Odisha Weather: ପାଣି ଛିଞ୍ଚିଦେଇ ଲୁଚିଗଲା ବର୍ଷା, ପୁଣି ରାଜ୍ୟରେ ରେକର୍ଡ ହେଲା ୪୫ ଡିଗ୍ରୀ ପାରା
Advertisement
Article Detail0/zeeodisha/odisha2267773

Odisha Weather: ପାଣି ଛିଞ୍ଚିଦେଇ ଲୁଚିଗଲା ବର୍ଷା, ପୁଣି ରାଜ୍ୟରେ ରେକର୍ଡ ହେଲା ୪୫ ଡିଗ୍ରୀ ପାରା

Odisha Weather: ଆଜି ପୁଣିଥରେ ପାରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ୪୫.୯ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେବଳ ବୌଦ୍ଧ ନୁହେଁ ବରଂ ଆହୁରି ୩ଟି ସହର ୪୫ ଡିଗ୍ରୀ ପାର୍ କରିଛି। ସୋନପୁର ୪୫.୩ ଡିଗ୍ରୀ, ଟିଟିଲାଗଡ଼ ୪୫ ଡିଗ୍ରୀ ରେକର୍ଡ ହୋଇଛି। 

 

Odisha Weather: ପାଣି ଛିଞ୍ଚିଦେଇ ଲୁଚିଗଲା ବର୍ଷା, ପୁଣି ରାଜ୍ୟରେ ରେକର୍ଡ ହେଲା ୪୫ ଡିଗ୍ରୀ ପାରା

Odisha Weather: ଆଜିଠୁ ପୁଣି ରାଜ୍ୟରେ ପ୍ରଚଣ୍ଡ ହୋଇଛି ତାତି। ୩ରୁ ୫ ଡିଗ୍ରୀ ଯାଏ ବଢ଼ିଛି ଦିନ ତାପମାତ୍ରା । ଗତ କିଛିଦିନ ବାତ୍ୟା ରେମାଲ ପ୍ରଭାବରେ ରାଜ୍ୟରେ ଥଣ୍ଡା ପାଗ ଅନୁଭୂତ ହୋଇଥିଲା। ହେଲେ ବାତ୍ୟା ରେମାଲର ପ୍ରଭାବ ପରେ ପରେ ଏବେ ଆସନ୍ତା ୩-୪ ଦିନରେ ପାରଦ ଉପରମୁହାଁ ହେବ ବୋଲି ପାଣିପାଗ ବିଭାଗ ସୂଚାଇ ଦେଇଥିଲା। ତେବେ ଏହି କ୍ରମରେ ଆଜିଠୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ଏନେଇ ପୂର୍ବାନୁମାନ କରି ସତର୍କ କରାଇଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗର ଆକଳନ ଅନୁଯାୟୀ, ବାତ୍ୟାର ପ୍ରଭାବ ହ୍ରାସ ଯୋଗୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି। ତାପମାତ୍ରା ବୃଦ୍ଧି ହେଲେ ବି ରାଜ୍ୟରେ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । 

ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ପାଣିପାଗରେ(Odisha Weather) ବଡ ଧରଣର ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ କହିଛି। ହେଲେ କିନ୍ତୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ଉପକୂଳବର୍ତ୍ତୀ ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ଅଧିକ ରହୁ ନଥିବା ବେଳେ ଆର୍ଦ୍ରତା ଅଧିକ ରହୁଥିବାରୁ ବେଶୀ ଗୁଳୁଗୁଳି ହେଉଛି। ତେବେ ଆଜି ପୁଣିଥରେ ପାରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ଆଜି ୪୫.୯ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେବଳ ବୌଦ୍ଧ ନୁହେଁ ବରଂ ଆହୁରି ୩ଟି ସହର ୪୫ ଡିଗ୍ରୀ ପାର୍ କରିଛି। ସୋନପୁର ୪୫.୩ ଡିଗ୍ରୀ, ଟିଟିଲାଗଡ଼ ୪୫ ଡିଗ୍ରୀ ରେକର୍ଡ ହୋଇଛି। 

ସେହିପରି  ଗତକାଲି ୮ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ୪୨.୪ ଡିଗ୍ରୀ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର(Heat City) ପାଲଟିଥିଲା। ସମ୍ୱଲପୁର-୪୦.୭, ନୂଆପଡା-୪୦.୪, ବଲାଙ୍ଗୀର-୪୦.୩, ସୋନପୁର, ଭବାନୀପାଟଣା, ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଖୋର୍ଦ୍ଧାରେ ୩୬ଡିଗ୍ରୀ ଓ କଟକରେ ତାପମାତ୍ରା ୩୫.୮ଡିଗ୍ରୀ ରେକର୍ଡ କରାଯାଇଥିଲା।

କେମିତି ରହିବ ଦେଶର ତାପାମାତ୍ରା-:
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆରବ ସାଗରରୁ ପାଶ୍ଚାତ୍ୟ ଶୁଷ୍କ ବାୟୁ ଏବଂ ଆର୍ଦ୍ରତା ହେତୁ ଦେଶର ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାଗ ତିନି ଦିନ ପରେ ପ୍ରବଳ ଉତ୍ତାପରୁ କିଛି ମାତ୍ରାରେ ଆରାମ ପାଇବ ବୋଲି ଆଶା କରାଯାଉଛି। ଏହି ସମୟ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ଝଡ଼ ଦେଖିବାକୁ ମିଳିପାରେ ଏବଂ ପଶ୍ଚିମ ହିମାଳୟ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡି ଅନୁଯାୟୀ, ରାଜସ୍ଥାନ ଏବଂ ଗୁଜୁରାଟରେ ମେ ମାସରେ ୯ ରୁ ୧୨ ଦିନ ପର୍ଯ୍ୟନ୍ତ ହିଟୱେଭ ଚାଲିଥିଲା ​​ଏବଂ ତାପମାତ୍ରା ୪୫ ରୁ ୫୦ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଯେତେବେଳେ କି ଦିଲ୍ଲୀ, ଦକ୍ଷିଣ ହରିୟାଣା, ଦକ୍ଷିଣ-ପଶ୍ଚିମ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ପାଞ୍ଚରୁ ସାତ ଦିନର ହିଟୱେଭ୍ ରେକର୍ଡ କରାଯାଇଛି। ଏହି ଅବଧି ମଧ୍ୟରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ଏବଂ ୪୮ ଡିଗ୍ରୀ ସେଲସିୟସ ମଧ୍ୟରେ ରେକର୍ଡ କରାଯାଇଥିଲା । ଏହା ବ୍ୟତୀତ ଆସାମରେ ୨୫- ୨୬ ମେରେ ହିଟୱେଭ ରେକର୍ଡ ଭାଙ୍ଗିଥିଲା।

Also Read: India Head Coach Job: ଟେନସନରେ BCCI, ହେଡକୋଚ୍ ନେଇ ନରେନ୍ଦ୍ର ମୋଦୀଙ୍କ ନାଁରେ ଆବେଦନ

Also Read: June Grah Gochar: ଶୁକ୍ର ସହ ୫ଟି ବଡ଼ ଗ୍ରହର ଚଳନ, ଏହି ୪ରାଶି ଉପରେ ପଡ଼ିବ ପ୍ରଭାବ !