Most Expensive Bottle: ଯଦି ଆପଣଙ୍କୁ ପଚରାଯାଏ ଯାଏ ଜଣେ ଏକ ପାଣି ବୋତଲ କିଣିବା ପାଇଁ କେତେ ଖର୍ଚ୍ଚ କରିପାରେ, ତେବେ ଆପଣ ଅଳ୍ପ କିଛି ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ କହିବେ । କିନ୍ତୁ, ଦୁନିଆର ସବୁଠୁ ଦାମୀ ବୋତଲର ମୂଲ୍ୟ ହଜାରେ ନୁହେଁ ବରଂ ଲକ୍ଷାଧିକ ଟଙ୍କା । ଏହି ବୋତଲ ଗିନିଜ ବୁକରେ ମଧ୍ୟ ପଞ୍ଜିକୃତ ହୋଇଛି ।
Trending Photos
Most Expensive Bottle: ପାଣି ବୋତଲ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ଘରେ ଥଣ୍ଡା ପାଣି ପିଇବା କିମ୍ବା ଅଫିସକୁ ନେବା କିମ୍ବା ଯାତ୍ରା ସମୟରେ ଏହାକୁ ଆମେ ବ୍ୟବହାର କରିଥାଉ । ନିଜ ପାଖରେ ଏକ ପାଣି ବୋତଲ ରଖିବା ମଧ୍ୟ ଆବଶ୍ୟକ । ପ୍ଲାଷ୍ଟିକ ଠାରୁ ଆରମ୍ଭ କରି ଷ୍ଟିଲ, କାଚ ଓ ତମ୍ବା ପର୍ଯ୍ୟନ୍ତ ପାଣି ବୋତଲ ବଜାରରେ ଉପଲବ୍ଧ । ଏହାର ମୂଲ୍ୟ ମଧ୍ୟ ଷ୍ଟାଣ୍ଡାର୍ଡ ଅନୁଯାୟୀ ୧୦୦ ରୁ ୧୦୦୦ ଟଙ୍କା ମଧ୍ୟରେ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପାଣି ବୋତଲ ବିଷୟରେ ସୂଚନା ଦେବୁ, ଯାହାର ମୂଲ୍ୟ ହଜାରେ ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କା । ତେବେ ଆସନ୍ତୁ ଜାଣିବା ଏହି ପାଣି ବୋତଲରେ ଏପରି କ’ଣ ଖାସ୍ ଅଛି, ଯାହା ଗିନିଜ ବୁକରେ ଏହାର ନାମକୁ ସବୁଠାରୁ ମହଙ୍ଗା ବୋତଲ ଭାବରେ ପଞ୍ଜୀକୃତ କରିଛି ।
ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି (Acqua di Cristallo Tributo a Modigliani) ନାମକ ଏହି ପାଣି ବୋତଲ ଗତ ୧୩ ବର୍ଷ ମଧ୍ୟରେ ଦୁନିଆର ସବୁଠାରୁ ମହଙ୍ଗା ଓ ଫ୍ୟାଶନେବଲ୍ ପାଣି ବୋତଲ ଭାବରେ ଜଣାଶୁଣା । ଏହି ବୋତଲ ୨୦୧୦ ଠାରୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜିକୃତ ହୋଇଛି ।
କାହିଁକି ଏତେ ମହଙ୍ଗା?
ଏହି ବୋତଲରେ ଭର୍ତ୍ତି ହୋଇଥିବା ଜଳ ବିଷୟରେ କହିବାକୁ ଗଲେ, ଏଥିରେ କେବଳ ୭୫୦ ମିଲି ପାଣି ଭର୍ତ୍ତି ହୋଇଛି, ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଏହି ବୋତଲର ସ୍ୱତନ୍ତ୍ର ପ୍ୟାକେଜିଂ ଓ ଡିଜାଇନ୍ ଯୋଗୁଁ ଏହା ମହଙ୍ଗା । ବାସ୍ତବରେ ଏହି ବୋତଲ ୨୪ କ୍ୟାରେଟ୍ ଶୁଦ୍ଧ ସୁନାରେ ନିର୍ମିତ ଏବଂ ଏଥିରେ ଭର୍ତ୍ତି ହୋଇଥିବା ପାଣିରେ ୫ ଗ୍ରାମ ୨୪ କ୍ୟାରେଟ୍ ସୁନା ମଧ୍ୟ ମିଳିଥାଏ । କେବଳ ଏତିକି ନୁହେଁ, ଏଥିରେ ଭର୍ତ୍ତି ହୋଇଥିବା ଜଳ ମଧ୍ୟ ଏହି ପୃଥିବୀର ସବୁଠୁ ଶୁଦ୍ଧ ଜଳ ଅଟେ । ଏହାକୁ ଆଇସଲ୍ୟାଣ୍ଡ, ଫିଜି ଓ ଫ୍ରାନ୍ସର ଗ୍ଲେସିଜରରୁ ଅଣାଯାଇଛି ।
ଡିଜାଇନ୍ ପାଇଁ ଏହା ଏତେ ମହଙ୍ଗା
ଏହି ବୋତଲକୁ ଫର୍ନାଣ୍ଡୋ ଆଲ୍ଟାମିରାନୋ ଡିଜାଇନ୍ କରିଛନ୍ତି, ଯିଏକି ତାଙ୍କର କ୍ଲାସିକ୍ ଡିଜାଇନ୍ ପାଇଁ ବିଶ୍ୱ ପ୍ରସିଦ୍ଧ । ଏହାର ସ୍ୱତନ୍ତ୍ର ଓ କ୍ଲାସିକ୍ ଡିଜାଇନ୍ ଯୋଗୁଁ, ୨୦୧୦ ମସିହାରେ, ଏହି ବୋତଲକୁ ନିଲାମରେ ୬୦ ହଜାର ଡଲାର (୪୮.୬୦ ଲକ୍ଷ ଟଙ୍କା) ବିଡ୍ ହୋଇଥିଲା । ଏହି ବୋତଲ ଏହାର ଡିଜାଇନ୍ ପାଇଁ ପୁରସ୍କାର ମଧ୍ୟ ପାଇଛି ।
ଦୁନିଆରେ ଏହା କେବଳ ଏକମାତ୍ର ବୋତଲ
ଟ୍ରିବୁଟୋ ମୋଡିଗ୍ଲିଆନି ହେଉଛି ଦୁନିଆର ଏକମାତ୍ର ବୋତଲ । ସୁନା ବ୍ୟତୀତ ଏହା ପଲିଥିନ୍ ଓ ଉଚ୍ଚମାନର ହୀରାରୁ ତିଆରି । ଏହାକୁ ତିଆରି କରିଥିବା ଫାଉଣ୍ଡେସନ୍ ଆଲ୍ଟାମିରାନୋ ମଧ୍ୟ ସାମାଜିକ କାର୍ଯ୍ୟ ପାଇଁ ୫ ଲକ୍ଷ ୟୁରୋ ଦାନ କରିଛି । ଏହି ବୋତଲର ଡିଜାଇନ୍ ହେଉଛି ଏକ ପ୍ରକାର ମୂର୍ତ୍ତି, ଯାହା ନିଜେ ବହୁତ ସୁନ୍ଦର ଦେଖାଯାଏ ।
ଏହା ବି ଦେଖନ୍ତୁ: Tillu Tajpuriya Murder: ଟିଲୁ ତାଜପୁରିଆକୁ ତିହାର ଜେଲ ଭିତରେ ଅତି ନିର୍ମମ ଭାବେ ହତ୍ୟା; ସିସିଟିଭି ଭିଡିଓ ଭାଇରଲ