Odisha News Live Updates: ଜାହାଜ ବୁଡ଼ି ୯୧ ମୃତ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2194014

Odisha News Live Updates: ଜାହାଜ ବୁଡ଼ି ୯୧ ମୃତ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha News Live Updates: ଜାହାଜ ବୁଡ଼ି ୯୧ ମୃତ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

08 April 2024
22:35 PM

ମଙ୍ଗଳବାର ନୀତି କାନ୍ତି ତୃତୀୟ ପାଳି ଝାମୁଯାତ୍ରା

ପୁରୀ: କାକଟପୁର ମାଆ ମଙ୍ଗଳାଙ୍କ ମନ୍ଦିରରେ ତୃତୀୟ ପାଳି ଝାମୁଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ତୃତୀୟ ପାଳି ଯାତ୍ରା ଏପ୍ରିଲ ୦୯ ତାରିଖ (ମଙ୍ଗଳବାର) ଦିନ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ...

22:15 PM

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

ପଢନ୍ତୁ ପୁରା ଖବର

 

22:00 PM

ଦୁର୍ଘଟଣାରେ ଶହୀଦ ହେଲେ ଓଡ଼ିଆ ଯବାନ

କଟକ: ତାମିଲନାଡୁର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ଆଜି ଏକ ଦୁର୍ଘଟଣା କାରଣରୁ ଶହୀଦ ହୋଇଛନ୍ତି । ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଅଧିକ ପଢ଼ନ୍ତୁ...

21:05 PM

Guru Nakshatra Gochar: ରାମ ନବମୀ ଦିନ ନକ୍ଷତ୍ର ପରିବର୍ତ୍ତନ କରିବେ ବୃହସ୍ପତି, ୩ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ

୧୭ ଏପ୍ରିଲ ତଥା ପବିତ୍ର ରାମନବମୀ ଦିନ କୃତିକା ନକ୍ଷତ୍ରରେ ପ୍ରବେଶ କରିବେ ଗୁରୁ । ଏହି ନକ୍ଷତ୍ର ପରିବର୍ତ୍ତନ ପ୍ରାୟ ସମସ୍ତ ରାଶିକୁ ପ୍ରଭାବିତ କରୁଥିବା ସମୟରେ କିଛି ରାଶିର ବ୍ୟକ୍ତି ଏହି ଚଳନରୁ ଲାଭବାନ ହେବେ । ଅଧିକ ପଢ଼ନ୍ତୁ...

19:55 PM

ଯୁବତୀଙ୍କୁ ଇନଷ୍ଟାଗ୍ରାମରେ ଫସାଉଥିଲା ଯୁବକ, ଆଉ ତାପରେ କରୁଥିଲା ଲୁଟ୍

Crime News: ସୋସିଆଲ ମିଡିଆ ପାଲଟିଛି ଅପରାଧ କରିବାର ନୂଆ ତରିକା । ଇନଷ୍ଟାଗ୍ରାମ ବ୍ୟବହାର କରି ପ୍ରଥମେ ପ୍ରେମ ଏବଂ ପରେ ପ୍ରତାରଣାର ଅଭିଯୋଗ ଦିନକୁ ଦିନ ସାମ୍ନାକୁ ଆସୁଛି । ଜଣେ ଯୁବକ ନିଜକୁ ଆରପିଏଫ ଅଧିକାରୀ ବୋଲି ପରିଚୟ ଦେଇ ଇନଷ୍ଟାଗ୍ରାମରେ ଅନେକ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲା । ଯେଉଁ ଯୁବତୀ ଯୁବକର ମିଠା ମିଠା କଥାରେ ଫସି ଯାଉଥିଲେ ତାଙ୍କଠାରୁ ହେଉଥିଲା ଲୁଟ୍ । ଏପରି ଏକ ଅଭିଯୋଗ ଆସିଛି ଷ୍ଟିଲ୍ ସିଟି ରାଉରକେଲାରୁ । ଅଧିକ ପଢ଼ନ୍ତୁ...

19:25 PM

Crime News: ଲୁଟର ଶିକାର ହେଲେ ବ୍ରଏଲର କମ୍ପାନୀ ଏଜେଣ୍ଟ

କେନ୍ଦ୍ରାପଡା: ଭୁଜାଲି ଏବଂ ରଡ଼ରେ ଆକ୍ରମଣ କରି ବ୍ରଏଲର କମ୍ପାନୀର କଲେକସନ ଏଜେଣ୍ଟଙ୍କ ଠାରୁ ଲୁଟି ନେଲେ ୪ ଲକ୍ଷ ୯୦ ହଜାର ଟଙ୍କା । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭାଟବାଗ ଅଙ୍ଗନବାଡି କେନ୍ଦ୍ର ନିକଟରେ ଆଜି ଅପରାହ୍ନ ସମୟ ବେଳେ ଘଟିଛି ଏହି ଘଟଣା । ଲୁଟର ସମ୍ପୂର୍ଣ୍ଣ ଛାଟିଥରା ଘଟଣା ସିସି ଟିଭିରେ କଏଦ ହୋଇଛି। ଅଧିକ ପଢ଼ନ୍ତୁ...

19:05 PM

Odisha News Live Updates: ଏଥର ନିର୍ବାଚନ ଲଢ଼ିପାରିବେ ଦିଲ୍ଲୀପ ରାୟ !

କୋଇଲା ଦୁର୍ନୀତି ମାମଲା ନେଇ ନିର୍ବାଚନ ଲଢ଼ିବାକୁ ମନା ଥିବା ବେଳେ ମାନ୍ୟବର କୋର୍ଟ ଆଦି ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

18:55 PM

 

'ସେକ୍ସ-ପରିବର୍ତ୍ତନ ସର୍ଜରୀ ଏବଂ ସରୋଗେସି ମାନବିକ ସମ୍ମାନ ପ୍ରତି ବିପଦ'
ସୋମବାର (ଅପ୍ରେଲ ୯) ଭାଟିକାନ୍ ସମଲିଙ୍ଗୀ ଦମ୍ପତିଙ୍କ ଆଶୀର୍ବାଦକୁ ସମର୍ଥନ କରିବାର ୪ ମାସ ପରେ ସେକ୍ସ-ପରିବର୍ତ୍ତନ ସର୍ଜରୀ, ଲିଙ୍ଗ ଥିଓରୀ ଏବଂ ସରୋଗେଟ୍ ପିତାମାତା, ଗର୍ଭପାତ ଏବଂ ଇଚ୍ଛାମୃତ୍ୟୁକୁ (ୟୁଥେନସିଆ) ବିରୋଧ କରିଛି। ଭାଟିକାନ ସିଟି ଡକ୍ଟ୍ରିନାଲ ଅଫିସ ଏଲଜବିଟି (LGBT) ପ୍ରସଙ୍ଗ ଉପରେ ଏହାର ଏକ ଦସ୍ତାବିଜ ଜାରି କରିଛି। ଯାହାର ଶୀର୍ଷକ "Dignitas Infinita" (Infinite Dignity) ରହିଛି। ଏହି ଦସ୍ତାବିଜ ବିରୋଧରେ ଆଫ୍ରିକା ମହାଦେଶରେ ତୀବ୍ର ରକ୍ଷଣଶୀଳ ବିରୋଧ ପରେ "Dignitas Infinita" ଶୀର୍ଷକ ଦସ୍ତାବିଜ ଜାରି କରିଥିଲା ଭାଟିକାନ।

ପଢନ୍ତୁ ପୁରା ଖବର

18:00 PM

Political News: ଲୋକସଭା ନିର୍ବାଚନ ନେଇ ବଡ଼ ଘୋଷଣା କଲା କଂଗ୍ରେସ

Lok Sabha elections 2024: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଜାମ୍ମୁ କାଶ୍ମୀରରେ ସିଟ୍ ବଣ୍ଟନ ଚୁକ୍ତି ସୋମବାର ଦିନ କଂଗ୍ରେସ ଏବଂ ଇଣ୍ଡିଆ ସହଯୋଗୀ ଜାତୀୟ ସମ୍ମିଳନୀ ଘୋଷଣା କରିଛି। ଜାତୀୟ ସମ୍ମିଳନୀ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସୂଚନା ଦେଇ କହିଛନ୍ତି ଯେ, “କଂଗ୍ରେସ ପ୍ରାର୍ଥୀମାନେ ଉଦମ୍ପୁର, ଜାମ୍ମୁ ଏବଂ ଲଦାଖ ଲୋକସଭା ଆସନରୁ ଏବଂ ଜାତୀୟ ସମ୍ମିଳନୀ ପ୍ରାର୍ଥୀମାନେ ଅନନ୍ତନାଗ, ବାରାମୁଲ୍ଲା ଏବଂ ଶ୍ରୀନଗର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଧିକ ପଢ଼ନ୍ତୁ...

17:54 PM

ଏଣିକି ପାଣିପାଗ ପୂର୍ବାନୁମାନ କରିବ ଏଆଇ-ଏମଏଲ; ଜାଣନ୍ତୁ କିପରି
ଏଣିକି ଦେଶରେ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରିବ ଏଆଇ-ଏମଏଲ। ପାଣିପାଗ ବିଭାଗ (ଆଇଏମଡ଼ି) ନିର୍ଦ୍ଦେଶକ ଡକ୍ଚର ମୃତ୍ୟୁଞ୍ଜୟ ମହାପାତ୍ର ଜଣାଇଛନ୍ତି। ଏନେଇ ଆଇଏମଡ଼ି ନିର୍ଦ୍ଦେଶକ କହିଛନ୍ତି ଯେ ପାଣିପାଗ ପୂର୍ବାନୁମାନକୁ ଅଧିକ ସଠିକ୍ କରିବା ପାଇଁ ଦେଶର ପାଣିପାଗ ବିଜ୍ଞାନୀ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଯାନ୍ତ୍ରିକ ଶିକ୍ଷା (ଏମଏଲ) ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ପାଣିପାଗ ପୂର୍ବାନୁମାନ ମଡେଲ ପୂରକ ହୋଇଯିବ। ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ଅଧିକ ସଠିକ୍ ଭବିଷ୍ୟବାଣୀ କରିବା ବର୍ତ୍ତମାନ ସହଜ ହେବ। ପଞ୍ଚାୟତ ସ୍ତରରେ କିମ୍ବା ୧୦ ବର୍ଗ କିଲୋମିଟର ଠାରୁ ଅଧିକ ଅଞ୍ଚଳରେ ପାଣିପାଗ ସମ୍ପର୍କିତ ପୂର୍ବାନୁମାନ କରିବା ପାଇଁ ଆଇଏମଡ଼ି ଏହାର ପର୍ଯ୍ୟବେକ୍ଷଣ ବ୍ୟବସ୍ଥାକୁ ବିସ୍ତାର କରିବାକୁ ନିଷ୍ପତ୍ତି ନେଇଛି।

ପଢନ୍ତୁ ପୁରା ଖବର

17:40 PM

ଏପ୍ରିଲ ୧୦ରୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ

ସମ୍ବଲପୁର: ଆସନ୍ତା ୧୦ ତାରିଖଠାରୁ ସମ୍ବଲପୁର ଜିଲ୍ଲାରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସକାଳ ୭ଟାରୁ ଅପରାହ୍ନ ୧ଟା ଖୋଲା ରହିବ । ଏନେଇ ଆଜି ସମ୍ବଲପୁର ଜିଲ୍ଲାପାଳ ଅଗ୍ରଓ୍ବାଲ ଅକ୍ଷୟ ସୁନିଲ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଏହି ମଧ୍ୟରେ କୌଣସି ବିରତି ରହିବ ନାହିଁ ବୋଲି ପତ୍ରରେ ଉଲ୍ଲେଖ ରହିଛି । ରାଜ୍ୟ ଗୃହ ବିଭାଗର ଏପ୍ରିଲ ୪ ତାରିଖ ପାରିତ ହୋଇଥିବା ଆଦେଶ ନମ୍ବର 14883 ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଥିବା ପତ୍ରରେ ଉଲ୍ଲେଖ ରହିଛି । ହିଟ୍ ଓ୍ବେଭକୁ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡିଛି ।

17:35 PM

ଦୁଇ ଜିଲ୍ଲାରେ ନୂଆ ପୁଲିସ ମୁଖିଆ

ଭୁବନେଶ୍ୱର: ସ୍ୱଚ୍ଛ ଓ ନିରପେକ୍ଷ ମତଦାନକୁ ଗୁରୁତ୍ୱ ଦେଇ ନିର୍ବାଚନ କମିଶନ ଜିଲ୍ଲାର ଏସ୍‍ପି ଓ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ଉପରେ ନଜର ରଖିଛନ୍ତି। ଏହି ମୁଖ୍ୟ ଅଧିକାରୀମାନେ ଯେମିତି ଦଳୀୟ କାର୍ଯ୍ୟକ୍ରମ ପ୍ରତି ନିରପେକ୍ଷ କରିବେ ସେଥିଲାଗି ନିୟମାବଳୀ ବି ପ୍ରସ୍ତୁତ କରିଛନ୍ତି। ହେଲେ କିଛି ଅଧିକାରୀ କୌଣସି ରାଜନୀତିକ ଦଳ ଆଡ଼କୁ ଢଳିବାର ଅଭିଯୋଗ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ତାଙ୍କ ବଦଳରେ ନୂଆ ଅଧିକାରୀ ନିଯୁକ୍ତ କରିଛନ୍ତି। ଏହିକ୍ରମରେ ବ୍ରହ୍ମପୁର ଏବଂ ଖୋର୍ଦ୍ଧାରେ ନୂଆ ଏସ୍‍ପି ନିଯୁକ୍ତ ହୋଇଛନ୍ତି।

ପୂରତବରୁ ଏହି ଜିଲ୍ଲା ପୁଲିସ ମୁଖିଆଙ୍କୁ ତୁରନ୍ତ ବଦଳି କରି ତିନିଜଣ ଲେଖାଏଁ ଯୋଗ୍ୟ ଅଧିକାରୀଙ୍କ ନାଁ କମିଶନଙ୍କ ନିକଟକୁ ପଠାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାଁ ପାଇବା ପରେ ଆବଶ୍ୟକ ତର୍ଜମା କରି କମିଶନ ୨୦୦୭ ବ୍ୟାଚ୍‍ର ଦୁଇ ଆଇପିଏସ୍‍ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ବ୍ରହ୍ମପୁରରେ ଏଣିକି ଏସ୍‍ପି ଭାବେ ସାର୍ଥକ ଷଡ଼ଙ୍ଗୀ କାର୍ଯ୍ୟ କରିବେ। ସେହିପରି ଅବିନାଶ କୁମାର ହେବେ ଖୋର୍ଦ୍ଧାର ନୂଆ ଏସ୍‍ପି। ରାଜ୍ୟ ସରକାର ନିର୍ବାଚନ କମିଶନଙ୍କ ଏହି ଅନୁମତି ପତ୍ରକୁ ଭିତ୍ତିକରି ଯଥାଶୀଘ୍ର ନିଯୁକ୍ତ କରିବେ।

17:10 PM

Ollywood News: ବିବାହବାର୍ଷିକୀରେ ଅଙ୍ଗଦାନ ନିଷ୍ପତ୍ତି ନେଲେ ଅଭିନେତ୍ରୀ ପିଙ୍କି ପ୍ରଧାନ

Ollywood News: ଓଲିଉଡ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଏବଂ ତାଙ୍କ ସ୍ୱାମୀ କର୍ଣ୍ଣେଲ୍ ସବ୍ୟସାଚୀ ଦାଶ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିବାହ ବାର୍ଷିକ ପାଳନ କରିବା ଅବସରରେ ମହତ କାମ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପତି-ପତ୍ନୀ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦୁହେଁ ଆଜି ଅଙ୍ଗଦାନ କରିବାକୁ ଫର୍ମ ନମ୍ବର ୭ ପୂରଣ କରିବା ସହ ନିଜର ସ୍ୱୀକୃତି ଦେଇଛନ୍ତି । ଏଥିସହ ରକ୍ତଦାନ କରିଛନ୍ତି ପିଙ୍କି ଏବଂ ସବ୍ୟସାଚୀ । ଆପଣଙ୍କୁ କହିରଖୁଛୁ ଯେ,  ଅଙ୍ଗଦାନ କରିବା ପାଇଁ ବର୍ତ୍ତମାନ ଅନେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଇଚ୍ଛା ପ୍ରକାଶ କରୁଛନ୍ତି । ଅଙ୍ଗପ୍ରତିରୋପଣ କ୍ଷେତ୍ରରେ ମେଡିକାଲ୍ ସାଇନ୍ସ ଖୁବ ଆଗକୁ ବଢୁଥିବା ସମୟରେ ସେଲିବ୍ରେଟିମାନେ ମଧ୍ୟ ନିଜକୁ ଏ ମହତ କାର୍ଯ୍ୟରେ ସାମିଲ କରୁଛନ୍ତି । ଯାହା ସାଧାରଣ ଲୋକଙ୍କୁ ମଧ୍ୟ ଅନେକ ଉତ୍ସାହିତ କରୁଛି । ପ୍ରତିଟି ଶୁଭକାର୍ଯ୍ୟରେ ରକ୍ତଦାନ କରିବା ସହ ଅଙ୍ଗଦାନ କରିବା ପାଇଁ ପତିବଦ୍ଧ ହେବାକୁ ପିଙ୍କି ଏବଂ ସବ୍ୟସାଚୀ କହିଛନ୍ତି ।

16:55 PM

ନିର୍ବାଚନରେ ଅମାନତ ହରାଇବାର ଅର୍ଥ କ'ଣ? କେତେ ଭୋଟ ପାଇଲେ ବଞ୍ଚିଯାଏ ଅମାନତ ରାଶି?
କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଅମାନତ ହରାଇବା ସମ୍ପର୍କରେ ଖବର ଆପଣ ପଢିଥିବେ। ହେଲେ କ'ଣ ଆପଣ ଜାଣିଛନ୍ତି ନିର୍ବାଚନରେ ପ୍ରାର୍ଥୀ ଅମାନତ ହରାଇବାର ଅର୍ଥ କ'ଣ? ପ୍ରତ୍ୟେକ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ ପାଖରେ ଏକ ନିର୍ଦ୍ଦିଷ୍ଟ ପରିମାଣର ରାଶି ଜମା କରିବାକୁ ହୋଇଥାଏ। ଯାହାକୁ ଅମାନତ ରାଶି କୁହାଯାଏ। ଯଦି କୌଣସି ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ୍ ହାସଲ କରିବାରେ ଅସମର୍ଥ ହୋଇଥାନ୍ତି ତାହେଲେ ତାଙ୍କ ଅମାନତ ରାଶି ଜବତ କରି ନିଆଯାଏ। ପ୍ରତ୍ୟେକ ନିର୍ବାଚନରେ ଅମାନତ ରାଶି ପରିମାଣ ଅଲଗା ଅଲଗା ହୋଇଥାଏ।  ଆପଣ ଜାଣି ଆଶ୍ଚର୍ଯ୍ୟ ପଞ୍ଚାୟତ ଠାରୁ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ, ପ୍ରତ୍ୟେକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଅମାନତ ରାଶି ଜମା କରିବାକୁ ହୋଇଥାଏ। 

ପଢନ୍ତୁ ପୁରା ଖବର

 

16:00 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

16:00 PM

୨୦୨୪ ଲୋକସଭା ନିର୍ବାଚନକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ
୨୦୨୪ ଲୋକସଭା ନିର୍ବାଚନକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର। ଗତ ରବିବାର (ଅପ୍ରେଲ ୭) ପ୍ରଶାନ୍ତ କିଶୋର ଦାବି କରିଛନ୍ତି ଯେ ବିଜେପି ଦକ୍ଷିଣ ତଥା ଉତ୍ତର-ପୂର୍ବ ଭାରତରେ ନିଜର ଆସନ ସଂଖ୍ୟା ବୃଦ୍ଧି କରିବା ସହ ଭୋଟ୍ ପ୍ରତିଶତ ବଢାଇବ। କେବଳ ସେତିକି ​​ବିଜେପି ୩ ଶହରୁ ଅଧିକ ସିଟ୍ ଜିତିପାରିବ। ଯାହା କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ବହୁମତ ଠାରୁ ବହୁତ ଅଧିକ।

ପଢନ୍ତୁ ପୁରା ଖବର

15:30 PM

Odisha News Live Updates: ବିଜେଡିକୁ ଲାଗିଲା ଆଉ ଏକ ଝଟ୍‌କା । ସୁବର୍ଣ୍ଣପୁର ବୀରମହାରାଜପୁରର ଯୁବ ବିଜେଡି ସଭାପତି ନାରାୟଣ ଲୁହା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏଥିସହ ତାଙ୍କ ପତ୍ନୀ ତଥା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ସମର୍ଥକ ତଥା କର୍ମୀମାନେ ମଧ୍ୟ ସାମୁହିକ ଭାବେ ଦଳ ଛାଡିଥିବା ସୂଚନା ମିଳିଛି । ବୀରମହାରାଜପୁରରୁ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କରିବା ପରେ ଟିକେଟ୍ ଆଶାୟୀ ନାରାୟଣ ଲୁହା ଏପରି ପଦକ୍ଷପ ନେଇଛନ୍ତି ବୋଲି କୁହାଯାଉଛି ।

15:15 PM

Sahara Refund: ସାହାରା ଉପୋଭକ୍ତାଙ୍କୁ ଠକିଦେବେ କି ସରକାର? ଆସିଲା ନୂଆ ତଥ୍ୟ..

Sahara Refund: ସାରା ଦେଶରେ ନିବେଶକଙ୍କ କୋଟି କୋଟି ଟଙ୍କା ସାହାରା ଇଣ୍ଡିଆରେ ଅଟକି ରହିଛି । ଲୋକମାନେ ନିଜରର ବିନିଯୋଗ ଟଙ୍କା ଫେରସ୍ତ ପାଇବା ପାଇଁ ଅପେକ୍ଷା କରି କରି ଥକି ପଡିଲେଣି । କିନ୍ତୁ ସାହାରା ଇଣ୍ଡିଆର ମାଚ୍ୟୁରିଟି ପରେ ମଧ୍ୟ ଲୋକମାନେ ଏପର୍ଯ୍ୟନ୍ତ ସେମାନଙ୍କର ଟଙ୍କା ଫେରସ୍ତ ପାଇନାହାଁନ୍ତି । ଅଧିକ ପଢ଼ନ୍ତୁ...

14:40 PM

Odisha News Live Updates: ଗଛରେ ପିଟି ହେଲା ବସ୍‌
ରାସ୍ତାକଡ଼ରେ ଥିବା ଗଛକୁ ଭାରସାମ୍ୟ ହରାଇ ଧକ୍କା ଦେଲା ବସ୍‌। ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି. ନୂଆଗାଁ ଛକରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କ ମଧ୍ୟରେ କଲେଜ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। ଆଜି ଦିନ ପ୍ରାୟ ୧୧ଟା ସମୟରେ ଚିକମିକ ନାମକ ଯାତ୍ରୀବାହୀ ବସ୍‌ଟି ଭଞ୍ଜନଗରରୁ ବୁଗୁଡ଼ା ଅଭିମୁଖେ ଆସୁଥିଲା। ଜି.ନୂଆଗାଁ ବ୍ରିଜ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ ଓ  ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।

14:24 PM

Odisha News Live Updates: ଆପ୍ ନେତା ଦୁ‌ର୍ଗେଶ ପାଠକଙ୍କୁ ଇଡି ପଠାଇଲା ସମନ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପର ଅନେକ ବରିଷ୍ଠ ନେତା ଏବେ ଜେଲରେ ଥିବା ବେଳେ ପୁଣି ଜଣେ ନେତାଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଆପ୍ ନେତା ଦୁ‌ର୍ଗେଶ ପାଠକଙ୍କୁ ଆଜି ଇଡି ସମନ ପଠାଇଥିବା ଜଣାପଡ଼ିଛି। “ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂଙ୍କଠାରୁ ଆରମ୍ଭ କରି ଏବେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଅନ୍ୟ ଚାରିଜଣ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ସେମାନେ ହେଲେ ରାଘବ ଚଢ଼ା, ଦୁର୍ଗେଶ ପାଠକ, ସୌରଭ ଭରଦ୍ୱାଜ ଏବଂ ମୁଁ।” ସାମ୍ବାଦିକ ସମ୍ମିଳନୀ କରି ଆପ୍ ନେତ୍ରୀ ଅତିଶି ମାର୍ଲେନା ଏଭଳି କହିବାର କିଛି ଦିନ ପରେ ଆଜି ଇଡି ଦୁର୍ଗେଶ ପାଠକଙ୍କୁ ସମନ ପଠାଇଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

14:14 PM

Odisha news live Updates: ଟ୍ରକ ପଛରେ ପିଟିହେଲା ବାଇକ
ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର କଳମା ଛକ ନିକଟରେ ସୋମବାର ପୂର୍ବାହ୍ନ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛରେ ଜଣେ ବାଇକ୍ ଆରୋହୀ ଧକ୍କା କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ନିଜର ଓଡି୨୯କେ-୪୩୨୪ନଂ ବିଶିଷ୍ଟ ବାଇକରେ ବୈଶିଙ୍ଗା ପଟରୁ ବାଲେଶ୍ୱର ପଟକୁ ଦ୍ରୁତଗତିରେ ଯାଉଥିବା ସମୟରେ କଳମା ଛକ ନିକଟସ୍ଥ ଫ୍ୟାମିଲି ଢାବା ସମ୍ମୁଖରେ ରାସ୍ତାରେ ଛିଡ଼ା ହୋଇଥିବା ଓଆର୦୪ଏନ -୧୫୬୦ନମ୍ବର ବିଶିଷ୍ଟ ଟ୍ରକ୍ ପଛରେ ବାଇକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି।

14:02 PM

Odisha News Live Updates: ଦୀର୍ଘାୟୁ ହେବାର ରହସ୍ୟ କହିଲେ ବିଶ୍ୱର ବୟସ୍କ ବ୍ୟକ୍ତି
ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି, ବ୍ରିଟେନର ୧୧୧ ବର୍ଷିୟ ଜନ୍ ଟିନିସଉଡ୍ ତାଙ୍କର ଦୀର୍ଘାୟୁ ହେବାର ରହସ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା କେବଳ ମୋର ସୌଭାଗ୍ୟ। ତାଙ୍କ ଖାଦ୍ୟରେ କୌଣସି ବିଶେଷ ରହସ୍ୟ ନାହିଁ ବୋଲି ସେ କହିଛନ୍ତି। ଯଦିଓ ସେ ପ୍ରତି ଶୁକ୍ରବାର ଦିନ ମାଛ ଏବଂ ଚିପ୍ସ ଖାଇବାକୁ ଭଲ ପାଆନ୍ତି। ୫୦ ବର୍ଷରୁ ଅଧିକ ସମୟ ପାଇଁ ଅବସର ନେଇଥିବା ଟିନିସଉଡ୍ ୧୧୪ ବର୍ଷିୟ ଭେନେଜୁଏଲା ଜୁଆନ୍ ଭିସେଣ୍ଟେ ପେରେଜ୍ ମୋରା ଦୁନିଆ ଛାଡିବା ପରେ ଏହି ଟାଇଟଲ୍ ପାଇଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

13:44 PM

Odisha News Live Updates: ଲୁଟିନେଲେ ୮ ଲକ୍ଷ ଟଙ୍କାର ଅଳଙ୍କାର

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମଛଦା ନିକଟରେ ବନ୍ଧୁକ ଫୁଟାଇ ଜନୈକ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତ ମାନେ ଗହଣା ଲୁଟ କରି ଫେରାର ହେବା ଘଟଣା ବସ୍ତା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରକାଶ ଯେ ଏହି ସିଂଲା ଅନ୍ତର୍ଗତ ନାଇକୁଡ଼ି ଗ୍ରାମର କାହ୍ନୁ ଚରଣ କାମୀଳା ଙ୍କ ବସ୍ତା ଥାନା ଅନ୍ତର୍ଗତ ପତ୍ରଝଡ଼ା ଗ୍ରାମରେ ଏକ ଗହଣା ଦୋକାନ ଅଛି। ସେ ସ୍ଥାନୀୟ ହାଟରୁ ଦୋକାନ ସାରି ତାଙ୍କ ବାଇକ ରେ ଘରକୁ ଯାଉଥିବା ସମୟରେ ମଛଦା ଗ୍ରାମ ନିକଟରେ ୬ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ବାକୁ ଉଦ୍ୟମ କରିଥିଲେ। ସେ ନ ଅଟକିବାରୁ ତାଙ୍କୁ ଦୃର୍ବୁତ୍ତ ମାନେ ପଛରୁ ଗୁଳି ମାରିଥିଲେ। ଫଳରେ ସେ ଭୟରେ ପଡ଼ିଯିବା ସହ ଅଳ୍ପକେ ବର୍ତ୍ତି ଯାଇଥିଲେ। ଲୁଟେରା ମାନେ ତାଙ୍କ ବାଇକ୍ ଡିକି ଭାଙ୍ଗି ଗହଣା ବ୍ୟାଗ ଧରି ଚମ୍ପଟ ମାରିବାରେ ସଫଳ ହୋଇ ଥିଲେ। ଏନେଇ ଲୁଟ୍ ର ଶିକାର ହୋଇ ଥିବା କାନ୍ନା ଥାନା କୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ କିଛି ଦିନ ଧରି ବସ୍ତା ଅଞ୍ଚଳ ରେ ଲୁଟ ତରାଜ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ୮ଲକ୍ଷ ଟଙ୍କା ର ଗହଣା ଚୋରୀ ହୋଇଛି ବୋଲି ଜଣାପଡିଛି !

13:24 PM

Odisha News Live Updates: ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କର ପ୍ରଚାର ଆରମ୍ଭ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଆଜି ପ୍ରଚାର ଆରମ୍ଭ କରିଛନ୍ତି ।ରମାକାନ୍ତ ଭୋଇଙ୍କ ସହିତ ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ଡାକ୍ତର ରାଜଶ୍ରୀ ମଲ୍ଲିକ ବିରିଡି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଂଚିବା ପରେ ଦଳୀୟ କର୍ମୀ ଓ ନେତୃବୃନ୍ଦ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ ।ପରେ ଉଭୟ ପ୍ରାର୍ଥୀ ଧ୍ୟାନକୁଦ ପୀଠରେ ମହାପ୍ରଭୁ ଜଗନ୍ନାଥ ଓ କଇଜଙ୍ଗା ସ୍ଥିତ ମା କନକଦୁର୍ଗାଙ୍କ ଦର୍ଶନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଏହି ନିର୍ବାଚନୀ ଶୋଭାଯାତ୍ରା କଇଜଙ୍ଗା ଠାରୁ ଆରମ୍ଭ ହୋଇ ହାଜିପୁର, ବିରିଡି, ରଘୁନାଥପୁର, ଜଇପୁର ଦେଇ ଗୋରେଖନାଥ ପୀଠ ରେ ପହଁଚି ଦର୍ଶନ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ନିକଟରେ ପହଞ୍ଚି ଥିଲା ।ପରେ ମାଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିବ ସହିତ ସାଧାରଣ ନିର୍ବଚନରେ ବିଜୁ ଜନତା ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ ।

13:21 PM

Odisha News Live Updates: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂ

ବରଗଡ଼ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସେ  ନବୀନନିବାସ ଆସି ନିଜର ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ଚଳିତ ନିର୍ବାଚନରେ ବରଗଡ଼ ଲୋକସଭା ପ୍ରାର୍ଥୀ ହେବା ଲାଗି ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳ ତାଙ୍କ ବଦଳରେ ପରିଣୀତା ମିଶ୍ରଙ୍କୁ ବରଗଡ଼ ଲୋକସଭା ଟିକେଟ ଦେଇଥିଲା। ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରଭାସ ସିଂ। ପ୍ରଭାସ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର ବିଜେଡି ସାଂସଦ ଥିଲେ।

12:58 PM

Odisha News Live Updates: ଆସିଲା ପୁଷ୍ପା-୨ର ଟିଜର

ଲିଜ୍ ହୋଇଛି ଏବର୍ଷ ବହୁ ପ୍ରତିକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ପୁଷ୍ପା-୨ର ଟିଜର୍ । ସାରା ଭାରତର ଫିଲ୍ମୀ ଫ୍ୟାନ୍ ଯାହାର ଗୋଟିଏ ଝଲକ ଦେଖିବାକୁ ଅପେକ୍ଷା କରିଥିଲେ ତାହା ରିଲିଜ୍ ହୋଇଛି । ପୋଷ୍ଟରରେ ଯେମିତି ଅଲୁ ଅର୍ଜୁନ୍ ଅର୍ଦ୍ଧ ନାରୀଶ୍ବର ବେଶରେ ନଜର ଆସିଥିଲେ ଟିଜରରେ ବି ସେମିତି କିଛି ଦେଖିବାକୁ ମିଳିଛି । ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ରିଲିଜ୍ ଟିଜରରେ ଶାଢ଼ି ପିନ୍ଧିଥିବା ଅଲୁଙ୍କ ବେକରେ ଲେମ୍ବୁର ହାର ଆଉ ତା’ସହ ପୂରା ମୁହଁ ଏବଂ ଦେହ ଅବିର ରଙ୍ଗରେ ରଙ୍ଗୀନ । ମାତ୍ର କିଛି ମିନିଟରେ ଟିଜର୍ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଲାଣି । ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ । ଆଜି ଅଲୁ ଅର୍ଜୁନଙ୍କ ଜନ୍ମଦିନ । ଏହି ଅବସରରେ ଏକ ବଡ଼ ଗିଫ୍ଟ ଭାବେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପୁଷ୍ପା-୨ର ଟିଜର୍ । ପଢନ୍ତୁ ପୂରା ରିପୋର୍ଟ...

12:36 PM

Odisha News Live Updates: କେ.କବିତାଙ୍କ ଜାମିନ ଆବେଦନ ଖାରଜ 

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବିଆରଏସ ନେତା କେ କବିତାଙ୍କୁ ବଡ ଝଟକା । ବିଆରଏସ ନେତା କେ.କବିତାଙ୍କ ଜାମିନ ଆବେଦନକୁ ଖାରଜ କଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଗତ ମାସରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଭରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ.କବିତା । ଏପ୍ରିଲ ୨ରେ କୋର୍ଟ ତାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ସେ ବର୍ତ୍ତମାନ ଏପ୍ରିଲ ୧୫ପର୍ଯ୍ୟନ୍ତ ଜେଲରେ ରହିବାକୁ ଯାଉଛନ୍ତି।

12:18 PM

Odisha News Live Updates: ସମୂଦ୍ରରେ ଜାହାଜ ବୁଡ଼ି ୯୧ ମୃତ

ମୋଜାମ୍ବିକରେ ସମୂଦ୍ରରେ ଜାହାଜ ବୁଡ଼ି ଯିବାରୁ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଜାହାଜ ପ୍ରାୟ ୧୩୦ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଜାହାଜଟି ନାମ୍ପୁଲାରେ ଥିବା ଏକ ଦ୍ୱୀପକୁ ଯାଉଥିଲା । ଏହି ସମୟରେ ହିଁ ଜାହାଜଟି ବୁଡ଼ି ଯାଇଥିଲା । ଗତ ରବିବାର ଦିନ ଏହି ଘଟଣାଟି ଘଟିଥିଲା । ଜାହାଜରେ ଅଧିକ ଲୋକ ଥିଲେ । ଫଳରେ ଏହା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୯୧ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ସ୍ଥାନୀୟ ଅଧିକାରୀ କହିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଥିବା ଜଣାପଡ଼ିଛି । କଲେରା ବ୍ୟାପୁଥିବାରୁ ଅନେକ ଦେଶ ଛାଡ଼ି ଚାଲିଯାଉଥିଲେ । ସରକାରୀ ତଥ୍ୟ ଅନୁଯାୟୀ ଗତ ଅକ୍ଟୋବରରୁ ଦକ୍ଷିଣ ଆଫ୍ରିକୀୟ ଦେଶମାନଙ୍କରେ ପ୍ରାୟ ୧୫,୦୦୦ ଜଣ ଜଳ ଜନିତ ରୋଗରେ ପୀଡିତ ହୋଇଥିବା ବେଳେ, ପ୍ରାୟ ୩୨ ଜଣଙ୍କର ମୃତ୍ୟୁ ରେକର୍ଡ ହୋଇଛି ।

 

12:00 PM

Odisha news live updates: ଇଲେକ୍ଟୋରାଲ ବଣ୍ଡକୁ ନେଇ ବିସ୍ଫୋରକ ବୟାନ ଦେଲେ ଆପ ସାଂସଦ

ଏକ ସାମ୍ୱାଦିକ ସମ୍ମିଳନୀରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି। ସଞ୍ଜୟ ସିଂଙ୍କ ଏହି ସାମ୍ବାଦିକ ସମ୍ମିଳନୀ ନିର୍ବାଚନ ବନ୍ଧ ଉପରେ ଆଧାରିତ ଥିଲା। ସଞ୍ଜୟ ସିଂ କହିଛନ୍ତି ଯେ ନିର୍ବାଚନ ବଣ୍ଡ ନାମରେ ଏକ ଘୋଟାଲା କରାଯାଇଛି ଏବଂ ଅନେକ କମ୍ପାନୀକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଚୁକ୍ତିନାମା ଦିଆଯାଇଛି। ସଞ୍ଜୟ ସିଂ କହିଛନ୍ତି ଯେ ମୁଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଉଛି ଯେ ସମସ୍ତ ତଥ୍ୟ ଦେଶର ଲୋକଙ୍କ ଆଗରେ ଅଣାଯାଇଥିଲା। ପଢନ୍ତୁ ପୂରା ରିପୋର୍ଟ...

11:42 AM

Odisha News Live Updates: ଛତିଶଗଡ଼ ଓ ମହାରାଷ୍ଟ୍ରରେ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଆଜିଠୁ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଛତିଶଗଡ ଏବଂ ମହାରାଷ୍ଟ୍ରରେ ଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀମାନଙ୍କ ପ‌ାଇଁ ସେ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ବସ୍ତର ଏବଂ ମହାରାଷ୍ଟ୍ରର ଚନ୍ଦ୍ରପୁରରେ ରାଲି କରିବା ସହ ସମର୍ଥକଙ୍କୁ ସମ୍ବୋଧିତ କରିବେ। ଛତିଶଗଡରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ୧.୩୦ରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବେ। ବିଜେପି ପ୍ରାର୍ଥୀ ମହେଶ କଶ୍ୟପଙ୍କୁ ସମର୍ଥନ କରିବା ପାଇଁ ସେ ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାନପୁରୀର ଆମାବାଲ ଗ୍ରାମରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

11:18 AM

Odisha News Live Updates: ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ୫ ଲକ୍ଷ ଟଙ୍କା 

ପୁରୀ ଜିଲ୍ଲା ଗୋପ ଥାନା ଚେଙ୍ଗେଇଲ ଗାଁରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିବାର ଖବର ମିଳିଛି। ଜଳି ପୋଡି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ଓ ସୁନା ଗହଣା। ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଯାଇଥିଲା। ପ୍ରମୋଦ ମଲ୍ଲିକଙ୍କ ଘର ଭିତରେ ଥିବା ୨ଟି ବାଇକ୍, ୫ଟି ସାଇକେଲ ସହିତ ସବୁ ସାମଗ୍ରୀ ପୋଡ଼ିଯାଇଛି। ନିଆଁକୁ ଆୟତ୍ତ କରିବାକୁ ଯାଇ ପ୍ରମୋଦ ମଲ୍ଲିକଙ୍କ ସମେତ ଅନ୍ୟ ଜଣେ ଆହତ ହୋଇଛନ୍ତି।

 

11:06 AM

Odisha Election 2024: ପୁରୀ ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ଲଢିବେ ଜଣେ ଯୁବ ସେବାୟତ। ବୟସ ମାତ୍ର ୨୫। ବରିଷ୍ଠ ସେବାୟତ ଗୌରୀଶଙ୍କର ସିଂହାରୀଙ୍କ ପୁଅ। ଶ୍ରୀଜଗନ୍ନାଥ ଧାମର ସୁରକ୍ଷା ଓ ବିକାଶର ନାରା ନେଇ ଏଥର ନିର୍ବାଚନ ରଣାଙ୍ଗନରେ ପଦାର୍ପଣ କରିବେ। ଶ୍ରୀକ୍ଷେତ୍ର ବାସୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି। ସମସ୍ତଙ୍କ ଆଶିର୍ବାଦ ରହିଲେ ସେ ସଫଳତା ପାଇବେ ବୋଲି କହିଛନ୍ତି। ଶ୍ରୀକ୍ଷେତ୍ର ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ଧାର୍ମିକ ପିଠ ଓ ପର୍ଯ୍ଯଟନ କ୍ଷେତ୍ର ଭାବେ ପରିଚିତ। ମାତ୍ର ଏଠାରେ ଭକ୍ତ ଓ ପର୍ଯ୍ଯଟକଙ୍କ ସମସ୍ଯା ତାଙ୍କୁ ଗଭୀର ମର୍ମାହତ କରିଥିବାରୁ ନିର୍ବାଚନରେ ସାମିଲ ହେବାକୁ ବାଧ୍ୟ ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ମାଟିରେ ଅନେକ ସମସ୍ଯା ଥିବା ବେଳେ ସମାଧାନର ବାଟ ମିଳିଲା ନାହିଁ ଫଳରେ ଏଭଳି ପଦକ୍ଷେପ ନେବାକୁ ନିର୍ବାଚନକୁ ଓହ୍ଲାଇଛି।

10:47 AM

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଆଜି ପ୍ରଚାର ଆରମ୍ଭ କରିଛନ୍ତି ।ରମାକାନ୍ତ ଭୋଇଙ୍କ ସହିତ ଜଗତସିଂହପୁର ସାଂସଦ ପ୍ରାର୍ଥୀନୀ ଡାକ୍ତର ରାଜଶ୍ରୀ ମଲ୍ଲିକ ବିରିଡି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପହଂଚିବା ପରେ ଦଳୀୟ କର୍ମୀ ଓ ନେତୃବୃନ୍ଦ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ ।ପରେ ଉଭୟ ପ୍ରାର୍ଥୀ ଧ୍ୟାନକୁଦ ପୀଠରେ ମହାପ୍ରଭୁ ଜଗନ୍ନାଥ ଓ କଇଜଙ୍ଗା ସ୍ଥିତ ମା କନକଦୁର୍ଗାଙ୍କ ଦର୍ଶନ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଏହି ନିର୍ବାଚନୀ ଶୋଭାଯାତ୍ରା କଇଜଙ୍ଗା ଠାରୁ ଆରମ୍ଭ ହୋଇ ହାଜିପୁର, ବିରିଡି, ରଘୁନାଥପୁର, ଜଇପୁର ଦେଇ ଗୋରେଖନାଥ ପୀଠ ରେ ପହଁଚି ଦର୍ଶନ କରିବା ପରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ନିକଟରେ ପହଞ୍ଚି ଥିଲା ।ପରେ ମାଙ୍କ ଦର୍ଶନ କରି ପ୍ରଚାର କାର୍ଯ୍ୟ ଆରମ୍ଭ କରିବ ସହିତ ସାଧାରଣ ନିର୍ବଚନରେ ବିଜୁ ଜନତା ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ ।

10:15 AM

Petrol Diesel Price Today: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୦ ଟଙ୍କା ୯୨ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୫୦ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍  ଦର ଲିଟର ପିଛା ୯ ହ୍ରାସ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ . ୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

09:59 AM

ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୫,୩୪୦ ଟଙ୍କା ରହିଛି, ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ହ୍ରାସ ଘଟିଛି। ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୧,୨୮୦।ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୬୫,୩୪୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭୧,୨୮୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୩,୪୬୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬୫,୩୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି  ୭୧,୨୮୦  ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫୩,୪୬୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

09:51 AM

Odisha Election 2024: ବଳଦେବଜୀଉଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ବିଜେଡିର କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନୀ ମୀନା ମାଝୀ। କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟିକା ପ୍ରାର୍ଥୀନୀ ଭାବେ ପୂର୍ବତନ କେନ୍ଦୁଝରଗଡ ପୌରାଧ୍ୟକ୍ଷା ମୀନା ମାଝୀଙ୍କ ନାମ ଘୋଷଣା କରିଥିଲେ। ଶହଶହ ବିଜେଡି କର୍ମୀଙ୍କ ସହିତ କେନ୍ଦୁଝରର ରାଷ୍ଟ୍ର ଦେବତା ବଳଦେବଜୀଉ ଙ୍କ ନିକଟରେ ପୂଜାର୍ଚ୍ଚନା କରି ମନ୍ଦିର ନିକଟସ୍ତ ପୁରୁଣା ସହର ର ଦୋକାନ ବଜାର ତଥା ଘର ଘର ବୁଲି ତାଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ ଶ୍ରୀମତୀ ମାଝୀ ।

09:24 AM

Odisha News Live Updates: ସୁକ୍‍ମାରେ ୬ନକ୍ସଲ ଗିରଫ

ମାଲକାନଗିରି ନିକଟ ଛତିଶଗଡ଼ର ସୁକ୍‍ମା ଅଞ୍ଚଳରୁ ୬ ଜଣ ନକ୍ସଲପନ୍ଥୀ ଗିରଫ ହୋଇଛନ୍ତି। ଜିଲ୍ଲା ପୁଲିସ ଏବଂ ସିଆରପିଏଫ୍‍ର କୋବ୍ରା ବାହିନୀର ମିଳିତ ସର୍ଚ୍ଚ ଅପରେସନ୍‍ ବଳେ ଏହି କୁଖ୍ୟାତ ମାଓବାଦୀଙ୍କୁ ଗିରଫ କରାଯାଇଛି। ଏହାସହ ୧୯ଟି ବିଜିଏଲ୍‍ ବୋମା ଏବଂ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି।

09:16 AM

Odisha News Live Updates: ବ୍ରିଜରୁ ତଳକୁ ଖସିଲା ସ୍କୁଟି, ଚାଲିଗଲା ୩ ସାଙ୍ଗଙ୍କ ଜୀବନ

କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ସ୍କୁଟି । ଘଟଣାରେ ତିନି ସାଙ୍ଗଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡ଼ାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ। ଗତକାଲି ବିଳମ୍ବିତ ରାତିରେ ଏହି ତିନି ସାଙ୍ଗ ବାବୁଲିଆରୁ ଦଣ୍ଡ ନାଚ ଦେଖି ପବୁରିଆ ରାସ୍ତା ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ସ୍କୁଟିଟି ଭାରସାମ୍ୟ ହରାଇ ଏକ ଖୁଣ୍ଟରେ ବାଡେଇ ହେବା ପରେ ବୁଡାମାହା ବ୍ରିଜ୍ ନିକଟରେ ୧୦ ଫୁଟ୍ ତଳକୁ ଖସିପଡ଼ିଲା।

09:00 AM

Odisha News Live Updates: ଚୁଟକୀରେ ପଢିନିଅନ୍ତୁ ସକାଳର ୧୦ ବଡ ଖବର। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ...

08:44 AM

Odisha News Live Updaets: ରାହୁଲ ଗାନ୍ଧୀ ବିରତି ନେବା ଉଚିତ: ପ୍ରଶାନ୍ତ କିଶୋର

ଯଦି ଲୋକସଭା ନିର୍ବାଚନରେ ​​କଂଗ୍ରେସ ଆବଶ୍ୟକୀୟ ଫଳାଫଳ ନ ପାଏ ତେବେ ରାହୁଲ ଗାନ୍ଧୀ ପଛକୁ ଯିବାକୁ ଚିନ୍ତା କରିବା ଉଚିତ ବୋଲି ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମତ ଦେଇଛନ୍ତି। ପିଟିଆଇ ସମ୍ପାଦକଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ୧୦ ବର୍ଷ ମଧ୍ୟରେ ତାଙ୍କର ଅକ୍ଷମତା ସତ୍ତ୍ୱେ ସେ ଏଥିରୁ ବିରତି ନେଇ ଅନ୍ୟ କାହାକୁ ଦାୟିତ୍ବ ଦେଇନାହାନ୍ତି।

08:35 AM

Latest Odia News Updates: ସରକାର ଜାରି କଲେ ଏକାଡେମିକ କ୍ୟାଲେଣ୍ଡର: ଜାଣନ୍ତୁ କେବେ ହେବ ନବମ ଦଶମ ଶ୍ରେଣୀ ପରୀକ୍ଷା 

ଭୁବନେଶ୍ୱର:  ଜୁଲାଇ ମାସରୁ ଆରମ୍ଭ ହୋଇଯିବ ପରୀକ୍ଷା ଋତୁ। ଦ୍ୱିତୀୟ ସପ୍ତାହରେ  ଦଶମ ଶ୍ରେଣୀ ଲାଗି ପ୍ରଥମ ଇଣ୍ଟରନାଲ୍‍ ଆସେସମେଣ୍ଟ ବା ସ୍କୁଲ୍ ପରୀକ୍ଷା ଅନୁଷ୍ଠିତ  ହେବ। ସେହିପରି ଜୁଲାଇ ତୃତୀୟ ସପ୍ତାହରେ ନବମ ଶ୍ରେଣୀ ପିଲାଙ୍କ ପ୍ରଥମ ସ୍କୁଲ୍‍ ପରୀକ୍ଷା ହେବ। ଦଶମ ଶ୍ରେଣୀ ଲାଗି ଦ୍ୱିତୀୟ ସ୍କୁଲ୍‍ ପରୀକ୍ଷା ଅଗଷ୍ଟ ଚତୁର୍ଥ ସପ୍ତାହ ଏବଂ ନଭେମ୍ବର ପ୍ରଥମ ସପ୍ତାହରେ ତୃତୀୟ ଏବଂ ଜାନୁୟାରୀ ମାସରେ ଚତୁର୍ଥ ସ୍କୁଲ୍‍ ପରୀକ୍ଷା ଶେଷ କରିବାକୁ କାର୍ଯ୍ୟସୂଚୀରେ ଉଲ୍ଲଖ ରହିଛି। ଫବୃୟାରୀ ଶେଷ ସପ୍ତହ ବେଳକୁ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଠିକ୍‍ ସେହିଭଳି ସେପ୍ଟମ୍ବର ଶେଷ ସପ୍ତାହରେ ନବମ ଶ୍ରେଣୀ  ପିଲାଙ୍କ ଦ୍ୱିତୀୟ  ସ୍କୁଲ୍‍ ପରୀକ୍ଷା ଅନୁଷ୍ଠିତ ହେବ।  ଅକ୍ଟୋବରରେ ଅର୍ଦ୍ଧବାର୍ଷିକୀ ଡିସେମ୍ବରରେ ତୃତୀୟ ପରୀକ୍ଷା ସାରି ଫେବୃୟାରୀରେ ଚତୁର୍ଥ ସ୍କୁଲ୍‍ ପରୀକ୍ଷା ଶେଷ ହେବା ପରେ ମମାର୍ଚ୍ଚରେ ହେବ ବାର୍ଷିକ ପରୀକ୍ଷା। ଦ୍ୱଇତୀୟ ସପ୍ତାହରେ ଏହି ବାର୍ଷିକ ପରୀକ୍ଷା ଅନୁଷ୍ଠିତ କରିବାକୁ  ବିଭାଗ ଯୋଜନା ରଖିଛି।

08:14 AM

Latest Odia News Updates: ବିଜେପିର ହାଇଟେକ ଗାଡ଼ି, କଂଗ୍ରେସର ‘ଭିତିରି ସମ୍ପର୍କ’ ନାରା

ଭୋଟ୍‍ ଆଉ ପାଞ୍ଚ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା ପାଇଁ ଭୋଟ୍ ହେବ। ରାଜ୍ୟର ପ୍ରମୁଖ ଦଳ ଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତାଲିକା କିଛି ଅଞ୍ଚଳେରେ ଘୋଷଣା କରିଥିବା ବେଳେ ଅଆ କିଛି ଅଞ୍ଚଳରେ ଦ୍ୱନ୍ଦ୍ୱ ଏଯାଏ ସମାଧାନ କରିପାରି ନାହାନ୍ତି। ଅପରକ୍ଷେ ଆଉ ୧୦ ଦିନ ପରେ ନିର୍ବାଚନ କମିଶନ ପ୍ରଥମ ପର୍ଯ୍ୟାୟ ଲାଗି  ବିଜ୍ଞପ୍ତି ଜାରି କରିବେ। ପଢନ୍ତୁ ପୂରା ରିପୋର୍ଟ...

07:55 AM

Latest Odia News Updates: ୪ ଜିଲ୍ଲା ମେଡିକାଲ୍‍ କଲେଜରେ ପିଜି ସହ ଏବର୍ଷ ଯାଜପୁରରେ ଏମ୍‍ବିବିଏସ୍‍

ରାଜ୍ୟର ୪ଟି ଜିଲ୍ଲା ମେଡିକାଲ୍‍ କଲେଜକୁ ଉନ୍ନୀତ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଚଳିତ ବର୍ଷ ଯାଜପୁରରେ ମେଡିକାଲ୍‍ କଲେଜ ଉଦ୍‍ଘାଟନ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।  ସୂଚନା ଅନୁସାରେ କୋରାପୁଟ, ବଲାଙ୍ଗୀର, ବାରିପଦା ଓ ବାଲେଶ୍ୱର ମେଡିକାଲ୍‍ କଲେଜରେ ସ୍ନାତ୍ତକୋତ୍ତର ( ପିଜି) ପାଠ୍ୟକ୍ରମ ଖେଲିବାକୁ ଯୋଜନା କରିଛନ୍ତି। ଏଥିଲାଗି ସରକାରୀ ସ୍ତରରେ ପଦକ୍ଷେପ ଶେଷ ହେଲାପରେ ଏବେ ଜାତୀୟ ମେଡିକାଲ ଆୟୋଗଙ୍କ ଅନୁମତି ମଗାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

07:41 AM

Latest Odia News Updates: ୪ ଜିଲ୍ଲା ମେଡିକାଲ୍‍ କଲେଜରେ ପିଜି ସହ ଏବର୍ଷ ଯାଜପୁରରେ ଏମ୍‍ବିବିଏସ୍‍

ରାଜ୍ୟର ୪ଟି ଜିଲ୍ଲା ମେଡିକାଲ୍‍ କଲେଜକୁ ଉନ୍ନୀତ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାସହ ଚଳିତ ବର୍ଷ ଯାଜପୁରରେ ମେଡିକାଲ୍‍ କଲେଜ ଉଦ୍‍ଘାଟନ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି।  ସୂଚନା ଅନୁସାରେ କୋରାପୁଟ, ବଲାଙ୍ଗୀର, ବାରିପଦା ଓ ବାଲେଶ୍ୱର ମେଡିକାଲ୍‍ କଲେଜରେ ସ୍ନାତ୍ତକୋତ୍ତର ( ପିଜି) ପାଠ୍ୟକ୍ରମ ଖେଲିବାକୁ ଯୋଜନା କରିଛନ୍ତି। ଏଥିଲାଗି ସରକାରୀ ସ୍ତରରେ ପଦକ୍ଷେପ ଶେଷ ହେଲାପରେ ଏବେ ଜାତୀୟ ମେଡିକାଲ ଆୟୋଗଙ୍କ ଅନୁମତି ମଗାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

07:35 AM

Latest Odia News Updates: ମହାପ୍ରଭୁଙ୍କ ଦିବ୍ୟ ଆଳତିରୁ ଆରମ୍ଭ କରନ୍ତୁ ଆଜିର ଦିନଚର୍ଯ୍ୟା

ଜଗତର ନାଥ ଜଗନ୍ନାଥ ଶ୍ରୀ ଜଗନ୍ନାଥ। ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଓ ପତିତପାବନଙ୍କ ନିକଟରେ ମଙ୍ଗଳ ଆଳତୀ ସମାପନ ହୋଇଛି। ସକାଳୁ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଭକ୍ତମାନେ ସାନିଧ୍ୟ ଲାଭ କରିଛନ୍ତି। ତେବେ ମହାପ୍ରଭୁଙ୍କ ଏହି ଦିବ୍ୟ ମଙ୍ଗଳାଳତୀ ଦର୍ଶନ କରି ଦିନଚର୍ଯ୍ଯା ଆରମ୍ଭ କଲେ ପୁଣ୍ୟଫଳ ପ୍ରାପ୍ତ ମିଳିଥାଏ ବୋଲି ବିଶ୍ବାସ ରହିଛି। ଦେଖନ୍ତୁ ଆଳତୀର ଭିଡିଓ...

07:31 AM

Latest Odia News Updates: ବିଜୁଳି, ଘଡ଼ଘଡ଼ି ସହ କୂଆପଥର ବର୍ଷା ଆର୍ଲଟ

ରାଜ୍ୟରେ ବର୍ଷା ପରେ ଖରା, ଗରମରୁ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟବାସୀ। ଗଲା କିଛି ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ପହଞ୍ଚିଥିବା ବେଳେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଦେଇଛି। ରବିବାର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

07:30 AM

Latest Odia News Updates: ଆଜି ଚମକିବ ଏହି ସବୁ ରାଶିର ଭାଗ୍ୟ

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ତେବେ ଜାଣନ୍ତୁ କେଉଁ ରାଶି ୮ ଏପ୍ରିଲ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶିଙ୍କୁ ସତର୍କ ରହିବାକୁ ପଡିବ। ପଢିନିଅନ୍ତୁ ପୂରା ରାଶିଫଳ...

07:29 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।