Live Now

Odisha News Live Updates: ରାଜ୍ୟରେ ଆଜିଠୁ ବଢିବ ବର୍ଷା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ରାଜ୍ୟରେ ଆଜିଠୁ ବଢିବ ବର୍ଷା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
01 August 2024 08:54 PM (IST)

Odisha News Live Updates: ଭିଜିଲାନ୍ସ ଜାଲରେ ମାଥିଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ
ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ କିରାଣୀ ରବି ଶଙ୍କର ପାତ୍ର। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଥିସିତ ଟିମ୍ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ଯାଞ୍ଚ କରୁଛି। ଘଟଣାଅନୁଯାୟୀ, ସୋମନାଥ ବାଙ୍କିଆ ନାମକ ଶିକ୍ଷକ କୌଣସି କାରଣରୁ ନିଳମ୍ବିତ ହୋଇଥିଲେ। ତେବେ ତାଙ୍କର କାଗଜ ପତ୍ର କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ରବି ଶଙ୍କର ପାତ୍ର ତାଙ୍କୁ ୫ ହଜାର ଟଂକା ଲାଞ୍ଚ ମାଗୁଥିଲେ। ଶିକ୍ଷକ ଶ୍ରୀ ବାଙ୍କିଆ ଟଙ୍କା ଦେଇପାରିବେ ନାହିଁ ବୋଲି ଗତ ୭ ମାସରୁ ତାଙ୍କୁ ଅନୁରୋଧ କରିଆସୁଛନ୍ତି। କିନ୍ତୁ ଜାଣିଶୁଣି କିରାଣୀ ଶ୍ରୀ ପାତ୍ର ତାଙ୍କ କାମ କରୁନଥିଲେ। ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ସଫା ସଫା ମନା କରିଦେଉଥିଲେ। ଶ୍ରୀ ବାଙ୍କିଆ ମଧ୍ୟ ବାରମ୍ବାର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇଥିଲେ। ନିଲମ୍ବିତ ଶିକ୍ଷକ ଶ୍ରୀ ବାଙ୍କିଆ ଶେଷରେ ମାଲାକନଗିରି ଭିଜିଲାନସ ବିଭାଗରେ କେଶ ରୁଜୁ କରିଥିଲେ।

01 August 2024 08:53 PM (IST)

Odisha News Live Updates: ଧୋଇଗଲା ପାଣ୍ଡିଆବିଲି ଅସ୍ଥାୟୀ ନଦୀ ରାସ୍ତା, ଯାତାୟତ ରାସ୍ତାରେ ୩୦ଫୁଟ୍ ଘାଇ, ଯୋଗାଯୋଗ ବିଛିନ୍ନ
ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡିଆବିଲିକୁ ଏକମାତ୍ର ଯାତାୟାତ ଅସ୍ଥାୟୀ ନଦୀ ରାସ୍ତାଟି ବନ୍ୟାଜଳରେ ଧୋଇ ଯାଇଛି। ରାଜୁଆ ଓ ଦୟାନଦୀର ସଙ୍ଗମସ୍ଥଳରେ ଅବସ୍ଥିତ ପାଣ୍ଡିଆବିଲି ଅସ୍ଥାୟୀ ରାସ୍ତାଟି ଗତକାଲି ବିଳମ୍ବିତ ରାତିରେ ବନ୍ୟାଜଳରେ ଭାସିଯାଇ ୩୦ଫୁଟ୍ ରୁ ଉର୍ଦ୍ଧ୍ୱ ଘାଇ ସୃଷ୍ଟି ହୋଇଛି। ଫଳରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିବା ବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଜଟଣୀ, ଡେଲାଙ୍ଗ ଓ କଣାସ ବ୍ଲକର ୪୦ରୁ ଉର୍ଦ୍ଧ୍ୱ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହି ରାସ୍ତାଦେଇ ଯାତାୟତ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। 

 

01 August 2024 04:26 PM (IST)

Odisha News Live Udpates: ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ବର୍ଷିବ
ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗାଙ୍ଗେୟ ପଶ୍ଚିମବଙ୍ଗର ସ୍ଥଳଭାଗ ଉପରେ ସକ୍ରିୟ ରହିଛି।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଜାରିରହିଛି। ଏହି ସ୍ଥିତି ପ୍ରାୟ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼,ଅନୁଗୁଳ, ଦେବଗଡ଼, କେନ୍ଦୁଝର,ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱ‌ାର୍ଣ୍ଣିଂ ଜାରି କରାଯାଇଛି।

01 August 2024 04:25 PM (IST)

Odisha News Live Udpates: ନନ୍ଦନକାନନକୁ ଜଗିବେ ଓଡିଶା ଶିଳ୍ପ ସୁରକ୍ଷା ବାହିନୀ
ଏଣିକି ନନ୍ଦନକାନନର ସୁରକ୍ଷା ଦାୟିତ୍ୱ ନେଇଛି ଓଆଇଏସଏଫ ବା ଓଡିଶା ଶିଳ୍ପ ସୁରକ୍ଷା ବାହିନୀ | ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଜ୍ୟ ବଟାନିକାଲ ଗାର୍ଡେନର ସୁରକ୍ଷାକୁ ମଜବୁତ କରିବା ପାଇଁ ଓଆଇଏସଏଫର ଏକ ପ୍ଲାଟୁନ୍ ଯବାନ ନିୟୋଜିତ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟର, ୪ ଜଣ ସବ୍ ଇନ୍ସପେକ୍ଟର ଏବଂ ୩୦ କନଷ୍ଟେବଳଙ୍କ ସହିତ ଏହା ଏକ ୩୫ ଜଣିଆ ଟିମ | ୩୦ ଜୁଲାଇରେ ନନ୍ଦନକାନନ ଏବଂ OISF ମଧ୍ୟରେ ଗୋଟିଏ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା | ଆଜିଠାରୁ ଏହି ଫୋର୍ସ ଅନ୍ତର୍ଭୁକ୍ତ କରାଯାଇଛି।

01 August 2024 04:25 PM (IST)

Odisha News Live Udpates: ସାମ୍ବାଦିକା ମୃତ୍ୟୁ: ସୁଇସାଇଡ୍ ନୋଟ୍‌ ଜବତ କଲା ପୋଲିସ
ସାମ୍ବାଦିକା ମଧୁମିତା ମୃତ୍ୟୁ: ଦିନିକିଆ ରିମାଣ୍ଡରେ ସ୍ବାମୀକୁ ଜେରା। ସ୍ବାମୀ ଶ୍ରୀଧର ଜେନାକୁ ଭଡ଼ା ଘରକୁ ନେଇ ପୋଲିସର ଛାନଭିନ୍। ଧଉଳି ଥାନା ଇନ୍ଦିରା କଲୋନୀ ସ୍ଥିତ ଭଡ଼ା ଘରେ ପୋଲିସର ତଦନ୍ତ। ଭଡ଼ା ଘରୁ ମଧୁମିତାଙ୍କ ହାତ ଲେଖା ସୁଇସାଇଡ୍ ନୋଟ୍ ଜବତ। ଏକ ଡାଏରୀ ଜବତ କରି ପୋଲିସର ଛାନଭିନ୍।

01 August 2024 02:10 PM (IST)

Odisha News Live Updates: ଭୁବନେଶ୍ୱର ବଡଗଡ ଗାଁ ରେ ଥିବା ଏକ ରୁଟି ଫାକ୍ଟ୍ରିରେ ଅଗ୍ନିକାଣ୍ଡ ସୂଚନା। ଆଜି ଦିନ ୧ଟା ବେଳେ ନିଆଁ ଲାଗିଥିବା ଜଣାପଡିଛି। ଦମକଳ ବାହୀନି ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିଛି, କୌଣସି ଜୀବନ ହାନି ହୋଇନଥିବା ଜଣାପଡିଛି।

01 August 2024 01:50 PM (IST)

Odisha News Live Updates: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାର ର ଆଉ ଦୁଇ ଗେଟ । ଏବେ ୧୨ ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ | ବାମପଟର ୮ ଟି ଗେଟ ଖୋଲା ରହିଥିବା ବେଳେ ଡାହାଣ ପଟର ଚାରିଟି ଗେଟ ଖୋଲା ରହିଛି । ଏବେ ହୀରାକୁଦ ଜଳଭଣ୍ଡାର ରେ ୬୦୮.୯୭ ଫୁଟ ଜଳ ରହିଛି । ସକାଳ ନଅ ଟା ସୁଦ୍ଧା ଜଳଭଣ୍ଡାର କୁ ଉପର ମୁଣ୍ଡ ରୁ ୧ ଲକ୍ଷ ୩୬ ହଜାର ୮୯୪ କିଉସେକ ଜଳ ପ୍ରବେଶ କରୁଥିବା ବେଳେ ତଳ ମୁଣ୍ଡ ରୁ ଦୁଇ ଲକ୍ଷ ୪୫ ହଜାର ୭୭୪ କିଉସେକ ଜଳ ନିଷ୍କାସନ କରାଯାଉଛି।

01 August 2024 12:57 PM (IST)

Odisha News Live Updates: ରଥଯାତ୍ରା ସମୟରେ ରଥଉପରେ ଚଢିବା ଘଟଣା ରେ ସିଂହଦ୍ୱାର ଥାନା ଓ କୁମ୍ଭାରପଡା ଥାନା ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ରଥ ଉପରେ ଚଡିଥିବା ନେଇ ତିନି ଜଣ ବ୍ୟକ୍ତି ବିଶେଷ ଙ୍କୁ ନୋଟିସ ଜାରି କରାଯାଇଛି । ଢେଙ୍କାନାଳର ରାଜେଶ କୁମାର ସାହୁ, କେନ୍ଦ୍ରାପଡାର ପ୍ରସନ୍ନ କୁମାର ବେଉରା ଓ ଗଞ୍ଜାମ ର ଗୋପାଳକ୍ରୀଷ୍ଣ ପୋଲାଖି ଙ୍କୁ ନୋଟିସ ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଅଜୟ କୁମାର ଜେନାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରିଥିବା ବେଳେ  ନୋଟିସ ଜାରି କରିଥିବା ଜଣାପଡ଼ିଛି।ତେବେ ତିନି ଜଣଙ୍କୁ ଥାନାରେ ତଦନ୍ତ ପକ୍ରିୟାରେ ସହଯୋଗ କରିବାକୁ ହାଜିର ହେବା ପାଇଁ ନୋଟିସରେ ଉଲ୍ଲେଖ ରହିଅଛି।ଏ ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

01 August 2024 12:15 PM (IST)

Odisha News Live Updates: ଭଦ୍ରକ ଜିଲ୍ଲା ଧାମନଗର ତହସିଲ ପକ୍ଷରୁ ଧାମନଗର ବଜାର ଠାରେ ୯୦ ବର୍ଷ ଧରି ଜବରଦଖଲ ହୋଇଥିବା ସରକାରୀ ଜମି ଉପରେ ଦୋକାନ ଘରି ସେକ୍ ଅବଦୁଲ ଓ ସେକ୍ ଆଶଗର ଅଲ୍ଲୀ ପ୍ଲଟ ନମ୍ବର ୩୩୩ ସରକାରୀ ଜମି ଉପରେ ୯୦ ବର୍ଷ ଧରି ଜବରଦଖଲ କରିବା ସହ ଦୋକାନ ଘର ନିର୍ମାଣ କରିଥିଲେ ।ଫଳରେ ଧାମନଗର ବଜାରରେ ଟ୍ରାଫିକ ସମସ୍ୟା ଲାଗିରହିଥିଲା । ଆଜି ଧାମନଗର ତହସିଲଦାର ଦିପକ ଦାସଙ୍କ ନେତୃତ୍ୱରେ ୩ ପ୍ଲାଟୁନ ଫୋର୍ସ ମୃତୟନ ସହ ଧାମନଗର ଏସଡିପିଓ ଓ ଆଇଆଇସି ଉପସ୍ଥିତ ରହି ଉକ୍ତ ପ୍ଲଟରେ ବୁଲଡୋଜର ଚଲାଇ ଦୋକାନ ଗୃହ ଗୁଡିକୁ ଭଙ୍ଗା ଯାଇଥିଲା ।

01 August 2024 11:41 AM (IST)

Odisha News Live Updates:  ଘରୋଇ ଶେୟାର ମାର୍କେଟ ଅଗଷ୍ଟ ମାସର ପ୍ରଥମ ଦିନରୁ ଉତ୍ସାହ ଦେଖିବାକୁ ମିଳିଛି। ଏହିପରି ବଜାରରେ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି, କାରଣ ନିଫ୍ଟି ୫୦ ଇତିହାସରେ ପ୍ରଥମ ଥର ପାଇଁ ୨୫ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିଛି। ସେହିପରି ପ୍ରାୟ ୨୦୦ ପଏଣ୍ଟ ବୃଦ୍ଧି ସହିତ ସେନସେକ୍ସ କାରବାର ଆରମ୍ଭ କରିଥିଲା ବେଳେ ନିଫ୍ଟି ୭୬ ପଏଣ୍ଟ ବୃଦ୍ଧି ସହିତ ୨୫ ହଜାର ମାର୍କ ଅତିକ୍ରମ କରି ୨୫,୦୨୭ ପଏଣ୍ଟରେ କାରବାର ଆରମ୍ଭ କରିଥିଲା। ତେବେ ପ୍ରାରମ୍ଭିକ ଅଧିବେଶନରେ ବଜାର ଉତ୍ସାହଜନକ ଦେଖାଯାଉଛି ଏବଂ ବୃଦ୍ଧି କ୍ରମାଗତ ଭାବରେ ବୃଦ୍ଧି ପାଉଛି। କାରବାର ଆରମ୍ଭର କିଛି ମିନିଟ୍ ମଧ୍ୟରେ, ସେନସେକ୍ସ ମଧ୍ୟ ଏକ ନୂତନ ଇତିହାସ ସୃଷ୍ଟି କରିଥିଲା ଏବଂ ପ୍ରଥମ ଥର ପାଇଁ ୮୨ ହଜାର ମାର୍କ ଅତିକ୍ରମ କରିଛି।

 

01 August 2024 11:08 AM (IST)

Odisha News Live Updates:  ମାସର ପ୍ରଥମ ଦିନରେ ମହଙ୍ଗା ମାଡ଼। ଅଗଷ୍ଟ ମାସ ଆରମ୍ଭରୁ ସାଧାରଣ ଲୋକଙ୍କୁ ଏକ ଝଟକା ଦେଇଛନ୍ତି ସରକାର। ତୈଳ କମ୍ପାନୀ ଗୁଡ଼ିକ ପୁଣି ଥରେ ବ୍ୟବସାୟିକ ବା କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି କରୁଛନ୍ତି। ଏହା ପୂର୍ବରୁ  ଜାନୁଆରୀ, ଫେବୃଆରୀ  ଓ ମାର୍ଚ୍ଚ ମାସରେ ଗ୍ୟାସ୍ ଦର ବଢିଥିଲା।  ତେବେ, ବ୍ୟବସାୟିକ ବା କମର୍ସିଆଲ୍ ଗ୍ୟାସରେ ୬ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହେବ।  

01 August 2024 10:30 AM (IST)

Odisha News Live Updates:  ରାଜ୍ୟସଭାରେ ବିଜେଡି ସାଂସଦ ତଥା ମୟୁରଭଞ୍ଜର ନେତ୍ରୀ ମମତା ମହନ୍ତ ରାଜ୍ୟସଭା ସହ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ଭିତରେ ସେ ଅଣଦେଖା ହୋଇଥିବାରୁ ଏହି ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ଏନେଇ ସେ ଆବଶ୍ୟକ ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଠାଇଛନ୍ତି। ଏପ୍ରିଲ୍‍ ୨୦୨୦ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିଲା। 

 

01 August 2024 09:53 AM (IST)

 Odisha News Live Updates: ପ୍ୟାରିସ ଅଲମ୍ପିକରେ ଆଥଲେଟିକ୍ସ, ଗଲ୍ଫ, ଶୁଟିଂ, ହକି, ବକ୍ସିଂ, ତୀରନ୍ଦାଜି, ବ୍ୟାଡମିଣ୍ଟନ, ପ୍ରଭୃତି ମ୍ୟାଚ ବେଶ୍‍ ଆକର୍ଷକ ହେବାକୁ ଯାଉଛି। କାରଣ ଏସବୁ ମ୍ୟାଚ୍‍ରେ ଆଜି ଭାରତୀୟ ଟିମ୍‍ ଖେଳିବେ। ଦିନ ୧୧ଟାରେ ଆଥଲେଟିକ୍ସ ରେ ପରମଜିତ ସିଂହ ବିଷ୍ଟ, ଆକାଶଦୀପ ସିଂ, ବିକାଶ ଦୀପ ସିଂ ପ୍ରମୁଖ ପୁରୁଷ ୨୦ କିଲୋମିଟର ଚାଲିବା ପ୍ରତିଯୋଗୀତାରେ ଭାଗନେବେ। ସାଢ଼େ ୧୨ଟାରେ ପୁରୁଷ ଗଲତ୍ଫ ସ୍ଥିର କରାଯାଇଛି। ୧ଟାରେ ରହିଛି ୫୦ ମିଟର ୩ ପୋଜିସନ ରାଇଫଳ ଶୁଟିଂ, ସେଢ଼େ ଗୋଟାଏରେ ଭାରତ ବନାମ ବେଲଜିୟମ ପୁରୁଷ ହକି ରହିଛି। 

01 August 2024 09:34 AM (IST)

Odisha News Live Updates: ଓଡ଼ିଶା ବିଧାନସଭାର ବଜେଟ୍‍ ଅଧିବେଶନକୁ ଆନ୍ତରୀଣ ବିରତି ପ୍ରଦାନ କରାଯାଇଛି। ନିର୍ଘଣ୍ଟ ଅନୁସାରେ ୨୨ ତାରିଖରେ ପୁଣିଥରେ ବିଧାନସଭା ଆରମ୍ଭ ହେବ। ଏହାପରେ ବିଭାଗୀୟ ଅନୁଦାନ ସମ୍ପର୍କରେ ଆଲୋଚନା ହେବ। 

 

01 August 2024 08:55 AM (IST)

Odisha News Live Updates: କେରଳର ଓ୍ୱାୟନାଡ଼ରେ ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା ୨୭୬ରେ ପହଞ୍ଚିଛି। ଆହୁରି ୨୦୦ରୁ ଅଧିକ ଜଣ ନିଖୋଜ ରହିଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସହ କେନ୍ଦ୍ରୀୟ ବଳ, ବାୟୁସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ବିପର୍ଯ୍ୟୟରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। 

01 August 2024 08:47 AM (IST)

Odisha News Live Updates:  ପ୍ରବଳ ବର୍ଷା ଯୋଗୁ ଦିଲ୍ଲୀ ବେହାଲ ହୋଇଛି। ବିଭିନ୍ନ ସ୍ଥାନ ଜଳମଗ୍ନ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଣେ ଶିଶୁ ଏବଂ ମହିଳା ଏକ ନିର୍ମାଣାଧୀନ ନାଳରେ ବୁଡ଼ି ଯାଇଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦେଖି ଦିଲ୍ଲୀରେ ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି। ହିମାଚଳ ପ୍ରଦେଶରେ ମଧ୍‍ୟ ବନ୍ୟା ସୃଷ୍ଟି ହୋଇଛି। ବ୍ୟାସ ନଦୀରେ କୋଠା ଭାସିଯାଇଥିବା ସୂଚନା ମିଳିଛି। ବନ୍ୟା ପରିସ୍ଥିତିକୁ ଦେଖି ଏହି ଘରକୁ ଖାଲି କରାଯାଇଥିଲା ଏଣୁ ଧନଜୀବନ କ୍ଷତିକୁ ଏଡ଼ାଯାଇପାରିଛି। 

01 August 2024 08:19 AM (IST)

Odisha News Live Updates:  ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। ତେବେ ପ୍ରତିବର୍ଷ ପରି ଚଳିତବର୍ଷ ମେ' ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। ଅନ୍ୟପଟେ ଡାଙ୍ଗମାଳଠାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ଥିବା ବେଳେ ସେହିଠାରେ ପ୍ରାକୃତିକ ପରିବେଶ ଉପଭୋଗ କରିବା ପାଇଁ ବନବିଭାଗ ପକ୍ଷରୁ ୱାକ ୱେ ନିର୍ମାଣ କରାଯାଇଛି। ଆଜି ଠାରୁ ପର୍ଯ୍ୟଟକମାନେ ନବନିର୍ମିତ ସ୍କାଏ ୱାକ୍‌ ବ୍ରିଜ୍‌ ମାଧ୍ୟମରେ ପ୍ରକୃତିର ବୈଭବ, ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ମ୍ୟାନଗ୍ରୋଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ ୱାକ୍‌ ବ୍ରିଜ୍‌ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ପଡ଼ିଆ ଯାଏ ଲମ୍ବିଛି। 

01 August 2024 08:03 AM (IST)

Odisha News Live Updates: କେରଳ ୱାୟନାଡ ଭୂସ୍ଖଳନ ସାରା ବିଶ୍ବକୁ ଦୋହଲାଇ ଦେଇଛି। ମୃତ୍ୟୁ ସଂଖ୍ୟା ୧୬୭ ରେ ପହଞ୍ଚିଛି। ତେବେ, ଏ-ହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ରାଜ୍ୟବାସୀଙ୍କୁ ଚକିତ କରିଦେଇଛି। କାହିଁକିନା ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ପୁଅ । ନିଖୋଜ ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେପଟେ,  ବିଷ୍ଣୁଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ ବିଷ୍ଣୁଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେବି ତାଙ୍କ ବନ୍ଧୁ ଡାକ୍ତର  ସ୍ୱାଧୀନ ପଣ୍ଡା ନିଖୋଜ ଅଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ବିଷ୍ଣୁ ହାଇଟେକ୍ ମେଡିକାଲ ମେଡିସିନ ବିଭାଗର ଡାକ୍ତର ଥିଲେ । 

01 August 2024 07:43 AM (IST)

Odisha Daily News Live: ରାଜ୍ୟରେ ଆଜିଠୁ ବଢିବ ବର୍ଷା। ପଶ୍ଚିମ ଓଡି଼ଶା ଓ ଆଭ୍ୟାନ୍ତରିଣ ଓଡି଼ଶାରେ ଅଧିକ ବର୍ଷା ହେବ। ଝାଡଖଣ୍ତ, ଛଡିଶଗଡ ଉପରେ  ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଗାଙ୍ଗେଇ ପଶ୍ଚିମବଙ୍ଗରେ ସ୍ଥଳଭାଗ ଉପରେ ରହିଛି। ୨ ତାରିଖ ସୁଧା ଏହା ଲଘୁଚାପର ରୂପ ନେଇପାରେ। ଏହା ପ୍ରଭାବରେ ବର୍ଷାର ପରିମାଣ ବଢିବ।

01 August 2024 07:42 AM (IST)

 

Horoscope Today 1 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୧ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Today Horoscope: ସତର୍କ ରୁହନ୍ତୁ ଏହି ରାଶିର ଲୋକେ, କର୍ମକ୍ଷେତ୍ରରେ ଦେଖାଦେଇପାରେ ବିବାଦ

Add Zee News as a Preferred Source

About the Author