Advertisement

Sri mandira news

alt
୧୯୭୧ ମସିହା ଅନୁସାରେ ଚଳିତ ବର୍ଷ ରଥଯାତ୍ରା ସମ୍ପନ୍ନ ହେବ। ସେବକ ସମୟରେ ସାଢେ ଦୁଇଟାରେ ପହଣ୍ଡି ଆରମ୍ଭ ହୋଇଥିଲା କିନ୍ତୁ ଏଥର ସାଢେ ଦୁଇଟା ସମୟରେ ପହଣ୍ଡି ଶେଷ ହେବ ରଥଟଣା ହେବ ୫ଟାରେ କିନ୍ତୁ ବିଡମ୍ବନା ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ରେ ଭକ୍ତଙ୍କ ପ୍ରବେଶ ନାହିଁ, ପହଣ୍ଡି ଟିକେଟ ନାହିଁ। ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେପଟେ ଶୃଙ୍ଖଳିତ ଦର୍ଶନ ଓ କ୍ରାଉଡ କଣ୍ଟ୍ରୋଲ ପାଇଁ ଦୁଇଦିନିଆ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ସୁନିୟନ୍ତ୍ର ଓ ବଡଦାଣ୍ଡ କୁ ଭେଇକିଲ ପ୍ରବେଶ ନାହିଁ ବୋଲି କହିଛନ୍ତି ପୁରୀ (ଭିଓ୧) ୧୯୦୯ ମସିହା ନୁହ
Jun 25,2024, 20:00 PM IST
alt
୧୩ଦିନିଆ ଅଣସରରେ ମହାବାହୁ। ଚାଲିଛି ଥଣ୍ଡା ଚିକିତ୍ସା। ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଜନିତ କାରଣରୁ ଅସୁସ୍ଥତା ଭୋଗ କରୁଛନ୍ତି ମହାପ୍ରଭୁ। ତେଣୁ ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ଭକ୍ତମାନେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନରେ ଆସୁଛନ୍ତି। ବିଶ୍ୱାସ ରହିଛି ଏହି ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟ ମିଳିଥାଏ। ତେବେ ଅନବସରରେ ପ୍ରତିଦିନ ବ୍ରହ୍ମଗିରିର ଅଲାରନାଥ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିବ । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଏବେ ଶ୍ରୀମନ୍ଦିରର ଅଣସର ଘରେ ରହିଛନ୍ତି। ଏବେ ଦଇତାପତିମାନେ ମ
Jun 23,2024, 12:39 PM IST
alt
ଗତ ଦୁଇଦିନ ଧରି ଇଂଲଣ୍ଡର ଜଣେ ବିଦେଶୀ ପର୍ଯ୍ଯଟକ ପୁରୀ ସହରରେ ଉନ୍ମତ୍ତ କାଣ୍ଡ ଭିଆଇବା ପରେ ତା ବିରୁଦ୍ଧରେ ସାଂଘାତିକ ଦଫାରେ ରୁଜୁ ହୋଇଛି ମାମଲା। ଏଏସଆଇ କୃପାସିନ୍ଧୁ ମହାନ୍ତିଙ୍କ ଏତଲା ଆଧାରରେ ସିଂହଦ୍ଵାର ଥାନାରେ ୩୭/୨୪ରେ ଏକ ମାମଲା ରୁଜୁ କରି ସଂପୃକ୍ତ ବିଦେଶୀ ପୁଲିସ ଦ୍ୱାରା ଅଟକ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଲାଗିଥିବା ସଂଗୀନ ଦଫା ଗୁଡିକ ହେଉଛି ଭାରତୀୟ ଦଣ୍ଡବିଧି ଆଇନର ୩୪୧,୨୯୪,୩୨୩,୧୮୬,୩୫୩ ଓ ୫୦୬। ଏଥିସହିତ ଶ୍ରୀମନ୍ଦିର ଟେମ୍ପ୍ଲ ଆକ୍ଟ ୩୦ A 5(E) ମଧ୍ୟ ଲଗାଯାଇଛି। ବିଦେଶୀ ଯୁବକଙ୍କ ସମ୍ପର୍କରେ ଖୋଳତାଡ କରୁଛି ପୁରୀ ପୁଲିସ। ସେପଟେ ବିଦେଶୀ ପର୍ଯ୍ଯଟଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ତାଙ୍କ ଆମ୍ବାସୀଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଏସପି। ତେବେ ୟୁକେ
Apr 1,2024, 19:52 PM IST
alt
ଆଜି ଚୈତ୍ରମାସ କୃଷ୍ଣପକ୍ଷ ସପ୍ତମୀ ତିଥି। ଆଜିର ଏହି ପବିତ୍ର ତିଥି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀୟୁ ମାନଙ୍କର ଖସାପଡା ନିତି। ମଧ୍ଯାନ୍ନଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ। ଖସାପଡା ନିତି ଶ୍ରୀଜୀୟୁ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନିତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ। ଯେହେତୁ ଦେବସ୍ନାନ ପୁର୍ଣ୍ଣମୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଆଦିରେ ମହାପ୍ରଭୁ ପହଣ୍ଡି ହୋଇଥିଲେ ଏଣୁ ତାହା ପୁର୍ବରୁ ଖସାପଡା ନିତି କରାଯାଇଥିଲା। ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରହିଥିବାରୁ ଶ୍ରୀଜୀୟୁ ମାନେ ପହଣ୍ଡି ହ
Apr 1,2024, 16:13 PM IST
alt
ଶ୍ରୀମନ୍ଦିର ଭିତରେ ମହିଳା ବିଦେଶୀ ପର୍ଯ୍ୟଟକ। ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକଙ୍କୁ ଚିହ୍ନଟ। ସିଂହଦ୍ଵାର ଥାନାରେ ଅଟକ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଆଉ ଜଣେ ଯୁବକ ଅଟକ। ବାଇଶିପାହାଚ ନିକଟରୁ ବିଦେଶୀନିଙ୍କୁ ଚିହ୍ନଟ କଲେ ସେବାୟତ। ସେପଟେ ଗତକିଛି ଦିନ ତଳେ ପାଞ୍ଚଜଣ ବାଙ୍ଗ୍ଲାଦେଶୀ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଯାହାକୁ ନେଇ ପୁଲିସ ସଂପୃକ୍ତ ବାଙ୍ଗ୍ଲାଦେଶୀଙ୍କୁ ଅଟକ ରଖି ଘଟଣାର ଛାନବିନ କରିଥିଲେ। ତାଙ୍କର ଆମ୍ବାସୀଙ୍କ ସହ ଆଲୋଚନା କରାଯିବା ସହ ଭିସା ଏବଂ ପାଶପୋର୍ଟ ଯାଞ୍ଚ କରାଯାଇଥିଲା। ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ସନ୍ଦେହ ଜନକ ତଥ୍ୟ ନମିଳିବାରୁ ସେମାନଙ୍କୁ ଛାଡି ଦିଆଯାଇଥିଲା। ତେବେ ଆଜି ପୁଲିସ ଦ୍ୱାରା ଅଟକ ବିଦେଶୀ ନାଗରିକଙ୍କ ପରିଚୟ, ଭିସା ଓ ପାଶପୋର୍ଟ ଯାଞ୍ଚ କରାଯାଉଛି।
Mar 23,2024, 15:26 PM IST
alt
ଧିରେଧିରେ ଭାରତୀୟ ସଂସ୍କୃତି ପ୍ରତି ଆକୃଷ୍ଟ ହେଉଛନ୍ତି ବିଦେଶୀ ନାଗରିକ। ଓଡିଶାର ପରମ୍ପରା ମଧ୍ୟ ସେମାନଙ୍କୁ ଅଧିକ ଆକର୍ଷିତ କରୁଛି। ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଡଦାଣ୍ଡରେ ଯେତେବେଳେ ପୟାଶ୍ରାଦ୍ଧ ଚାଲିଥିଲା ସେହି ସମୟରେ ରିସର୍ଚ୍ଚ କରିବାକୁ ଆସିଥିବା ସୁଇଜରଲ୍ଯାଣ୍ଡର ଜଣେ ଯୁବକ ସେଠାରେ ପହଞ୍ଚିଥିଲେ। ପୟାଶ୍ରାଦ୍ଧ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଜାଣିବାକୁ ପାଇଥିଲେ। ତେବେ ତାଙ୍କ ବାପା ଡୋମିନ୍ କିଛି ବର୍ଷ ତଳେ ମୃତ୍ୟୁବରଣ କରିଥିବାରୁ ତାଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ ଦେବାକୁ ପୁରୋହିତଙ୍କୁ ଅନୁରୋଧ କରିଥିଲେ। ପୁରୋହିତ ତାଙ୍କର ପୟାଶ୍ରାଦ୍ଧ ଯଥାବିଧି ପୂର୍ବକ ସଂପାଦନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସୁଇଜରଲ୍ଯାଣ୍ଡର ଏହି ଯୁବକ ହିନ୍ଦୁମାନଙ୍କ ଭଳି କାଉଁରିଆ କାଠି ଜା
Nov 12,2023, 15:13 PM IST

Trending news