ସମସ୍ତ ସିଭିଲ ୱାର୍କ ଶେଷ ହେବା ପରେ ଯାଇ କୌଣସି ସମୟ ନିର୍ଦ୍ଧାରଣ କରାଯାଇ ପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ସିଭିଲ କାମରେ ସମସ୍ତ ଢାଞ୍ଚାଗତ ନିର୍ମାଣ, ଟ୍ରାକ, ବିଜୁଳି ସଂଯୋଗ, ସିଗ୍ନାଲ ବ୍ୟବସ୍ଥା ଏବଂ ଟେଲି କମ୍ୟୁନିକେସନ ସ୍ଥାପନ ସହ ଟ୍ରେନ ସେଟ ଯୋଗାଣ ସାମିଲ ରହିଛି।
Trending Photos
Monsoon Session: ଭୁବନେଶ୍ୱର: ପୂର୍ବରୁ ଅଗଷ୍ଟ ୨୦୨୬ ସୁଦ୍ଧା ଭାରତରେ ବୁଲେଟ ଟ୍ରେନ ଚାଳିବ ବୋଲି କହୁଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବୁଲେଟ ଟ୍ରେନ କେବେ ଚାଲିବ ବୋଲି ପ୍ରଶ୍ନର ଉତ୍ତରକୁ ଭିନ୍ନ ଭାବେ ଦେଇଛନ୍ତି। ସେ କହିଛନ୍ତି କି ବୁଲେଟ ଟ୍ରେନ ଏକ ଜଟିଳ ପର୍ଯ୍ୟାୟଗତ ପ୍ରକ୍ରିୟା। ଏଥିପାଇଁ ଭାରତ ସରକାର ଜାପାନର ବିଶେଷଜ୍ଞଙ୍କ ପରାମର୍ଶନ କ୍ରମେ କାର୍ଯ୍ୟ କରୁଛନ୍ତି। ଏହି ପ୍ରକଳ୍ପର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ସମୂଦ୍ର ଗର୍ଭରେ ଟନେଲ ମଧ୍ୟ ନିର୍ମାଣ ଆରମ୍ଭ ହୋଇସାରିଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଲୋକସଭାର ପ୍ରଶ୍ନୋତ୍ତର କାଳରେ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ସାଂସଦ ଧବଳ ଲକ୍ଷ୍ମଣ ଭାଇ ପଟେଲ ଏକ ପ୍ରଶ୍ନ କରିଥିଲେ। କେବେ ସୁଦ୍ଧା ଦେଶରେ ବୁଲେଟ ଟ୍ରେନ ଚାଲିବ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପଟେଲ। ଏହାର ଉତ୍ତର ରଖି ଶ୍ରୀ ବୈଷ୍ଣବ କହିଛନ୍ତି କି ମୁମ୍ବାଇରୁ ଅହମ୍ମଦାବାଦକୁ ପ୍ରଥମ ବୁଲେଟ ଟ୍ରେନ ଚଳାଚଳ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଆତ୍ମନିର୍ଭର ଭାରତର ପ୍ରକଳ୍ପ। ଏହି ପ୍ରକଳ୍ପ ଗୁଜୁରାଟ ସହିତ ଦାଦ୍ରା ଓ ନଗର ହାଭେଳିକୁ ସଂଯୋଗ କରିବ। ଏହା ୫୦୮ କିଲୋମିଟର ଦୂରତା ବିଶିଷ୍ଟ ପ୍ରକଳ୍ପ। ୧୨ଟି ଷ୍ଟେସନ ଏଥିରେ ରହିବ। ଏଭିତରେ ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି। ଖମ୍ବ ନିର୍ମାଣ ସହ ଗାର୍ଡର କାଷ୍ଟିଂ ମଧ୍ୟ ଶେଷ ହୋଇଛି। ଏପରିକି ୨୧ କିଲୋମିଟର ଲମ୍ବା ସାମୁଦ୍ରିକ ଟନେଲ ମଧ୍ୟ ନିର୍ମାଣ ଆରମ୍ଭ ହୋଇଛି ବୋଲି କହିଛନ୍ତି ବୈଷ୍ଣବ।
ସମସ୍ତ ସିଭିଲ ୱାର୍କ ଶେଷ ହେବା ପରେ ଯାଇ କୌଣସି ସମୟ ନିର୍ଦ୍ଧାରଣ କରାଯାଇ ପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ସିଭିଲ କାମରେ ସମସ୍ତ ଢାଞ୍ଚାଗତ ନିର୍ମାଣ, ଟ୍ରାକ, ବିଜୁଳି ସଂଯୋଗ, ସିଗ୍ନାଲ ବ୍ୟବସ୍ଥା ଏବଂ ଟେଲି କମ୍ୟୁନିକେସନ ସ୍ଥାପନ ସହ ଟ୍ରେନ ସେଟ ଯୋଗାଣ ସାମିଲ ରହିଛି।