Exit Poll 2024: ଏକଜିଟ ପୋଲକୁ ନେଇ ସାମ୍ନାକୁ ଆସିଲା ଚକିତ କରିବା ଭଳି ତଥ୍ୟ, ଦୁଇ ରାଜ୍ୟରେ ହେବ ଏଭଳି ସରକାର
Advertisement
Article Detail0/zeeodisha/odisha2523590

Exit Poll 2024: ଏକଜିଟ ପୋଲକୁ ନେଇ ସାମ୍ନାକୁ ଆସିଲା ଚକିତ କରିବା ଭଳି ତଥ୍ୟ, ଦୁଇ ରାଜ୍ୟରେ ହେବ ଏଭଳି ସରକାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ରରେ ପ୍ରାୟ ୫୯ ପ୍ରତିଶତ ମତଦାନ ହୋଇଥିଲା। କିନ୍ତୁ ଯେକୌଣସି ନିର୍ବାଚନରେ ​​ମତଦାନ ପରେ ଲୋକମାନେ କାହାକୁ ଭୋଟ୍ ଦେଇଛନ୍ତି, କିଏ ଜିତିବେ ଏବଂ କାହାର ସରକାର ଗଠନ ହେବ ତାହା ଜାଣିବାକୁ ଲୋକମାନେ ଅଧିକ ଆଗ୍ରହୀ ହୋଇଥାଆନ୍ତି। ଏହା ଜାଣିବା ପାଇଁ ଏକମ

Exit Poll 2024: ଏକଜିଟ ପୋଲକୁ ନେଇ ସାମ୍ନାକୁ ଆସିଲା ଚକିତ କରିବା ଭଳି ତଥ୍ୟ, ଦୁଇ ରାଜ୍ୟରେ ହେବ ଏଭଳି ସରକାର

Exit Poll 2024: ନୂଆଦିଲ୍ଲୀ: ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ମହାରାଷ୍ଟ୍ରରେ ପ୍ରାୟ ୫୯ ପ୍ରତିଶତ ମତଦାନ ହୋଇଥିଲା। କିନ୍ତୁ ଯେକୌଣସି ନିର୍ବାଚନରେ ​​ମତଦାନ ପରେ ଲୋକମାନେ କାହାକୁ ଭୋଟ୍ ଦେଇଛନ୍ତି, କିଏ ଜିତିବେ ଏବଂ କାହାର ସରକାର ଗଠନ ହେବ ତାହା ଜାଣିବାକୁ ଲୋକମାନେ ଅଧିକ ଆଗ୍ରହୀ ହୋଇଥାଆନ୍ତି। ଏହା ଜାଣିବା ପାଇଁ ଏକମାତ୍ର ମାପ ହେଉଛି ଏକଜିଟ୍ ପୋଲ୍। ବୁଧବାର ୬ଟି ଏଜେନ୍ସିର ଏକଜିଟ୍ ପୋଲ୍ ସାମ୍ନାକୁ ଆସିଛି। ମୋଟାମୋଟି ଭାବେ କହିବାକୁ ଗଲେ, ସମସ୍ତ ଏକଜିଟ୍ ପୋଲ୍ ସର୍ବସମ୍ମତି କ୍ରମେ ମହାରାଷ୍ଟ୍ରରେ ଏନଡିଏ ସରକାର ଗଠନ ହେବ ଏବଂ ବିଜେପି ସର୍ବ ବୃହତ ଦଳ ଭାବରେ ଉଭା ହେବ ବୋଲି ଦର୍ଶାଇଛନ୍ତି। ତେବେ ଏହି ବିଧାନସଭା ନିର୍ବାଚନକୁ ନେଇ ୬ଟି ଏଜେନ୍ସି ସଂସ୍ଥା କଣ ମତ ଦେଇଛନ୍ତି ଆସନ୍ତୁ ଜାଣିବା...

ସମସ୍ତ ଏକଜିଟ ପୋଲରେ ମହାରାଷ୍ଟ୍ରରେ ମହାୟୁତି ସରକାର କ୍ଷମତାକୁ ଫେରୁଥିବା ନେଇ ଦର୍ଶାଯାଇଛି। ଲୋକଶକ୍ତି ମରାଠୀ ରୁଦ୍ର ସଂସ୍ଥା କରିଥିବା ଏକଜିଟ ପୋଲ ଅନୁଯାୟୀ ମହାୟୁତିକୁ ୧୨୮ରୁ ୧୪୨ ଆସନ ହାତେଇବ ବୋଲି ଜଣାପଡିଛି। ସେହିପରି ମହାବିକାଶ ଅଘାଡ଼ିକୁ ୧୨୫ ରୁ ୧୪୦ ଆସନ ମିଳିବ ବୋଲି ଲୋକଶକ୍ତି ମରାଠୀ ସଂସ୍ଥା କହିଛି। ଏହା ବ୍ୟତୀତ ୧୮ ରୁ ୨୩ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କର ବିଜୟ ହେବ ବୋଲି ସୂଚନା ରହିଛି। 

ସେହିପରି ମାଟରିଜ ଏକଜିଟ ପୋଲରେ ମହାୟୁତିଙ୍କୁ ସ୍ପଷ୍ଟ ବହୁମତ ମିଳୁଥିବା ଦେଖାଇଛି। ମେଟରାଇଜ ମହାୟୁତି ୧୫୦ରୁ ୧୭୦ ଆସନ ଜିତିବ ବୋଲିଦାବି କରିଛି। ସେହିପରି ମହାବିକାଶ ଅଘାଡି ୧୧୦ ରୁ ୧୩୦ ଓ ୮ ରୁ ୧୦ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କର ବିଜୟ ହେବ ବୋଲି ଦାବି କରିଛି ମେଟରାଇଜ। ସେହିପରି ପି ମାର୍କ ଏହି ନିର୍ବାଚନରେ କଡ଼ା ମୁକାବିଲା ହୋଇଥିବା ନେଇ ଦର୍ଶାଇଛି। ପି ମାର୍କ ମହାୟୁତି କୁ ୧୩୭ ରୁ ୧୫୭ ଆସନ ଦେଇଥିବା ବେଳେ ଏମଭିଏକୁ ୧୨୬ ରୁ ୧୪୬ ଆସନରେ ବିଜୟୀ ହେବ ବୋଲି କହିଛି। ୨ ରୁ ୮ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହେବେ ବୋଲି କହିଛି ପି ମାର୍କ। 

୧୭୫ ରୁ ୧୯୫ ଆସନରେ ମହାୟୁତି ଜିତିବ ବୋଲି ପିପୁଲ୍ସ ପଲ୍ସ କହିଛି। ମହାୟୁତିର ଏକତରଫା ବିଜୟ ହେବ ବୋଲି ପିପୁଲ୍ସ ପଲ୍ସ ଅନୁମାନ କରିଛି। ସେହିପରି ମହାବିକାଶ ଅଘାଡ଼ି ୮୫ ରୁ ୧୧୨ ଟି ଆସନରେ ବିଜୟ ହାସଲ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଚାଣକ୍ୟ ଷ୍ଟ୍ରାଟେଜି ଅନୁଯାୟୀ ମାହୟୁତି ମହାରାଷ୍ଟ୍ରରେ ସରକାର ଗଢିବାକୁ ଯାଉଛି। ୧୫୨ ରୁ ୧୬୦ଟି ଆସନରେ ବିଜୟ ହାସଲ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ସେହିପରି ମହାବିକାଶ ଅଘାଡ଼କୁ ୧୩୦ ରୁ ୧୩୮ଟି ଆସନ ଦେଇଛି ଏହି ଏକଜଟି ପୋଲ ସଂସ୍ଥା। ମହାୟୁତି ୧୫୦ ରୁ ୧୬୭ଟି ଆସନରେ ବିଜୟୀ ହେବ ବୋଲି ଜେବିସି ଆକଳନ କରିଛି। ମହାବିକାଶ ଅଘାଡ଼ି ୧୦୭ ରୁ ୧୨୫ଟି ଆସନରେ ଓ ସ୍ୱାଧିନ ପ୍ରାର୍ଥୀ ୧୩ ରୁ ୧୪ଟି ଆସନରେ ବିଜୟୀ ହୋଇପାରନ୍ତି ବୋଲି ଜେବିସି କହିଛି। 

ଯଦି ଏହି ସମସ୍ତ ଏକଜିଟ୍ ପୋଲର ହାରାହାରି ଏକାଠି ନିଆଯାଏ, ତେବେ ମହାରାଷ୍ଟ୍ର ମହାୟୁତି ଅତି କମରେ ୧୪୯ ଏବଂ ସର୍ବାଧିକ ୧୬୫ଟି ଆସନ ପାଇବ ବୋଲି ଆକଳନ କରାଯାଉଛି। ଯାହା ମ୍ୟାଜିକ ନମ୍ବର ୧୪୫ର ସଂଖ୍ୟା ତୁଳନାରେ ଅଧିକ। ସର୍ଭେ ଅନୁଯାୟୀ ମହାବିକାଶ ଅଘାଡ଼ି ୧୧୪ ରୁ ୧୩୨ଟି ସିଟ୍ ପାଇଥିବା ବେଳେ ଅନ୍ୟମାନେ ୯ ରୁ ୧୩ଟି ସିଟ୍ ପାଇପାରନ୍ତି। ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ତଥା ନାଗପୁର ଦକ୍ଷିଣ-ପଶ୍ଚିମ ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ଫଡନାଭିସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଫଡନାଭିସ୍ କହିଛନ୍ତି ଯେ ମୁଁ ଅନୁଭବ କରୁଛି ଯେ ଯେତେବେଳେ ବି ଭୋଟ୍ ପ୍ରତିଶତ ବଢେ, ସେତେବେଳେ ବିଜେପି ହିଁ ଏଥିରୁ ଲାଭବାନ ହୁଏ। ତେଣୁ ମୋର ବିଶ୍ୱାସ ଯେ ବର୍ଦ୍ଧିତ ଭୋଟ୍ ପ୍ରତିଶତ ବିଜେପି-ମହାୟୁତି ଲାଭ କରିବ।