Live Now

Odisha news live updates:ସୋମବାର ଲୋକସେବା ଭବନ ଘେରାଉ କରିବ କଂଗ୍ରେସ, ପଢନ୍ତୁ ଆଉ କିଛି ଖବର

Odisha news live updates:: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha news live updates:ସୋମବାର ଲୋକସେବା ଭବନ ଘେରାଉ କରିବ କଂଗ୍ରେସ, ପଢନ୍ତୁ ଆଉ କିଛି ଖବର
23 February 2024 10:47 PM (IST)

ଛୁଟିଦିନ‌ର ମଜାଉଠାଇଲେ ନେଦରଲାଣ୍ଡ୍‌ସ ଖେଳାଳି...

ଛୁଟିଦିନ‌ର ମଜାଉଠାଇଲେ ନେଦରଲାଣ୍ଡ୍‌ସ ଖେଳାଳି
ପୁରୁଷ ହକି ପ୍ରୋଲିଗ୍‌ ପାଇଁ ବର୍ତ୍ତମାନ ନେଦରଲାଣ୍ଡ୍‌ସ ଦଳ ରାଉରକେଲାରେ ଅଛନ୍ତି। ଶୁକ୍ରବାର କୌଣସି ମ୍ୟାଚ୍‌ ନ ଥିବାରୁ ଏହି ବିରତିର ଭରପୁର୍‌ ମଜାଉଠାଇଛନ୍ତି ନେଦରଲାଣ୍ଡ୍‌ସ ଖେଳାଳି। ଦଳର ୫ ଜଣ ଖେଳାଳି ଜାସପର ବ୍ରିଙ୍କମାନ, ଫ୍ଲୋରିସ ୱୋର୍‌ଟେଲବୋର୍‌, ଗୁସ୍‌ ଜନସନ, ସେଭ ଭାନ୍‌ ଆସ୍‌ ଓ ଟିଜମେନ ରେୟାଙ୍ଗ୍‌ ଆଜି ମଲ୍‌ ବୁଲିବା ସହ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଖେଳାଳିମାନେ ମେ’ଫେୟାର ବିଶ୍ବକପ ଗ୍ରାମରୁ ବାହାରି ପ୍ରଥମେ ପ୍ଲୁଟନ ମଲ୍‌କୁ ଯାଇଥିଲେ। ସେଠାରେ ଥିବା ଗେମ୍‌ ଜୋନ୍‌ରେ ବିଭିନ୍ନ ଖେଳର ମଜା ନେଇଥିଲେ। ପରେ ବାସନ୍ତୀ ସରୋବର ବୁଲିବା ସହ ୱାଟର ସ୍ପୋର୍ଟ୍ସରେ ସାମିଲ ହୋଇଥିଲେ। ବେଶ୍‌ କିଛି ସମୟ ସେଠାରେ ମନୋରଞ୍ଜନଧର୍ମୀ ଖେଳରେ ସାମିଲ ହେବାପରେ ଏହି ୫ ଜଣ ଖେଳାଳି ସେକ୍ଟର-୫ସ୍ଥ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ବୁଲି ଦେଖିଥିଲେ। ସେଠାରେ ପ୍ରଶିକ୍ଷଣ ନେଉଥିବା ସେଲ୍‌ ହକି ଏକାଡେମୀର ଯୁବ ଖେଳାଳିଙ୍କୁ ହକିର ବିଭିନ୍ନ କ୍ରୀଡ଼ାକୌଶଳ ଶିଖାଇଥିଲେ।

 

23 February 2024 10:15 PM (IST)

ମୋ ବସ୍‌ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ ...

ମୋ ବସ୍‌ର ନୂତନ ମୋବାଇଲ୍ ଆପ୍ ଉନ୍ମୋଚନ 
କ୍ୟାପିଟାଲ୍ ରିଜିୟନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସହରୀ ଜନ ପରିବହନ ପ୍ରକଳ୍ପ। ମୋ ବସ୍ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂତନ ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍ ଉନ୍ମୋଚନ ହୋଇଛି । ଯେଉଁଥିରେ ଚଳନ୍ତା ବସ୍‌ଗୁଡ଼ିକର ଟ୍ରାକିଂ ଏବଂ ବସ୍ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ । ଏହି ଆପ୍‌କୁ ବ୍ୟବହାର କରି ଯାତ୍ରୀମାନେ ଅନ୍‌ଲାଇନ୍ ଟିକେଟ୍ ଏବଂ ପାସ୍ କରିବା ସହିତ ଏହାର ନବୀକରଣ କରିପାରିବେ। ମୋ ବସ୍ ମୋବାଇଲ୍ ଆପ୍ଲିକେସନ୍‌ର ଉଭୟ ଆଣ୍ଡ୍ରଏଡ଼୍ ଏବଂ ଆଇଓଏସ୍ ଭର୍ସନ ଉନ୍ମୋଚନ ହୋଇଛି । ଯେଉଁଥିରେ ଯାତ୍ରୀମାନେ ମୋ ବସ୍ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍ ବିଷୟରେ ସେଥିରୁ ଜାଣିପାରିବେ । ଏହି ନୂତନ ଆପ୍ ମାଧ୍ୟମରେ ମୋ ବସ୍‌ରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ୍ ବୁକ୍ କରିପାରିବେ ଏବଂ ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ । ବସ୍ ପହଞ୍ଚିବା ପୁର୍ବରୁ ମୋ ବସ୍ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିବା ସହିତ ଷ୍ଟପେଜ୍‌ରେ ବସ୍ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ । ତା ସହିତ ଆପଣ ଆପଣଙ୍କ ଚର୍ତୁପାଶ୍ୱର୍ରେ ଉପସ୍ଥିତ ବସ୍ ମାନଙ୍କୁ ଦେଖିପାରିବେ । ଆପଣଙ୍କ ସହର ଓ ନିଜ ଭାଷା ଚୟନ କରି ଏହାକୁ ବ୍ୟବହାର କରିପାରିବେ ।

23 February 2024 09:45 PM (IST)

ଅନ୍ୟ ଶରୀରରେ ଦମୟନ୍ତୀଙ୍କ ଯକୃତ, ଗ୍ରୀନ କରିଡରରେ ଗଲା ଦିଲ୍ଲୀ...

ଅନ୍ୟ ଶରୀରରେ ଦମୟନ୍ତୀଙ୍କ ଯକୃତ, ଗ୍ରୀନ କରିଡରରେ ଗଲା ଦିଲ୍ଲୀ
ଭୁବନେଶ୍ବର : ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷିତ ହୋଇଥିବା ଜଣେ ୧୪ ବର୍ଷୀୟ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରରୁ ସଫଳତାର ସହିତ ଯକୃତ(ଲିଭର୍‌) ପୁନରୁଦ୍ଧାର କରିବାରେ ସଫଳତା ହାସଲ କରିଛନ୍ତି। ଏହି ଯକୃତକୁ ନୂଆଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ ହସ୍‌ପିଟାଲକୁ ବିମାନ ଯୋଗେ ପଠାଯାଇଛି। ଏହି ଅଙ୍ଗକୁ ଶୀଘ୍ର ଏବଂ ବିନା ବାଧାରେ ଏମ୍‌ସରୁ ବିମାନବନ୍ଦରକୁ ଯିବା ନିମନ୍ତେ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ଗ୍ରୀନ୍‌ କରିଡର୍‌ର ବ୍ୟବସ୍ଥା କରାଯାଇଥିଲା। 

23 February 2024 09:45 PM (IST)

Odisha News Live: ସମାଜ ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଡ ପ୍ରଭାସ ଆଚାର୍ଯ୍ୟଙ୍କ...

Odisha News Live: ' ସମାଜ' ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଡ ପ୍ରଭାସ ଆଚାର୍ଯ୍ୟଙ୍କ ଦାୟିତ୍ଵ ଗ୍ରହଣ
ଭୁବନେଶ୍ୱର, ୨୩,୨: ଓଡ଼ିଶାର ସର୍ବ ପୁରାତନ ତଥା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିଷ୍ଠିତ ଦୈନିକ ସମ୍ବାଦପତ୍ର 'ସମାଜ 'ର ନୂତନ ମୁଦ୍ରାକର ଓ ପ୍ରକାଶକ ଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ ପ୍ରଭାସ ଆଚାର୍ଯ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ସମେତ ସମାଜ ର ସଂପାଦକ ଓ ମୁଖ୍ୟ ପରିଚାଳକ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ପୁରାତନ ସମ୍ବାଦପତ୍ର ର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ତଥା ଉତ୍କଳମଣି ଙ୍କ ଆଦର୍ଶକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ ବୋଲି ଡ ଆଚାର୍ଯ୍ୟ ମତ ପୋଷଣ କରିଛନ୍ତି।

23 February 2024 09:00 PM (IST)

Odisha News Live: ମନ କିଣୁଛି ସୁନାଝିଅ...

Odisha News Live: ମନ କିଣୁଛି ସୁନାଝିଅ
ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣିତ ଓ ପ୍ରଗତିଶୀଳ ଓଡିଆ ମହିଳାମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ। ଦର୍ଶକଙ୍କୁ କିଛି ନୂଆ ଦେଖେଇବା ପ୍ରୟାସ ସବୁବେଳେ ଜାରି ରଖିଥାଏ l ଦର୍ଶକଙ୍କ ରୁଚି ଅନୁସାରେ ସୃଜନଶୀଳତା ଦୃଷ୍ଟିରୁ ପରିକଳ୍ପନା କରି  ସଫଳ ମଧ୍ୟ ହୋଇଛି l ସେହି ପରିପ୍ରେକ୍ଷୀରେ ଜୀ-ସାର୍ଥକ ପ୍ରସାରିତ ମେଗା ଧାରାବାହିକ 'ସୁନା ଝିଅ' ଓଡିଆ ଦର୍ଶକଙ୍କ ସୁନା ଝିଅ ହେବାରେ ସଫଳ ହୋଇଛି । 

23 February 2024 08:45 PM (IST)

Odisha News Live: ବନ୍ଦ ହୋଇଯିବ କି ଆପଣଙ୍କ ଗୁଗୁଲ ଆକାଉଣ୍ଟ? ଏହି ଭାଇରାଲ ପୋଷ୍ଟର ଜବାବ...

Odisha News Live: ବନ୍ଦ ହୋଇଯିବ କି ଆପଣଙ୍କ ଗୁଗୁଲ ଆକାଉଣ୍ଟ? ଏହି ଭାଇରାଲ ପୋଷ୍ଟର ଜବାବ ରଖିଲା ଗୁଗୁଲ
ଯଦି ଆପଣଙ୍କର ଜିମେଲ ଆକାଉଣ୍ଟ୍ ଅଛି, ତେବେ ଆପଣ ଏହାର ଗୁରୁତ୍ୱ ମଧ୍ୟ ଅଳ୍ପ ବହୁତେ ଅବଗତ ଥିଲେ। ବ୍ୟବହାର କରୁଥିବା ସ୍ମାର୍ଟ ମୋବାଇଲ ଫୋନ ଜୀମେଲ ଆକାଉଣ୍ଟ ବିନା ଆପଣଙ୍କ ପାଇଁ ଚଳାଇବା କାଠିକର ପାଠ ହୋଇଯିବ। ଏପରିକି ଏହାକୁ ଅନ ମଧ୍ୟ ପ୍ରାୟତଃ କରିପାରିବେ ନାହିଁ। ଏହା ବ୍ୟତୀତ, ଆପଣଙ୍କ ଫୋନର ମେମୋରୀ ଭରିବା ପାଇଁ, ପ୍ରତିଦିନ କ୍ଲିକ୍ ହୋଇଥିବା ଫଟୋଗୁଡ଼ିକ ମଧ୍ୟ ଜୀମେଲ ଆକାଉଣ୍ଟରେ ସେଭ୍ ହୋଇଛି। ଏପରି ପରିସ୍ଥିତିରେ, ଯଦି କେହି ଆପଣଙ୍କୁ କୁହନ୍ତି ଯେ ଗୁଗୁଲ ଜୀମେଲ ଆକାଉଣ୍ଟ ବନ୍ଦ କରିବାକୁ ଯାଉଛି, ତେବେ ଆପଣ ନିଶ୍ଚିତ ଭାବରେ ଚକିତ ହୋଇଯିବେ। ସୋସିଆଲ ମିଡିଆରେ ଏଭଳି ଗୁଜବ ଘୁରି ବୁଲୁଛି ଯାହା ବିଷୟରେ ଗୁଗୁଲ ବର୍ତ୍ତମାନ ସ୍ପଷ୍ଟୀକରଣ ଜାରି କରିଛି। ଗୁଗୁଲ କହିଛି ଯେ ଜୀମେଲ ଆକାଉଣ୍ଟ ବନ୍ଦ କରିବାକୁ ଏହାର କୌଣସି ଯୋଜନା ନାହିଁ। ଜୀମେଲ କେବଳ ସଂଶୋଧିତ ହୋଇଛି, ଯେଉଁଥିରେ ଏହାର ଡିଫଲ୍ଟ ଜୀମେଲ ଭ୍ୟୁ ପୁରୁଣା 'ମୌଳିକ ଏଚଟିଏମଏଲ' ରୁ ନୂତନକୁ ବଦଳାଇ ଦିଆଯାଇଛି। ଜାନୁଆରୀ ୨୦୨୪ରୁ କାର୍ଯ୍ୟକାରୀ ହୋଇଥିବା ନୂତନ ପରିବର୍ତ୍ତନ ପୂର୍ବ ଅପେକ୍ଷା ଅଧିକ ଆକର୍ଷଣୀୟ ଅଟେ।

23 February 2024 08:30 PM (IST)

Odisha News Live: ସ୍ପେନର ଦୁଇଟି ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ...

Odisha News Live: ସ୍ପେନର ଦୁଇଟି ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ
ପୂର୍ବ ସ୍ପେନର ଭାଲେନ୍ସିଆ ସହରରେ ଗୁରୁବାର ଦୁଇଟି ଉଚ୍ଚ ଆପାର୍ଟମେଣ୍ଟରେ ନିଆଁ ଲାଗିଯିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ନିଖୋଜ ଅଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ଆପାର୍ଟମେଣ୍ଟ ଦୁଇଟିରେ ଥିବା ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ ଏବଂ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାର କରିଥିଲେ।ଏକ ୧୪ ମହଲା ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅଧିକାରୀମାନେ କହିଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଏକ କ୍ରେନ୍ ସାହାଯ୍ୟରେ ଦୁଇ ଜଣଙ୍କୁ ବାଲକୋନିରୁ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ଭାଲେନ୍ସିଆର ସହକାରୀ ଜରୁରୀକାଳୀନ ସେବା ନିର୍ଦ୍ଦେଶକ ଜର୍ଜ ସୁଆରେଜ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସ୍ପେନର ସାମରିକ ଜରୁରୀକାଳୀନ ସେବା ୟୁନିଟ୍ର କର୍ମଚାରୀମାନେ ମଧ୍ୟ ମୁତୟନ ହୋଇଥିଲେ। କିନ୍ତୁ ଆହୁରି ୧୯ ଜଣ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

23 February 2024 08:15 PM (IST)

Odisha News Live: ଅମୃତଭାରତ ଷ୍ଟେସନ ଯୋଜନାରେ ନବୀକରଣ ହେବ ଓଡ଼ିଶାର ଏହି ଷ୍ଟେସନ...

Odisha News Live: ଅମୃତଭାରତ ଷ୍ଟେସନ ଯୋଜନାରେ ନବୀକରଣ ହେବ ଓଡ଼ିଶାର ଏହି ଷ୍ଟେସନ
ଭୁବନେଶ୍ୱର: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୬ ତାରିଖରେ ୪୧ ହଜାର କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିବେ। ସମଗ୍ର ଦେଶରେ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୫୦୦ ରୋଡ୍ ଓଭର ବ୍ରିଜ୍ / ଅଣ୍ଡରପାସ୍ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବ। ଉପରୋକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଡ ରେଳମଣ୍ଡଲ ଅଧିନରେ ଥିବା ୧୩୧୧.୩୨ କୋଟି ମୂଲ୍ୟର ୨୫ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତ ସ୍ଥାପନ ଲୋକମାନଙ୍କ ପାଇଁ ଉତ୍ସର୍ଗ କରାଯିବ। ଏନେଇ ଖୋର୍ଦ୍ଧା ରୋଡ଼ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ସମ୍ମିଳନୀ ହଲରେ ଗଣମାଧ୍ୟମକୁ ସୂଚନା ଦେଇ ଖୋର୍ଦ୍ଧା ରୋଡ଼ ଡିଭିଜନାଲ ରେଲୱେ ମ୍ୟାନେଜର ଶ୍ରୀ ଏଚ୍ ଏସ ବାଜ୍ଵା କହିଛନ୍ତି।

23 February 2024 08:00 PM (IST)

Odisha News Live: ନିର୍ବାଚନ ଆଗରୁ ବନ୍ଧୁକ ଦାଖଲ କରିବେ ୧୪ ଶହ ୧୦ ଲାଇସେନ୍ସଧାରୀ...

Odisha News Live: ନିର୍ବାଚନ ଆଗରୁ ବନ୍ଧୁକ ଦାଖଲ କରିବେ ୧୪ ଶହ ୧୦ ଲାଇସେନ୍ସଧାରୀ
ନିର୍ବାଚନ ପୂର୍ବରୁ ବନ୍ଧୁକ ଦାଖଲ ପାଇଁ ନିର୍ଦ୍ଦେଶ । ୧୪ ଶହ ୧୦ ଲାଇସେନ୍ସଧାରୀଙ୍କୁ ବନ୍ଧୁକ ଦାଖଲ ପାଇଁ ଶୀଘ୍ର ନୋଟିସ ଜାରି କରିବ କମିଶନରେଟ୍ ପୋଲିସ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଡିସିପିଙ୍କ ଫୋକସ । ବନ୍ଧୁକ ଦାଖଲ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ ଡିପୋଜିଟ ନିର୍ଦ୍ଦେଶ । ମଡେଲ କୋଡ ଅଫ କଣ୍ଡକ୍ଟ ଅନୁଯାୟୀ ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଏଭଳି ପଦକ୍ଷେବ ନେଇଛି କମିଶନରେଟ ପୋଲିସ । ନିର୍ବାଚନ ସମୟରେ କେହି ଯେପରି ଲାଇସେନ୍ସପ୍ରାପ୍ତ ବନ୍ଧୁକର ଅପବ୍ୟବହାର ନକରନ୍ତି, ସେଥିପାଇଁ ଦିଆଯାଇଛି ନିର୍ଦ୍ଦେଶ । ବନ୍ଧୁକ ନେଇଥିବା ବ୍ୟକ୍ତି ବିଶେଷ, ରାଇଫଲ ଆସୋସିଏସନର ନୋଟିସ ମୁତାବକ ବନ୍ଧୁକ ଫେରାଇବେ । ଲାଇସେନ୍ସ ନେଇ ଦେଶ ବାହାରକୁ ଚାଲିଯାଇଥିବା ଲୋକ ଇମେଲ ମାଧ୍ୟମରେ ପୋଲିସକୁ ଅବଗତ କରାଇବେ । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ।

23 February 2024 07:45 PM (IST)

Odisha News Live:ଦେଶବାସୀଙ୍କୁ ଆକର୍ଷିତ କରିଛି ଓଡ଼ିଶାର ବିକାଶ: ମୁଖ୍ୟମନ୍ତ୍ରୀ ନବୀନ...

Odisha News Live:ଦେଶବାସୀଙ୍କୁ ଆକର୍ଷିତ କରିଛି ଓଡ଼ିଶାର ବିକାଶ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆମ ରାଜ୍ୟ ଓଡ଼ିଶାର ବିକାଶ ସାରା ଦେଶବାସୀଙ୍କୁ ଆକର୍ଷିତ କରିଛି। ଓଡ଼ିଶା ଆଗକୁ ବଢୁଛି। ଆମର କାର୍ଯ୍ୟ ଏହା ପ୍ରଦର୍ଶିତ କରୁଛି । କୋଳାହଳ ନକରି ଆମେ ଏହି କାର୍ଯ୍ୟ କରି ଚାଲିଛନ୍ତି । ନ୍ୟୁଜ-୧୮ ପକ୍ଷରୁ ରାଇଜିଂ ଓଡ଼ିଶା କନକ୍ଲେଭର ଶୁଭାରମ୍ଭ କରିବା ଅବସରରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

23 February 2024 07:30 PM (IST)

Odisha News Live: ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ ଦାଦାନ ଖଟିବାକୁ ଯାଉଥିଲେ ୩୫ ଜଣ...

Odisha News Live: ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ ଦାଦାନ ଖଟିବାକୁ ଯାଉଥିଲେ ୩୫ ଜଣ
ଆଜି ଅପରାହ୍ନରେ ଶ୍ରମ ବିଭାଗ ପକ୍ଷରୁ ୩୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏକ ଟ୍ରକ୍‌ ଯୋଗେ ୩୫ ଜଣ ଶ୍ରମିକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ଯାଉଥିବା ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ଶ୍ରମ ଅଧିକାରୀ ସଂଜୟ କୁମାର ରୋହିତ କୋନନରା ବ୍ଲକର ମଦନପୁର ଠାରେ ଚଢାଉ କରିଥିଲେ। ସମସ୍ତ ଶ୍ରମିକ ଚାନ୍ଦିଲି ଥାନା ଅନ୍ତର୍ଗତ ଲାଲାବି ଗ୍ରାମର ବୋଲି ଜଣାପଡିଛି। ଢାକୁଲଗୁଡା ଗ୍ରାମର ବଚା ତାମିନାଇଡୁ ନାମକ ବ୍ୟକ୍ତି ଏମାନଙ୍କୁ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ନେଉଥିବା ଜଣାପଡିଛି। ସମସ୍ତ ଦାଦନଙ୍କୁ ଟ୍ରକରୁ ଉଦ୍ଧାର କରି ନିଜ ଗ୍ରାମକୁ ପଠାଇଥିଲେ।

23 February 2024 07:15 PM (IST)

Odisha News Live: ପୁଣି ପୁରୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ...

Odisha News Live: ପୁଣି ପୁରୀ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ
ଶ୍ରୀ ମନ୍ଦିର ନିକଟ ଗାଣ୍ଡୁଆଚଉରା ଛକ ନିକଟରେ ଥିବା ବାବା କପାଳମୋଚନ ମହାଦେବଙ୍କ ମଦିରରୁ ନୃସିଂହ ମୂର୍ତ୍ତି ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତି ରେ କୌଣସି ଦୁର୍ବୁତ୍ତ ବାବା କପାଳମୋଚନଙ୍କ ମନ୍ଦିରରେ ପଶି ବହୁ ପୁରାତନ ପଥରର ନୃସିଂହ ମୂର୍ତ୍ତି ଚୋରି କରିଛନ୍ତିl ସକାଳୁ ଭକ୍ତ ମାନେ ମନ୍ଦିର କୁ ଦର୍ଶନ ପାଇଁ ଆସିଥିବା ବେଳେ ମୂର୍ତ୍ତି ଚୋରି ହୋଇଥିବା ଜଣାପଡିଛି। ତେବେ ପୋଲିସ୍ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଚି। ତେବେ ଶ୍ରୀମନ୍ଦିର ଚାରି ପାଖରେ ୨୪ ଘଣ୍ଟା ପୋଲିସ କର୍ମଚାରୀ ଡ୍ୟୁଟିରେ ଥିବା ବେଳେ କେମିତି ଚୋରି ହେଲା ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ଏହି ଘଟଣା ପ୍ରମାଣିତ ହେଇଛି ରାତିରେ ଡ୍ୟୁଟି ରେ ଥିବା ପୋଲିସ ଠିକରେ ଡ୍ୟୁଟି କରୁନାହାନ୍ତି। କେବଳ ଡ୍ୟୁଟି ଅବଧି ସାରି କିଭଳି ଫେରିବେ ସେହି ଚିନ୍ତାରେ ପୋଲିସ୍ ରହୁଥିବା ଅଭିଯୋଗ ହୋଇଛି। ତେବେ ଶ୍ରୀ ମନ୍ଦିର ଚାରିପାଖ ରେ ପୋଲିସ୍ ର ଏଭଳି ବେପରୁଆ ପୁରୀ ବାସିନ୍ଦା କଡ଼ା ସମାଲୋଚନା କରିଛନ୍ତି।

23 February 2024 07:00 PM (IST)

Odisha news live: ରାଞ୍ଚି ଟେଷ୍ଟରେ କମାଲ କଲେ ଜୋ ରୁଟ୍...

Odisha news live: ରାଞ୍ଚି ଟେଷ୍ଟରେ କମାଲ କଲେ ଜୋ ରୁଟ୍
ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଶେଷ ହୋଇଛି। ପ୍ରଥମ ଦିନର ପ୍ରଥମ ଅଧିବେଶନରେ ପଛରେ ପଡିଥିବା ଇଂଲଣ୍ଡର ଇନିଂସକୁ ଏହାର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ (Joe Root) ଆଗକୁ ବଢ଼ାଇ ଏକ ଦୃଢ଼ ସ୍ଥିତିରେ ଆଣିଥିଲେ। ଏହି ଇନିଂସ ପୂର୍ବରୁ ଜୋ ରୁଟ୍ ସର୍ବାଧିକ ସ୍କୋର ମାତ୍ର ୨୯ ରନ୍ କରିଥିଲେ। ସେ ପ୍ରତ୍ୟେକ ଥର କିଛି ଖରାପ ସଟ୍ ଖେଳି ନିଜ ୱିକେଟ୍ ହରାଉଥିଲେ। କିନ୍ତୁ ରାଞ୍ଚିରେ ଜୋ ରୁଟଙ୍କ ଏହି ଇନିଂସ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ଏଥର ଜୋ ରୁଟ୍ ନିଜ ଇନିଂସରେ ସ୍ଥିତି ଅନୁରୂପ ବ୍ୟାଟିଂ କରିଥିଲେ।

23 February 2024 06:45 PM (IST)

Odisha News Live: ହାଇକୋର୍ଟରୁ ମହୁଆଙ୍କୁ ଲାଗିଲା ଝଟକା; ED ବିରୋଧରେ କରିଥିବା ଏହି...

Odisha News Live: ହାଇକୋର୍ଟରୁ ମହୁଆଙ୍କୁ ଲାଗିଲା ଝଟକା; ED ବିରୋଧରେ କରିଥିବା ଏହି ଆବେଦନ ହେଲା ଖାରଜ
ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ଟିଏମସି ନେତା ମହୁଆ ମୈତ୍ରାଙ୍କ ଏକ ଆବେଦନକୁ ଖାରଜ କରିଛନ୍ତି। ଏହି ଆବେଦନରେ ମହୁଆ କୋର୍ଟରେ ଆବେଦନ କରିଥିଲେ ଯେ ଇଡିଙ୍କୁ ତାଙ୍କ ବ୍ୟକ୍ତିଗତ ସୂଚନା ଗଣମାଧ୍ୟମରେ ଲିକ୍ କରିବାରୁ ନିବୃତ୍ତ ରହୁ। ସୂଚନାଯୋଗ୍ୟ ଯେ ମହୁଆ ମୈତ୍ରାଙ୍କ ବିରୋଧରେ ଫେମା ମାମଲାରେ ଇଡି ଯାଞ୍ଚ କରୁଛି। ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ବେଞ୍ଚ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ମହୁଆ ନିଜ ଆବେଦନରେ କହିଥିଲେ ତାଙ୍କ ବିରୋଧରେ ସ୍ୱଚ୍ଛ ଯାଞ୍ଚ କରିବା ପରିବର୍ତ୍ତେ ଇଡି ତାଙ୍କ ସହ ଜଡିତ ତଥ୍ୟ ମିଡିଆକୁ ଲିକ୍ କରୁଛି।

23 February 2024 06:30 PM (IST)

Odisha News Live: ୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ...

Odisha News Live: ୬୬୦ କୋଟି ଟଙ୍କାର କ୍ରୀଡା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ଆଉ ଏକ ଇତିହାସ । ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ା କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଥିବା ବେଳେ ଆଜି ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ଆଜି ଉଦଘାଟିତ ହୋଇଛି । ଏହାସହ ସୁନ୍ଦରଗଡ଼ ଜିଲ୍ଲାର ୧୦ଟି ସ୍ଥାନରେ ନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବୀରମିତ୍ରପୁରରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

23 February 2024 06:15 PM (IST)

Odisha News Live: ପାଇକମାଳରେ ପୋଲିସ-ମାଓବାଦୀ ମୁହାଁମୁହିଁ...

Odisha News Live: ପାଇକମାଳରେ ପୋଲିସ-ମାଓବାଦୀ ମୁହାଁମୁହିଁ
ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଆଜି ସକାଳୁ ବରଗଡ଼ ଓ ବଲାଙ୍ଗିର ଏସଓଜି ଟିମ୍ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୋଲିସ ଓ କିଛି ମାଓବାଦୀ ମୁହାଁ ମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଘନଘନ ଗୁଳି ଚାଳନା ହୋଇଥିବା ଖବର ମିଳିଥିବା ବେଳେ ବହୁ ଗୁଡ଼ିଏ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳକୁ ପୋଲିସର ବରିଷ୍ଠ ଅଧିକାରୀ ଗସ୍ତ ସୂଚନା ରହିଥିବା ବେଳେ ଅପରେସନ ଏବେ ମଧ୍ୟ ଜାରି ରହିଥିବା ବରଗଡ଼ ଏସପି କହିଛନ୍ତି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପହଞ୍ଚି ନିଜେ ଘଟଣାର ମନିଟରିଂ କରୁଛନ୍ତି। ତେବେ ପାଇକମାଲ ଥାନାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଘଟଣା ଘଟିଥିବା ବେଳେ ବରଗଡ଼ ନୂଆପଡା ଓ ମହାସମୁନ୍ଦ ମାଓ ଡିଭିଜନର ମାଓ ସଂଗଠନ ହୋଇଥିବା ସୂଚନା ରହିଛି।

 

23 February 2024 06:00 PM (IST)

Odisha News Live: କୋରୋନା ଟିକାରୁ ହେଉଛି ପାର୍ଶ୍ୱ ପ୍ରତିକ୍ରିୟା...

Odisha News Live: କୋରୋନା ଟିକାରୁ ହେଉଛି ପାର୍ଶ୍ୱ ପ୍ରତିକ୍ରିୟା
କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲା। ପ୍ରାୟ ୭୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଏହି ମହାମାରୀକୁ ଏଡାଇବା ପାଇଁ ଲୋକମାନେ ଟୀକାକରଣ କରିଥିଲେ। ବର୍ତ୍ତମାନ ଟୀକାକରଣର ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଲୋକଙ୍କ ମେରୁଦଣ୍ଡ ଫୁଲିଯାଉଛି। ଏହା ବ୍ୟତୀତ ସ୍ନାୟୁଗତ ରୋଗ ମଧ୍ୟ ଦେଖାଯାଉଛି। ଏକ ଗବେଷଣାରେ ଏହା ଖୁଲାସା ହୋଇଛି।

 

23 February 2024 05:45 PM (IST)

Odisha News Live: କୋରୋନା ଟିକାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା...

Odisha News Live: କୋରୋନା ଟିକାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା
ଗଣମାଧ୍ୟମ ରିପୋର୍ଟ ମୁତାବକ ବିଶ୍ୱ ଟିକା ଡାଟା ନେଟୱାର୍କ ଏହା ଉପରେ ଗବେଷଣା କରିସାରିଛି। ଏହି ଗବେଷଣାରୁ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ ମସ୍ତିଷ୍କ, ରକ୍ତ ଓ ହାର୍ଟ ଉପରେ କୋରୋନା ମହାମାରୀ ଗୁରୁତର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଗବେଷଣାରେ ନିୟୋଜିତ ଥିବା ଗବେଷକମାନେ କହିଛନ୍ତି କି ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଛି। ଟିକାର ହେଉଥିବା ପାର୍ଶ୍ୱପ୍ରତିକ୍ରିୟାରେ ଏନ୍ସେଫେଲୋମାଇଲାଇଟସ ଓ ଟ୍ରାସୱର୍ସ ମାୟଲାଇଟିସ ସାମିଲ ରହିଛି। 

23 February 2024 05:30 PM (IST)

Odisha News Live: ଭୋଟର ଓ ଭୋଟ କେନ୍ଦ୍ର ଉପରେ ନଜର ରଖିବ AI...

Odisha News Live: ଭୋଟର ଓ ଭୋଟ କେନ୍ଦ୍ର ଉପରେ ନଜର ରଖିବ AI
ଆଗାମୀ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳ ସବୁ ସଜବାଜ ଆରମ୍ଭ କଲେଣି। ଗୋଟିଏ ପଟେ ମେଣ୍ଟ ତିଆରି ଓ ଭଙ୍ଗା ଚାଲିଥିବା ବେଳେ ନିର୍ବାଚନ ଆୟୋଗ ଭୋଟକୁ ସୁରକ୍ଷିତ ଓ ସୂଚାରୁ ରୂପେ ସଂପାଦନ କରିବାକୁ ପ୍ରସ୍ତୁତି ପର୍ବ ଆରମ୍ଭ କରିସାରିଲେଣି। ଏହା ଭିତରେ ଖବର ଆସୁଛି ଯେ, ଏଥର ଭାରତୀୟ ନିର୍ବାଚନ ଆୟୋଗ ଭୋଟ୍ ବେଳେ ଏଆଇର ସାହଯ୍ୟ ନେବ। ଏଆଇ ଭୋଟ କେନ୍ଦ୍ର ଓ ଭୋଟରଙ୍କ ଉପରେ ନଜର ରଖିବ।

23 February 2024 05:15 PM (IST)

Odisha News Live: ନିର୍ବାଚନ ତାରିଖ ଘୋଷଣାକୁ ନେଇ ବଡ଼ ଘୋଷଣା କଲେ ଆୟୋଗ...

Odisha News Live: ନିର୍ବାଚନ ତାରିଖ ଘୋଷଣାକୁ ନେଇ ବଡ଼ ଘୋଷଣା କଲେ ଆୟୋଗ
ନୂଆଦିଲ୍ଲୀ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବଡ଼ ସୂଚନା ଏବେ ସାମ୍ନାକୁ ଆସିଛି। ମାର୍ଚ୍ଚ ୧୩ ତାରିଖ ପରେ କୌଣସି ମୂହୁର୍ତ୍ତରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ୭ଟି କିମ୍ବା ୮ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହୋଇପାରେ ବୋଲି ସୂଚନା ଏବେ ସାମ୍ନାକୁ ଆସିଛି। ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ ସାଧାରଣ ନିର୍ବାଚନର ପ୍ରସ୍ତୁତି ଉପରେ ସମୀକ୍ଷା କରାଯାଉଛି। ନିର୍ବାଚନ ଆୟୋଗର ଏକାଧିକ ଦଳ ବିଭିନ୍ନ ରାଜ୍ୟ ଗସ୍ତ କରି ସ୍ଥିତି ପରଖୁଛନ୍ତି। ଏହି ସମୟରେ ନିର୍ବାଚନର ପ୍ରସ୍ତୁତିର ଆକଳନ କରାଯାଉଛି। ଆୟୋଗଙ୍କ ଗସ୍ତ ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। 

 

23 February 2024 05:00 PM (IST)

Odisha News Live: କୋରେଇରେ ଝାଡ଼ାବାନ୍ତି, ୫୦ରୁ ଅଧିକ ଆକ୍ରାନ୍ତ...

Odisha News Live: କୋରେଇରେ ଝାଡ଼ାବାନ୍ତି, ୫୦ରୁ ଅଧିକ ଆକ୍ରାନ୍ତ
ଯାଜପୁର ଜିଲ୍ଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁଁ ବହୁଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ୍ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଗୁରୁସାହି, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ ମୁଣ୍ଡମାଳ, ଖଣ୍ଡାହତା, ରମ୍ପାସ, ଲକ୍ଷ୍ମି ନଗର, ଚୋରଦା ଆଦି ଅଞ୍ଚଳରୁ ୫୦ରୁ ଅଧିକ ଡାଇରିଆ ରୋଗୀଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୧୫ ଗୁରୁତର ରୋଗୀଙ୍କୁ ଯାଜପୁର ଓ କଟକ ସ୍ଥାନାନ୍ତରିତ କରାଯାଇଛି।

23 February 2024 04:45 PM (IST)

Odisha News Live: ନିର୍ବାଚନ ତାରିଖ ଘୋଷଣାକୁ ନେଇ ବଡ଼ ଘୋଷଣା କଲେ ଆୟୋଗ...

Odisha News Live: ନିର୍ବାଚନ ତାରିଖ ଘୋଷଣାକୁ ନେଇ ବଡ଼ ଘୋଷଣା କଲେ ଆୟୋଗ
ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବଡ଼ ସୂଚନା ଏବେ ସାମ୍ନାକୁ ଆସିଛି। ମାର୍ଚ୍ଚ ୧୩ ତାରିଖ ପରେ କୌଣସି ମୂହୁର୍ତ୍ତରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ। ୭ଟି କିମ୍ବା ୮ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହୋଇପାରେ ବୋଲି ସୂଚନା ଏବେ ସାମ୍ନାକୁ ଆସିଛି। ନିର୍ବାଚନ ଆୟୋଗଙ୍କ କହିବା ଅନୁଯାୟୀ ସାଧାରଣ ନିର୍ବାଚନର ପ୍ରସ୍ତୁତି ଉପରେ ସମୀକ୍ଷା କରାଯାଉଛି। ନିର୍ବାଚନ ଆୟୋଗର ଏକାଧିକ ଦଳ ବିଭିନ୍ନ ରାଜ୍ୟ ଗସ୍ତ କରି ସ୍ଥିତି ପରଖୁଛନ୍ତି। ଏହି ସମୟରେ ନିର୍ବାଚନର ପ୍ରସ୍ତୁତିର ଆକଳନ କରାଯାଉଛି। ଆୟୋଗଙ୍କ ଗସ୍ତ ଶେଷ ହେବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। 

23 February 2024 04:30 PM (IST)

Odisha News Live: 12th Fail ସିନେମା ଉପରୁ କରଛାଡ଼ କଲେ ସରକାର...

Odisha News Live: 12th Fail ସିନେମା ଉପରୁ କରଛାଡ଼ କଲେ ସରକାର
12th Fail ଭୁବନେଶ୍ୱର: ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର 'ଦ୍ୱାଦଶ ବିଫଳତା' ଓଡିଶାରେ ଟିକସମୁକ୍ତ ହେବ। ଏହି ଚଳଚ୍ଚିତ୍ରଟି ବାସ୍ତବ ଜୀବନ ଏବଂ ପ୍ରେରଣାଦାୟକ, ଚାମ୍ବଲ ଅଞ୍ଚଳର ଦ୍ୱାଦଶ ପରୀକ୍ଷାରେ ବିଫଳ ହୋଇଥିବା ଜଣେ ଯୁବକଙ୍କ ସଂଘର୍ଷ କାହାଣୀ ଉପରେ ଆଧାରିତ। ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର ଏହି ଚଳଚ୍ଚିତ୍ର ଟ୍ୟାକ୍ସ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ] ଚଳଚ୍ଚିତ୍ରରେ ଏହା ଦର୍ଶାଯାଇଛି ଯେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଜଣେ ଯୁବକ ଜାତୀୟ ଜନସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ହୋଇ ଆଇନ ଶୃଙ୍ଖଳା ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ। 

23 February 2024 04:15 PM (IST)

Odisha News Live: ଭୋଟ ବର୍ଜନ ଧମକ ଦେଲେ ପଞ୍ଚାୟତବାସୀ...

Odisha News Live: ଭୋଟ ବର୍ଜନ ଧମକ ଦେଲେ ପଞ୍ଚାୟତବାସୀ
ସେତୁ ନ ହେଲେ ଭୋଟ ବର୍ଜନ ଧମକ ଦେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସାଲେଭଟା ପଂଚାୟତର ଲୋକେ। ଦୀର୍ଘ ବର୍ଷ ହେବ ସେଠାରେ ସେତୁ ନିର୍ମାଣ ପାଇଁ ଦାବୀ ହେଉଥିଲେ ମଧ୍ୟ କେହି ଶୁଣୁ ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଆସିଥିବା ଛ ଖଣ୍ଡ ଗାଁ ର ଲୋକେ। ଏ ସେତୁ ନିର୍ମାଣ ବାବଦରେ ସେମାନେ ସରପଞ୍ଚ BDO MLA ସମସ୍ତ ଙ୍କୁ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି କିଛି କରି ନ ଥିବାରୁ ସେମାନେ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ପାଖକୁ ଗୁହାରି କରିବାକୁ ଆସିଛନ୍ତି। ସେହି ରାସ୍ତା ଦେଇ ଛାତ୍ରଛାତ୍ରୀ ସ୍କୁଲ କଲେଜ ଯିବା ସହ ବ୍ୟବସାୟ ପାଇଁ ମଧ୍ୟ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ। ପ୍ରସୂତି ଓ ହସ୍ପିଟାଲ ସେବା ପାଇଁ ମଧ୍ୟ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ସେମାନେ ଆଜି ବାଧ୍ୟ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ତାଙ୍କ ଗୁହାରି ଜଣାଇଛନ୍ତି। ସେତୁ ନିର୍ମାଣ ଯଦି କୌଣସି ହିସାବରେ କାର୍ଯ୍ୟରମ୍ଭ ନ ହୁଏ ତା ହେଲେ ଆସନ୍ତା ଭୋଟ ସେମାନେ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି।

 

23 February 2024 04:00 PM (IST)

Odisha News Live: ଫାଟକ କାମ କୁ ନେଇ ବିସ୍ଥାପିତଙ୍କ ବିରୋଧ...

Odisha News Live: ଫାଟକ କାମ କୁ ନେଇ ବିସ୍ଥାପିତଙ୍କ ବିରୋଧ
ବିସ୍ଥାପିତଙ୍କୁ ପୁଣି ବିସ୍ଥାପିତ କରିବା ଏବଂ ସୁନାବେଡ଼ା ସଂଲଗ୍ନ ଗ୍ରାମ ଗୁଡ଼ିକର ଲୋକଙ୍କୁ ହଇରାଣ କରିବା ଉଦ୍ଦେଶ୍ୟରେ ହାଲ କତୃପକ୍ଷ ଫାଟକ ନିର୍ମାଣ କରୁଥିବା ଅଭିଯୋଗ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଲ ବିସ୍ଥାପିତ ସଂଘ। ଆଜି ହାଲ ପକ୍ଷରୁ ଆରମ୍ଭ ହୋଇଥିବା ଫାଟକ କାମ ସ୍ଥଳକୁ ଯାଇ କାମ ବନ୍ଦ କରିଥିଲେ ବିସ୍ଥାପିତ ସଂଘ। ଘଟଣାସ୍ଥଳ ରେ ଉତେଜନା ପ୍ରକାଶ ପାଇଥିବାବେଳେ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ କୁ ଅବମାନନା କରି ହାଲ କତୃପକ୍ଷ ବିସ୍ଥାପିତ ଲୋକଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ କରିଛି ସଂଘ। ଆଗକୁ ଯଦି ହାଲ କତ୍ରୁ ପକ୍ଷ ପୁଣି ଥରେ ବିସ୍ଥାପିତ ଲୋକଙ୍କୁ ହଇରାଣ କରିବା ପାଇଁ ଚେଷ୍ଟା କରନ୍ତି ତେବେ ଆନ୍ଦୋଲୋନ ତୀବ୍ର ହେବ ହେବ ବୋଲି ବିସ୍ଥାପିତ ସଂଘ ଚେତାବନୀ ଦେଇଛି। 

23 February 2024 03:45 PM (IST)

Top 10 News: ଋଣ ଛାଡ଼ କଲେ ସରକାର, ଅପରାହ୍ନର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢି...

Top 10 News: ଋଣ ଛାଡ଼ କଲେ ସରକାର, ଅପରାହ୍ନର ୧୦ ବଡ଼ ଖବର। ଲିଙ୍କରେ କ୍ଲିକ କରି ପଢି ନିଅନ୍ତୁ ପୂରା ରିପୋର୍ଟ..

23 February 2024 03:45 PM (IST)

Odisha News Live: ଇତିହାସ ରଚିଲେ ଅଶ୍ୱିନ...

Odisha News Live: ଇତିହାସ ରଚିଲେ ଅଶ୍ୱିନ
ରାଞ୍ଚିରେ ଆଜିଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ଲଞ୍ଚ ସୁଦ୍ଧା ୨୪.୧ ଓଭରରେ ୫ ୱିକେଟ୍ ହରାଇ ୧୧୨ ରନ୍ କରିଛି। ଏହି ୫ଟି ୱିକେଟ୍‌ରୁ ଆକାଶ ଦୀପ ୩ଟି ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ନେଇଛନ୍ତି। ଜନ୍ନୀ ବେୟାରଷ୍ଟୋଙ୍କ ୱିକେଟ୍ ନେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ତାଙ୍କ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଜନ୍ନୀ ବେୟାରଷ୍ଟୋ। ଏହା ସହିତ ଅଶ୍ୱିନ ତାଙ୍କ ନାଁରେ ଏକ ରେକର୍ଡ କରି ନେଇଛନ୍ତି। ଟେଷ୍ଟରେ ଇଂଲଣ୍ଡ ବିରୋଧରେ ୧୦୦ଟି ୱିକେଟ୍ ନେବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ ବୋଲର। ୪୩ଟି ଇଂନିସରୁ ଇଂଲଣ୍ଡ ବିରୋଧରେ ସେ ଏହି ରେକର୍ଡ କରିଛନ୍ତି।

23 February 2024 03:30 PM (IST)

Odisha News Live: କଂଗ୍ରେସ ଛାଡ଼ିଲେ ସୁନ୍ଦରଗଡ଼ର ଜଣାଶୁଣା ନେତା କାଶୀନାଥ...

Odisha News Live: କଂଗ୍ରେସ ଛାଡ଼ିଲେ ସୁନ୍ଦରଗଡ଼ର ଜଣାଶୁଣା ନେତା କାଶୀନାଥ
କଂଗ୍ରେସ ଛାଡ଼ିଲେ ଜିଲ୍ଲାର ଟାଣୁଆ ନେତା କାଶୀନାଥ ରାଉତ। ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ପିସିସି ସଭାପତିଙ୍କୁ ଚିଠି ପଠାଇଛନ୍ତି। ସେ ବହୁଦିନ ଧରି ଜିଲ୍ଲା କଂଗ୍ରେସର ଆଗ ଧାଡ଼ିର ନେତା ଭାବେ ସକ୍ରିୟ ଥିଲେ। ୨୦୧୭ରେ ବିଜେଡି-କଂଗ୍ରେସ ମେଣ୍ଟରେ ଗଠିତ ଜିଲ୍ଲା ପରିଷଦରେ ଉପସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଏହା ସହ ସେ ଦଳର ଜିଲ୍ଲା ଉପସଭାପତି ରୂପେ ନିଯୁକ୍ତ ଥିଲେ। ବିଜେଡି ନେତା ଯୋଗେଶ ସିଂଙ୍କ ପାଖ ଲୋକ ଭାବେ ଜଣାଶୁଣା କାଶୀନାଥ କିଛି ଦିନ ତଳେ ଯୋଗେଶଙ୍କ ସହ ବିଜେଡିର ଏକ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଚର୍ଚ୍ଚାକୁ ଆସିଥିଲେ। କଂଗ୍ରେସ ନେତା କିପରି ବିଜେଡି ବୈଠକରେ ଉପସ୍ଥିତ ରହିଲେ ବୋଲି ଖୋଦ୍ କଂଗ୍ରେସର କିଛି କର୍ମକର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଥିଲେ। ତେବେ ନିକଟରେ ନିର୍ବାଚନ ଥିବାବେଳେ କାଶୀନାଥ ଦଳ ଛାଡ଼ିବା କଂଗ୍ରେସ ପାଇଁ ବଡ଼ ଝଟକା ହୋଇଛି।

23 February 2024 03:16 PM (IST)

Odisha News Live: ଦୁଇଟି ପୃଥକ ସ୍ଥାନରେ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ଛାତ୍ରଙ୍କ ଝୁଲନ୍ତା...

Odisha News Live: ଦୁଇଟି ପୃଥକ ସ୍ଥାନରେ ଯୁକ୍ତ ଦୁଇ ଓ ମ୍ୟାଟ୍ରିକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଛି। ଏହାରି ଭିତରେ ଦୁଇଟି ଜିଲ୍ଲା ଭଦ୍ରକ ଓ ଗଞ୍ଜାମରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ଯୁକ୍ତ ଦୁଇ ଛାତ୍ର ଓ ଅନ୍ୟ ଜଣେ ମ୍ୟାଟ୍ରିକ ଛାତ୍ର ରସି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ ଦେବାଶିଷ ସେଠୀ । ସେ ଗତକାଲି ଫିଜିକ୍ସ ପରୀକ୍ଷା ଦେଇ ଘରକୁ ଫେରି ପରିବାର ଲୋକଙ୍କ ସହ ଭଲରେ କଥାବାର୍ତ୍ତା କରି ଖାଇଥିଲେ । ଶୋଇବାପାଇଁ ନିଜ ରୁମ୍ କୁ ଯାଇଥିଲେ। ହେଲେ ଆଉ ବାହାରକୁ ବାହାରିନଥିଲେ। ସନ୍ଧ୍ୟାରେ ପରିବାର ଲୋକେ ତାଙ୍କୁ ଡାକିବାରୁ ସେ କବାଟ ଖୋଲିନଥିଲେ । ଶେଷରେ ତାଙ୍କ କବାଟ ଭାଙ୍ଗି ଦେଖିବାବେଳକୁ ଝୁଲନ୍ତା ଅବସ୍ତାରେ ଦେବାଶିଷଙ୍କୁ ପାଇଥିଲେ ପରିବାର ଲୋକେ । ଏହାପରେ ତାଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

23 February 2024 03:00 PM (IST)

Odisha News Live: BMC ର କଡ଼ା ଚେତାବନୀ; କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର...

Odisha News Live: BMC ର କଡ଼ା ଚେତାବନୀ; କାନ୍ଥବାଡ଼ରୁ ଲିଭାଯିବ ଦଳୀୟ ପୋଷ୍ଟର ବ୍ୟାନର
ମୁଣ୍ତ ଉପରେ ନିର୍ବାଚନ। ଦଳୀୟ କାର୍ଯ୍ୟକଳାପକୁ ନେଇ BMC ର କଡ଼ା ଚେତାବନୀ। ଉଭୟ ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିଶନର। ତେଣୁ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। BMC କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ନିର୍ବାଚନ କମିଶନଙ୍କ ନିୟମ ମାନି ସବୁ ଦଳର ପୋଷ୍ଟର ବ୍ୟାନର ହଟାଯିବା ସହିତ କାନ୍ଥବାଡ଼ରେ ମଧ୍ୟ ଯେଉଁ ସବୁ ସ୍ଲୋଗାନ ଲେଖାଯାଇଛି, ତାକୁ ଲିଭାଯିବ। ଏହାର ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ସେ ବିଏମସି କମିଶନର କହିଛନ୍ତି।

23 February 2024 02:45 PM (IST)

Odisha News Live: ଗଜମରାରେ ଉଡ଼ାଜାହାଜ ଉପକରଣ ନିର୍ମାଣ ଲାଗି କଲ୍ୟାଣୀ ଷ୍ଟିସ ସହ ଏମ୍...

Odisha News Live: ଗଜମରାରେ ଉଡ଼ାଜାହାଜ ଉପକରଣ ନିର୍ମାଣ ଲାଗି କଲ୍ୟାଣୀ ଷ୍ଟିସ ସହ ଏମ୍‍ଓୟୁ
ଢେଙ୍କାନାଳର ଗଜମରାଠାରେ ଏକ ଉଡ଼ାଜାହାଜ ଉପକରଣ ନିର୍ମାଣ ଉଦ୍ୟୋଗ ସ୍ଥାପନ ଲାଗି କଲ୍ୟାଣୀ ଷ୍ଟିଲ୍‍ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ତିତିରେ ଆଜି ସ୍ୱାକ୍ଷର ହୋଇଥିବା ଏହି ବୁଝାମଣାପତ୍ର ଅନୁସାରେ ଏହି କାରଖାନା ପ୍ରତିଷ୍ଠା ଲାଗି ୧୧୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ରାଜ୍ୟରେ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷତ୍ଟି ହେବ ବୋଲି କାରଖାନା ପକ୍ଷରୁ କୁହାଯାଇଛି।  ଏହି କାରଖାନାଟି ଏକ ଅତ୍ୟାଧୁନିକ ସମନ୍ୱିତ ସ୍ୱତନ୍ତ୍ର ଷ୍ଟିଲ୍‍ ନିର୍ମାଣ କମ୍ପ୍ଲେକ୍ସରେ ପରିଣତ ହେବ। ଏହାସହ ଏଠାରେ ଉଡ଼ା ଜାହାଜ ପାଇଁ ଆବଶ୍ୟକ ଉପକରଣ ଏବଂ ଟାଇଟାନିୟମ ଧାତୁରେ ଆବଶ୍ୟକ ଉପକରଣ ନିର୍ମାଣ କରାଯିବ। ଏହାର ପ୍ରଭାବରେ ଏହି ଅଞ୍ଚଳରେ ଅନେକ ଛୋଟ ବଡ଼ ଉଦ୍ୟୋଗ ଗଢ଼ି ଉଠି ସ୍ଥାନୀୟ ଅଞ୍ଚଳରେ ନିବେଶ ଏବଂ ରୋଜଗାରର ବାଟ ଖୋଲିବ ବୋଲି ସରକାର ଆଶା କରହିଛନ୍ତି।

23 February 2024 02:30 PM (IST)

Odisha News Live: ପଞ୍ଚାୟତ ମେକାନିକ୍‍ଙ୍କ ପାରିଶ୍ରମିକ ବୃଦ୍ଧି, ଏବେ ପାଇବେ ମାସିକ...

Odisha News Live: ପଞ୍ଚାୟତ ମେକାନିକ୍‍ଙ୍କ ପାରିଶ୍ରମିକ ବୃଦ୍ଧି, ଏବେ ପାଇବେ ମାସିକ ୬୫୦୦

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକରୁଥିବା ମେକାନିକ୍‍ଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।  ଫଳରେ ସେମାନେ ଏବେ ମାସିକ  ୬୫୦୦ ଟଙ୍କା ପାରିଶ୍ରମିକ ପାଇବେ। ପୂର୍ବରୁ ଏହା  ୪୦୦୦ ଟଙ୍କା ରହିଥିଲା।  ଏହି ବୃଦ୍ଧି ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁମୋଦନ ଦ୍ୱାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।

23 February 2024 02:17 PM (IST)

Rahul Gandhi: କଂ‌ଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ବଡ଼ ଝଟକା...

Rahul Gandhi: କଂ‌ଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ବଡ଼ ଝଟକା ମିଳିଛି। ୨୦୧୮ରେ ଭାରତୀୟ ଜନତା ପାର୍ଟିର ତତକାଳୀନ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ମାମଲାରେ ହାଇ‌କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି। ହାଇକୋର୍ଟରେ ଏମପି ଏମଏଲଏ କୋର୍ଟ ଦ୍ବାରା ଜାରି କରାଯାଇଥିବା ସମନ ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଏହାକୁ ହାଇକୋର୍ଟ ଖାରଜ କରିଛନ୍ତି। 

23 February 2024 01:59 PM (IST)

Odisha Congress: ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ...

Odisha Congress: ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ ଦାବି କରିଛି । ଏହାସହିତ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ହୋଇଛି । ଏହା ବିରୋଧରେ ପ୍ରତିବାଦ କରିବାକୁ ଯାଇ କଂଗ୍ରେସ ସରକାର ବିରୋଧରେ ଲୋକସେବା ଭବନ ଘେରାଉ କରିବ । ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର ଏହି ଘେରାଉରେ ବହୁ ବରିଷ୍ଠ ନେତାଙ୍କ ସମେତ ପ୍ରଭାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 

23 February 2024 01:45 PM (IST)

Accident: ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। BRS...

Accident: ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ପାଟନଚେରୁଭ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଧାୟିକାଙ୍କ ଗାଡ଼ି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

23 February 2024 01:28 PM (IST)

PM Kisan Scheme: ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର। କୃଷକଙ୍କ...

PM Kisan Scheme: ପିଏମ କିଷାନ ଯୋଜନାର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର। କୃଷକଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଖୁବ ଶୀଘ୍ର ଏହି ଯୋଜନାର ୧୬ତମ କିସ୍ତି ଆସିବାକୁ ଯାଉଛି। ଫେବ୍ରୁଆରି ମାସ ଶେଷ ସପ୍ତାହରେ ଏହା ସଞ୍ଚୟ ଖାତାକୁ ଆସିବ ବୋଲି କୁହାଯାଉଛି। ଦେଶର ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ସରକାରଙ୍କ ପକ୍ଷରୁ ହୋଇଥିବା ଏହି ଯୋଜନାରେ ହୋଲି ପୂର୍ବରୁ ୧୬ତମ କିସ୍ତିର ୨ ହଜାର ଟଙ୍କା ପଠାଯିବା ନେଇ ସୂଚନା ମିଳିଛି।

23 February 2024 01:05 PM (IST)

Rayagada News: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ । ବିଏସ୍ପି...

Rayagada News: ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ । ବିଏସ୍ପି ନେତା ଜିତୁଜା କେସିକାଙ୍କ ସହ ହାତାହାତି ମରା ଭିଡିଓ ଭାଇରାଲ । ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୁଲିସ ତଦନ୍ତ କରୁଛି । ରାୟଗଡା ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀଙ୍କୁ ମାଡ଼ ମରା ଭିଡିଓ ଭାଇରାଲ ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

23 February 2024 12:54 PM (IST)

VK Pandian: 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ଭୋରୁ ଭୋରୁ ଏକାମ୍ର କ୍ଷେତ୍ର...

VK Pandian: 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ଭୋରୁ ଭୋରୁ ଏକାମ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି, ପ୍ରକଳ୍ପର କାର୍ଯ୍ୟ ନେଇ ସମୀକ୍ଷା ସ୍ଥିତି ଯାଞ୍ଚ କରିଛନ୍ତି ଭିକେ ପାଣ୍ଡିଆନ । ଭକ୍ତଙ୍କ ସୁବିଧା, ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ସମଗ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦିଆଯାଇଛି। 5T ଅଧ୍ୟକ୍ଷଙ୍କ ନିର୍ଦ୍ଦେଶାନୁସାରେ ନୂତନ ବର୍ଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାର ଆଶା କରାଯାଉଛି। ଦୋକାନୀମାନଙ୍କର ପୁନଃ ଥଇଥାନ, ବିକ୍ରେତାମାନଙ୍କର ସର୍ବୋଚ୍ଚ ପ୍ରାଥମିକତା, ସେମାନଙ୍କର ଜୀବିକା ନିଶ୍ଚିତ ହେବ । ଟ୍ରାଫିକର ସୁପରିଚାଳନା ଉପରେ ବିଶେଷ କରି ଧ୍ୟାନ ଦିଆଯିବ।

23 February 2024 12:30 PM (IST)

Narendra Modi: ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଳମ୍ବିତ ରାତିରେ...

Narendra Modi: ବାରଣାସୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଳମ୍ବିତ ରାତିରେ ରାସ୍ତା କାମର ତଦରାଖ କଲେ ପ୍ରଧାନମନ୍ତ୍ରୀ। ରାତି ଅଧରେ ନିଜ କାରକେଡ ଅଟକାଇ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କ ସହ ରାସ୍ତା କାମର କଲେ ତଦାରଖ । 

 

23 February 2024 12:21 PM (IST)

AkashDeep: ପ୍ରଥମ ପର୍ଦାପଣରେ ରାଞ୍ଚିରେ ଚମକିଲେ ଆକାଶଦୀପ । ଇଂଲଣ୍ଡ ବିପକ୍ଷ ଚତୁର୍ଥ...

AkashDeep: ପ୍ରଥମ ପର୍ଦାପଣରେ ରାଞ୍ଚିରେ ଚମକିଲେ ଆକାଶଦୀପ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଆରମ୍ଭରୁ ନିଜର ଘାତକ ବୋଲିଂ ଦେଖାଇଛନ୍ତି ଆକାଶଦୀପ । ଇଂଲଣ୍ଡର ଟପ-୩ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇବାରେ ସକ୍ଷମ ହୋଇଛନ୍ତି ଆକାଶଦୀପ । ବେନ ଡକେଟ, ଓଲି ପୋପ ଓ ଜ୍ୟାକ କ୍ରାଉଲିଙ୍କ ୱିକେଟ ନେଇ ଭାରତକୁ ସୁବିଧାନଜନକ ସ୍ଥିତିରେ ରଖିଛନ୍ତି ଆକାଶଦୀପ । 

 

23 February 2024 12:21 PM (IST)

AkashDeep: ପ୍ରଥମ ପର୍ଦାପଣରେ ରାଞ୍ଚିରେ ଚମକିଲେ ଆକାଶଦୀପ । ଇଂଲଣ୍ଡ ବିପକ୍ଷ ଚତୁର୍ଥ...

AkashDeep: ପ୍ରଥମ ପର୍ଦାପଣରେ ରାଞ୍ଚିରେ ଚମକିଲେ ଆକାଶଦୀପ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଆରମ୍ଭରୁ ନିଜର ଘାତକ ବୋଲିଂ ଦେଖାଇଛନ୍ତି ଆକାଶଦୀପ । ଇଂଲଣ୍ଡର ଟପ-୩ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇବାରେ ସକ୍ଷମ ହୋଇଛନ୍ତି ଆକାଶଦୀପ । ବେନ ଡକେଟ, ଓଲି ପୋପ ଓ ଜ୍ୟାକ କ୍ରାଉଲିଙ୍କ ୱିକେଟ ନେଇ ଭାରତକୁ ସୁବିଧାନଜନକ ସ୍ଥିତିରେ ରଖିଛନ୍ତି ଆକାଶଦୀପ । 

 

23 February 2024 12:14 PM (IST)

Global Leader: ଗ୍ଲୋବାଲ ଲିଡର୍ ଉପରେ ମୋହର । ବିଶ୍ବରେ ଚାଲିଛି ମୋଦି ଫ୍ୟାକ୍ଟର୍ ।...

Global Leader: ଗ୍ଲୋବାଲ ଲିଡର୍ ଉପରେ ମୋହର । ବିଶ୍ବରେ ଚାଲିଛି ମୋଦି ଫ୍ୟାକ୍ଟର୍ । ବିଶ୍ବରେ ସବୁଠୁ ଲୋକପ୍ରିୟ ନେତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘଦିନ ଧରି ବିଶ୍ବର ସବୁଠୁ ଲୋକପ୍ରିୟ ନେତା ତାଲିକାରେ ଶୀର୍ଷରେ ରହି ଆସୁଛନ୍ତି ମୋଦି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ଛାଡିଛନ୍ତି ପିଏମ ମୋଦି।  ଆମେରିକା ଭିତ୍ତିକ ବିଶ୍ୱସ୍ତରୀୟ ଏଜେନ୍ସି ‘ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮% ରେଟିଂ ସହ ସର୍ବଭାରତୀୟ ଅଗ୍ରଣୀ ନେତା ବନିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ବ୍ରିଟେନର ଋଷି ସୁନକଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦି ଅଧିକ ଲୋକପ୍ରିୟ। 

23 February 2024 12:04 PM (IST)

Sports Infrastructure: ବିକାଶ ପର୍ଯ୍ୟାୟରେ ଯୋଡି ହେବ ଆଉ ଏକ ଫର୍ଦ୍ଦ।  ଆଜି ୬୬୦...

Sports Infrastructure: ବିକାଶ ପର୍ଯ୍ୟାୟରେ ଯୋଡି ହେବ ଆଉ ଏକ ଫର୍ଦ୍ଦ।  ଆଜି ୬୬୦ କୋଟି ଟଙ୍କା ମୂଲ୍ୟର କ୍ରୀଡ଼ା ଭିତ୍ତିଭୂମିର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ୪୮ଟି ଇଣ୍ଡୋର ଷ୍ଟାଡିୟମ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ ଏକାଡେମୀ, ଭବାନୀପାଟଣା ବହୁମୁଖୀ ଇଣ୍ଡୋର ହଲର ଶୁଭ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ।

 

23 February 2024 11:53 AM (IST)

Swayam Yojana: ଆଜିଠୁ ‘ସ୍ୱୟମ୍’ ଆବେଦନ । ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା...

Swayam Yojana: ଆଜିଠୁ ‘ସ୍ୱୟମ୍’ ଆବେଦନ । ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି । ୧୮ରୁ ୩୫ ବର୍ଷର ଯୁବକ ଯୁବତୀ ଏହି ଋଣ ପାଇଁ ଆବେଦନ କରିପାରିବେ ।

 

23 February 2024 11:36 AM (IST)

Aditya L1: ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ ଏଲ୍‍ଓ୍ୱାନ୍‍କୁ ଆଉ ଏକ ସଫଳତା ମିଳିଛି।...

Aditya L1: ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ ଏଲ୍‍ଓ୍ୱାନ୍‍କୁ ଆଉ ଏକ ସଫଳତା ମିଳିଛି। ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗବେଷଣା ଲାଗି ଉଦ୍ଦିଷ୍ଟ ଭାର ‘ପାପା’ ଠିକଣା ଭାବେ କାର୍ଯ୍ୟକ୍ଷମ ହୋଇପାରିଛି। ଏହା ସୌର ଝଡ଼ ଯୋଗୁ ସୃଷ୍ଟି ପଦାର୍ଥ କିପରି ବୁଛୁରିତ ହେଉଛି ଏବଂ ତାହାର ପ୍ରଭାବ ବିଷୟରେ ନିରୀକ୍ଷଣ କରିବା ଆରମ୍ଭ କରିଛି। ପ୍ରଥମ ଥର ପାଇଁ ଫେବୃୟାରୀ ୧୦ ଏବଂ ୧୧ ତାରିଖରେ ଏହିପରି ସୌର ଝଡ଼ର ପ୍ରଭାବକୁ ଅନୁଶୀଳନ କରାଯାଇଛି। ଏହି ଅନୁଶୀଳନ ମହାକାଶରେ ପାଣିପାଗ ପରିବର୍ତ୍ତନ ଏବଂ ଏହାର ପ୍ରଭାବକୁ ବର୍ଣ୍ଣନା କରିବାରେ ସହାୟକ ହେବ ବୋଲି ଆଶା କରାଯାଇଛି।

23 February 2024 11:25 AM (IST)

Odisha News: ପାଇକମାଳ ଜଙ୍ଗଲରେ ଗୁଳି ବିନିମୟ: ପୁଣି ଜଙ୍ଗଲରେ ଗୁଳି: ବରଗଡ଼...

Odisha News: ପାଇକମାଳ ଜଙ୍ଗଲରେ ଗୁଳି ବିନିମୟ: ପୁଣି ଜଙ୍ଗଲରେ ଗୁଳି: ବରଗଡ଼ ଜିଲ୍ଲା ପାଇକମାଳ ଜଙ୍ଗଲରେ ଗୁଳି ଫୁଟିଛି। ଉଭୟ ପୁଲିସ ବଳ ଏବଂ ନକ୍ସଲଙ୍କ ଭିତରେ ଗୁଳିବିନିମୟ ହୋଇଥିବା ସୂଚନା ସାମ୍ନାକୁ ଆସିଛି। ଆଜି ସକାଳେ କୁମ୍ବିଂ ଅପରେସନ୍‍ ଚାଲିଥିବା ବେଳେ ନକ୍ସଲଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି। ଏହାର ଜବାବରେ ପୁଲିସ ବାହିନୀ ପକ୍ଷରୁ ଗୁଳି ଚଳାଯାଇଥିଲା। ହେଲେ ଏଥିରେ କେତେ ମୃତାହତ ବା କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀମାନେ ଯାଇଥିବା ସୂଚନା ମିଳିଛି।

23 February 2024 11:20 AM (IST)

BRS Mla Dies: କାର୍ ଦୁର୍ଘଟଣାରେ ଯୁବ ବିଧାୟିକାଙ୍କ ମୃତ୍ୟୁ। ହାଇଦ୍ରାବାଦରେ ବିଆରଏସ...

BRS Mla Dies: କାର୍ ଦୁର୍ଘଟଣାରେ ଯୁବ ବିଧାୟିକାଙ୍କ ମୃତ୍ୟୁ। ହାଇଦ୍ରାବାଦରେ ବିଆରଏସ ବିଧାୟିକା ଜି. ଲାସ୍ୟା ନନ୍ଦିତାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟି ହୋଇଯାଇଥିଲା କାର୍ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ୩୭ ବର୍ଷ ବୟସରେ ବିଧାୟିକା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ ଲାସ୍ୟା ନନ୍ଦିତା। 

 

23 February 2024 11:17 AM (IST)

Telangana MLA Dies: ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ ଘଟିଥିବା...

Telangana MLA Dies: ସଡ଼କ ଦୁର୍ଘଟଣାରେ ତେଲେଙ୍ଗାନା ବିଧାୟିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କ ମୃତ୍ୟୁ ହୋଇଛି। ହାଇଦ୍ରାବାଦ ପାଟନଚେରୁଭ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଧାୟିକାଙ୍କ ଗାଡ଼ି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

23 February 2024 11:08 AM (IST)

Maoist Attack: ପୁଣି ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ...

Maoist Attack: ପୁଣି ମାଲକାନଗିରି ସୀମାନ୍ତରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ସୂଚନାଦାତା ଅଭିଯୋଗରେ ନକ୍ସଲମାନେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଥିବାର ଖବର ମିଳିଛି। ଦୁଇ ମୃତକ ହେଲେ ଛତିଶଗଡ଼ ସୁକୁମା ଜିଲ୍ଲା ଦୁଲେଡ୍ ଗାଁର ବାସିନ୍ଦା ସୋଡି ହୁଙ୍ଗା ଏବଂ ମାଡଭି ନନ୍ଦା। ନକ୍ସଲମାନଙ୍କ ପାମେଡ଼ କ୍ଷେତ୍ର କମିଟି ସୂଚନାଦାତାଙ୍କୁ ଅଭିଯୋଗ କରି ହତ୍ୟା ପାଇଁ ନିଜକୁ ଦାୟୀ କରିଛି।ଉଭୟ ଗ୍ରାମବାସୀଙ୍କୁ ପୁଲିସ ସୂଚନାଦାତା ବୋଲି ଆଗରୁ ନକ୍ସଲମାନେ ଘୋଷଣା କରିଥିଲେ ବି  ଉଭୟେ ନକ୍ସଲମାନଙ୍କ କଥାକୁ ଖାତିର କରିନଥିଲେ। 

 

23 February 2024 10:54 AM (IST)

IPL Match: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇ ଖୁସି ଖବର। କଟକରେ ଖେଳା ଯାଇପାରେ ଆଇପିଏଲ...

IPL Match: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇ ଖୁସି ଖବର। କଟକରେ ଖେଳା ଯାଇପାରେ ଆଇପିଏଲ ମ୍ୟାଚ୍। ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ୨ଟି ମ୍ୟାଚ୍ ପୁନେ ଓ କଟକରେ ଖେଳିପାରେ। ମହିଳା ପ୍ରିମିୟର ଲିଗ୍ ପରେ ପରେ ଆଇପିଏଲ ଖେଳାଯିବାକୁ ଥିବାରୁ ଅରୁଣ ଜେଟଲୀ ଷ୍ଟାଡିୟମକୁ ଏତେ ଶୀଘ୍ର ପ୍ରସ୍ତୁତ କରିବା ସମ୍ଭବପର ନୁହେଁ। ତେଣୁ କଟକରେ ଦିଲ୍ଲୀ ନିଜର ଘରୋଇ ଆଇପିଏଲ ମ୍ୟାଚ୍ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ମାର୍ଚ୍ଚ ୨୦ରୁ ୨୨ ମଧ୍ୟରେ ଆଇପିଏଲ ଆରମ୍ଭ ହୋଇପାରେ। ଏନେଇ ଖୁବଶୀଘ୍ର କାର୍ଯ୍ୟସୂଚୀ ପ୍ରକାଶ ପାଇବ।

23 February 2024 10:46 AM (IST)

Odisha Congress:  ରାଜ୍ୟ ସରକାରଙ୍କ ଦ୍ବାରା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ...

Odisha Congress:  ରାଜ୍ୟ ସରକାରଙ୍କ ଦ୍ବାରା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ପାଉଥିବା ପରିବାରକୁ ୨ଟି ଝୋଟ ବ୍ୟାଗ ଦେବା ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଏଥିପାଇଁ ୨କୋଟି ବ୍ୟାଗ କିଣିବେ। ହେଲେ ଏହି ବ୍ୟାଗ କିଣାରେ ୨ଶହ କୋଟିର ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଲେ, ୧କୋଟି ପରିବାରକୁ ୨ଟି ଝୋଟ ବ୍ୟାଗ ଦିଆଯିବ ଓ ଏଥିପାଇଁ ୩ଶହ କୋଟିର ବ୍ୟୟ ଅଟକଳ କରାଯାଇଛି। 

 

23 February 2024 10:36 AM (IST)

Odisha News: ବ୍ରହ୍ମପୁରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଖବର । କପି କରି...

Odisha News: ବ୍ରହ୍ମପୁରରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଖବର । କପି କରି ଧରାପଡିବା ପରେ +୨ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଅଭିଯୋଗ ଅନୁସାରେ ବ୍ରହ୍ମପୁରର ଦେବାଶିଷ ସେଠୀ ନାମକ ଯୁକ୍ତ ୨ ଛାତ୍ର ଗତକାଲି ଫିଜିକ୍ସ ପରୀକ୍ଷା ଦେବା ବେଳେ କପି କରି ଧରାପଡିଥିଲେ । ତା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବା ଲେକେ ।

 

23 February 2024 10:00 AM (IST)

Odisha Accident: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।...

Odisha Accident: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଣ୍ଡାଘାଟିରେ କମାଣ୍ଡର ଓଲଟି ଜଣେ ମୃତ, ୩ ଗୁରୁତର। ସାପ୍ତାହିକ ହାଟରୁ ଖଇରପୁଟ ଆସୁଥିବା ବେଳେ ଅଣ୍ଡ୍ରାହଲ ନିକଟରେ ତଳକୁ ଖସିପଡ଼ିଥିଲା ଯାତ୍ରୀ ବୋଝେଇ କମାଣ୍ଡର । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଘାଟି ତଳକୁ ପଡ଼ିଯାଇଥିବା ୩ ଗୁରୁ୍ତରଙ୍କୁ ଉଦ୍ଧାର କରି ଖଇରପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି ଗ୍ରାମବାସୀ। ସେଠାରେ ୩ ଗୁରୁତରଙ୍କ ଚିକିତ୍ସା ଚାଲିଛି ।

23 February 2024 09:49 AM (IST)

India vs England: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର...

India vs England: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଚାଲିଛି। ଭାରତୀୟ ଦଳ ଏହି ମ୍ୟାଚ ଜିତିବାକୁ ଏବଂ ସିରିଜକୁ କବଜା କରିବାକୁ ଜୋରଦାର ପ୍ରୟାସ ଚାଲିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍ ପ୍ରଥମେ ବୋଲ୍ଂ ପାଇଁ ସୁଯୋଗ ପାଇଛି। ଭାରତୀୟ ଦଳର ୧୧ ଜଣ ଖେଳାଳୀଙ୍କ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

23 February 2024 09:49 AM (IST)

India vs England: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର...

India vs England: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଚାଲିଛି। ଭାରତୀୟ ଦଳ ଏହି ମ୍ୟାଚ ଜିତିବାକୁ ଏବଂ ସିରିଜକୁ କବଜା କରିବାକୁ ଜୋରଦାର ପ୍ରୟାସ ଚାଲିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍ ପ୍ରଥମେ ବୋଲ୍ଂ ପାଇଁ ସୁଯୋଗ ପାଇଛି। ଭାରତୀୟ ଦଳର ୧୧ ଜଣ ଖେଳାଳୀଙ୍କ ମଧ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

23 February 2024 09:15 AM (IST)

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କର ଆଜି...

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମନୋହର ଯୋଶୀଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହୃଦଘାତ ହୋଇଥିବା ଡାକ୍ତରମାନେ କହିଥିଲେ। ମନୋହର ଯୋଶୀଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଥିଲା।ଗତକାଲି ମନୋହର ଯୋଶୀ ହଠାତ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। 

23 February 2024 08:50 AM (IST)

Farmer Strike: ମିଳିତ କୃଷକ ମୋର୍ଚ୍ଚା ପଞ୍ଜାବ-ହରିୟାଣା ସୀମାରେ ପ୍ରଦର୍ଶନ କରୁଥିବା...

Farmer Strike: ମିଳିତ କୃଷକ ମୋର୍ଚ୍ଚା ପଞ୍ଜାବ-ହରିୟାଣା ସୀମାରେ ପ୍ରଦର୍ଶନ କରୁଥିବା ସମୟରେ ପ୍ରାଣ ହରାଇଥିବା ଶୁଭକରଣଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି କକୃଷକ ସଙ୍ଗଠନ । ଏହାସହ ଏହି ଘଟଣାକୁ ନିନ୍ଦା କରି ଆଜିର ଦିନକୁ ‘କଳା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ।

23 February 2024 08:43 AM (IST)

ଫେବୃୟାରୀ ୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ଫେବୃଆରୀ ୨୮ ତାରିଖରେ ଓଡିଶା...

ଫେବୃୟାରୀ ୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ଫେବୃଆରୀ ୨୮ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୮ ତାରିଖରେ ଖିଚିଂ ଠାରେ ଥିବା ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ୱରୀ ଠାକୁରାଣୀଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ।ଫେବୃୟାରୀ ୨୮ ରୁ ଆଗାମୀ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ ଓ ମୟୂରଭଞ୍ଜ , କେନ୍ଦୁଝର , ବ୍ରହ୍ମପୁର , ଭୁବନେଶ୍ବର , କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। 

23 February 2024 08:16 AM (IST)

Weather Report: ୨୩ ଫେବୃଆରୀ ଅର୍ଥାତ୍ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,...

Weather Report: ୨୩ ଫେବୃଆରୀ ଅର୍ଥାତ୍ ଆଜି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ହଲକା ବର୍ଷା ହେବାର ସମ୍ଭାବନା ରହିଛି । ୨୪ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ ଏବଂ ରାୟଗଡ଼ା । ଏହି ଜିଲ୍ଲାର କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୯ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି।ପଢନ୍ତୁ ପୂରା ଖବର

23 February 2024 08:14 AM (IST)

Srimandira: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହି...

Srimandira: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟ ଦୀର୍ଘ ଏକ ମାସ ଧରି ଚାଲିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁସାରେ ଏହି ମରାମତି କାର୍ଯ୍ୟ ପାଇଁ ନୀତି କାନ୍ତି ସମୟ ନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦିନ୧ଟାରୁ ସନ୍ଧ୍ୟା ୭ଟା ଯାଏ ମରାମତି କାର୍ଯ୍ୟ ଚାଲିବାକୁ ଥିବାରୁ ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ରାତି ଦୁଇଟାରୁ ଦ୍ୱାର ଫିଟା ହେବ। ୧୧ଟାରେ ରାତ୍ର ପହୁଡ଼ ହେବ। ମାର୍ଚ୍ଚ ୧୯ ତାରିଖ ଭିତରେ ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସ୍‍ଆଇକୁ ନିର୍ଦ୍ଦେଶ ଦିଆଯାଇଛି।  

23 February 2024 07:29 AM (IST)

Kalia Scheme: ସବୁ ବର୍ଗର ଭୋଟ୍‍ ହାତେଇବା ଲାଗି ସରକାର ଟ୍ରେଜରୀ ଖୋଲି ଦେଇଛନ୍ତି।...

Kalia Scheme: ସବୁ ବର୍ଗର ଭୋଟ୍‍ ହାତେଇବା ଲାଗି ସରକାର ଟ୍ରେଜରୀ ଖୋଲି ଦେଇଛନ୍ତି। ଯେଉଁ ଯୋଜନାରେ ଲୋକଙ୍କୁ ଅର୍ଥ ପହଞ୍ଚାଇବାରେ ପ୍ରତିବନ୍ଧକ ଆସୁଛି ତାହାକୁ ଦୂର କରିବା ପାଇଁ କ୍ୟାବିନେଟରେ ପ୍ରସ୍ତାବ ମଞ୍ଜୁର କରୁଛନ୍ତି। ଏମିତି ଏକ ପ୍ରସ୍ତାବ ଅନୁସାରେ ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ଋତୁରେ ବି ଚାଷୀଙ୍କ ଆକାଉଣ୍ତଟକୁ ଟଙ୍କା ପଠାଇବା ଲାଗି ସରକାର କ୍ଷମତାପନ୍ନ ହୋଇଛନ୍ତି। ଖାଲି ସେତିକି ନୁହେଁ ୬ ହଜାର ଟଙ୍କାକୁ ବଢ଼ାଇ ଭୂମିହୀନଙ୍କୁ ୮ ହଜାର ଟଙ୍କା ସହାୟତା ପ୍ରଦାନ କରିବା ଲାଗି ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁର କରିଛନ୍ତି। ପଢନ୍ତୁ ପୂରା ଖବର

23 February 2024 07:16 AM (IST)

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା...

Today Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....ଦେଖନ୍ତୁ ଫଟୋ ଗ୍ୟାଲେରୀ...

Add Zee News as a Preferred Source

About the Author