Odisha News Live Updates: ବସ ଦୁର୍ଘଟଣା,୧୮ ମୃତ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2329195

Odisha News Live Updates: ବସ ଦୁର୍ଘଟଣା,୧୮ ମୃତ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର


Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ବସ ଦୁର୍ଘଟଣା,୧୮ ମୃତ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog
10 July 2024
14:16 PM

Odisha News Live Updates:  ଚିଲିକାରେ ଦିନକୁ ଦିନ ବଢି ଚାଲିଛି ପକ୍ଷୀ ଶିକାର। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଗାଁ ଗାଁରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଶିକାରୀଙ୍କ ପ୍ରାଦୁର୍ଭାବ କମିବାରେ ନାଁ ଗନ୍ଧ ଧରୁନି । ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚିଲିକା କୂଳବର୍ତ୍ତି ଅଞ୍ଚଳରେ ଚଢ଼ାଉ କରାଯାଇ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ଆଇନର ଗଳାବାଟ ଦେଇ ଖସି ସକ୍ଷମ ହେଉଛନ୍ତି ଶିକାରୀ । ତେବେ ପୁଣି ଆଜି ଭୁଷୁଣ୍ଢପୁର ଅଞ୍ଚଳରେ ଚଢ଼ାଉ କରାଯାଇ ୧୮ଟି ମୃତ ଓ ଗୋଟିଏ ଜିବିତ ପକ୍ଷୀ ଜବତ କରାଯିବା ସହ ଶିକାରୀକୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ ।

13:51 PM

Odisha News Live Updates: ସିଜିଏସ୍‌ଟି ଅଫିସରେ ସିବିଆଇର ଚଢ଼ାଉ । ବ୍ରହ୍ମପୁର ଅନନ୍ତନଗର ସ୍ଥିତ ସିଜିଏସ୍‌ଟି ଅଫିସରେ ସିବିଆଇର ରେଡ୍ । ଲାଞ୍ଚ କାରବାର ଅଭିଯୋଗ ନେଇ ୧୫ ଜଣିଆ ଟିମ୍‌ର ଚଢ଼ାଉ ହୋଇଥିବା ସୂଚନା

13:30 PM

Odisha News Live Updates: କଲେଜ ଛାତ୍ରୀକୁ ଧକ୍କା ଦେଲା ବେଆଇନ ବାଲି ବୋଝେଇ ଟ୍ରାକ୍ଟର। ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଅନ୍ୟ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି।  କ୍ଷତି ପୂରଣ ଦାବିରେ କଲେଜ ଛାତ୍ର ଛାତ୍ରୀଙ୍କ ରାସ୍ତା ଅବରୋଧ। ସୁଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡଖୋଳିଆ ଗ୍ରାମର ରଶ୍ମିତା ପ୍ରଧାନ ଏବଂ ଅନ୍ୟ ଜଣେ ବାନ୍ଧବୀ ଶହ ସାଇକେଲ ଯୋଗେ ଲଙ୍ଗଳେଶ୍ବର ସ୍ଥିତ ଦୁର୍ଗା ପ୍ରଶନ୍ନ ମହା ବିଦ୍ୟାଳୟ କୁ ଆସୁଥିବା ସମୟରେ ପଞ୍ଚୁପାଲି ମାନ୍ଧାତା ରାସ୍ତାର ଦକ୍ଷିଣ ମହାବଳା ଛକ ନିକଟରେ ଏକ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରଶ୍ମିତା ର ମୃତ୍ୟୁ ହୋଇ ଯାଇଥିଲା ବେଳେ ରଶ୍ମିତା ଙ୍କ ବାନ୍ଧବୀ ଗୁରୁତର ଆହତ ହେଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଛାତ୍ରୀଙ୍କୁ ବସ୍ତା ଡାକ୍ତରଖାନାକୁ ନେଇଥିଲେ। ଗ୍ରାମବାସୀ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖିଛନ୍ତି । ମୃତ ଛାତ୍ରୀଙ୍କ କ୍ଷତି ପୂରଣ ଦାବିରେ କଲେଜର ଶତାଧିକ ଛାତ୍ରଛାତ୍ରୀ ମହାବଳା ନିକଟରେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ପହଞ୍ଚି ବୁଝାସୁଝା କରିବା ସହିତ ଅଧିକ ତଦନ୍ତ କରୁଛି ।

 

13:07 PM

Odisha News LIVE Updates: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ପୁଣି ଝଟ୍‌କା ଲାଗିଛି । କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦିଆଯାଇଥିବା ଯାଚିକାର ଶୁଣାଣିକୁ ୧୫ ତାରିଖ ଯାଏଁ ରଦ୍ଦ କରି ଦେଇଛନ୍ତି । ମାମଲାର ଶୁଣାଣିକୁ ଏଥିପାଇଁ ରଦ୍ଦ କରିଛନ୍ତି ହାଇକୋର୍ଟ, କାରଣ କାଲି ବିଳମ୍ବିତ ରାତ୍ରିରେ କେଜ୍ରିୱାଲଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା । ଏହି ଦଲିଲକୁ କେଜ୍ରିୱାଲଙ୍କ ଓକିଲ ବିରୋଧ କରିଥିଲେ । ନିଜର ଉତ୍ତର ସେ ରାତ୍ରି ୧୧ ଟା ପର୍ଯ୍ୟନ୍ତ ରଖି ତାହାର ନକଲ ଦାଖଲ କରିଥିଲେ ।

12:57 PM

Odisha News LIVE Updates: ଭଦ୍ରକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସୁପ୍ରୀତି କରଙ୍କୁ ତାଙ୍କ ଦପ୍ତରରେ ଉର୍ଦ୍ଦୁ ଅଧ୍ୟାପିକା ନସିମା ଖାତୁନ ‌ଚାପୁଡା ମାରିବା ପରେ କଲେଜ ପରିଚାଳନା ସମିତି ତାଙ୍କୁ ନିଲମ୍ବନ କରିଛି । ଅଧ୍ୟକ୍ଷା ସୁପ୍ରୀତି କର ଭଦ୍ରକ ଟାଉନ ଥାନାରେ ଦେଇଥିବା ଏତଲା ଅନୁଯାୟୀ ଶନିବାର ମଧ୍ୟାହ୍ନରେ ସେ ନିଜ କାର୍ଯ୍ୟାଳୟରେ ଥିବା ବେଳେ ଉର୍ଦ୍ଦୁ ଅଧ୍ୟାପିକା ତାଙ୍କୁ ଏକ ଦରଖାସ୍ତ ଦେଇଥିଲେ । କାର୍ଯ୍ୟବ୍ୟସ୍ତ ଥିବା ଅଧ୍ୟକ୍ଷା ଦରଖାସ୍ତଟିକୁ ପରେ ଦେଖିବି ବୋଲି କହି ରଖିଥିଲେ। ଏଥିରେ ହତାହିତ ଜ୍ଞାନ ଭୁଲି ଅଧ୍ୟାପିକା ନସିମା ଖାତୁନ ଅଧ୍ୟକ୍ଷାଙ୍କୁ ଏକାଧିକବାର ଚାପୁଡା ମରିଥିଲେ ବୋଲି ଅଭିଯୋଗ ହୋଇଛି।

12:48 PM

Odisha News Live Updates: ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିବା ଘଟଣାକୁ ସବୁ ଆଡ଼େ ଚର୍ଚ୍ଚା। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହ ଆଇନ୍ ମନ୍ତ୍ରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପୁରୀ ଯାଇ ଘଟଣାର ତଦନ୍ତ କରି ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।ରିପୋର୍ଟରେ ଦର୍ଶାଯାଇଛି ଯେ, ଏହା ସାମାନ୍ୟ ଦୁର୍ଘଟଣା ଥିଲା। ଏହା ଲୀଳାମୟଙ୍କ ଲୀଳା। ଆହତ ସେବାୟତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି। ରଥ ଉପରେ ଅଣସେବାୟତ ରହିବାର ଠୋସ ଅଭିଯୋଗ ନାହିଁ। ଆଗକୁ ଶୃଙ୍ଖଳିତ ନୀତି ପାଇଁ ପରିଚାଳନା ବୈଠକରେ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି। 

 

12:10 PM

Odisha News Live Updates:  ଚାଲିଥିଲା ସ୍କୁଲ୍ , ଏକାଥରେ ଅସୁସ୍ଥ ହେଲେ ୯ମ ଶ୍ରେଣୀ ଓ ଦଶମ ଶ୍ରେଣୀ ରୁ ମିଶାଇ ୧୨ ଛାତ୍ରୀ । ସମସ୍ଥ ଛାତ୍ରୀ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଜନମଙ୍ଗଳ ହାଇସ୍କୁଲ ଠାରେ । ପାଖାପାଖି ଦିନ ୧୧ଟା ସମୟରେ କ୍ଲାସ୍ ଚାଲିଥିବାବେଳେ ୯ମ ଓ ୧୦ ମ ଶ୍ରେଣୀ ରୁ ଜଣକ ପରେ ଜଣେ ଏମିତି ୧୨ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେବାରୁ ବିଦ୍ଯାୟ ଶିକ୍ଷକ ମାନେ ତାଙ୍କୁ ତୁରନ୍ତ ନିକଟସ୍ଥ କେଶଦୂରାପାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ପୁଣିଥରେ ସମସ୍ତ ଛାତ୍ରୀ ଙ୍କୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ମୁଖ୍ଯ ଚିକିତ୍ସାଳୟ ଠାରେ ଭର୍ତ୍ତି କରାଯାଇଛି । ଗତ ଶନିବାର ଦିନ ଠିକ୍ ଏହିଭଳି ଅସୁସ୍ଥ ଅବସ୍ଥାରେ ୨-୩ ଜଣ ଛାତ୍ରୀ ମେଡିକାଲ ରେ ଭର୍ତି ହୋଇ ସୁସ୍ଥ ହେବାପରେ ଘରକୁ ଫେରିଥିବା ଅବିଭାବକ କହିଛନ୍ତି । ପୂନର୍ବାର ସ୍କୁଲ ରେ ଏଭଳି ଘଟଣା ପାଇଁ ଚିନ୍ତା ବ୍ଯକ୍ତ କରିଛନ୍ତି ଅଭିଭାବକ । ତେବେ ଛାତ୍ରୀ ଙ୍କ ସେଭଳି କିଛି ବିଶେଷ ସ୍ବାସ୍ଥ୍ୟଗତ ସମସ୍ଯା ନଥିବା କହିଛନ୍ତି ମେଡିକାଲ ସୁପରିଟେଣ୍ଡେଣ୍ଟ ।

11:27 AM

Odisha News Live Updates:  ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୂର୍ବତଟ ରେଳବାଇ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ପୁରୀ ରେଳ ଷ୍ଟେସନ୍ କୁ ପ୍ରଥମ ଦୁଇ ଦିନରେ ଦୁଇ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ପୁରୀ ରେଳ ଷ୍ଟେସନ୍ ରେ ଭକ୍ତଙ୍କ ରହିବା ପାଇଁ ୧୦ହଜାର ବର୍ଗ ମିଟର ଅଞ୍ଚଳର ଏକ ଜେମାନ୍ ହ୍ୟାଙ୍ଗର୍ ର ଅସ୍ଥାୟୀ ମେଳା ସେଡ୍ ନିର୍ମାଣ କରାଯାଇଛି। ଯେଉଁଥିରେ ଶୌଚାଳୟର ସୁବିଧା ରହିଛି। ଭିଡ଼ ସମୟରେ ଟିକେଟ୍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଅସ୍ଥାୟୀ ମେଳା ସେଡ୍ ଏବଂ ଟୁରିଷ୍ଟ କମ୍ପ୍ଲେକ୍ସରେ ଅତିରିକ୍ତ ୨୮ଟି ବୁକିଂ କାଉଣ୍ଟର ସ୍ଥାପନ କରାଯାଇଛି।

11:01 AM

Odisha News Live Updates: କେନ୍ଦ୍ର ସରକାର ଆଉ ପୁରୁଣା ପେନ୍‍ସନ୍‍ ଯୋଜନା ଲାଗୁ କରିବେ ନାହିଁ। କିନ୍ତୁ ନୂଆ ପେନ୍‍ସନ୍‍ ବ୍ୟବସ୍ଥାରେ ପୂର୍ବଭଳି ଅବସର ପରେ ସରକାରୀ କର୍ମଚାରୀଙ୍କୁ ଅଧା ଦରମା ମିଳିବ। ହେଲେ ଏଥିପାଇଁ ୨୫ରୁ ୩୦ ବର୍ଷ ସରକାରୀ ଚାକିରି କରିବା ଅନିବାର୍ଯ୍ୟ ହେବ। ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବ ପରେ ଅର୍ଥ ବିଭାଗ ଏ ବାବଦରେ ନିଷ୍ପତ୍ତି ନେବାକୁ ଯାଉଛି। ବିଗତ କିଛି ବର୍ଷ ହେଲା ନୂଆ ପେନ୍‍ସନ୍‍ ବ୍ୟବସ୍ଥାକୁ ନେଇ ସରକାରୀ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରିକି ସରକାର ଏଥିନେଇ ସମାଲେଚନାର ଶିକାର ହୋଇଛନ୍ତି। ନିର୍ବାଚନରେ ସରକାରଙ୍କ ଏହି ନିଷ୍ପତ୍ତି ଦଳକୁ କ୍ଷତି ସହିବାକୁ ବାଧ୍ୟ କରିଥିବା ନିଶ୍ଚିତ ହେବା ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ଅର୍ଥ ବିଭାଗର ଅଧିକାରୀଙ୍କୁ ଏ ବାବଦରେ ମାନସମନ୍ଥନ ସୁଯୋଗ ଦେଇଥିଲେ। ଅର୍ଥ ସଚିବ ଟିଭି ନରେନ୍ଦ୍ର ବିଶ୍ୱବ୍ୟାପୀ ପେନସନ ବ୍ୟବସ୍ଥା ଏବଂ ବିଭିନ୍ନ ରାଜ୍ୟରେ ଚାଲୁଥିବା ପେନ୍‍ସନ୍‍ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଏନ୍‍ପିଏସ୍‍ ଯୋଜନାରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। 

10:43 AM

Odisha News Live Updates:  ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ୟାଙ୍କର। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ  ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ଉତ୍ତର ପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ ଛାନଭିନ୍ ଜାରି ରଖିଛି। 

10:07 AM

Odisha News Live Updates: ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି। ସକାଳ ଆଳତି ପରେ ଏଭଳି ଦିବ୍ୟ ଦର୍ଶନ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଆଡ଼ପ ଦର୍ଶନ କରିବା ଲାଗି ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ତେବେ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିବ। ଠାକୁରଙ୍କ ଆଡ଼ପ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଅପରାହ୍ନ ୨ଟା ସୁଦ୍ଧା ଆଡ଼ପ ଅବଢ଼ା ବାହାରିବା ପାଇଁ ବ୍ୟବସ୍ଥା ହୋଇଛି ।କୁହାଯାଏ ଏଇ ଆଡ଼ପ ଅବଢା ଖାଇଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ। ଆଜିଠୁ ୫ ଦିନ ଯାଏ ଆଡ଼ପ ଅବଢ଼ା ମିଳିବ। 

09:58 AM

Odisha News Live Updates: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ । ରତ୍ନ ଭଣ୍ଡାର ପ୍ରସଙ୍ଗରେ ହେବ ବିଶେଷ ଆଲୋଚନା । ରତ୍ନ ଭଣ୍ଡାର ତଦାରଖ କମିଟି ନିଷ୍ପତ୍ତି ଉପରେ ଆଜି ବାଜିପାରେ ପରିଚାଳନା କମିଟି ମୋହର। ମୋହର ବାଜିବା ପରେ ରାଜ୍ୟସରକାରଙ୍କୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦିଷ୍ଟ ତାରିଖ ବିଷୟରେ ସୁପାରିଶ କରିବ ଶ୍ରୀମନ୍ଦିର ପରିଚାଳନା କମିଟି । ଗତକାଲି ରତ୍ନ ଭଣ୍ଡାର ତଦାରଖ କମିଟି ବୈଠକରେ ଆସନ୍ତା ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି  ନିଆଯାଇଥିଲା। ପରିଚାଳନା କମିଟିକୁ ଏ-ନେଇ ସୁପାରିଶ କରିଛି ତଦାରଖ କମିଟି । ତେଣୁ ଆଜି ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ଉପରେ ଆଲୋଚନା ହେବା ସହ ବାଜିବ ମୋହର । ସେପଟେ ରତ୍ନ ଭଣ୍ତାର ଖୋଲିବା ନେଇ ଦିର୍ଘ ଦିନ ଧରି ଦାବି ଜୋର ଧରିଆସୁଥିଲା। ରାଜ୍ୟରେ ବିଜେପି ସରକାର ଗଢିବା ପରେ ରତ୍ନ ଭଣ୍ତାର ଖୋଲିବ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲା। ଏହାର ଏବେ ଅନ୍ତ ହେବାକୁ ଯାଉଛି। 

09:31 AM

Odisha News Live Updates: ବିବାହ ଭୋଜି ହେଲା କାଳ। ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଘଟିଗଲା ଭୟଙ୍କର ସଡ଼କ ଦୁର୍ଘଟଣା । ସ୍କର୍ପିଓକୁ  ଧକ୍କା ଦେଲା ହାଇଓ୍ବା । ଏହି  ଦୁର୍ଘଟଣାରେ  ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଥିବା ବେଳେ ଜଣେ ଯୁବତୀ ରହିଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି । କେନ୍ଦୁଝର ଜିଲ୍ଲା କୋଇଡା ଥାନା ରେଙ୍ଗାଲବେଡା ଛକ ନିକଟରେ ଘଟିଛି ଏହି ଛାତିଥରା ଦୁର୍ଘଟଣା। 

08:51 AM

Odisha News Live Updates: ୪୧ ବର୍ଷର ବ୍ୟବଧାନ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ଏହି ଗସ୍ତ ଉଭୟ ଦେଶ ଲାଗି କୂଟନୀତିକ ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଇଛି। ଶ୍ରୀ ମୋଦୀ ଏହି ଗସ୍ତକୁ ଏକ ସ୍ୱତନ୍ତ୍ର ଗସ୍ତ ଭାବେ ଉଲ୍ଲେଖ କରିଛନ୍ତି। ଦୁଇଦିନିଆ ଋଷ ଗସ୍ତ ଶେଷ କରି ସେ ଭିଏନାରେ ପହଞ୍ଚିଛନ୍ତି। ଏନେଇ ସୋଶାଲ୍‍ ମିଡିଆ ’ଏକ୍ସ’ରେ ପ୍ରକାଶ କରିବା ସହ ଅଷ୍ଟ୍ରେଲୀୟ ଚାନ୍ସୋଲରଙ୍କ ସହ ନୈଶ୍ୟ ଭୋଜିରେ ଯୋଗ ଦେଇଛନ୍ତି। 

 

08:35 AM

Odisha News Live Updates:  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ତାଙ୍କର ଚାରିଦିନିଆ ଗସ୍ତ କାର୍ଯ୍ୟକ୍ରମରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଟାଣିବା ମୁଖ୍ୟ ଆକର୍ଷଣ ରହିଥିଲା। ଦୁଇଦିନ ସେ ପୁରୀରେ ରହିଥିଲେ। ଏହାସହ ଭୁବନେଶ୍ୱରରେ ଖଣ୍ତଡଗିରି ଗୁମ୍ଫା ବୁଲି ଦେଖିବା ସହ ସେ ନାଇଜର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ।

08:03 AM

Odisha News Live Updates: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ।  ପୂର୍ବାହ୍ନ  ସାଢେ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ।  ବୈଠକ ପରେ  ଲୋକସେବା ଭବନ ସ୍ଥିତ କନଭେନସନ୍ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ୟାବିନେଟ୍ ନିସ୍ପତ୍ତି ସମ୍ପର୍କରେ ସୂଚନା ଦିଆଯିବ।  ଗତ ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରୀ ମଣ୍ତଳ ଶପଥ ନେଇଥିଲେ। ଶପଥ ଗ୍ରହଣ ସମାରୋହରେ ସରିବା ପରେ ସେହିଦିନ ସଂନ୍ଧ୍ୟାରେ ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା।  ବୈଠକରେ ଶ୍ରୀମନ୍ଦିର  ଚାରିଦ୍ବାର ଖୋଲିବା, ଶ୍ରୀମନ୍ଦିର ପାଇଁ କର୍ପସ୍ ପାଣ୍ଠି, ସୁଭଦ୍ରା ଯୋଜନା, କୃଷକ ପାଇଁ ଧାନ ଏମଏସପି ୩୧୦୦ ଟଙ୍କା କରିବା ପ୍ରସ୍ତାବକୁ  ଅନୁମୋଦନ ମିଳିଥିଲା।  ପ୍ରଥମ କ୍ୟାବିନେଟରେ ବିଜେପି ସରକାର ନିର୍ବାଚନ ପ୍ରତିଶ୍ର଼ତି ପୂରଣ  ନେଇ ୪ଟି ବଡ଼ ଘୋଷଣା କରିଥିଲେ। ରାଜ୍ୟ କ୍ୟାବିନେଟରେ ରାଜ୍ୟ ସ୍ବାର୍ଥ ସମ୍ବଳିତ କିଛି ବଡ଼ ଘୋଷଣା ଆଜି ହୋଇପାରେ ବୋଲି ଆଶା କରାଯାଉଛି।

07:55 AM

Horoscope Today 10 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୧୦ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ପୂରା ଖବର ପଢନ୍ତୁ : Today Horoscope: ଆଜି ଏହି ଚାରି ରାଶିରେ ରହିଛି ଘାତବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?