Cuttack News In Odia: ଅଷ୍ଟପ୍ରହରୀ ଭୋଜି (astaphari prasad) ଖାଇ ୧୦୦ରୁ ଅଧିକ ଅସୁସ୍ଥ । କଟକ (cuttack) ଜିଲ୍ଲା ସାଲେପୁର ବ୍ଲକ କାନପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଷ୍ଟପ୍ରହରୀ ଭୋଜି ଖାଇ (astaphari prasad) କାନପୁର ଗାଁ ସମେତ ଆଖପାଖ କିଛି ଗାଁର ଶତାଧିକ ଲୋକଙ୍କର ଝାଡ଼ାବାନ୍ତି ହେଉଛି ।
Trending Photos
Cuttack News In Odia: ଅଷ୍ଟପ୍ରହରୀ ଭୋଜି (astaphari prasad) ଖାଇ ୧୦୦ରୁ ଅଧିକ ଅସୁସ୍ଥ । କଟକ (cuttack) ଜିଲ୍ଲା ସାଲେପୁର ବ୍ଲକ କାନପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଷ୍ଟପ୍ରହରୀ ଭୋଜି ଖାଇ (astaphari prasad) କାନପୁର ଗାଁ ସମେତ ଆଖପାଖ କିଛି ଗାଁର ଶତାଧିକ ଲୋକଙ୍କର ଝାଡ଼ାବାନ୍ତି ହେଉଛି । ସେଥିମଧ୍ୟରୁ ଅନେକ ଲୋକ ମାହାଙ୍ଗା, ସାଲେପୁର ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଚିକିତ୍ସିତ ହୋଇ ଫେରିଛନ୍ତି । ଆଉ କିଛି ଏବେବି ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ-ହି ଅଞ୍ଚଳରେ ଦୁଇଟି ମେଡ଼ିକାଲ କ୍ୟାମ୍ପ ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି ।
ସୂଚନା ଅନୁଯାୟୀ,କଟକ ଜିଲ୍ଲା ସାଲେପୁର ବ୍ଲକର କାନପୁର(ଦାରିଆପୁର)ଗାଁ ଭାଗବତ ଟୁଙ୍ଗିରେ ଗତ ୬ ତାରିଖରେ ଅଷ୍ଟପ୍ରହରୀ ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଦାରିଆପୁର ଗାଁ ସମେତ ପାଖ ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳିପୁର ଗାଁର ଶତାଧିକ ଲୋକେ ପ୍ରସାଦ ଖାଇଥିଲେ। ଖାଇ ଆସିବାର କିଛି ସମୟ ପରେ କିଛି ଲୋକମାନଙ୍କର ମୁଣ୍ଡ ବୁଲାଇଥିଲା ଏବଂ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମାହାଙ୍ଗା, ସାଲେପୁର ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତକାଲି ଭୋଜି ସମୟରେ ଝଡ଼ତୋଫାନ ଯୋଗୁଁ ଖାଦ୍ୟରେ କିଛି ବିଷାକ୍ତ ଦ୍ରବ୍ୟ ପଡ଼ିଯାଇଥିବା ଆଶଙ୍କା କରାଯାଉଛି। ଏଣେ ଘଟଣା ସଂପର୍କରେ ଖବର ପାଇ ଦୁଇଟି ମେଡିକାଲ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା କରୁଥିବା ଜଣାଯାଇଛି।
ଏହାବି ପଢନ୍ତୁ : Crime News: ବୋହୂ ୪୨୦ ! ଶାଶୂ ଘର ଲୋକଙ୍କୁ ବେହୋସ କରି ପ୍ରେମିକ ସହ ଛୁ
ଏହାବି ପଢନ୍ତୁ : Salman Khan: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?
ଏହାବି ପଢନ୍ତୁ : Road Accident: ସାମ୍ନାପଟୁ ଧକ୍କା ଦେଲା ଅଜଣା ଗାଡ଼ି, ନିଶ୍ଚିହ୍ନ ହୋଇଗଲା ପରିବାର !
ନିକଟରେ ଏଭଳି ଏକ ଘଟଣା ବାଲେଶ୍ବରରେ ମଧ୍ୟ ଘଟିଥିଲା । ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ ହୋଇପଡିଥିଲେ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡି ଗାଁରେ ଏହି ଘଟଣା ଘଟିଛି । ଠାକୁରାଣୀଙ୍କ ପୂଜା ଭୋଗ ଖାଇବା ପରେ ଗାଁର କିଛି ପୁରୁଷ, ମହିଳା ଓ ଛୋଟ ଛୋଟ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବସ୍ତା ଓ ପାଉଁଶକୁଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗିଲାଯୋଡ଼ି ଗାଁରେ ମାଆ ଭଗବତୀଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ଭୋଗ ଖାଇଥିଲେ । ଏହାର କିଛି ସମୟ ପରେ ସମସ୍ତଙ୍କର ଝାଡ଼ାବାନ୍ତି ହୋଇଥିଲା । ଅସୁସ୍ଥଙ୍କୁ ତୁରନ୍ତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଧୀରେ ଧୀରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।
ତେବେ, ଏହା ପୂର୍ବରୁ ଏପରି ଘଟଣା କେନ୍ଦ୍ରାପଡାରେ ମଧ୍ୟ ଦେଖିବାକୁ ମିଳିଥିଲା । କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୃଷ୍ଣନଗର ପିଞ୍ଛାପାଟିଆ ଗାଁରେ ମା’ଙ୍କ ପୂଜା ଭୋଗ ଖାଇ ଶତାଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କୁ ଡାଙ୍ଗମାଳ ସ୍ବାସ୍ଥ୍ୟକେନ୍ଦ୍ର ଓ ଗ୍ରାମର ଏକ ବିଦ୍ୟାଳୟ ଗୃହରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ ପିଞ୍ଛାପାଟିଆ ଗ୍ରାମସ୍ଥିତ ଶୀତଳା ଠାକୁରାଣୀଙ୍କ ମନ୍ଦିରରେ ମହାନବମୀ ପୂଜା ଅନୁଷ୍ଠିତ ହୋଇଥିଲା। ମନ୍ଦିର ନିୟମ ଅନୁଯାୟୀ ମା’ଙ୍କ ନିକଟରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କୁ ବିତରଣ କରାଯାଇଥିଲା। ଯେଉଁମାନେ ଏହି ଭୋଗ ଖାଇଥିଲେ ସେମାନଙ୍କ ମଧ୍ୟରୁ ରାତିରେ କେତେଜଣ ଅସୁସ୍ଥ ହୋଇଥିଲେ। ପରଦିନ ସକାଳେ ଆଉ କେତେଜଣ ଲୋକ ଅସୁସ୍ଥ ହୋଇପଡ଼ିବାରୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ତେବେ ଅସୁସ୍ଥଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ସୂଚନା ମିଳିଛି । ଖବର ପାଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡା. ରଶ୍ମିରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ଯଦି କେହି ଗୁରୁତର ହୁଅନ୍ତି ତେବେ ସେମାନଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ଡାକ୍ତର ମହାନ୍ତି ସୂଚନା ଦେଇଛନ୍ତି ।