New Govt scheme: ରାଜ୍ୟବାସୀଙ୍କ ପାଇଁ ସରକାର ଆଣିଲେ ଖୁସି ଖବର । ଏବେ ସହରରେ ଘର କରିବାକୁ ଚାହୁଁଥିବା ଗରୀବ ଲୋକମାନଙ୍କ ସ୍ୱପ୍ନ ପୂରଣ କରିବେ ନବୀନ ସରକାର ।ଜନତା ହୀତକୁ ଆଖି ଆଗରେ ରଖି ନବୀନ ସରକାର ରାଜ୍ୟ କ୍ୟାବିନେଟ (State cabinet) ବୈଠକରେ ୧୭ ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି l ଯେଉଁ ୧୭ ଟି ପ୍ରସ୍ତାବ ମଧ୍ୟରେ ‘ମୋ ଘର ଅର୍ବାନ’ ଯୋଜନା ସାମିଲ ରହିଛି l
Trending Photos
State Govt Scheme: ରାଜ୍ୟ ସରକାର(State Government) ହୁଅନ୍ତୁ ଅବା କେନ୍ଦ୍ର ସରକାର ନାଗରିକଙ୍କ ସୁରକ୍ଷା ଓ ବିକାଶ ପାଇଁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ କରିଥାନ୍ତି ।ଯାହାଦ୍ୱାରା ସାଧାରଣ ଜନତା ଉପକୃତ ହେବା ସହ ଏକ ସ୍ୱଚ୍ଛଳ ଜୀବନ ଯାପନ କରିବା ପାଇଁ ସକ୍ଷମ ହୋଇପାରୁଛନ୍ତି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଗୃହ ନିର୍ମାଣ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସୁବିଧା ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି l ଗାଁ ଗହଳି ଠୁ ଆରମ୍ଭ କରି ସହରାଞ୍ଚଳ(Urban Area) ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବିଭିନ୍ନ ସୁବିଧା କରିଆସୁଛନ୍ତି ରାଜ୍ୟ ସରକାର l ସେହିପରି ଜନତା ହୀତକୁ ଆଖି ଆଗରେ ରଖି ନବୀନ ସରକାର ରାଜ୍ୟ କ୍ୟାବିନେଟ (State cabinet) ବୈଠକରେ ୧୭ ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି l ଯେଉଁ ୧୭ ଟି ପ୍ରସ୍ତାବ ମଧ୍ୟରେ ‘ମୋ ଘର ଅର୍ବାନ’ ଯୋଜନା ସାମିଲ ରହିଛି l
ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ପ୍ରଣୟନ କରିଆସୁଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ସହରାଞ୍ଚଳରେ ରହୁଥିବା ବାସହୀନ ଲୋକଙ୍କ ପାଇଁ ରାଜ୍ୟ ସରକାର ଖୁବ୍ ଶିଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ‘ମୋ ଘର ଅର୍ବାନ’ ଯୋଜନା । ଏହି ଯୋଜନା ଅଧିନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ବାସଗୃହ ନିର୍ମାଣ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି l ଏହି ଆର୍ଥିକ ସହାୟତା ଦ୍ୱାରା ସେମାନେ ଘର ତିଆରି ଓ ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇ ପାରିବେ । ଏନେଇ ଏକ ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର।
ତେବେ ସୂଚନା ଅନୁସାରେ ‘ଓଡ଼ିଶା ଅର୍ବାନ ହାଉସିଂ ମିଶନ’ ଏହି ଯୋଜନା ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରିଛି । ଏନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଠାରୁ ମତାମତ ଲୋଡିଛନ୍ତି ନବୀନ ସରକାର । ମତାମତ ପରେ ସପ୍ତାହକ ମଧ୍ୟରେ ନଗର ଉନ୍ନୟ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିବା ନେଇ ବ୍ୟବସ୍ଥା କରାଯାଇଛି । ପ୍ରସ୍ତାବିତ ଯୋଜନା ଅନୁଯାୟୀ ୧ ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷର ଋଣ ବ୍ୟବସ୍ଥା ରଖିଛନ୍ତି ସରକାର। ସେଥିମଧ୍ୟରୁ ହିତାଧିକାରୀମାନେ ଯେ କୌଣସି ଗୋଟିଏ ଋଣକୁ ବାଛି ନିଜ ଘର ପ୍ରସ୍ତୁତ କରି ପାରିବେ । କିନ୍ତୁ ଏହି ଯୋଜନା ଅନୁଯାୟୀ ପୂରା ପରିବାରର ମାସିକ ଆୟ ୫୦ ହଜାର ଟଙ୍କାରୁ କମ୍ ଥିଲେ ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ । ନଚେତ ସେମାନେ ଏହି ଯୋଜନାରୁ ବଞ୍ଚିତ ହୋଇପାରନ୍ତି ।
ତେବେ ହିତାଧିକାରୀମାନଙ୍କୁ ବ୍ୟାଙ୍କରୁ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବା ସହିତ ୧୦ ବର୍ଷ ମଧ୍ୟରେ ତାହା ଫେରସ୍ତ ନିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି। ବାସଗୃହ ନିର୍ମାଣ ସରିବା ପରେ ରାଜ୍ୟ ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ୟାପିଟାଲ ସବସିଡି ମଧ୍ୟ ଜମା କରିବେ । ୧ ଲକ୍ଷ ଋଣ ନେଇଥିଲେ ହୀତାଧିକାରୀଙ୍କୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ । ସେହିପରି ୨ ଲକ୍ଷ କିମ୍ବା ୩ ଲକ୍ଷ ଋଣ ନେଇଥିଲେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ସ୍ୱତନ୍ତ୍ର ବର୍ଗର ଲୋକଙ୍କୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବା ନେଇ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ୧୦ ବର୍ଷ ପାଇଁ ବ୍ୟାଙ୍କଗୁଡ଼ିକ ୯ ପ୍ରତିଶତ ହାରରେ ସୁଧ ଆଦାୟ କରିପାରିବେ । ୨ଟି କୋଠରୀ ବିଶିଷ୍ଟ ଘର ବା ତା’ଠାରୁ ଅଧିକ କୋଠରୀ ଥିଲେ, ପୂର୍ବରୁ କୌଣସି ସରକାରୀ ଯୋଜନାରେ ଘର ପାଇଁ ଲକ୍ଷେ ଟଙ୍କା ପାଇଥିଲେ କିମ୍ବା ପରିବାରର କୌଣସି ସଦସ୍ୟ ସରକାରୀ ଚାକିର କରିଥିଲେ, ପେନସନ ପାଉଥିଲେ ଏହି ଯୋଜନାର ଲାଭ ପାଇବାରୁ ହୀତାଧିକାରୀ ବଞ୍ଚିତ ହେବେ ।
Also Read: Weather Update: ଆସୁଛି ଆଉ ଏକ ଲଘୁଚାପ ! ପ୍ରଭାବରେ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା