Odisha news live updates: ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ପେସା ଆଇନ; ଭାରତୀୟଙ୍କୁ ବାଂଲାଦେଶ ବାରଣ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2368521

Odisha news live updates: ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ପେସା ଆଇନ; ଭାରତୀୟଙ୍କୁ ବାଂଲାଦେଶ ବାରଣ ଓ ଅନ୍ୟାନ୍ୟ ଖବର

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha news live updates: ଓଡ଼ିଶାରେ କାର୍ଯ୍ୟକ୍ଷମ ହେବ ପେସା ଆଇନ; ଭାରତୀୟଙ୍କୁ ବାଂଲାଦେଶ ବାରଣ ଓ ଅନ୍ୟାନ୍ୟ ଖବର
LIVE Blog

Odisha news live updates: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

05 August 2024
22:59 PM

Odisha news live updates: ଓଡ଼ିଶାରେ ଅନୁଷ୍ଠିତ ହେବ ମିସ୍, ମିଷ୍ଟର ଏବଂ ମିଷ୍ଟ୍ରେସ୍ ଇଣ୍ଡିଆ- ୨୦୨୪ । ଏ ସବୁ କ୍ଷେତ୍ରରେ ଯୁବ ପ୍ରତିଭାଙ୍କୁ ଜାତୀୟ ସ୍ତରରେ ପରିଚିତ କରାଇବାରେ ମିଶନ୍ ଡ୍ରିମସ୍ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଜି ଭୁବନେଶ୍ୱରରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

22:36 PM

Odisha news live updates: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତିଙ୍କ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଦିନରେ ବିଜୁ ଜନତା ଦଳର ଅନେକ ବିଧାୟକଙ୍କ ସହ ଆଗଧାଡିର ନେତା ବିଜେପିରେ ଯୋଗ ଦେଇପାରନ୍ତି ।

22:00 PM

Odisha news live updates: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ବେଆଇନ ନିର୍ମାଣ  ସମ୍ପର୍କିତ ଏକ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ସମଙ୍ଗ ମୌଜାରେ ଏହି ଜମି ମହାପ୍ରଭୁଙ୍କ ନାଁରେ ରେକର୍ଡ ରହିଛି ଏହା ସହିତ ସଂଲଗ୍ନ ଆଉ ଏକ ସରକାରୀ ଜମି ଉପରେ ମଧ୍ୟ ବେଆଇନ ନିର୍ମାଣ ହେଉଛି । କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ଦ୍ବାରା ଆବଶ୍ୟକ ଅନୁସନ୍ଧାନ ପରେ ଏ ସମ୍ପର୍କରେ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି ।

21:00 PM

Odisha news live updates: ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଚଳିତ ବର୍ଷ  ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। 

20:30 PM

Odisha news live updates: ବାଂଲାଦେଶର ଅସ୍ଥିର ପରିସ୍ଥିତି ଏବଂ ଶେଖ ହସିନା ହିନ୍ଦନ ଏୟାରବେସରେ ପହଞ୍ଚିବା ପରେ ଭାରତ ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ବୈଦେଶିକ ମନ୍ତ୍ରୀ ପୁରା ଘଟଣା ବିଷୟରେ ଅବଗତ ରହିଛନ୍ତି । ବାଂଲାଦେଶରେ ଅବସ୍ଥା ଖରାପ ହେଉଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଢାକା ଅଭିମୁଖେ ଉଡାଣ ବାତିଲ କରିଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆ ନିଜ ବିବୃତ୍ତିରେ କହିଛି ଯେ, ବାଂଲାଦେଶରେ ଉପୁଜିଥିବା ସ୍ଥିତିକୁ ନିରନ୍ତର ନଜର ରଖାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ହେଉଛି କମ୍ପାନୀର ପ୍ରଥମ ପ୍ରାଥମିକତା । ତେଣୁ ବର୍ତ୍ତମାନ ଭାରତରୁ ଢାକା ଏୟାର ଇଣ୍ଡିଆର ବିମାନ ଚଳାଚଳ ବନ୍ଦ ରହିଛି। ଏଥିସହ ଯାତ୍ରୀମାନଙ୍କୁ ନିଜର ଟିକଟ ଟଙ୍କା ଫେରସ୍ତ କରାଯିବ ।

19:59 PM

Odisha news live updates: କେନ୍ଦୁଝର ଜିଲ୍ଲା ଯୋଡା ଡି.ଏ.ଭି. ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ  ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ତୁରନ୍ତ ୩୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। 

19:35 PM

Odisha news live updates:  ବିଜେପି ପ୍ରତିନିଧି ଦଳ ରବିବାର ଦିନ ଅଯୋଧ୍ୟାରେ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ପୀଡିତାଙ୍କୁ ଅଯୋଧ୍ୟାରୁ ଉନ୍ନତ ଚିକିତ୍ସା ପାଇଁ ଏକ ଭଲ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ଦାବି କରାଯାଇଥିଲା। ବର୍ତ୍ତମାନ ସୋମବାର ପୀଡିତାଙ୍କୁ ଲକ୍ଷ୍ନୌ ରେଫର୍ କରାଯାଇଛି। ସୋମବାର ସକାଳେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ନୌକୁ ପଠାଯାଇଥିଲା। ତାଙ୍କ ସହ ସିଏମଓ ଡକ୍ଟର ସଞ୍ଜୟ ଜେନା ଯାଇଛନ୍ତି। ଅଯୋଧ୍ୟାର ମହିଳା ହସପିଟାଲରେ ଉନ୍ନତ ସୁବିଧା ଅଭାବରୁ ତାଙ୍କୁ ଲକ୍ଷ୍ନୌକୁ ରେଫର୍ କରାଯାଇଥିଲା।

18:57 PM

Odisha news live updates: ବଢୁଥିବା ଅଶାନ୍ତି ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇ ବାଂଲାଦେଶ ଛାଡିଛନ୍ତି ବୋଲି ଜଣେ ବାଂଲାଦେଶୀ ସାମରିକ ଅଧିକାରୀ କହିଛନ୍ତି। ଏହା ସହିତ ହସିନାଙ୍କର 15 ବର୍ଷ କ୍ଷମତା ଶେଷ ହୋଇଛି । ବାଂଲାଦେଶ ସେନା ମୁଖ୍ୟ ୱାକର-ଉଜ-ଜମାନ କହିଛନ୍ତି ଯେ, ସେ ଉଭୟ ସେନା ଏବଂ ପୋଲିସକୁ ଗୁଳି ଚଳାଇବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ହିଂସା ଦେଶରେ କ୍ଷତି ଘଟାଇଛି ବୋଲି ସେନା କହିଛି। ତେବେ ସେନା ଦେଶର ପରିସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ପରିଚାଳନା କରିବ। ମଧ୍ୟବର୍ତ୍ତୀ ସରକାର ଗଠନ ସହିତ ଦେଶରେ ଶାନ୍ତି ପ୍ରତିଷ୍ଠା ବିଷୟରେ ସେନା ମଧ୍ୟ ଆଲୋଚନା କରିଛି। ଆଇନକୁ ନିଜ ହାତକୁ ନ ନେବାକୁ ବିକ୍ଷୋଭକାରୀଙ୍କୁ ପରାମର୍ଶ ଦିଆଯାଇଛି ।

18:20 PM

Odisha news live updates; ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ରତ୍ନଭଣ୍ଡାର ଯାଞ୍ଚ ଏସ୍‌ଓପି । ଏସ୍‌ଓପି ପ୍ରସ୍ତୁତି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ଲେଜର ସ୍କାନିଂ ବା ସାଇଣ୍ଟିଫିକ୍‌ ମେଥଡ୍‌ ନେଇ ଏସ୍‌ଓପି କରାଯାଇଛି । ମରାମତି ପୂର୍ବରୁ ଯାଞ୍ଚ କରାଯିବାକୁ ଏସ୍‌ଓପି ପ୍ରସ୍ତୁତ ହୋଇଛି । ଭିତରେ ଥିବା ଖାଲି ଆଲମିରା, ସିନ୍ଦୁକ ସ୍ଥାନାନ୍ତର କରାଯିବା ନେଇ ଏସ୍‌ଓପି ପ୍ରସ୍ତୁତ ହୋଇଛି । ପ୍ରସ୍ତୁତ ହୋଇଥିବା ଏସ୍‌ଓପିକୁ ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯିବ ।

17:42 PM

Odisha news live updates: ରାଜ୍ୟର ସମସ୍ତ ଏବଂ ବ୍ଲକ ସ୍ତରରେ ପହଞ୍ଚି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମନ୍ତ୍ରୀ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମୋଟ ୧୭୫୦ ଜଣ ପଞ୍ଜୀକରଣ କରିଥିବାରୁ ଏନେଇ ବ୍ୟବସ୍ଥା କରାଯାଉଛି । ତ୍ବରିତ ବେଗରେ ନ୍ୟାୟ ଦେବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।

16:58 PM

Odisha news live updates: ନୂଆ ସରକାର ଆସିବା ପରେ ଏବେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଉପରେ ଛାଟ ବାଜୁଛି । ଆଜି କଟକ ସର୍କଲ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ସହ ଜଡିତ ୧୨ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍‌ । ଭୁବନେଶ୍ବରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା ସହ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । ଅନ୍ୟପଟେ ଆଇନ୍ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କାହାକୁ ଛଡାଯିବନି । ଦୁର୍ନୀତି ପ୍ରତି ସରକାର ଆହୁରି କଠୋର ହେବେ । 

16:43 PM

Odisha news live updates: ଭାରତ-ବାଂଲାଦେଶ ସୀମାରେ 'ହାଇ ଆଲର୍ଟ' 
ବିଏସଏଫ କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶକ ଦଲଜିତ ସିଂ ଚୌଧୁରୀ ଏବଂ ବରିଷ୍ଠ ଅଧିକାରୀମାନେ ଭାରତ-ବାଂଲାଦେଶ ସୀମା ସୁରକ୍ଷା ସମୀକ୍ଷା ପାଇଁ କୋଲକାତାରେ ପହଞ୍ଚିଛନ୍ତି। ସୂଚନାନୁସାରେ, ପଡୋଶୀ ଦେଶରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାର ମୋଟ 4,096 କିଲୋମିଟର ଅଞ୍ଚଳରେ ଥିବା ସମସ୍ତ ୟୁନିଟ୍କୁ ବିଏସ୍ଏଫ୍ 'ହାଇ ଆଲର୍ଟ' ଜାରି କରିଛି।

16:11 PM

Odisha news live updates: ଆଳୁକୁ ନେଇ ରାଜନୀତି ପୁଣି ସରଗରମ ହୋଇଛି । ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆଣିବୁ ବୋଲି କହିଛନ୍ତ ଯୋଗାଣ ମନ୍ତ୍ରୀ ମନ୍ତ୍ରୀ କୃଷ୍ଣ ପାତ୍ର । ଏଥିସହ ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ ଓଡ଼ିଶାରେ ଏବେ ୟୁପି ଆଳୁ ବିକ୍ରି ହେଲାଣି ଏବଂ ତାହାର କ୍ୱାଲିଟି ବହୁତ ଭଲ ବୋଲି କହିଛନ୍ତି ମନ୍ତ୍ରୀ । ପଶ୍ଚିମବଙ୍ଗ କରୁଥିବା ବ୍ଲାକମେଲ୍‌ର ଶିକାର ନହୋଇ ନିଜ ସ୍ୱାଭିମାନକୁ ଦେଖିଲୁ ବୋଲି ମନ୍ତ୍ରୀ କହିଥିଲେ ।

15:52 PM

Odisha news live updates: ଷ୍ଟକ୍ ମାର୍କେଟକୁ ବଡ଼ ଝଟ୍‌କା ଲାଗିଛି । ମାର୍କେଟ୍ ଖୋଲୁ ଖୋଲୁ ଆଜି କ୍ରାସ୍ ଦେଖିବାକୁ ମିଳିଥିଲା । ଓପନିଂ ଟ୍ରେଡରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE ସବୁଠୁ ଖରାପ ପ୍ରଦର୍ଶନ କରିଛି । ମାର୍କେଟ ଖୋଲିବା ପରେ ସେନସେକ୍ସ ୧୫ ଶହରୁ ଅଧିକ ଖସିଥିବା ସମୟରେ ନିଫଟି ୪୬୩ ପଏଣ୍ଟ ଖସିଥିଲା ।

15:26 PM

Odisha news live updates: କିଛି ସମୟ ପୂର୍ବରୁ ପାକିସ୍ତାନ ଭଳି ବାଂଲାଦେଶରେ ପରିସ୍ଥିତି ସମାନ ହେବାରେ ଲାଗିଛି। ପାକିସ୍ତାନ ପରି ଆଭ୍ୟନ୍ତରୀଣ ବିବାଦ ସହ ସଂଘର୍ଷ କରୁଥିବା ବାଂଲାଦେଶରେ ଏକ ଦୀର୍ଘ ପଦଯାତ୍ରା ପାଇଁ ଆହ୍ୱାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଛାତ୍ର ନେତାମାନେ ଏକ ନାଗରିକ ଅମାନ୍ୟ ଆନ୍ଦୋଳନ ଘୋଷଣା କରିଛନ୍ତି। ଖବର ଅନୁଯାୟୀ, ଏହି ବିରୋଧର ସଂଯୋଜକ ଆସିଫ ମହମୁଦ କହିଛନ୍ତି ଯେ ଏହି ସରକାର ଅନେକ ଛାତ୍ରଙ୍କୁ ହତ୍ୟା କରିଛନ୍ତି। ବର୍ତ୍ତମାନ ସମୟ ଆସିଛି ଯେ ସରକାରଙ୍କୁ ଏହାର କାର୍ଯ୍ୟର ହିସାବ ଦେବାକୁ ପଡିବ। ପ୍ରତ୍ୟେକ ଛାତ୍ର ସୋମବାର ଢାକାରେ ରୁହନ୍ତି।

10:44 AM

Odia News Live Updates: ଦୁର୍ଘଟଣାରେ ୩ ମୃତ
କେନ୍ଦୁଝର ଜିଲ୍ଲାର ଯୋଡ଼ା ଡି ଏ ଭି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ଡି ଏ ଭି ସ୍କୁଲର ୨ ଛାତ୍ରଙ୍କ ସମେତ ଜଣେ ଅଭିଭାବକ ମୃତ । ମୃତକ ଯୋଡ଼ା ଆଜାଦ୍ ବସ୍ତି ଅଞ୍ଚଳର କ୍ରିଷ୍ଣା ଭୂସାଲ୍ ତାଙ୍କ ପୁଅ ନିକିତ ଭୂସାଲ୍ ଓ ସନ୍ତୋଷ ଶର୍ମାଙ୍କ ପୁଅ ଗଣେଶ ଶର୍ମା । କ୍ରିଷ୍ଣା ଭୂସାଲ୍ ଏକ ବାଇକ୍ ଯୋଗେ ଦୁଇ ଛାତ୍ରଙ୍କୁ ନେଇ ସ୍କୁଲ ଛାଡ଼ିବାକୁ ଯିବା ବେଳେ ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇ ପଳାଇ ଯାଇଥିବା ସୂଚନା । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ।

10:43 AM

Odia News Live Updates: ଗୋଟିଏ କଲମ ପାଇଁ ଆଶ୍ରମ‌ରେ ପଢୁଥିବା ବାଳକକୁ କଠୋର ଦଣ୍ଡ, ମାମଲା ରୁଜୁ
କର୍ଣ୍ଣାଟକର ରାଇଚୁରର ଏକ ଆଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରକୁ କାଠରେ ପିଟିପିଟି ନିର୍ଯାତନା ଦିଆଯିବା ସହ ତିନି ଦିନ ଧରି ଏକ କୋଠରୀରେ ତାଲା ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ରବିବାର ଦିନ ତାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ସେ ଶ୍ରେଣୀରୁ କଲମ ଚୋରି କରିଛନ୍ତି ବୋଲି ଦର୍ଶାଇ ତାଙ୍କୁ ଏପରି ଦଣ୍ଡ ଦିଆଯାଇଥିଲା। ରାଇଚୁରର ରାମକୃଷ୍ଣ ଆଶ୍ରମରେ ରହୁଥିବା ବାଳକ ତରୁଣ କୁମାରଙ୍କୁ ଦାୟିତ୍ୱରେ ଥିବା ଭେନୁଗୋପାଲ ଏବଂ ତାଙ୍କ ସହାୟକମାନେ ଆଘାତ କରିଥିଲେ। ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

08:22 AM

Odia News Live Updates: ଆଜି ଶ୍ରାବଣ ତୃତୀୟ ସୋମବାର: ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ
ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ। ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ ଜଳ ଲାଗି ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼। ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ରାଜଧାନୀ ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜ, ପୁରୀର ମହାପ୍ରଭୁ ଲୋକନାଥ, ଢେଙ୍କାନାଳର କପିଳାସ, କଟକର ଧବଳେଶ୍ବର, ଭଦ୍ରକ ଆରଡ଼ିର ଆଖଣ୍ଡଳମଣୀ ଓ ନୟାଗଡ଼ର ଲଡ଼ୁବାବାଙ୍କ ପୀଠ ଭଳି ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି।

08:21 AM

Odisha News Live Udpates: ବାଂଲାଦେଶ ଅଣାୟତ୍ତ: ୧୧ଟି ଜିଲ୍ଲାରେ ବିସ୍ଫୋରକ ସ୍ଥିତି, ୯୫ ମୃତ
ପ୍ରାୟ ୧ ସପ୍ତାହର ନିରବତା ପରେ ବାଂଲାଦେଶରେ ପୁଣିଥରେ ସଂରକ୍ଷଣ ବିରୋଧୀ ହିଂସା ଉଗ୍ର ରୂପ ନେଇଛି। ଆଜି ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ଓ ‌ସଂରକ୍ଷଣ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଭୀଷଣ ହିଂସା ଯୋଗୁଁ ୧୧ଟି ଜିଲ୍ଲାରେ ୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ହିଂସା ରୋକିବାକୁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି ଏବଂ ସମଗ୍ର ଦେଶରେ କର୍ଫ୍ୟୁ ଜାରି ହୋଇଛି।

 

08:19 AM

Odisha News Live Updates: ଇସ୍ରାଏଲ ଉପରେ ରକେଟ୍‌ ବର୍ଷା: ଇରାନକୁ ନିୟନ୍ତ୍ରଣରେ ରହିବାକୁ ବାଇଡେନ୍‌ଙ୍କ ତାଗିଦ
ଇରାନ ସମର୍ଥିତ ସାମରିକ ସଂଗଠନ ହିଜବୁଲ୍ଲା ଲେବାନନରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଆଜି ଭୋର୍‌ ସମୟରେ ପ୍ରବଳ ରକେଟ୍ ମାଡ଼ କରିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଭିତରେ ହିଜବୁଲ୍ଲାର ଏଭଳି ଆକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଇସ୍ରାଏଲ ଉପରେ ହିଜବୁଲ୍ଲା ୫୦ରୁ ଅଧିକ ରକେଟ୍‌ ମାଡ଼ କରିଥିବା ବେଳେ ସମସ୍ତ ରକେଟ୍‌କୁ ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ‘ଆଇରନ ଡୋମ୍‌’ ପଣ୍ଡ କରିଦେଇଛି। ନିକଟରେ ଇସ୍ରାଏଲ୍ ଆକ୍ରମଣରେ ହିଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ନିହତ ହେବା ସହ ହମାସର ଶୀର୍ଷ ନେତା ଇସ୍‌ମାଇଲ ହାନିୟେହଙ୍କ ମୃତ୍ୟୁ ପରେ ଏହି ରକେଟ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣର ଜବାବରେ ଇସ୍ରାଏଲ ମଧ୍ୟ ଲେବାନନ ଓ ସିରିଆରେ ହିଜବୁଲ୍ଲାର ସମସ୍ତ ପ୍ରତିଷ୍ଠାନ ଧ୍ବଂସ କରିଦେବାକୁ ଚେତାବନୀ ଦେଇଛି। ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ନେଇ ସମଗ୍ର ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ିଯାଇଛି।

08:16 AM

Odia Rasifal 5 August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଅଗଷ୍ଟ ୫ ହେଉଛି ସୋମବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...