Indian Railway: ଟ୍ରେନରେ ଶୌଚ ବେଳେ ରେଳବିଭାଗକୁ ଗଲା ଯୁବକଙ୍କ ଟ୍ୱିଟ, ସାର୍ ପାଣି ଆସୁନି...
Advertisement
Article Detail0/zeeodisha/odisha1606875

Indian Railway: ଟ୍ରେନରେ ଶୌଚ ବେଳେ ରେଳବିଭାଗକୁ ଗଲା ଯୁବକଙ୍କ ଟ୍ୱିଟ, ସାର୍ ପାଣି ଆସୁନି...

Indian Railway News In Odia: ଟ୍ରେନରେ ଯାତ୍ରା ଅତ୍ୟନ୍ତ ସୁବିଧା ଜନକ ଅନୂଭୁତି ଦେଇଥାଏ । ହେଲେ ଜଣେ ଯୁବକଙ୍କ ଟ୍ୱିଟ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ରେଲୱେ ମଧ୍ୟ ତାଙ୍କ ଟ୍ୱିଟରେ ରିପ୍ଲାଏ ଦେଇଛି। ସେ କହିଛନ୍ତି ଯେ ଶୌଚାଳୟରେ ପାଣି ଆସୁନାହିଁ। ସିଟ ଉପରେ ମୁଁ ମୋ ପ୍ରେସର କୁ ଚାପିକି ରଖିଛି । 

Indian Railway: ଟ୍ରେନରେ ଶୌଚ ବେଳେ ରେଳବିଭାଗକୁ ଗଲା ଯୁବକଙ୍କ ଟ୍ୱିଟ, ସାର୍ ପାଣି ଆସୁନି...

Indian Railway News In Odia: ସୋସିଆଲ ମିଡିଆରେ କେବେ ଓ କ’ଣ ଭାଇରାଲ ହୁଏ ତାହା କୁହାଯାଇପାରିବ ନାହିଁ। ବର୍ତ୍ତମାନ ଅରୁଣ ନାମକ ଏହି ବ୍ୟକ୍ତିଙ୍କୁ ନେଇ ବେଶ ଚର୍ଚ୍ଚା । କାରଣ ଯିଏ ଟ୍ରେନରେ ଯାତ୍ରା କରିବା ସମୟରେ ଏପରି ଅଭିଯୋଗ କରିଥିଲେ ଯେ ତାଙ୍କ ଟ୍ୱିଟ ଭାଇରାଲ ହୋଇଛି। ୟୁଜର୍ସ ମାନେ ତାଙ୍କ ଟ୍ୱିଟକୁ ନେଇ ବେଶ ହସିବାରେ ଲାଗିଛନ୍ତି। ଲୋକମାନେ ସେମାନଙ୍କର ଅଭିଯୋଗକୁ କେବଳ ରେଳବାଇକୁ ନୁହେଁ WHO ଏବଂ ଜାତିସଂଘକୁ ନେଇ କଥା ହେବା ଆରମ୍ଭ କରିଥିଲେ। ତେବେ ଆସନ୍ତୁ ଜାଣିବା ସମଗ୍ର ବିଷୟ କଣ ରହିଛି। ବାସ୍ତବରେ ଟ୍ୱିଟର ବ୍ୟବହାରକାରୀ ଅରୁଣ (@ ArunAru77446229) ଙ୍କ ଅଭିଯୋଗ ଟ୍ୱିଟରୁ ଆରମ୍ଭ ହୋଇଥିଲା ଯେଉଁଥିରେ ସେ ଟ୍ରେନର ଶୌଚାଳୟରେ ଜଳ ଅଭାବର ଅଭିଯୋଗ କରିଥିଲେ।

ସେ କହିଛନ୍ତି ଯେ ଶୌଚାଳୟରେ (No Water In Toilet)ପାଣି ଆସୁନାହିଁ। ସିଟ ଉପରେ ମୁଁ ମୋ ପ୍ରେସର କୁ ଚାପିକି ରଖିଛି । ଟ୍ୱିଟ କରିବା ପରେ ଏହି ଟ୍ୱିଟରେ ରେଳ ସେବା ଏହାର ଉତ୍ତର ଦେଇଥିବା ବେଳେ ଯାତ୍ରାର ବିବରଣୀ ମାଗିଛି ଯାହା ଦ୍ୱାରା ଅଭିଯୋଗର ସମାଧାନ ହୋଇପାରିବ। ଏହା ପରେ ଅରୁଣ ଅନ୍ୟ ଏକ ଟ୍ୱିଟରେ ଭାରତୀୟ ରେଳବାଇକୁ ଧନ୍ୟବାଦ ଜଣାଇଛନ୍ତି।

ଅରୁଣ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି-ଯେ ସେ ପଦ୍ମାବତ ଏକ୍ସପ୍ରେସ (14207) ରେ ଭ୍ରମଣ କରୁଛନ୍ତି। ମୁଁ ଯେତେବେଳେ ଶୌଚାଳୟକୁ ଗଲି, ସେଠାରେ ପାଣି ଆସୁ ନଥିଲା । ମୁଁ ବର୍ତ୍ତମାନ କ’ଣ କରିବି? ଫେରି ଆସି ସିଟରେ ବସିଲି। ଟ୍ରେନ୍ ମଧ୍ୟ ୨ ଘଣ୍ଟା ବିଳମ୍ବରେ ଚାଲୁଛି। ଏହା ଉପରେ ରେଳ ସେବା ଉତ୍ତର ଦେଇଛି - ଅସୁବିଧା ପାଇଁ ଦୁଃଖିତ । DM ମାଧ୍ୟମରେ ବିକଳ୍ପ ଭାବରେ ଯାତ୍ରା ବିବରଣୀ (PNR / UTS ନମ୍ବର) ଏବଂ ମୋବାଇଲ୍ ନମ୍ବର ଆମ ସହିତ ଦୟାକରି ଅଂଶୀଦାର କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ ବୋଲି ରେଳୱେ କହିଛି । 

ଆଖି ପିଛୁଳାକେ ଅରୁଣଙ୍କ ଏହି ଅଭିଯୋଗ ଟ୍ୱିଟ ଭାଇରାଲ ହୋଇଗଲା (Viral Tweet) । ତାଙ୍କ ଟ୍ୱିଟକୁ ନେଇ ଶହ ଶହ ଲୋକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ୱିଟରରେ ଅରୁଣଙ୍କର ମାତ୍ର ୧୯ ଜଣ ଫଲୋଅର୍ସ ଥିଲେ ମଧ୍ୟ ତାଙ୍କ ଟ୍ୱିଟରେ ୨.୫ ଲକ୍ଷରୁ ଅଧିକ ଭ୍ୟୁ ରହିଛି। ଅନେକ ଉପଭୋକ୍ତା ତାଙ୍କୁ ଏକ ଆତ୍ମନିର୍ଭରଶୀଳ ସେଲିବ୍ରିଟି ବୋଲି ବର୍ଣ୍ଣନା କରିଛନ୍ତି । 

ଜଣେ ୟୁଜର ଲେଖିଛନ୍ତି ଯେ,ଅରୁଣଙ୍କ ଅଭିଯୋଗ ଯଥାର୍ଥ ଅଟେ । ଅନ୍ୟ ଜଣେ ଲେଖିଛନ୍ତି- ଭାଇ ଅନ୍ୟ କୋଚକୁ ଚାଲି ଯାଇଥାନ୍ତେ । ସେହି ପରିଆଉ ଜଣେ ୟୁଜର୍ସ ଲେଖିଛନ୍ତି ଏହାକୁ WHO (World Health Organisation)ସାମ୍ନାରେ ଉଠାନ୍ତୁ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି - ନା, ଏହାକୁ ଜାତିସଂଘକୁ ନେଇଯାଅ । ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି- ରେଳବାଇ ଏହାକୁ ଶୀଘ୍ର ଧ୍ୟାନ ଦେବା ଉଚିତ୍, ନଚେତ୍ ଟ୍ରେନରେ ଏକ ବିଶୃଙ୍ଖଳା ହୋଇପାରେ ।

Also Read: Virat Kohli: ସଫଳତାର ମୂଳମନ୍ତ୍ର! ଜୀବନରେ ଏହି ୫ଟି ନିୟମକୁ ବେଶି ଫଲୋ କରନ୍ତି କିଙ୍ଗ କୋହଲି

Also Read: Indian Navy: ଏଣିକି ନିୟମ ଅନୁସାରେ ଜାହାଜ ଉପରେ ମରାଯିବ ସାଲ୍ୟୁଟ, ଜାଣନ୍ତୁ କ'ଣ ଥିଲା ପୁରୁଣା ନିୟମ