୀ
ରାତିରେ ନିମାପଡ଼ା ଥାନା ଘେରିଛନ୍ତି ଶତାଧିକ ବିଜେପି କର୍ମୀ। ପୁଲିସ୍‌ କବ୍‌ଜାରେ ଥିବା ବିଜେପି କର୍ମକର୍ତ୍ତାଙ୍କୁ ଛାଡ଼ିବାକୁ ଅଡ଼ି ବସିଛନ୍ତି। ଏ ସମ୍ପର୍କରେ ଜାଣିପାରି ଥାନାରେ ପହଞ୍ଚି ଅଲୋଚନା କରୁଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି। ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ତାଙ୍କର କିଛି ସମର୍ଥକ ଆଜି ସନ୍ଧ୍ୟା ବେଳେ ନିମାପଡ଼ା ନିର୍ବାଚନମଣ୍ଡଳୀକୁ ଯାଉଥିଲେ। ତେରୁଣ୍ଡିଆ ଗାଁର ଲୋକମାନେ ସେମାନଙ୍କୁ ଅଟକାଇଥିଲେ। କିନ୍ତୁ ପିପିଲି ବିଧାୟକ ଓ ତାଙ୍କ ସମର୍ଥକମାନେ ସେମାନଙ୍କ କଥା ଶୁଣିନଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଠେଲାପେଲ ଭିତରେ ଢ଼େଲା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ଗାଡ଼ି ଭାଙ୍ଗିଥିବା ଜଣାପଡ଼ିଛି।

08:15 AM

Odisha News Live Updates: ବାତ୍ୟା ମୁକାବିଲାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ରେମାଲ୍’ ଏବେ ଭୀଷଣ ରୂପ ଧାରଣ କରି ବାଂଲାଦେଶ ଓ ପଶ୍ଚିମବଙ୍ଗ ମୁହାଁ ହୋଇଛି। ବର୍ତ୍ତମାନ ଏହା ଉତ୍ତର ବଙ୍ଗୋପସାଗରରେ ଖେପୁପାରାଠାରୁ ୨୨୦ କିଲୋମିଟର ଓ ସାଗର ଦ୍ୱୀପଠାରୁ ୨୧୦ କିଲୋମିଟର ଦୂରରେ ରହିଛି। ଆଜି ମଧ୍ୟରାତ୍ରରେ ଏହି ଭୀଷଣ ବାତ୍ୟା ଖେପୁପାରା ଓ ସାଗର ଦ୍ୱୀପ ମଝିରେ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୧୧୦ କିଲୋମିଟରରୁ ୧୨୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟାକୁ ଦେଖି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପୂର୍ବ ମେଦିନିପୁର ଜିଲ୍ଲା ପ୍ରଶାସନ।

08:12 AM

Odisha News Live Updates: ଏହି ସବୁ ରାଶିଙ୍କ ପାଇଁ ଆଜି ବଢିପାରେ ଅଡ଼ୁଆ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୨୭ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ....

08:12 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଖୁବ କମ ସମୟ ରହିଯାଇଛି।  ଏଠାରେ ଆପ ଆପଣ ଦିନ ତମାମର ଖବର ଅପଡେଟ୍ ଦେବା ସହିତ ରଥଖଳାର ଖବର ମଧ୍ୟ ପ୍ରଦାନ କରିବାକୁ ପ୍ରୟାସ କରିବୁ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବର ସହ ରଥ ଖଳାର ଖବର ମଧ୍ୟ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।