No OPD Today: ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ, ଜାଣନ୍ତୁ କେଉଁ ସେବା ହେବ ବାଧାପ୍ରାପ୍ତ?
Advertisement
Article Detail0/zeeodisha/odisha2387917

No OPD Today: ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ, ଜାଣନ୍ତୁ କେଉଁ ସେବା ହେବ ବାଧାପ୍ରାପ୍ତ?

No OPD Today: ଆଇଏମଏରେ ଥିବା ପ୍ରାୟ ୭ ହଜାର ଡାକ୍ତର ଯଦି ଆନ୍ଦୋଳନ କରନ୍ତି ତେବେ ନିଶ୍ଚିତ ଭାବେ ରୋଗୀ ସେବା ବ୍ୟାହତ ହେବ। ଜରୁରୀ କାଳିନ ସେବା ଛାଡ଼ି ବର୍ହିବିଭାଗରୁ ନେଇ ଓଟି, ଅନ୍ୟାନ୍ୟ ସେବା ସ୍ଥଗିତ ରଖିବେ ବୋଲି ଆଇଏମଏ ଓଡ଼ିଶା ଶାଖା ସାଧାରଣ ସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

 

No OPD Today: ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ, ଜାଣନ୍ତୁ କେଉଁ ସେବା ହେବ ବାଧାପ୍ରାପ୍ତ?

No OPD Today: କୋଲକାତାର ରାଧାଗୋବିନ୍ଦ କର ଅର୍ଥାତ ଆରଜି କର ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହୋଇଛି। ଭାରତୀୟ ମେଡିକାଲ ସଂଘ ପ୍ରତିକ୍ରିୟା ପ୍ରକାଶ କରି  ନ୍ୟାୟ ଦାବିରେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡି଼ଛି। ଆଜିଠୁ ୨୪ ଘଣ୍ଟିଆ ସେବା ବନ୍ଦ କରି ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ସମସ୍ତ ଭେଷଡ ମହାବିଦ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏଥିରେ ସାମିଲ୍ ହେବେ। କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଇ ଅନ୍ୟ ସବୁ କାର୍ଯ୍ୟ ରୁଟିନ୍ ୱାର୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏହାଦ୍ୱାରା ରାଜ୍ୟ ନୁହେଁ ସମଗ୍ର ଦେଶରେ ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। 

ଅନ୍ୟପକ୍ଷରେ ଓମସା ଏହି ଘଟଣାକୁ ନେଇ ପୂର୍ବରୁ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଥିବା ବେଳେ ଆଜି ସନ୍ଧ୍ୟାରେ ମହମବତୀ ଜାଳି ପ୍ରତିବାଦ କରିବ। ଆଜି ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ଡାକ୍ତର। ଗୋଟିଏ ପଟେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଥିବା ବେଳେ ରାଜ୍ୟରେ ଆଇଏମଏରେ ଥିବା ପ୍ରାୟ ୭ ହଜାର ଡାକ୍ତର ଯଦି ଆନ୍ଦୋଳନ କରନ୍ତି ତେବେ ନିଶ୍ଚିତ ଭାବେ ରୋଗୀ ସେବା ବ୍ୟାହତ ହେବ। ଜରୁରୀ କାଳିନ ସେବା ଛାଡ଼ି ବର୍ହିବିଭାଗରୁ ନେଇ ଓଟି, ଅନ୍ୟାନ୍ୟ ସେବା ସ୍ଥଗିତ ରଖିବେ ବୋଲି ଆଇଏମଏ(IMA Odisha) ଓଡ଼ିଶା ଶାଖା ସାଧାରଣ ସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଓମସା ସଭାପତି ଡା.ନାରାୟଣ ରାଉତ କହିଛନ୍ତି ଯେ, ରୋଗୀ ତଥା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ଦୃଷ୍ଟିରୁ ପୂର୍ବଭଳି ସେବା କାର୍ଯ୍ୟ ଜାରି ରହିବ। କୋଲକାତାର ମହିଳା ଡାକ୍ତରଙ୍କ କ୍ଷେତ୍ରରେ ଏହି ଘଟଣାରେ ପୂର୍ବରୁ ଓମସା କଳବ୍ୟାଜ୍ ପିନ୍ଧି ପ୍ରତିବାଦ କରିବ। ଡିଏମଇଟି ଡା ସନ୍ତୋଷ ମିଶ୍ର କହିଛନ୍ତି, ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି। କେବଳ ମେଡିକାଲ କଲେଜ ଜୁନିୟର ଡାକ୍ତର ଓ ହାଉ ସର୍ଜନ ଆନ୍ଦୋଳନ କରିବା ନେଇ ଜଣାଇଛନ୍ତି। ଜରୁରୀକାଳିନ(SCB Emergency Ward) କାମ ସମସ୍ତେ କରିବେ ଏବଂ ସିନିୟର ଡାକ୍ତର ମାନେ ଉଭୟ ବର୍ହିବିଭାଗ ଏବଂ ଅନ୍ତଃ ବିଭାଗ କାର୍ଯ୍ୟକରିବେ। 

ସ୍ଥାନୀୟ ଏସସିବି ମେଡିକାଲ କଲେଜ (SCB Medical College) ଜୁନିୟର ଡାକ୍ତର ମାନେ ଗତ ଦୁଇ ଦିନ ହେଲା ୪ଦଫା ଦାବି ପୂରଣ ପାଇଁ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ପୂର୍ବ ଭାରତର ସର୍ବବୃହତ ହସ୍ପିଟାଲରେ ରୋଗୀ ସେବା ବ୍ୟାହତ ହୋଇଛି। ଜରୁରୀକାଳିନ ସେବାକୁ ଛାଡ଼ିଦେଲେ ଡାକ୍ତର ମାନେ ଅନ୍ୟ କୌଣସି ସେବାରେ ସହଯୋଗ କରିବେ ନାହିଁ ବୋଲି ଘୋଷଣା କରିବା ପରେ ରୋଗୀ ସମସ୍ୟାରେ ପଡ଼ିଛନ୍ତି। ଏହାକୁ ଲକ୍ଷ୍ୟ କରି ମେଡିକାଲ ଅଧିକ୍ଷକ ଡାକ୍ତର ସୁଂଧାଶୁ ମିଶ୍ର କହିଛନ୍ତି ଯେ, ରୋଗୀସେବା ବାଧାପ୍ରାପ୍ତ ନହେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ଓପିଡି ଓ ଓଟିରେ ଫ୍ୟାକଲ୍ଟି ମାନେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Also Read: Sabarmati Exp Derailed: ସକାଳୁ ସକାଳୁ ଅଶୁଭ ଖବର, ସାବରମତୀ ଏକ୍ସପ୍ରେସ ଲାଇନଚ୍ୟୁତ୍

Also Read: Budhaditya Yoga: ଆଜିଠୁ ସିଂହରାଶିରେ ସୂର୍ଯ୍ୟଙ୍କ ଚଳନ, ଏହି ୩ଟି ରାଶି ହେବେ ବଡ଼ ଭାଗ୍ୟବାନ !