Mohammed Shami: ଶାମିଙ୍କୁ ବାଧିଗଲା ପନ୍ତଙ୍କ କଥା? ହେୟାର ଟ୍ରାନ୍ସପ୍ଲାଣ୍ଟ କରିଦେଲେ ଭାରତୀୟ ବୋଲର, ନୂଆ ଲୁକ୍ ଭାଇରାଲ୍
Advertisement
Article Detail0/zeeodisha/odisha1848093

Mohammed Shami: ଶାମିଙ୍କୁ ବାଧିଗଲା ପନ୍ତଙ୍କ କଥା? ହେୟାର ଟ୍ରାନ୍ସପ୍ଲାଣ୍ଟ କରିଦେଲେ ଭାରତୀୟ ବୋଲର, ନୂଆ ଲୁକ୍ ଭାଇରାଲ୍

Mohammed Shami's Hair Transplant: ଭାରତୀୟ ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମି ଏସିଆ କପ୍ ୨୦୨୩ ପୂର୍ବରୁ ହେୟାର ଟ୍ରାନ୍ସପ୍ଲାଣ୍ଟ କରିଛନ୍ତି । ବୋଧହୁଏ ବର୍ତ୍ତମାନ ଶାମି ପନ୍ତଙ୍କ କଥାକୁ ହୃଦୟକୁ ନେଇ ଏହି କେଶ ପ୍ରତିରୋପଣ କରିଛନ୍ତି ।

ସୌ: ସୋସିଆଲ ମିଡିଆ

Asia Cup 2023: Mohammed Shami's Hair Transplant, ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି (Mohammed Shami) ଏସିଆ କପ୍ ୨୦୨୩ (Asia Cup 2023) ପୂର୍ବରୁ ହେୟାର ଟ୍ରାନ୍ସପ୍ଲାଣ୍ଟ (Hair Transplant) କରିଛନ୍ତି । ଶାମି ସେହି କ୍ରିକେଟରମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କ କେଶ ବହୁତ ଶୀଘ୍ର ଝଡ଼ି ଯାଉଥିଲା । ଦଳର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ପ୍ରାୟ ୨ ବର୍ଷ ପୂର୍ବେ ଶାମିଙ୍କ ଝଡୁଥିବା କେଶକୁ ନେଇ ପରିହାସ କରିଥିଲେ । ବୋଧହୁଏ ବର୍ତ୍ତମାନ ଶାମି ପନ୍ତଙ୍କ କଥାକୁ ହୃଦୟକୁ ନେଇ କେଶ ପ୍ରତିରୋପଣ କରିଛନ୍ତି ।

୨୦୨୧ ମସିହାରେ ମହମ୍ମଦ ଶାମିଙ୍କୁ ତାଙ୍କ ଜନ୍ମଦିନରେ ଅଭିବାଦନ କରିବାକୁ ଯାଇ ପନ୍ତ ଏକ ଟ୍ୱିଟ ପୋଷ୍ଟରେ ଲେଖିଥିଲେ, “ମହମ୍ମଦ ଶାମି ଭାଇ, କେଶ ଓ ବୟସ ଉଭୟ ଦ୍ରୁତ ଗତିରେ ଗତି ଯାଉଛି । ଜନ୍ମଦିନର ଅଭିନନ୍ଦନ ।" ଏହା ପରେ ସେ ମଜାଳିଆ ଇମୋଜି ମଧ୍ୟ ବ୍ୟବହାର କରିଥିଲେ । ଶାମି, ପନ୍ତଙ୍କ ଟ୍ୱିଟକୁ ଏକ ମଜାଳିଆ ଓ ଉପଯୁକ୍ତ ଜବାବ ଦେଇ ଲେଖିଥିଲେ, “ପୁଅ, ତୁମର ସମୟ ଆସିବ । କେଶ ଓ ବୟସକୁ କେହି ଅଟକାଇ ପାରିବେ ନାହିଁ କିନ୍ତୁ ମୋଟାପଣର ଚିକିତ୍ସା ଆଜି ମଧ୍ୟ କରାଯାଇଛି ।” ଏଥିରେ ମଧ୍ୟ ଶାମି ମଜାଳିଆ ଇମୋଜି ବ୍ୟବହାର କରିଥିଲେ ।

fallback

ବର୍ତ୍ତମାନ ଭାରତୀୟ ଦ୍ରୁତ ବୋଲର କେଶ ପ୍ରତିରୋପଣ କରିଛନ୍ତି । ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ଶାମି 'ଇଉଜେନିକ୍ସ' ୟୁଟ୍ୟୁବ ଚ୍ୟାନେଲରେ କଥାବାର୍ତ୍ତା କରିବାବେଳେ କହିଛନ୍ତି ଯେ ବର୍ତ୍ତମାନ ଏହା ବହୁତ ଭଲ ଲାଗୁଛି । ବିଶେଷକରି ମୁଁ ପାଇଥିବା ଚିକିତ୍ସା, କର୍ମଚାରୀଙ୍କ ଆଚରଣ, ଏହା ବହୁତ ସୁନ୍ଦର ଥିଲା । ଲୋକମାନେ ବହୁତ ସହଯୋଗ କରିଥିଲେ । ଏବେ ଦେଖିବା ପରେ କଣ ହେବ ।

ଜୁନ୍ ଠାରୁ କୌଣସି  ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି ଶାମୀ
କହିରଖୁଛୁ ଯେ ଜୁନ୍ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ମହମ୍ମଦ ଶାମିଙ୍କ ଭାରତ ପାଇଁ ଖେଳିଥିବା ଶେଷ ମ୍ୟାଚ୍ ଥିଲା । ଏହା ପରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଖେଳାଯାଇଥିବା ସମସ୍ତ ତିନୋଟି ଫର୍ମାଟରେ ସେ ଭାରତୀୟ ଦଳରେ ସାମିଲ ହୋଇନଥିଲେ । ବର୍ତ୍ତମାନ ଶାମି ଏସିଆ କପ୍ ମାଧ୍ୟମରେ ପଡ଼ିଆକୁ ଫେରିବେ । ଏସିଆ କପରେ ବୁମ୍ରା ଓ ସିରାଜଙ୍କ ସହ ଶାମି ମୁଖ୍ୟ ଦ୍ରୁତ ବୋଲର ଭୂମିକାରେ ନଜର ଆସିବେ । ଶାମି ଭାରତର ଜଣେ ଅଭିଜ୍ଞ ଦ୍ରୁତ ବୋଲର । ସେ ଦଳ ପାଇଁ ୬୪ଟି ଟେଷ୍ଟ, ୯୦ଟି ODI ଓ ୨୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ଏହା ବି ପଢ଼ନ୍ତୁ: Virat Kohli's New Look: ଏସିଆ କପ୍ ପୂର୍ବରୁ ନୂଆ ଲୁକରେ ନଜର ଆସିଲେ ବିରାଟ କୋହଲି, ଭାଇରାଲ ହେଲା ଏହି ଫଟୋ

ଏହା ବି ପଢ଼ନ୍ତୁ: Virat Kohli: ଏସିଆ କପରେ ଇତିହାସ ରଚିବେ କୋହଲି, ଏପରି କରିବାରେ ହେବେ ଭାରତର ଦ୍ୱିତୀୟ ତଥା ବିଶ୍ୱର ପଞ୍ଚମ ବ୍ୟାଟ୍ସମ୍ୟାନ୍